ଗରିବ ଅସହାୟ ବାଲକ ବାଲିକାଙ୍କୁ ବସ୍ତ୍ରଦାନ କଲେ ଜଣାଶୁଣା ସମାଜସେବୀ କୃଷ୍ଣଚନ୍ଦ୍ର ପ୍ରଧାନ

40 0

ସମ୍ବଲପୁର/ବରଗଡ/ଅତାବିରା:ଦିନେ ସମାଜ ସେବା ପାଇଁ ବରଗଡ ଜିଲ୍ଲା ତଥା ଅତାବିରା ଅଞ୍ଚଲରେ ଏକ ଭିନ୍ନ ପରିଚୟ ସୃଷ୍ଟିକରି ଜନମାନସରେ ଚିର ଅମର ହୋଇ ରହିଯାଇଥିବା ଅତାବିରା ବ୍ଲକ ଲାଦେର ପାଲି ଗ୍ରାମର ଜଣାଶୁଣା ସମାଜସେବୀ ସ୍ୱର୍ଗତ ବିପିନ ବିହାରୀ ପ୍ରଧାନଙ୍କୁ କିଏ ବା ନ ଜାଣେ ।ଦୁଖି ଗରିବ ଅସହାୟ ନିରିହ ଲୋକଙ୍କ ଦୁଖ ଅନୁଭବ କରି ତାଙ୍କୁ ସହାୟତା ପ୍ରଦାନ କରି ଅତାବିରା ର ଆଖପାଖ ସ୍ଥାନରେ ବିଭିନ୍ନ ସଭା ସମିତି ,ସାଂସ୍କୃତିକ କାର୍ଯ୍ୟକ୍ରମ ମାନଙ୍କରେ ଯୋଗଦେଇ ସମସ୍ତଙ୍କ କଥା ରଖି କିଛି ନା କିଛି ସାହାଯ୍ୟ କରିବାକୁ ସେ କୁଣ୍ଠାବୋଧ କରୁନଥିଲେ ।

ମାନବ ଦେହ ତ୍ୟାଗ କରି ଇହଧାମ ଛାଡି ଚାଲିଯାଇପାରେ ହେଲେ ତାର କୃତିତ୍ୱ ,କାର୍ଯ୍ୟକଲାପ ତଥା ପରୋପକାରୀ ଭାବନା ଏବଂ କର୍ମ ଯୋଗୁଁ ଚିରଦିନ ପାଇଁ ଧରା ପୃଷ୍ଠରେ ଚିର ସ୍ମରଣିୟ ହୋଇ ରହିଯାଏ ଯୁଗଯୁଗ ଧରି । ସମୟ ବଦଲି ଗଲେ ମଧ୍ୟ ପିଢି ପରେ ପିଢି ତାର ଗୁଣଗାନର ଶୁଭୁଥାଏ ଶୁଭ ମଧୁର ଗୁଞ୍ଜନ ।ସେହିପରି ଆଜି ସକାଲ ୧୦ ଟାରେ ଏକ ମହତ୍ କର୍ମର ବାସ୍ନା ଛୁଟି ଆସିଛି ବରଗଡ ଜିଲ୍ଲା ଅତାବିରା ବ୍ଲକ ଖରମୁଣ୍ଡା ପଞ୍ଚାୟତରୁ ସମାଜସେବୀ ସ୍ୱର୍ଗତ ବିପିନ ବିହାରୀ ପଧାନଙ୍କ ସୁପୁତ୍ର ସମାଜସେବୀ କୃଷ୍ଣଚନ୍ଦ୍ର ପ୍ରଧାନ ପିତାଙ୍କ ପଦାଙ୍କ ଅନୁସରଣ କରି ଖରମୁଣ୍ଡା ପଞ୍ଚାୟତ କାର୍ଯ୍ୟାଲୟକୁ ଯାଇ ଗ୍ରାମର ପାଖାପାଖି ୧୫୦ ଜଣ ଗରିବ ଅସହାୟ ବାଲକ ବାଲିକା ଏବଂ ବୃଦ୍ଧଙ୍କୁ ବସ୍ତ୍ର ଦାନ କରିଛନ୍ତି ।

ତାଙ୍କ ସହ ଲେସଦେବ ପ୍ରଧାନ,ନିତ୍ୟାନନ୍ଦ ପ୍ରଧାନ, ଦୁର୍ଯ୍ୟୋଧନ ପ୍ରଧାନ,ବିଶ୍ୱ ଭୋଇ ଏବଂ ଦିଲିପ ପ୍ରଧାନ ବସ୍ତ୍ର ବଣ୍ଟନ ସମୟରେ ବିଶେଷ ସହଯୋଗ କରିଥିବା ବେଲେ ତାଙ୍କ ଏହି ବସ୍ତ୍ରଦାନ ଅବସରରେ ତାଙ୍କୁ ଖରମୁଣ୍ଡା ସରପଞ୍ଚ ଙ୍କ ସହିତ ଗ୍ରାମବାସି ମାନେ ମଧ୍ୟ ସହଯୋଗ କରିଛନ୍ତି ।

ଏବଂ ବଲକା ଥିବା ବସ୍ତ୍ର କୁ ପୁଣି ଏକ ଦିନ ଆସି ବଣ୍ଟନ କରିବୁ ବୋଲି ସେଠାରେ ଜମାଦେଇ ଚାଲି ଆସିଛନ୍ତି ।ଶ୍ରୀ ପଧାନଙ୍କୁ ଏ ସମ୍ପର୍କରେ ପଚାରିବାରୁ ନିଜ ପିତାଙ୍କ ଅଧୁରା ସ୍ୱପ୍ନକୁ ସାକାର କରିବା ସହ ତାଙ୍କ ସମାଜସେବା ତଥା ଅସହାୟ ଦୁଖି ଗରିବଙ୍କ ପ୍ରତି ସମବେଦନା ମନୋଭାବ ର ପ୍ରଭାବ ପଡିଅଛି ବୋଲି ପ୍ରକାଶ କରିଛନ୍ତି ।ପ୍ରକୃତରେ ଦେଖିବାକୁ ଗଲେ ଏପରି ପରୋପକାର ଭାବନା ରଖୁଥିବା ମଣିଷ ଏ କଲିଯୁଗରେ ଖୁବ ବିରଲ ।

Related Post

ଓଡିଶା ସାହିତ୍ୟ ଏକାଡେମୀ ତରଫରୁ ନବରଙ୍ଗପୁର ର ସାହିତ୍ୟିକ ଅଶୋକ ପଟ୍ଟନାୟକ ଙ୍କୁ ସମର୍ଦ୍ଧନା

Posted by - July 29, 2021 0
ନବରଙ୍ଗପୁର:( ବେଣୁ ଗୋପାଳ ରାଓ)ଓଡ଼ିଶା ସାହିତ୍ୟ ଏକାଡେମୀ ର ଏକ ନିରାଡ଼ମ୍ବର ଭବ୍ୟ ସାହିତ୍ୟ ଉତ୍ସବ,ଭୁବନେଶ୍ୱର ଠାରେ ଆମ ଜଣାଶୁଣା ସୁନାମଧନ୍ୟ  ଗାଳ୍ପିକ,ଗୀତିକାର,ନାଟ୍ୟକାର ଅଶୋକ ପଟ୍ଟନାୟକ ଓଡ଼ିଶାର…

ଲଷ୍ମୀପୂଜା ଅବସରରେ ରାମାୟଣ ପାରାୟଣ

Posted by - October 21, 2021 0
ବୌଦ୍ଧ(ଚିତ୍ତ ରଂଜନ ସିଂ)ଗଜଳଷ୍ମୀ ପୂଜା ଅଵସରରେ ବୌଦ୍ଧ ବ୍ଲକ ମୁଣ୍ଡାପଡା ପଞ୍ଚାୟତ ଅନ୍ତର୍ଗତ ଖମାରିପଡା ରେ ରାମାୟଣର ସୁନ୍ଦରାକାଣ୍ଡ ପାରାୟଣ ବୁଧବାର ଅନୁଷ୍ଠିତ ହୋଇଯାଇଛି।ଏଥିରେ ବ୍ୟାସ ଭାବେ…

ସୁର୍ଯ୍ୟାଲୋକ ସଂଗଠନ ପକ୍ଷରୁ ସଡ଼କ ସୁରକ୍ଷା ସଚେତନ

Posted by - January 19, 2020 0
ଯାଜପୁର:ଯାଜପୁର ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସୁର୍ଯ୍ୟାଲୋକ ସମାଜ ସେବା ସଂଗଠନ ପକ୍ଷରୁ ଏକ ସଡ଼କ ସୁରକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି ସୁରକ୍ଷା ସଚେତନତା ଅଭିଯାନ ରେ…

ତ୍ୱରାନ୍ୱିତ ବିକାଶପାଇଁ ପୁନର୍ଗଠିତ ହେଉ।ହରଭଙ୍ଗା ବ୍ଲକ,ସୁରକ୍ଷିତ ହେଉ ମହାନଦୀ ତଟ

Posted by - August 4, 2021 0
ବୌଦ୍ଧ-(ଚିତ୍ତରଞ୍ଜନ ସିଂ)ଅତୀତରେ ଅବିଭକ୍ତ ବୌଦ୍ଧ କନ୍ଧମାଳ ଜିଲ୍ଲାର ଏକ ପ୍ରମୁଖ ଓ ବିକାସମୁଖୀ ବ୍ଲକ ଥିଲା ହରଭଙ୍ଗା।ନୌବାଣିଜ୍ୟର ପେଣ୍ଠସ୍ଥଳୀ ଥିଲା।ମହାନଦୀ ତଟରେ ଅବସ୍ତିତ ଏହି ବ୍ଲକ ଡଙ୍ଗାରେ…

ଟିଟିଲାଗଡ ଲାୟନ୍ସ କ୍ଲବ ତରଫରୁ ମଧୁମେହ ପରୀକ୍ଷଣ ଶିବିର ଏବଂ ରାସନ ସାମଗ୍ରୀ ବଣ୍ଟନ

Posted by - January 19, 2022 0
ଟିଟିଲାଗଡ :(ସଞ୍ଜୟ କୁମାର ନାୟକ)ଟିଟିଲାଗଡ଼ ଲାୟନ୍ସ୍ କ୍ଲବ ତରଫରୁ ବୁଧୁବାର ସକାଳୁ ହାଟପଦା ପଡ଼ା ହନୁମାନ ମନ୍ଦିର ସମ୍ମୁଖରେ ନିଃଶୁଳ୍କ ମଧୁମେହ ପରିକ୍ଷଣ ଶିବିର ଅନୁଷ୍ଠିତ ହୋଇଥିଲା,…