Breaking News
12:38 amଭିଜିଲାନ୍ସ ଜାଲରେ ନାରାୟଣପାଟଣା ବ୍ଲକରେ କାର୍ଯ୍ୟରତ ସିଆରସିସି ଏସ କିଶାନ କୁମାର। ୨୦ ହଜାର ଟଙ୍କା ଲାଞ୍ଚ ନେଇ ଗିରଫ 12:36 amପୁରୀ: ଶ୍ରୀମନ୍ଦିର ସାମ୍ନାରେ ଗୁଳିକାଣ୍ଡ,ଜଣେ ଯୁବକଙ୍କୁ ଟାର୍ଗେଟ କରି ଦୁର୍ବୃତ୍ତଙ୍କ ଗୁଳିମାଡ଼,ଗୁଳମାଡ଼ରେ ଶ୍ରୀଲୋକନାଥ ସେବାୟତ ଗୁରୁତର 12:35 amସହାରାଞ୍ଚଳ ବିକାଶରେ ଗୋଷ୍ଠୀ ସହଭାଗୀତାରେ କ୍ଷୀପ୍ର, ବ୍ୟାପକ ରୂପାନ୍ତରଣକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା 2:45 pmଓଡ଼ିଶାରେ ଖାଲି ହୋଇଥିବା ୩ଟି ରାଜ୍ୟସଭା ଆସନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି,ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଆସନ୍ତା ୩୧ ହେଉଛି ନାମାଙ୍କନ ଦାଖଲର ଶେଷ ତାରିଖ 5:42 pmବଲାଙ୍ଗିର ସହରର ଜନଗହଳି ଆର୍‍ଟିଓ ଅଫିସ୍‍ ଛକରେ ସିରିଜ ଦୁର୍ଘଟଣାକୁ ନେଇ ନୂଆ ତଥ୍ୟ ,ଦୁର୍ଘଟଣା ନୁହେଁ ପୂର୍ବ ଯୋଜନା ମୁତାବକ ହତ୍ୟା: ଏସ୍‌ପି

ଗଜରାଜ ଆକ୍ରମଣରେ ବୃଦ୍ଧ ମୃତ  ମୟୁରଭଞ୍ଜ 

273 0

ପୁଣି ହାତୀ ଆକ୍ରମଣରେ ବୃଦ୍ଧଙ୍କ ମୃତ୍ୟୁ।ବଢ଼ିବାରେ ଲାଗିଛି ହାତୀ ଆକ୍ରମଣରେ ମୃତ୍ୟୁ ଭଳି ଘଟଣା। ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ରେଞ୍ଜର ମୋରଡା ବ୍ଲକ ଅଞ୍ଚଳରେ ପୁଣି ପଶିଛନ୍ତି ଝାଡ଼ଖଣ୍ଡୀ ହାତୀପଲ। ଏଥର ୫୦ରୁ ଊର୍ଦ୍ଧ୍ବ ହାତୀ ପଶ୍ଚିମବଙ୍ଗ ଦେଇ ପ୍ରବେଶ କରିଛନ୍ତି । ସୁଚନା ଅନୁଯାୟୀ, ଶନିବାର ମୋରଡା ବ୍ଲକ ଅଞ୍ଚଳରେ ୫୦ରୁ ଊର୍ଦ୍ଧ୍ବ ହାତୀ ପଶିଥିବାବେଳେ ପଶ୍ଚିମବଙ୍ଗ ସୀମାନ୍ତରେ ୬୦ରୁ ଊର୍ଦ୍ଧ୍ବ ଝାଡ଼ଖଣ୍ଡୀ ହାତୀର ଆଉ ଏକ ପଲ ମୟୂରଭଞ୍ଜ ଜିଲ୍ଲାକୁ ପ୍ରବେଶ ଅପେକ୍ଷାରେ ଥିବା ଜଣାପଡ଼ିଛି । ହାତୀଙ୍କ ପ୍ରବେଶ ପରେ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ କୋକୁଆ ଭୟ ଖେଳିଯାଇଛି । ହାତୀପଲ ଧୀରେଇଡ଼ିହି ଠାରେ ରାସଗୋବିନ୍ଦପୁର ରେଞ୍ଜର ମୋରଡା ବ୍ଲକକୁ ପ୍ରବେଶ କରିଥିଲେ। ଏହାପରେ ବ୍ରାହ୍ମଣମରା, କୁକୁଡ଼ାଝରି, ଅନ୍ଧାରୀ, ମାଜଣା, ମାରୃଡ଼ିହି ହୋଇ ଭାଲୁଘେରା ଜଙ୍ଗଲରେ ପହଞ୍ଚିଥିଲେ। ରାତିରେ ଭାଲୁଘେରା ହୋଇ ବେତନଟୀ ରେଞ୍ଜ ଅସନବଣି ଜଙ୍ଗଲରେ ପହ଼ଞ୍ଚିଛନ୍ତି । ସେପଟେ କିଛି ଦିନର ନିରବତା ପରେ ପୁଣି ହାତୀଙ୍କ ପ୍ରବେଶ ଚାଷୀଙ୍କ ଭିତରେ ଛନକା ସୃଷ୍ଟି କରିଛି । ତେବେ ହାତୀ ପଲର ଗତିବିଧି ଉପରେ ବନବିଭାଗ କର୍ମଚାରୀମାନେ ଦୃଷ୍ଟି ରଖିଥିବାବେଳେ ସେମାନଙ୍କୁ ଘଉଡାଇବା ପାଇଁ ବିଭାଗ ପକ୍ଷରୁ ଚେଷ୍ଟା ଜାରି ରହିଛି ।

ସକାଳୁ ମୋରଡ଼ା ବ୍ଲକ ଅନ୍ତର୍ଗତ ଦାନ୍ତିଆମୁହାଁ ପଞ୍ଚାୟତର ମାଛୁଆ ଗ୍ରାମର ଗଜେନ୍ଦ୍ର ମହାନ୍ତ  ବିଲକୁ ଆସିଥିବା ବେଳେ ଝାଡଖଣ୍ଡି ହାତୀ ଆକ୍ରମଣରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି । ତେବେ ଜଙ୍ଗଲ ସୁରକ୍ଷା କମିଟିର ସଭାପତି ଥିଲେ ଗଜେନ୍ଦ୍ର ମହାନ୍ତ। ବନବିଭାଗ ଶିଘ୍ର ହାତୀ ଘୋଉଡେଇ ନେବା ସହିତ ମୃତକ ଗଜେନ୍ଦ୍ର ଙ୍କ ପରିବାରକୁ ତୁରନ୍ତ ଉଚିତ କ୍ଷତିପୂରଣ ଯଥା ଶୀଘ୍ର ଯୋଗାଇ ଦେବାକୁ ଦାବି କରିଛନ୍ତି ସ୍ଥାନୀୟ ଅଞ୍ଚଳବାସୀ ।

Related Post

ପ୍ରଦୀପ ମହାରଥୀଙ୍କ ପାଇଁ ବିଜୁ ଛାତ୍ର ଜନତା ଦଳ ତରଫରୁ ଶ୍ରଦ୍ଧାଞ୍ଜଳି ସଭା

Posted by - October 7, 2020 0
ଭୁବନେଶ୍ବର:ଦିବଂଗତ ଜନପ୍ରିୟ ରାଜନେତା, ବରିଷ୍ଠ ବିଜେଡି ବିଧାୟକ,ପୂର୍ବତନ ମନ୍ତ୍ରୀ ତଥା ମାଟିର ମଣିଷ ସ୍ବର୍ଗତ ପ୍ରଦୀପ ମହାରଥୀଙ୍କ ଅକାଳ ବିୟୋଗରେ ବିଜୁ ଛାତ୍ର ଜନତା ଦଳ ତରଫରୁ…

ଭକ୍ତ ଶୂନ୍ୟ ହୋଇପଡ଼ିଛି ବାରଙ୍ଗ ଅଂଚଳରେ ଥିବା ଶୈବ ପୀଠ ଗୁଡିକ

Posted by - August 9, 2021 0
ଉତ୍ତରଭୁବନେଶ୍ୱର:(ସନ୍ତୋଷ ରାଉତ)ଏ ହେଉଛି ବାରଙ୍ଗ ଅଂଚଳରେ ଥିବା ଶୈବପୀଠ।ଆଜି ଶ୍ରାବଣ ମାସର ତୃତୀୟ ସୋମବାର ହୋଇଥିଲେ ମଧ୍ୟ ସମସ୍ତ ଶୈବପୀଠ ଗୁଡିକ ଜନଶୂନ୍ୟ ହୋଇପଡିଛି।ଦିନଥିଲା ଶ୍ରାବଣ ମାସରେ…

ଅଶ୍ୱନୀ ବେହେରାର ହତ୍ୟାକାରୀଙ୍କୁ ଗିରଫ ଦାବି ନେଇ ଦଳିତ ଅଧିକାର ମଂଚ ତରଫରୁ ପଦ ଯାତ୍ରା ଓ ଥାନା ଘେରାଓ

Posted by - November 9, 2021 0
ନୂଆପଡ଼ା:(ମେଘନାଦ ନାଏକ)ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନା ଅନ୍ତର୍ଗତ ବରପଦର ଗାଁର ଯୁବକ ଅଶ୍ୱନୀ ବେହେରା ହତ୍ୟାକାଣ୍ଡ ର ଦୀର୍ଘ ୨୦ଦିନ ବିତିଯାଇଥିଲେ ସୁଦ୍ଧା ହତ୍ୟାକାରୀଙ୍କୁ ଏଯାଏ ଗିରଫ…

ମୁଖ୍ୟନିର୍ବାଚନ କମିଶନର ଙ୍କ ରାଜନୈତିକ ଦଳ ମାନଙ୍କୁ ଚେତାବନୀ:କ୍ରିମିନାଲ ରେକର୍ଡ଼ ଥିବା ପ୍ରାର୍ଥୀଙ୍କ ତଥ୍ୟ ଗଣମାଧ୍ୟମରେ ସାର୍ବଜନୀନ କରିବାକୁ ପଡ଼ିବ

Posted by - December 24, 2021 0
ଭୁବନେଶ୍ବର :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ନିର୍ବାଚନ ରେ ପ୍ରାର୍ଥୀ ହେଉଥିବା ଅପରାଧିକ ଶ୍ରେଣୀର ବ୍ୟକ୍ତି ମାନେ ଏଥର ଆଉ ଖସି ପାରିବେ ନାହିଁ।କ୍ରିମିନାଲ ରେକର୍ଡ଼…

ନବୀନଙ୍କ ଉପସ୍ଥିତିରେ ବିଜେଡିରେ ଯୋଗଦେଲେ ଯୋଗେଶ

Posted by - February 7, 2019 647
ପୂର୍ବତନ କଂଗ୍ରେସ ବିଧାୟକ ଯାେଗଶସିଂ ଆଜି ବିେଜଡିରେ ଯୋଗଦେଇଛନ୍ତି। ଭୁବନେଶ୍ବରରେ ଦଳୀୟ ରାଜ୍ୟ କାର୍ଯ୍ୟାଳୟରେ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାେର ଅନୁଷ୍ଠିତ ମିଶ୍ରଣ ପର୍ବରେ…

Leave a comment

Your email address will not be published.