ବିଶ୍ଵ ହିନ୍ଦୁ ପରିଷଦ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ

26 0

ସୋନପୁର :(ଅଜିତ କୁମାର ପୂଜାହାରି)  ସୁବର୍ଣ୍ଣପୁର ଜିଲ୍ଲାର ସଦର ମହକୁମା ମଝିପଡ଼ା ପ୍ରାଙ୍ଗଣ ରେ ବିଶ୍ଵ ହିନ୍ଦୁ ପରିଷଦ ପକ୍ଷରୁ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇ ଯାଇଛି। ଜିଲ୍ଲା ସଭାପତି ଗଣପତି ପାଢୀ ଓ ସମ୍ପାଦକ ଗଣେଶ ପ୍ରଧାନ ଙ୍କ ନେତୃତ୍ୱରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ଜିଲ୍ଲା ବିଶ୍ୱ ହିନ୍ଦୁ ପରିଷଦର ଆଗାମୀ କାର୍ଯକ୍ରମ ବିଷୟ ରେ ଆଲୋଚନା କରାଯାଇ ଅଛି । ଆଗାମୀ ଦିନରେ ବିଶ୍ୱ ହିନ୍ଦୁ ପରିଷଦର ପ୍ରତିଷ୍ଠା ଦିବସ, ସମସ୍ତ ହିନ୍ଦୁ ଙ୍କୁ ନେଇ ଜାଗରଣ, ଅଖଣ୍ଡ ଭାରତ ଓ ବଳିଦାନ ଦିବସକୁ ଜିଲ୍ଲାର ବିଭିନ୍ନ ପ୍ରାନ୍ତ ରେ ପାଳନ କରିବାକୁ ବ୍ୟାପକ ପ୍ରସ୍ତୁତି କରାଯାଇଛି ।

ରାଜ୍ୟ ବିଶ୍ୱ ହିନ୍ଦୁ ପରିଷଦର ଧର୍ମ ପ୍ରଚାରକ ପଶ୍ଚିମ ପ୍ରାନ୍ତ ର ଦିଲ୍ଲୀପ ମେହେର ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଏ ବିଷୟ ରେ ଆଲୋଚନା କରିଥିଲେ । ହିନ୍ଦୁ ଧର୍ମ ର ବୃଦ୍ଧି ତଥା ସଦ ଭାବନା କୁ ବଜାଇ ରଖିବାରେ ବିଶ୍ୱ ହିନ୍ଦୁ ପରିଷଦ ଆଗାମୀ ଦିନରେ ଜିଲ୍ଲା ରେ ଅନ୍ୟାନ୍ୟ ସେବା କାର୍ଯକ୍ରମ କୁ ଆଗକୁ ବଢ଼ାଇବା ସକାଶେ ସମସ୍ତ ଜିଲ୍ଲା କାର୍ଯକାରୀ କମିଟି ସଦସ୍ୟ ଉପସ୍ଥିତ ଥିଲେ । ଜିଲ୍ଲା ବଜରଙ୍ଗ ଦଳର ସଂଯୋଜକ ଜିତୁ ବଡ଼ମାଲୀ, ମିଳନ କେନ୍ଦ୍ର ପ୍ରମୁଖ ଅଂଶୁମାନ ପଣ୍ଡା , ସଦସଙ୍ଗ ପ୍ରମୁଖ ରାଜେଶ୍ ବାରିକ ଓ ଜିଲାର ଅନ୍ୟ ପ୍ରଖଣ୍ଡରୁ ଆସିଥିବା କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ ।

 

Related Post

କାଣ୍ଡପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଲୟ ପରିସରରେ ବ୍ଲକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ

Posted by - November 16, 2021 0
ବରଗଡ/ଅତାବିରା:ଜିଲ୍ଲାର ଅନ୍ୟ ବ୍ଲକ ଭଲି ବରଗଡ ଜିଲ୍ଲାର ଅତାବିରା ବ୍ଲକର ଅନେକ ବିଦ୍ୟାଲୟରେ ମଧ୍ୟ ସୁରଭି କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଅତାବିରା…

ସମ୍ବଲପୁର ପ୍ରେସ କ୍ଲବରେ ଜାତୀୟ ପ୍ରେସ ଦିବସ ପାଳିତ

Posted by - November 16, 2021 0
ସମ୍ବଲପୁର :(ରମାକାନ୍ତ ବିଶ୍ବାଳ)ଆଜି ହେଉଛି ଜାତୀୟ ପ୍ରେସ ଦିବସ। ଏହି ଅବସରରେ ରେ ଆଜି ସମ୍ବଲପୁର ପ୍ରେସ କ୍ଲବ ରେ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି।…

ରେଡ ଜୋନ ଯାଜପୁର ରୁ ରାତିରେ ଘରକୁ ପଳେଇଲେ,କେଉଁଝର ରିମୂଳି ରେ ଧରାପଡିଲେ

Posted by - May 6, 2020 59
କେନ୍ଦୁଝର :(ସୀତାରାମ ଦୀକ୍ଷିତ)ଗତକାଲି ୫ ତାରିଖ ବିଳମ୍ବିତ ରାତି ପ୍ରାୟ ୨ଟା ରୁ ୩ ଟା ମଧ୍ୟରେ ଯାଜପୁର ଜିଲ୍ଲା ର ଡୁବୁରୀ ଅଂଚଳରୁ ଦୁଇଜଣ ଯୁବକ…

ରଘୁନାଥପୁରରେ ଜାତିର ପିତା ମହାତ୍ମା ଗାନ୍ଧୀ ଙ୍କ ୧୫୦ତମ ଜନ୍ମ ଜୟନ୍ତୀ ପାଳିତ

Posted by - October 2, 2019 33
ଭୁବନେଶ୍ୱର ବ୍ଲକ ଅଧିନସ୍ଥ ରଘୁନାଥପୁର ଗ୍ରାମ ପଂଚାୟତ ଆନୁକୂଲ୍ୟରେ ଜାତିର ପିତା ମହାତ୍ମା ଗାନ୍ଧୀ ଙ୍କ ୧୫୦ତମ ଜନ୍ମ ଜୟନ୍ତୀ ପାଳିତ।ପଞ୍ଚାୟତ ର ସରପଞ୍ଚ ଶ୍ରୀଯୁକ୍ତ ପବିତ୍ର…

ଭବାନୀପାଟଣା ଠାରେ ରଥଯାତ୍ରା ଓ ବାହୁଡା଼ ଯାତ୍ରା୨୦୨୨ ନିମନ୍ତେ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ବୈଠକ

Posted by - June 22, 2022 0
ଭବାନୀପାଟଣା :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ଆଜି ସ୍ଥାନୀୟ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ କଳାହାଣ୍ଡି ଜିଲ୍ଲାପାଳ ଶ୍ରୀ ଶରତ ଚନ୍ଦ୍ର ଶ୍ରୀଚନ୍ଦନ ଙ୍କ ଅଧ୍ୟକ୍ଷତାରେ ୨୦୨୨…