ବନ୍ଦପଥର ଖାଦାନ ପୁଣି ଚାଲୁ କରିବା ନିଷ୍ପତ୍ତି ପ୍ରତିବାଦରେ ବୌଦ୍ଧରେ ଶୋଭାଯାତ୍ରା ଓ ଦାବୀପତ୍ର ପ୍ରଦାନ

34 0

ବୌଦ୍ଧ:(ଚିତ୍ତ ରଂଜଜ ସିଂ)ପ୍ରାୟ ବର୍ଷକତଳେ ହରଭଙ୍ଗା ତହସିଲ ଅନ୍ତର୍ଗତ ଖରଭୂଇଁଠାରେ ଥିବା ପଥର ଖାଦାନ ଓ କ୍ରସର ଗୁଡିକୁ ନେଇ ଗ୍ରାମବାସୀଙ୍କ ଆପତ୍ତି ପରେ ୧୨ଜୁଲାଇ ତହସିଲଦାରଙ୍କ କାର୍ଯ୍ୟାଳୟରେ ତହସିଲଦାର ଉପଜିଲ୍ଲାପାଳଙ୍କ ଗ୍ରାମ ବାସୀଙ୍କ ଆଲୋଚନା । ପରେ ୧୬ ଜୁଲାଇ ଅତିରିକ୍ତ ଜିଲ୍ଲାପାଳ ଉପଜିଲ୍ଲାପାଳ ତହସିଲଦାର ବିଡିଓ ଆଡିସନାଲତହସିଲଦାର ପ୍ରମୁଖଙ୍କ ସହ ଖରଭୂଇଁ ଗ୍ରାମରେ ଗ୍ରାମବାସୀଙ୍କ ଆଲୋଚନା ଏପରିକି ସେ ସମୟରେ ଏନେଇ ହରଭଙ୍ଗା ପଞ୍ଚାୟତ ସମିତି ବୈଠକ ମଧ୍ୟ ଦୀର୍ଘମାସ ହେବ ହୋଇ ନପାରି ଅଚଳାବସ୍ଥା ସୃଷ୍ଟି ହୋଇଥିଲା ।

୧୩ ସେପ୍ଟେମ୍ବର ଜିଲ୍ଲାପାଳଙ୍କ ସହ ଆଲୋଚନା ପରେ ୨୫ ସେପ୍ଟେମ୍ବର ସମସ୍ତଙ୍କ ଉପସ୍ଥିତିରେ ଆଲୋଚନାରେ ଜିଲ୍ଲାପାଳଙ୍କ ନିର୍ଦେଶକ୍ରମେ ସବୁଦିନ ପାଇଁ ଖରଭୂଇଁଠାରେ ଥିବା କ୍ରସର ଓ କ୍ବାରୀ ଗୁଡିକ ଚାଲୁକରିବା ପାଇଁ ଅନୁମତି ପ୍ରଦାନ କରିଥିବା ଖବର ଖବରକାଗଜରୁ ଯାଣି ଅତିରିକ୍ତ ଜିଲ୍ଲାପାଳଙ୍କ ସମେତ ଉପଜିଲ୍ଲାପାଳ ତହସିଲଦାର ହରଭଙ୍ଗା ପ୍ରମୁଖଙ୍କ ନିକଟକୁ ପ୍ରତିବାଦ ପତ୍ର ପ୍ରଦାନ କରାଯାଇଛି । ଯେଉଁ ଜିଲ୍ଲାପାଳ ବାରମ୍ବାର ଆଲୋଚନାପରେ ବନ୍ଦ ନିର୍ଦେଶ ଦେଲେ ସେହି ଜିଲ୍ଲାପାଳ ପୁଣିଥରେ ବିନା ଆଲୋଚନାରେ ଲୋକଙ୍କ ସହମତି ବିନା କ୍ରସର ଓ ପଥରକ୍ବାରୀ ଚଲାଇବାକୁ ଅନୁମତି ପ୍ରଦାନ କରିବା ଅତ୍ୟନ୍ତ ହାସ୍ୟସ୍ପଦ ଓ ଦୁଃଖର ବିଷୟ । ଏହି ପଥର କ୍ବାରୀ ଯୋଗୁଁ ଅଞ୍ଚଳର ପରିବେଶ ଜୈବ ବିବିଧତା ଓ ଚାଷ ବାସ ଉପରେ ଗଭୀର ପ୍ରଭାବ ପକାଇବା ସହ କୀଡନୀ ଓ ଚର୍ମରୋଗ ବ୍ୟାପକ ହେବାରେ ଲାଗିଛି । ଏବଂ ସବୁଠୁ ବଡକଥା ଗ୍ରାମବାସୀଙ୍କ ଦାବୀପରେ ସଂପୃୁକ୍ତ ଲିଜଧାରୀ ମାନେ ପ୍ରାୟ ୧୬କୋଟିଟଙ୍କାର ଅତ୍ୟଧିକ ଖଣିଜଦ୍ରବ୍ୟ ଲୁଟକରିଥିବା ସମ୍ପର୍କରେ ସ୍ବୀକାର କରିବା ସହ ଫାଇନ ଆକାରରେ ପଡିଛି ।

ଏବଂ ଏ ଯାବତ ଉକ୍ତ ଅର୍ଥଅନାଦେୟ ଥିବାବେଳେ ସେହିଠକ ସଂସ୍ଥାଗୁଡିକଦ୍ବାରା ପୁନଃ ଚାଲୁକରିବା ନିଷ୍ପତ୍ତି ଅତ୍ୟନ୍ତ ଦୁଃଖଦାୟକ । ଏବଂ ସମାନ ଜିଲ୍ଲାପାଳଙ୍କ ଦୁଇ ଦୁଇପ୍ରକାରର ନିଷ୍ପତ୍ତି ଗଣତନ୍ତ୍ର ତଥା ବ୍ୟବସ୍ଥାର ପାରିଲାପଣ ପ୍ରତି ଅଙ୍ଗୁଳି ନିର୍ଦେଶ କରୁଛି ।ଏଣୁ  ଖରଭୂଇଁ ଗ୍ରାମ୍ୟ କମିଟି ପକ୍ଷରୁ ତୁରନ୍ତ ବନ୍ଦଥିବା ପଥରଖାଦାନ ଓ କ୍ରସରଗୁଡିକ ଚାଲିବା ପାଇଁ ଦେଇଥିବା ନିର୍ଦେଶକୁ ପ୍ରତ୍ୟାହାର ଦାବୀରେ ସ୍ଥାନୀୟ ରାମେଶ୍ବର ମନ୍ଦିର ଠାରୁ ପ୍ରାୟ ୩୦୦ରୁ ଉର୍ଦ୍ଧ ଗ୍ରାମବାସୀଙ୍କ ଏକ ଶୋଭାଯାତ୍ରା ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ପ୍ରତିବାଦ ସଭାର ଆୟୋଜନ କରାଯାଇଥିଲା ଏହି ପ୍ରତିବାଦ ସଭାରେ ଏ.ଆଇ.ଓ୍ବାଇ.ଏଫର ଜାତୀୟ ଉପସଭାପତି ଅବକାଶ ସାହୁ ଗ୍ରାମ୍ୟ କମିଟି ସଭାପତି ଅକ୍ଷୟ ନାୟକ ସମ୍ପାଦକ ହୃଦାନନ୍ଦ ଦେହୁରୀ ତିଳୋତ୍ତମା କଁହର ଲକ୍ଷ୍ମୀପୃଷ୍ଟି ସୁନୀତା ପ୍ରଧାନ ଶଶାଙ୍କ ପୃଷ୍ଟି ଅନୀଲ କୁମାର ପ୍ରଧାନ ଅରବିନ୍ଦ ଭୋକ୍ତା ଗୀତା ପ୍ରଧାନ କୌଶଲ୍ୟା ବଗର୍ତ୍ତୀ ଲକ୍ଷ୍ମୀରଣା ପ୍ରମୁଖଙ୍କ ନେତୃତ୍ବରେ ଏକ ପ୍ରତିବାଦ ସଭା ଆୟୋଜନ କରିବା ସହ ଅତିରିକ୍ତ ଜିଲ୍ଲାପାଳ ବବିତାରାଣୀ ଦଳବେହେରାଙ୍କୁ ଏକ ଦାବୀପତ୍ର ପ୍ରଦାନ କରାଯାଇଥିଲା ।ଏବଂ ତୁରନ୍ତ ଅନୁମତିପତ୍ର ପ୍ରତ୍ୟାହାର ନିମିତ୍ତ ଦାବୀ କରାଯାଇଥିଲା ।

Related Post

ସମ୍ଭାବ୍ୟ ବନ୍ୟା ପାଇଁ ସଦର ମହକୁମା ନ ଚ୍ଥାଡିବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ।

Posted by - August 26, 2020 0
ଯାଜପୁର ଅଫିସ :ବୈତରଣୀରେ ସମ୍ଭାବ୍ୟ ବନ୍ୟା ପାଇଁ କୈାଣସି ଅଧିକାରୀ ବା କର୍ମଚାରୀ ସଦର ମହକୁମା ନ ଚ୍ଥାଡିବାକୁ ଜିଲ୍ଳ୍‌ାପାଳ ରଂଜନ କୁମାର ଦାସ କଡା ନିର୍ଦ୍ଦେଶ…

ପ୍ରଶାସନ ଶୁଣିଲେନି ଗ୍ରାମର ଦୁର୍ଦଶା, ଶେଷରେ ଗୌତିଆ କଲେ ସମ୍ପୂର୍ଣ ସ୍ଵଚ୍ଛ

Posted by - September 10, 2021 0
ବରଗଡ:ବରଗଡ ଜ଼ିଲ୍ଲା ର ବିଜେପୁର ନିର୍ବାଚନ ମଣ୍ଡଳୀ ଅଧୀନରେ ଥିବା ଗାଇସିଲାଟ ବ୍ଲକ ଅନ୍ତର୍ଗତ ଗୁଦେରପାଲି ଗାଁର ୭ନମ୍ବର ୱାର୍ଡରେ ଡ୍ରେନ ପୋତି ହୋଇ ଯାଇଥିବାରୁ ଦୀର୍ଘ…

୬ ଦଫା ଦାବୀ ନେଇ କୃଷକ ସଂଘର୍ଷ ସମନ୍ଵୟ ସମିତି ପକ୍ଷରୁ ଗଣ ବିକ୍ଷୋଭ

Posted by - January 29, 2021 0
ନୀଳଗିର:(ସୌମ୍ୟାସାଇ ବାରିକ)ତ୍ରିଦଳୀୟ କୃଷକ ସଂଘର୍ଷ ସମନ୍ଵୟ ସମିତି ପକ୍ଷରୁ ଗଣ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସୂଚନା ଅନୁଯାୟୀ କଂଗ୍ରେସ୍ , ସି.ପି.ଆଇ. ଓ ସି.ପି.ଆଇ.ଏମ୍ ଦଳ ପକ୍ଷରୁ…

ଯାଜପୁରରେ ନବ ନିର୍ମାଣ ପକ୍ଷରୁ ବନ୍ଦ ଡାକରା 

Posted by - July 19, 2022 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ବିଜେପି ଛାତ୍ରୀ ରୁଚିକାକୁ ନ୍ୟାୟ ଦାବିରେ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଓଡିଶା ବନ୍ଦ ଡାକରା ଦିଆଯାଇଥିଲା। ମୃତ୍ୟୁକୁ ଦୁଇ…

ସମ୍ବଲପୁରରେ ପ୍ରତିବାଦର ସ୍ଵର ରାଣୀ ବଖରୀ କୁ ରେଷ୍ଟୁରାଣ୍ଟ କରିବା ନିଷ୍ପତ୍ତି କୁ ବିରୋଧ

Posted by - September 29, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ସମ୍ବଲପୁର ଇତିହାସ ସହ ଖେଲ ଖେଲୁଛନ୍ତି ରାଜ୍ୟ ସରକାର । ଐତିହାସିକ ରାଣୀ ବଖରୀ ପୁନଉଦ୍ଧାର ପରେ ଏବେ ନିମନ୍ତ୍ରଣ ଯୋଜାନାରେ ସାମିଲ ହେବ ।…