ଜମି ପୁଣି ଖାତାକୁ ଫେରିଲା,ଜାଲିୟାତି କରିଥିବା ଲୋକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ କେବେ ?

304 0

ଟିଟିଲାଗଡ :(ସଞ୍ଜୟ କୁମାର ନାୟକ)ଜୁଲାଇ ମାସରେ ଟିଟିଲାଗଡ ଠିକାଦାର ପଡ଼ାର ସଜ୍ଜନ କମାନି ନିଜର ଚାଷ ଜମି ଇନ୍ସୁରାସ ପାଇଁ ଖଜଣା ବୁଝାଇବାକୁ ଯାଇ ଦେଖିବାକୁ ପାଇଲେ ଯେ ତାଙ୍କ ସମୁଦାୟ ଜମିର ୩ ଏକର ୭୧ ଡିସିମିଲ ଜାଗାରୁ ୧ ଏକର ୭୧ ଡିସିମିଲ ଜାଗା ବିନା ବିକ୍ରିରେ ବିନା ନୋଟିସରେ ରିଚେକ ଘିବେଲାଙ୍କ ନାମରେ ପଟ୍ଟା ବାହାରି ଥିବା ଜାଣିବାକୁ ପାଇ ଆଶ୍ଚର୍ଯ୍ୟ ହୋଇଥିଲେ।

ମୂରିବାହାଲ୍ ତହସିଲ ଅଫିସକୁ ଆମ ଏଇ ଓଡ଼ିଶା ପ୍ରତିନିଧି ଶ୍ରୀ ସଞ୍ଜୟ କୁମାର ନାୟକ ଏବଂ ଓକିଲ ତନୟ ଠାକୁରଙ୍କୁ ନେଇ ସେଠାରେ ଲିଖିତ ଅଭିଯୋଗ କରିଥିଲେ। ତାର ଦୁଇ ଦିନ ପରେ ଟିଟିଲାଗଡ ଉପଜିଲ୍ଲାପାଳ ଶ୍ରୀ ମନୋଜ ସତ୍ୟବାନ ମହାଜନଙ୍କୁ ଭେଟି ପୁଣି ଲିଖିତ ଅଭିଯୋଗ କରିଥିଲେ। ଆମ ପ୍ରତିନିଧି, ଓକିଲ ଓ ଅଭିଯୋଗକାରି ସଜ୍ଜନ କମାନିଙ୍କୁ ପ୍ରତିଶ୍ରୁତି ଦେବା ସହ ତାଙ୍କ ଜମି ତାଙ୍କ ନିକଟକୁ ପ୍ରତ୍ୟାବର୍ତ୍ତନ ହେବ ବୋଲି କହିଥିଲେ। ଆଜି ଭୁଲେଖ ସାଇଟରେ ତାଙ୍କର ସମ୍ପୂର୍ଣ୍ଣ ଜମି ଫେରି ଆସିଥିବା ଓକିଲ ଆମ ପ୍ରତିନିଧି ଶ୍ରୀ ସଞ୍ଜୟ କୁମାର ନାୟକଙ୍କୁ ଜଣାଇଛନ୍ତି। ବିକ୍ରି କବଲା ଜାଲିୟାତି କରି ଏହିଭଳି କାର୍ଯ୍ୟ କରିଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ କେବେ ହେବ ଦେଖିବାକୁ ରହିଲା ?

ଏହି ବିକ୍ରି କବଲା ଜାଲିୟାତୀ କରୁଥିବା ରେକେଟ ପଛରେ ମୂଖ୍ୟ କାର୍ପଟଦାର କିଏ ? କାର୍ଯ୍ୟାଳୟର ଅଧିକାରୀ, କର୍ମଚାରୀ ମାନଙ୍କ ବିନା ସଂପୃକ୍ତିରେ ଏହିଭଳି କାର୍ଯ୍ୟ ଅସମ୍ଭବ ବୋଲି ସବୁ ଆଡେ ଚର୍ଚ୍ଚା ହେଉଥିବା ବେଳେ ଦିନକୁ ଦିନ ଆହୁରି ଏଭଳି ଘଟଣା ସାମ୍ନାକୁ ଆସୁଛି। କିଛି ଦିନ ପୂର୍ବେ ଜଣେ ବ୍ୟାଙ୍କ କର୍ମଚାରୀଙ୍କ ଜମିରୁ ୬୩ ଡିସିମିଲ ଜମି କଟି ଯାଇ ଅନ୍ୟ ଲୋକଙ୍କ ପଟ୍ଟା ହୋଇଥିବା ଜଣା ପଡ଼ିଛି, ଏହା ହେଉଛି କିପରି ? ଜମି ଦଲାଲ, ମଧ୍ୟସ୍ଥି,ବିଭାଗୀୟ ଅଧିକାରୀ ଏବଂ କର୍ମଚାରୀଙ୍କ ଯେଉଁ ମାନେ ବି ଏଥିରେ ସଂଶ୍ଳିଷ୍ଟ ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି। ସତ୍ୟ ଏବଂ ଧର୍ମର ଜୟ ହେଲା।

Related Post

ଘରେ ବସି ଦିନ କାଟୁଛନ୍ତି ଦୃଷ୍ଟିହୀନ ଓ ଶ୍ରବଣ ବାଧିତ ମେଧାବୀ ଛାତ୍ରୀ

Posted by - June 28, 2021 0
ବୌଦ୍ଧ :(ଚିତ୍ତ ରଞ୍ଜନ ସିଁ) ପାଠ ପଢି ବଡ ମଣିଷ ହେବ ବୋଲି ପିଲାଟି ଦିନରୁ ସ୍ବପ୍ନ ଦେଖିଥିଲା ତୃଷ୍ଣାରାଣୀ l ଅଷ୍ଟମ ଶ୍ରେଣୀ ପଢିବା ପର୍ଯ୍ୟନ୍ତ…

ବଣଧୂଳିର ଫୁଲ ଓ ଗୁଞ୍ଜ ସ୍ଵେଚ୍ଛାସେବୀ ଅନୁଷ୍ଠାନ ର ଅଭିନବ ପ୍ରୟାସ,ଶାଳବଣି ରେ ଆଦିବାସୀ ଙ୍କ ମୌସୁମୀ ଖାଦ୍ୟ ପ୍ରଦର୍ଶନୀ।

Posted by - September 18, 2021 0
ନୀଳଗିରି:(ସୌମ୍ୟାସାଇ ବାରିକ)ବଣ ପାହାଡ଼ ଘେରା ଏକ ଆଦିବାସୀ ଗାଁ ରେ, ବର୍ଷାକାଳୀନ ଆଦିବାସୀଙ୍କ ଖାଦ୍ୟ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି। ସୂଚନାରୁ ଜଣାପଡିଛି, ବାଲେଶ୍ଵର ଜିଲ୍ଲା, ନୀଳ ଗିରି…

ଦିଲ୍ଲୀ ରାଂପସୋ ରେ ଚମକିଲେ ସମ୍ବଲପୁରୀ ଡିଜାଇନର

Posted by - July 5, 2022 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ଆନ୍ତର୍ଜାତୀୟ ରାଂପ ସୋ ରେ ବାଜି ମାରିଲେ ସମ୍ବଲପୁର ସହରର ଡିଜାଇନର ଅନୁଷ୍ଠାନ । ସାରା ଦେଶର ଜଣାଶୁଣା ସବୁ ଡିଜାଇନର ଙ୍କ ଡିଜାଇନକୁ ଫଛରେ…

ବାତ୍ୟା କ୍ଷତିଗ୍ରସ୍ତ ଚାଷୀଙ୍କ ପାଇଁ ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

Posted by - June 10, 2021 0
ଭୁବନେଶ୍ୱର: ବାତ୍ୟା କ୍ଷତିଗ୍ରସ୍ତ ଚାଷୀଙ୍କ ପାଇଁ ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୩୩%ରୁ ଅଧିକ କ୍ଷତି ସହିଥିବା କ୍ଷୁଦ୍ର/ନାମମାତ୍ର ଚାଷୀଙ୍କୁ ଇନପୁଟ୍ ସବସିଡି ମିଳିବ…

ଜୟପାଟଣା ବ୍ଲକ ଅଧ୍ୟକ୍ଷ ଦାୟିତ୍ଵ ଗ୍ରହଣ କଲେ ଥବିର ବାଗ, ଅଞ୍ଚଳର ସମସ୍ତ ବୁଦ୍ଧିଜିବୀ ଉପସ୍ଥିତ

Posted by - March 24, 2022 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା ର ବିଭିନ୍ନ ବ୍ଳକ ରେ ନୂତନ ଅଧ୍ୟକ୍ଷ ମାନେ କାର୍ଯ୍ୟଭାର ଗ୍ରହଣ କରୁଥିବା ବେଳେ ଜୟପାଟଣା ବ୍ଲକ…