କେନ୍ଦୁଝର,୧/୧୦ କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ପଦ୍ମପୁର ମହାଲକ୍ଷ୍ମୀପୂଜା କମିଟି ଆନୂକୁଲ୍ୟରେ ବ୍ଲକ ସ୍ତରୀୟ ଗ୍ରାମଞ୍ଚଳ ପୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି।ଉଦଘାଟନୀ ଦିବସରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଧ ଅଧ୍ୟକ୍ଷା କମଳିନୀ ପାତ୍ର ସମ୍ମାନୀତ ଅତିଥି ବ୍ଲକ ଚ଼େୟାମେନ ଲତିକା ଦେହୁରୀ ମହାଲକ୍ଷ୍ମୀ ପୂଜା କମିଟି ପଦ୍ମପୁର ର ସଭାପତି ବିଜୟକୁମାର ସାହୁ ତଥା ବରିଷ୍ଠ କ୍ରିଡ଼ା ଶିକ୍ଷକ ଗୋପାଳଚ଼ନ୍ଦ୍ର ସାହୁ ପ୍ରମୁଖ ଅତିଥି ଯୋଗଦାନ କରି ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟନ କରିଥିଲେ।
ଏହି ପ୍ରତିଯୋଗୀତାରେ ବଣୁଆ,ଭାଟୁଣିଆଁ,କଶିରାପାଟଣା,ଜଡ଼ିଚ଼ାତର,ପୁଟୁଳିଆ, କଣାପୋଶି,ବନାଯୋଡ଼ି,ସାହାରାପୁର ର ୮ଗୋଟି ଟିମ୍ ଭାଗ ନେଇଛନ୍ତି।ପ୍ରତିଯୋଗୀତାର ପ୍ରଥମ ମ୍ୟାଚ଼ ବଣୁଆଁ ଏବଂ ଭାଟୁଣିଆଁ ଫୁଟବଲ ଟିମ୍ ମଧ୍ୟରେ ଅନୁଷ୍ଠିତ ହାେଇଥିଲା।ଏହି ମ୍ୟାଚ଼ ଟି ଖୁବ ରମାଞ୍ଚକର ହୋଇଥିବାବେଳେ ଭାଟୁଣିଆ ଟିମ୍ ବଣୁଆଁ ଟିମ୍ କୁ ୫-୩ ଗୋଲ ଦେଇ ବିଜୟୀ ହୋଇଥିଲା।ମ୍ୟାଚ଼ ରେଫରୀ ପ୍ରମଦୋ ଭଞ୍ଜ,ଲାଇନସ୍ ମ୍ୟାନ ଜନ୍ମେଜୟ ସାହୁ ଅଭିଷେକ ସାହୁ ଖେଳ ପରିଚ଼ାଳନା କରିଥିଲେ।ମହାଲକ୍ଷ୍ମୀ ପୂଜା କମିଟିର ସଦସ୍ୟ ଅନ୍ତର୍ଯ୍ୟାମୀ ସାହୁ,ଗୋଲକ ସାହୁ,ଅବିନାଶ ସାହୁ,ଗିରିଶ ସାହୁ,ସତ୍ୟବ୍ରତ ସାହୁ,ସଂଜୀବ ସାହୁ,ପ୍ରମୁଖ ସହଯୋଗ କରିଥିଲେ।ସୂଚ଼ନା ଯୋଗ୍ୟ ପ୍ରତ୍ୟେକ ବର୍ଷ ଲକ୍ଷ୍ମୀପୂଜା ପୂର୍ବରୁ ଏହିଭଳି ଅନ୍ତ ବ୍ଲକ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆୟଜୋନ କରାଯାଇଥାଏ।ଏବର୍ଷ ଲକ୍ଷ୍ମୀ ପୂଜାରେ ବିଶେଷ ଆକର୍ଷଣ ରାଜଧାନୀ ଅପେରା ଅନୁଷ୍ଠିତ ହେବ ବୋଲି କମିଟି ପକ୍ଷରୁ ସୂଚ଼ନା ଦିଆଯାଇଛି।ଏହା ସହିତ ଆଲବମ କୁଇନ ରାନୀ ପ୍ରିୟଦର୍ଶନୀ ଏବଂ କ୍ରିଷ୍ଣା ଲକ୍ଷ୍ମୀପୂଜାରେ ଜନସାଧାରଣ ଦେଖିବାକୁ ପାଇବେ ବୋଲି ସ୍ଥିରୀକୃତ ହୋଇଛି।