ହୀରାକୁଦ ଜଳଭଣ୍ଡାରରେ ବୁଡି ୨ ଏମସିଏଲ ଅଧିକାରୀ ନିଖୋଜ , ଜଣଙ୍କ ମୃତ ଦେହ ଉଦ୍ଧାର କଲା ଓଡ୍ରାଫ ଟିମ

18 0

ସମ୍ବଲପୁର :(ରମାକାନ୍ତ ବିଶ୍ବାଳ) ସମ୍ବଲପୁର ବୁର୍ଲା ସ୍ଥିତ ହୀରାକୁଦ ଜଳଭଣ୍ଡାର ଝାଙ୍କରାଣୀ ପୀଠ ଠାରେ ବୁଡ଼ିଗଲେ ୨ ଏମସିଏଲ ଅଧିକାରୀ।  ସମ୍ବଲପୁର ବୁର୍ଲା ସ୍ଥିତ ଏମସିଏଲ ମୁଖ୍ୟାଳୟ ର ୫ ଜଣ ଅଧିକାରୀ ବଣଭୋଜି କରିବାକୁ ହୀରାକୁଦ ଡ୍ୟାମ ର ଝାଙ୍କରାଣୀ ପୀଠ ଜଳଭଣ୍ଡାର ନିକଟକୁ ଯାଇଥିଲେ।ସେହି ସମୟରେ୩ ଜଣ ଗାଧୋଇବାକୁ ଜଳଭଣ୍ଡାର କୁ ପ୍ରବେଶ କରିଥିବା ବେଳେ ୩ ଜଣ ଙ୍କ ଗୋଡ଼ ଖସିଯିବାରୁ ଗଭୀର ଜଳକୁ ଚାଲିଯାଇଥିଲେ ।

ତେବେ ସେଠାରେ ଥିବା ୱାଟାର ସ୍ପୋର୍ଟସ ର କର୍ମଚାରୀ ମାନେ ତତ୍ୱରତା ଦେଖାଇ ରିଂ ପକେଇବାରୁ ୩ ଜଣଙ୍କ ମଧ୍ୟରୁ ଜଣେ ଉଦ୍ଧାର ହୋଇଥିବା ବେଳେ ୨ ଜଣ ଗଭୀର ଜଳରେ ନିଖୋଜ ହୋଇଯାଇଛନ୍ତି। ନିଖୋଜ ଥିବା ଏମସିଏଲ ଅଧିକାରୀ ମାନେ ହେଲେ ମହେଶ ଛିଟୋରି ଓ ଅଭିଷେକ କୁମାର। ଉଦ୍ଧାର ହୋଇଥିବା ଅଧିକାରୀ ଜଣକ ହେଲେ ଅବିନାଶ। ଘଟଣା ସ୍ଥଳରେ ପୋଲିସ ବିଭାଗ ଓ ଅଗ୍ନିଶମ ବିଭାଗ ର କର୍ମଚାରୀ ଉପସ୍ଥିତ ରହି ଖୋଜାଖୋଜି ଜାରି ରଖିଛନ୍ତି। ତେବେ ଉଦ୍ଧାର କାର୍ଯ୍ୟ ପାଇଁ ଝାରସୁଗୁଡା ର ଓଡ୍ରାଫ ଦଳ ଆସିଛି। ହୀରାକୁଦ ଜଳଭଣ୍ଡାର ରେ  ନିଖୋଜ ଦୁଇ ଅଧକାରୀ ଙ୍କ ମଧ୍ୟରୁ ଜଣଙ୍କ ମୃତ ଦେହ ଉଦ୍ଧାର କଲା ଓଡ୍ରାଫ ଟିମ । ଉଦ୍ଧାର ହୋଇଥିବା ମୃତ ଦେହ ନିଖୋଜ ମ୍ୟାନେଜର ଅଭିଷେକ କୁମାର ଙ୍କ ବୋଲି ପୋଲିସ ସ୍ପଷ୍ଟ କରିଛି।

Related Post

ବାଉଁଶ ଟାୱାର ଉଦଘାଟନ ପାଇଁ ବିଧାୟକଙ୍କୁ ନିମନ୍ତ୍ରଣ, ଅପଦସ୍ତ ହେଲେ ଲାଞ୍ଜିଗଡ଼ ବିଧାୟକ

Posted by - January 4, 2022 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ବିଭିନ୍ନ ସମୟରେ ନେତା ମାନେ ଭୋଟ ପାଇଁ ଭୋଟର ମାନଙ୍କୁ ମନଲୋଭା ପ୍ରତିଶ୍ରୁତି ଦେଇ ଭୋଟ ହାସଲ କରୁଥିବା ବେଳେ…

ସ୍କୁଲ ଫି’ ଛାଡ ସଂପର୍କିତ ମାମଲା:- ସରକାରଙ୍କୁ ଆଭିମୁଖ୍ୟ ସ୍ପଷ୍ଟ କରିବାକୁ କହିଲେ ହାଇକୋର୍ଟ

Posted by - October 20, 2020 0
ଭୁବନେଶ୍ବର :କରୋନା ପାଇଁ ଘରୋଇ ବିଦ୍ୟାଳୟ ଗୁଡିକ ଫି ଛାଡ଼ କରିବାକୁ ଓଡିଶା ଅବିଭାବକ ମହାସଂଘ ପକ୍ଷରୁ ହାଇକୋର୍ଟରେ ଆବେଦନ କରାଯାଇଥିଲା । ଗତ ସେପ୍ଟେମ୍ବର ୧…

ବରୀରେ ବନ୍ୟା, ବରୀ-କଳାମାଟିଆ ଯୋଗାଯୋଗ ବିଛିନ୍ନ, ଜିଲ୍ଲାପାଳଙ୍କ ବନ୍ୟାଂଚଳ ପରିଦର୍ଶନ

Posted by - August 27, 2020 0
ଯାଜପୁର ଅଫିସ :ଯାଜପୁର ଜିଲ୍ଲା ବରୀ ବ୍ଲକ୍ ଅଂଚଳରେ ବନ୍ୟା ଜଳ ପ୍ରବେଶ କରିଛି । ନୂଆନଈର ବନ୍ୟା ଜଳ ମାଡିଆସି ବରୀ-କଳାମାଟିଆ ରାସ୍ତା ସାଇ ମନ୍ଦିର…

ବଲାଙ୍ଗୀରରେ ଉଦ୍ଧାର ହେଲେ ବନ୍ଧକ ଥିବା ପରିବାରର ୩ ଜଣ ; ପୁଲିସ ତଦନ୍ତ ଜାରି

Posted by - June 15, 2021 0
ବଲାଙ୍ଗୀର : ବଲାଙ୍ଗୀରରେ ଆଜି ଦେଖାଦେଇଥିଲା ବନ୍ଧୁକଧାରୀର ଆତଙ୍କରାଜ। ଦୀର୍ଘ ସମୟର ପ୍ରୟାସ ପରେ ଘରୁ ଭିତରୁ ପୁଲିସ ଓ ଅଗ୍ନିଶମ କର୍ମଚାରୀଙ୍କ ଉଦ୍ୟମରେ ଉଦ୍ଧାର ହେଲେ…