ଏଥର ଓଡିଶା ରେ ବିଜେପି ସରକାର :-ଅମିତ ଶାହା

266 0

ଭୁବନେଶ୍ବର: ଦୁଇ ଦିନିଆ ଓଡିଶା ଗସ୍ତରେ ଥିବା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ରବିବାର ଭୁବନେଶ୍ବରରେ ପହଞ୍ଚିଥିଲେ  । ରାତିରେ ଭୁବନେଶ୍ବରର ରାତ୍ରି ଯାପନ ପରେ ସକାଳେ ଶ୍ରାବଣ ମାସ ଶେଷ ସୋମବାରରେ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଦର୍ଶନ କରିଥିଲେ  । ଏଥିସହ ଭୁବନେଶ୍ୱର ଓ କଟକରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । କଟକରେ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ମଲ୍ୟାର୍ପଣ କରିବା ସହ ପ୍ରଜାତନ୍ତ୍ର ଖବରକାଗଜର 75ତମ ପ୍ରତିଷ୍ଠା ଦିବସରେ ଶାହ ସାମିଲ ହୋଇଥିଲେ  ।ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ଦଳୀୟ କର୍ମୀଙ୍କୁ ଗୁରୁମନ୍ତ୍ର‌ ଦେଇଥିଲେ।

ପାର୍ଟି ପକ୍ଷରୁ ଦିଆଯାଇଥିବା କାମକୁ ସଠିକ ଭାବେ ଏବଂ ଶୀଘ୍ର କାର୍ଯ୍ୟାନ୍ବୟନ କରାଯାଉ ନଥିବାରୁ କ୍ଷୋଭ ପ୍ରକାଶ କରିଥିଲେ। ଗାଁର ୱାର୍ଡ ଓ ବୁଥସ୍ତରରେ ଅର୍ଥାତ ତୃଣମୂଳସ୍ତରରେ ଦଳର ସଂଗଠନକୁ ମଜବୁତ କରିବା, ବିଭିନ୍ନ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ବିଫଳତା ଏବଂ ମୋଦୀ ସରକାରଙ୍କ ସଫଳ ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ କର୍ମୀଙ୍କୁ ଆହ୍ବାନ ଦେଇଥିଲେ । ସେହିପରି ଘରେ ଘରେ ପଦ୍ମ ଫୁଲ ଅଙ୍କିବା ଉପରେ ମଧ୍ୟ ସେ ଗୁରୁତ୍ବ ଆରୋପ କରିଥିଲେ। ଏଥିସହ କଠିନ ପରିଶ୍ରମ କରି ଜୋରଦାର ଢଙ୍ଗରେ ଲଢେଇ କଲେ ଦଳ ସରକାରକୁ ଆସିବ ବୋଲି ଗୃହମନ୍ତ୍ରୀ ଶ୍ରୀ ଶ‌ାହ କହିଥିଲେ।‘ମୋଦୀ@୨୦-ଡ୍ରିମ୍ସ ମିଟ ଡେଲିଭରି’ ପୁସ୍ତକ ଲୋକାର୍ପଣ ଅବସରରେ କହିଛନ୍ତି ଯେ ଦିନେ ଆମ ପାର୍ଟିକୁ ହିନ୍ଦୀ ଭାଷୀ ପାର୍ଟି ବୋଲି କୁହାଯାଉଥିଲା।

ଏବେ ସାରା ଉତ୍ତର ପୂର୍ବାଞ୍ଚଳରେ ଆମ ପାର୍ଟି ସରକାର ଚାଲିଛି। ଗୁଜରାଟ, କର୍ଣ୍ଣାଟକ, ମହାରାଷ୍ଟ୍ରରେ ବି ଆମ ପାର୍ଟିର ସରକାର ରହିଛି। ଓଡ଼ିଶାରେ ବି ଆମ ସରକାର ହେବାକୁ ଯାଉଛି। ସବୁ ଭ୍ରାନ୍ତିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୂର କରିବେ। ଆମ ପାର୍ଟିକୁ ବେପାରୀ ଓ ବଣିଆ ପାର୍ଟି କୁହାଯାଉଥିଲା। କିନ୍ତୁ ଏବେ ସବୁଠାରୁ ଅଧିକ ଦଳିତ ସାଂସଦ ଆମ ପାର୍ଟିରୁ ଅଛନ୍ତି। ସର୍ବାଧିକ ଆଦିବାସୀ ସାଂସଦ ମଧ୍ୟ ଆମ ପାର୍ଟିରୁ ରହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମନ୍ତ୍ରୀ ମଣ୍ଡଳରେ ପଛୁଆ ବର୍ଗର ୨୭ ମନ୍ତ୍ରୀ ଅଛନ୍ତି ବୋଲି କେନ୍ଦ୍ର ଗୃହ ମନ୍ତ୍ରୀ ପ୍ରକାଶ କରିଛନ୍ତି।

ସେହିପରି ୨୦୨୪ ସାଧାରଣ ନିର୍ବାଚନ ଲାଗି ପ୍ରସ୍ତୁତ ରହିବାକୁ ଅମିତ ଶାହ ଦଳୀୟ କର୍ମୀଙ୍କୁ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି ଯେ, ଦଳର ସ୍ୱରକୁ ଶାଣିତ କର। ଯେଉଁଠି କେନ୍ଦ୍ରୀୟ ଯୋଜନାକୁ ରାଜ୍ୟ ସରକାର ହଡପ କରୁଛନ୍ତି, ତାହାକୁ ଲୋକଲୋଚନକୁ ଆଣ। ଶାଣିତ ଢଙ୍ଗରେ ରାଜନୈତିକ ଆକ୍ରମଣ କର। ଓଡିଶାରେ ବହୁତ ସମ୍ଭାବନା ଓ ସୁଯୋଗ ଅଛି।ଭୁବନେଶ୍ବରସ୍ଥିତ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ରୁଦ୍ଧଦ୍ବାର ବୈଠକ ପରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ଶ୍ରୀ ମିଶ୍ର କହିଛନ୍ତି ଯେ, ତୃଣମୂଳସ୍ତରରେ ସଂଗଠନକୁ ଅଧିକ ମଜବୁତ କରିବା ପାଇଁ ଅମିତ ଶାହ ଆହ୍ବାନ ଦେଇଛନ୍ତି।

Related Post

ବିଜେପି ର କର୍ମୀ ସମ୍ମିଳନୀ ସହ ବନ୍ଧୁ ମିଳନ

Posted by - December 30, 2021 0
ଅମ୍ବାଦଳା:(ରମାକାନ୍ତ ପଡାଲ)ତ୍ରିସ୍ତରୀୟ ନିର୍ବାଚନକୁ ଦୃଷ୍ଟିରେ ରଖି ରାୟଗଡା ଜିଲ୍ଲା ଅମ୍ବାଦଳା ବିଜେପି ପକ୍ଷରୁ ଏକ କର୍ମୀ ସମ୍ମିଳନୀ ସହ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅମ୍ବାଦଳା…

ଲଘୁଚାପ ଜନିତ ବର୍ଷା ରେ ଭୁଷୁଡି ପଡିଲା କାନ୍ଥ ଅଳ୍ପକେ ବର୍ତିଲେ ପରିବାର

Posted by - August 18, 2022 0
ରାୟଗଡ଼ା:(ରମାକାନ୍ତ ପଡାଲ) ଲଘୁଚାପ ଜନିତ ଲଗାଣ ବର୍ଷା,ସାତ ତାରିଖ ରୁ ଲାଗିଛି ବର୍ଷା ଥମିବାର ନା ଧରୁନି,ଫଳ ରେ ଛାନିଆଁ ଫସିଛି ଝାଟି ମାଟି ର ଘରେ ରହୁଥିବା…

ସୁବର୍ଣ୍ଣପୁର ରେ ଓକିଲଙ୍କ ସତ୍ୟାଗ୍ରହ

Posted by - December 12, 2022 0
ସୁବର୍ଣ୍ଣପୁର:(ଅଜିତ କୁମାର ପୁଜାହାରୀ)ମାନ୍ୟବର ଉଚ୍ଚ ନ୍ୟାୟାଳୟ ଆନ୍ଦୋଳନକାରୀ ଓକିଲଙ୍କ ଲାଇସେନ୍ସ ରଦ୍ଦ ଆଦେଶକୁ ବିରୋଧ କରି ସୁବର୍ଣ୍ଣପୁର ଜିଲ୍ଲା ଓକିଲ ସଂଘ ସତ୍ୟାଗ୍ରହ ଆନ୍ଦୋଳନ ଆରମ୍ଭ କରିଛି…

ଖବରକାଗଜ ହକର୍ ମାନଙ୍କପାଇଁ ସ୍ଵତନ୍ତ୍ର କୋଭିଡ ସହାୟତା

Posted by - December 24, 2021 0
ଭୁବନେଶ୍ବର:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ଖବରକାଗଜ ହକର ମାନଙ୍କ ପାଇଁ ସ୍ଵତନ୍ତ୍ର କୋଭିଡ ସହାୟତା ବ୍ୟବସ୍ଥା କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ଵାରା…

ଜନସଂଖ୍ୟା ନିୟନ୍ତ୍ରଣ ଆଇନ ପାଇଁ ଦସ୍ତଖତ ଅଭିଯାନ

Posted by - December 22, 2022 0
ସୁବର୍ଣ୍ଣପୁର:(ଅଜିତ କୁମାର ପୁଜାହାରୀ)ଜନସଂଖ୍ୟା ସମାଧାନ ଫାଉଣ୍ଡେସନ ସୋନପୁର ଜିଲ୍ଲା ଶାଖା ତରଫରୁ ସ୍ଥାନୀୟ ବ୍ଲକ ଛକରେ ଏକ ସାମ୍ୱାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସଭାପତି…