Breaking News
10:57 pmଜାତୀୟ ସେବା ଯୋଜନା ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି; ବିଭିନ୍ନ ବର୍ଗରେ ଓଡ଼ିଶାରୁ ୩ ଜଣ ସାମିଲ 10:56 pmଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା କୃଷି ବିଭାଗ କାର୍ଯ୍ୟାଳୟ ନିକଟରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ,୨ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ମହିଳା ଗିରଫ 10:54 pmପୁରୀ ଜିଲ୍ଲା ପରିଷଦ ଜୋନ ୧୧ର ସଦସ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣା,ଖୋଲିବ ଗୁମର, ହଜିଲା ମୋବାଇଲ ଫୋନ୍‌ ମିଳିଲା 10:53 pmକୋରାପୁଟ: କୋଟିଆ ସୀମାନ୍ତ ଆନ୍ଧ୍ରପ୍ରଦେଶର ଜଙ୍ଗଲରେ ବୁଲୁଛି ବାଘ। ବନ ବିଭାଗ ପକ୍ଷରୁ ନିଆଯାଇଛି ଆବଶ୍ୟକ ପଦକ୍ଷେପ। କୋରାପୁଟ ଜିଲ୍ଲାପାଳଙ୍କ ସୂଚନା 10:52 pmକୋରାପୁଟ: କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଜଲାପୁଟ ଗାଁ ନିକଟ ମାହାରାଗାଁ ଓ ପଲାମୁଗାଁ ନିକଟ ଜଙ୍ଗଲରେ ବିସ୍ଫୋରକ ସାମଗ୍ରୀ ଠାବ କରି ନିଷ୍କ୍ରିୟ କଲା ବିଏସଏଫ୍‌

କାଶୀପୁର ଅଞ୍ଚଳରେ ପୁଣି ଜନନୀ ଯନ୍ତ୍ରଣା ଖଟିଆରେ ୩ କିମି ବୁହାହେଲେ ଗର୍ଭବତୀ

48 0

କାଶୀପୁର:(ଅଞ୍ଜନ କୁମାର ନାଏକ)ଗାଁକୁ ପକ୍କା ରାସ୍ତା ନଥିବା ପରିସ୍ଥିତି ଯୋଗୁଁ ଦେବଦୂତ ସାଜିଛନ୍ତି ଆମ୍ବୁଲାନ୍ସ ଡ୍ରାଇଭର ଅନୀଲ ନାଏକ । ପ୍ରସବ ବେଦନାରେ ଛଟପଟ ହେଉଥିବା ଜଣେ ଗର୍ଭବତୀ ମହିଳା ଙ୍କୁ ପ୍ରାୟ ୩ କିମି ଷ୍ଟ୍ରେଚେର ରେ ବୁହାହେଇ ଆମ୍ବୁଲାନ୍ସ ନିକଟକୁ ପହଞ୍ଚିଥିଲେ । ଏଭଳି ଅଭାବନୀୟ ଘଟଣା ନିରନ୍ତର ଦେଖିବାକୁ ମିଳୁଅଛି ରାୟଗଡ଼ା ଜିଲ୍ଲାର କାଶୀପୁର ବ୍ଲକ ଠାରେ । ହେଲେ ଦୁର୍ଭାଗ୍ୟ ସରକାର ଙ୍କ ଦ୍ଵାରା କୋଟି କୋଟି ଟଙ୍କାର ଯୋଜନା ସଡକ ଯୋଜନା ନେଇ ସଡକ ନିର୍ମାଣ ସହ ମରାମତି ମଧ୍ୟ ହେଉଥିବାବେଳେ ସ୍ଵାଧିନତା ୭୪ ବର୍ଷ ପରେ ମଧ୍ୟ କାଶୀପୁର ବ୍ଲକ ଅନ୍ତର୍ଗତ ବିଭିନ୍ନ ଗ୍ରାମକୁ ସେଭଳି ନିତିଦିନିଆ ସଡକ ସଂଯୋଗ ହେଇପାରିନାହିଁ । ପରିତାପ କାଶୀପୁର ଏକ ଶିଳ୍ପ ସମୃଦ୍ଧି ବ୍ଲକ ଭାବେ ପରିଚିତ ଏଠାରେ ବିକାଶ ପାଇଁ ଅର୍ଥ ର ପ୍ରତିବନ୍ଧକ ନାହିଁ । କିନ୍ତୁ ଏ ଦିଗରେ ନେତୃବୃନ୍ଦ କି ପ୍ରଶାସନ ର ଆନ୍ତରିକତା ନାହିଁ ।

ଅନୁରୂପ ଘଟଣା ଆଜି ଦେଖିବାକୁ ମିଳିଛି କାଶୀପୁର ବ୍ଲକ ଗଡ଼ିବାଲି ପଞ୍ଚାୟତ ଅନ୍ତର୍ଗତ ଦୁରୁପାଇ ଗ୍ରାମର ରାମ ଚନ୍ଦ୍ର ମାଝୀ ଙ୍କ ପତ୍ନୀ ସୁଧା ମାଝି (୨୩) ଙ୍କ କ୍ଷେତ୍ରରେ । ଗୁରୁବାର ଦ୍ବୀପହର ସମୟରେ ପ୍ରସବ ବେଦନା ଆରମ୍ଭ ହେଇଥିଲା । ସୁଧା ଙ୍କୁ କାଶୀପୁର ସ୍ବାସ୍ଥ୍ୟକେନ୍ଦ୍ର ନେବା ପାଇଁ ସ୍ୱାମୀ ରାମ ଚନ୍ଦ୍ର ମାଝି ୧୦୮ ଆମ୍ବୁଲାନ୍‌ସକୁ ଯୋଗାଯାଗ କରିଥିଲେ। ଖବର ପାଇବା ମାତ୍ରେ କାଶୀପୁରରେ ଥିବା ୧୦୮ ଆମ୍ବୁଲାନ୍‌ସ ଦୁରୁପାଇ ଗ୍ରାମ ଅଭିମୁଖେ ବାହାରିଥିଲା। ଆମ୍ବୁଲାନ୍‌ସ କାଶୀପୁର ଠାରୁ ବାହାରି ଗୋରଲିମ ଚୌକ ରେ ଅଟକି ଯାଇଥିଲା । ଦୁରୁପାଇ ଗାଁ ଠାରୁ ଗରଲିମା ଚୌକ ପ୍ରାୟ ୩ କିମି ନିତିଦିନିଆ ସଡକ ନ ଥିବା ଫଳରେ ୧୦୮ ଡ୍ରାଇଭର ପରୀକ୍ଷିତ ନାଏକ ଆମ୍ବୁଲାନ୍ସ ଙ୍କୁ ସେଠାରେ ଛାଡି ଚାଲିଚାଲି ଦୁରୁପାଇ ଗ୍ରାମ ଅଭିମୁଖେ ବାହାରିଥିଲେ । ଗାଁ ରେ ପହଁଚିବା ବେଳକୁ ସୁଧା ମାଝି ପ୍ରସବ ବେଦନା ପ୍ରଚୁର ଭାବେ ଆରମ୍ବ ହେଇଯାଇଥିଲା ।

ଫଳରେ ଆମ୍ବୁଲାନ୍‌ସ ଡ୍ରାଇଭର ଅନୀଲ ନାଏକ ଓ ତାଙ୍କ ସ୍ୱାମୀ ରାମ ଚନ୍ଦ୍ର ସହିତ ମହିଳା ସ୍ବାସ୍ଥ୍ୟ କର୍ମୀ ଜେମା ମଣି ସେଠି ଓ ଆଶା କର୍ମୀ ହାରା ବତୀ ବିଶୋଇ ସହଯୋଗ ରେ ଗର୍ଭବତୀ ସୁଧା ମାଝି ଙ୍କୁ ଷ୍ଟ୍ରେଚେର ରେ ବୋହି ଆମ୍ବୁଲାନ୍‌ସ ପର୍ଯ୍ୟନ୍ତ ପହଞ୍ଚାଇ ଥିଲେ । ବର୍ତ୍ତମାନ ସେ କାଶୀପୁର ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ର ପ୍ରସବ କକ୍ଷରେ ଭର୍ତି ରହିଥିବା ଜଣାପଡିଛି । ପ୍ରକାଶ ଥାଉକି କାଶୀପୁର ୧୦୮ ଆମ୍ବୁଲାନ୍ସ ଡ୍ରାଇଭର ଏଭଳି କାର୍ଯ୍ୟରେ ଅଞ୍ଚଳ ବାସୀ ପ୍ରତି ଦେବଦୂତସାଜି ଲୋକଙ୍କର ନିରନ୍ତର ଭାବେ ସେବା କରିଆସୁଛନ୍ତି । ଏଭଳି ମାନବିକତାର ପରିଚୟ ଦେଉଥିବାରୁ ତାଙ୍କୁ ବିଭିନ୍ନ ସମୟରେ ପୁରସ୍କୃତ ହେବାସହ ଏପରି ମଙ୍ଗଳ କାମ ପାଇଁ ପ୍ରସଙ୍ଗସା ର ପାତ୍ର ହେଇପାରିଛନ୍ତି ।

କିନ୍ତୁ ପରିତାପ ବିଷୟ ଏହିକି ଏଭଳି ଘଟଣା ବାରମ୍ବାର ପ୍ରତି ମାସରେ ହେଉଥିବା ବେଳେ କାଶୀପୁର ବ୍ଲକର ଅନେକ ଦୁର୍ଗମ ଗ୍ରାମକୁ ଅଦ୍ୟାବଧି ପକ୍କା ରାସ୍ତା ନିର୍ମାଣ ହୋଇପାରୁନି। ଏଥିଯୋଗୁଁ ଗାଁକୁ ଆମ୍ବୁଲାନ୍‌ସ ପହଞ୍ଚି ପାରୁ ନଥିବାରୁ ଚଳିତ ବର୍ଷ ଆଜି ସୁଦ୍ଧା କାଶୀପୁର ଠାରେ ୩୧ ଜଣ ଗର୍ଭବତୀ ମହିଳାଙ୍କୁ ଖଟିଆ, ଷ୍ଟ୍ରେଚର ନଚେତ ଭାରରେ ବୁହା ହେଇଥିବା ନଜିର ରହିଛି। ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଉନଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଦୁର୍ଗମ ଅଞ୍ଚଳବାସୀଙ୍କୁ ତ୍ବରିତ ସ୍ବାସ୍ଥ୍ୟସେବା ଓ ପକା ସଡକ ନିର୍ମାଣ ପାଇଁ ପ୍ରଶାସନ ଦୃଷ୍ଟି ଦେବାକୁ ଅଞ୍ଚଳ ବୁଦ୍ଧିଜୀବୀ ମହଲରେ ଦାବିହୋଇଛି।

Related Post

କଳାହାଣ୍ଡି ରେ ପୁଣି ଉପସ୍ଥିତି ଜାହିର କଲା ଲାଲ ବାହିନୀ, ଘରୋଇ ସ୍କୁଲ ଉଡେଇବାକୁ ଧମକ

Posted by - May 23, 2022 0
ଭବାନୀପାଟଣା :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) କଳାହାଣ୍ଡି ଜିଲ୍ଲା ରେ ଲାଲ ବାହିନୀ କ୍ରମାଗତଭାବେ ନିଜର ଉପସ୍ଥିତି ଜାହିର କରିବା ପାଇଁ ନିଜର ଉଦ୍ୟମ…

ସ୍କୁଲ୍,କଲେଜ ରେ ପଢୁଥିବା ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ରାସ୍ତାରୋକ

Posted by - August 31, 2019 0
କେନ୍ଦୁଝର ଯୋଡା ବାମେବାରୀ ଅନ୍ତର୍ଗତ ଜରିବାହାଲ ଛକ ଠାରେ ସ୍କୁଲ୍,କଲେଜ ରେ ପଢୁଥିବା ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ରାସ୍ତାରୋକ,ଏଥିରେ ସରସ୍ବତୀ ଶିଶୁମନ୍ଦିର,DAV SCHOOL,ଉଚ୍ଚ ବିଦ୍ୟାଳୟ ,କଲେଜ ଭଳି…

ପଞ୍ଚଦଶ ବିଧାନସଭାର ଶେଷ,ବଜେଟ୍ ଅଧିବେଶନରେ ଚାଷୀ ଓ ନିଯୁକ୍ତି ତାତି

Posted by - February 8, 2019 122
ଭୁବନେଶ୍ବର:ବିଧାନସଭା ଶେଷ ଦିନରେ ବି ଗୃହରେ ତାତି । ଶାସକ ଓ ବିରୋଧି ସବୁଥର ଭଳି ନାରାବାଜି, କଥାକଟାକଟିରେ ପରସ୍ପରକୁ ବ୍ୟାକ ଫୁଟରେ ରଖିବାକୁ ଚେଷ୍ଟା କରିଛନ୍ତି…

କଂଗ୍ରସ ନୀଳଗିରି ଶାଖା ପକ୍ଷରୁ ପେଟ୍ରୋଲ ଡିଜେଲ୍ ର ଅହେତୁକ ଦର ବୃଦ୍ଧି ପ୍ରତିବାଦ ରେ ୬ ଘଣ୍ଟିଆ ବନ୍ଦ

Posted by - February 15, 2021 0
ନୀଳଗିରି:(ସୌମ୍ୟାସାଇ ବାରିକ )ସମଗ୍ର ଦେଶ ରେ ପେଟ୍ରୋଲ ଓ ଡିଜେଲ୍ ଦର ହୁ ହୁ ହୋଇ ବଢ଼ି ଚାଲିଛି । ବର୍ଷକ ମଧ୍ୟରେ କ୍ରମାଗତ ଭାବେ ତୈଳ…