ଖପ୍ରାଖୋଲ ପୋଲିସର ଚଢ଼ାଉ ୧୦୦ ବୋତଲ କଫ ସିରଫ ଜବତ,ଦୁଇ ଗିରଫ

26 0

ଖପ୍ରାଖୋଲ ୦୪/୦୮(ତାପସ ରଞ୍ଜନ ବେହେରା) ଖପ୍ରାଖୋଲ ପୋଲିସ ଚଢ଼ାଉ କରି ବୁଧବାର ସନ୍ଧ୍ୟାରେ ଦୁଇ କଫ ସିରଫ ବେପାରିକୁ ଗିରଫ କରି ଗୁରୁବାର କୋର୍ଟ ଚାଲାଣ କରିଛି । ଅଭିଯୁକ୍ତ ଦୁଇଜଣ ହେଲେ ଧଣ୍ଡାମୁଣ୍ଡା ଗାଁ ର ସତ୍ୟପ୍ରିୟ ପଟେଲ(୪୨) ଓ ବେଲପଡ଼ା ଥାନା ବେଲପଡ଼ା ର ମଧୁସୂଦନ ବାଗ ଓରଫ ରଇବାରୁ(୩୫) ବୋଲି ଜଣା ଯାଇଛି ।

ସୂଚନା ଅନୁସାରେ ଖପ୍ରାଖୋଲ ପୋଲିସ ବୁଧବାର ସନ୍ଧ୍ୟାରେ ପେଟ୍ରୋଲିଂ କଲା ବେଳେ ଧଣ୍ଡାମୁଣ୍ଡା ଗାଁ ର ସତ୍ୟପ୍ରିୟ ପଟେଲ କଫ ସିରଫ ରଖିଥିବା ନେଇ ତନଖି କଲା ବେଳେ ଦୁଇଟି କଫ ସିରଫ ଜବତ କରିଥିବା ବେଳେ କଫ ସିରଫ ଯୋଗାଣ ର ମୁଖ୍ୟ ବେଲପଡ଼ା ର ମଧୁସୂଦନ ବାଗ ଓରଫ ରଇବାରୁ ଘରେ ଚଢ଼ାଉ କରି ୯୮ ବୋତଲ କପ ସିରଫ, ୧୨୦ ଟି ନିଶା ବଟିକା ସମେତ ୬୫୦୦ ଟଙ୍କା ଜବତ କରିଥିଲେ । କପ ସିରଫ ବିକିବା ଅଭିଯୋଗ ରେ ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଜଣାଯାଇଛି ।

ଏ ନେଇ ଖପ୍ରାଖୋଲ ଥାନା କେଶ ନମ୍ବର ୯୫/୨୨ ରେ ବିଭିନ୍ନ ଦଫା ରେ ଏକ ମାମଲା ରୁଜୁ କରି ଉଭୟ ଙ୍କୁ କୋର୍ଟ ଚାଲାଣ କରି ତଦନ୍ତ ଚାଲିଥିବା ଖପ୍ରାଖୋଲ ଥାନା ଅଧିକାରୀ ରମାକାନ୍ତ ସାହୁ ପ୍ରକାଶ କରିଛନ୍ତି ।

Related Post

ନିଜ ସ୍ତ୍ରୀକୁ ନିର୍ମମଭାବେ ହତ୍ୟା କଲା ନୃଶଂସ ସ୍ବାମୀ

Posted by - December 30, 2021 0
ସୋନପୁର:(ଅଜିତ କୁମାର ପୁଝାରୀ )ନିଜ ସ୍ତ୍ରୀକୁ ନିର୍ମମଭାବେ ହତ୍ୟା କଲା ନୃଶଂସ ସ୍ବାମୀ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା…

ବିଦ୍ୟୁତ ତାର ସଂସ୍ପର୍ଶରେ ଯୁବକର ମୃତ୍ୟୁ ଅଭିଯୋଗରେ ୮ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

Posted by - October 30, 2021 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ/ଅର୍ଜୁନ ପଟ୍ଟନାୟକ)ଙ୍କସରକାରଙ୍କ ବ୍ୟାପକ କଟକଣା ଓ ଧରପଗଡ ସତ୍ତେ ବନ୍ୟପ୍ରାଣୀ ଶିକାର ଥମୁ ନାହିଁ। ଶିକାରୀମାନେ ବିଭିନ୍ନ ଉପାୟରେ ଶିକାର କରୁଥିବା ବେଳେ ବିଭିନ୍ନ ସମୟରେ…

ତୂର୍ଲା ଗାଁ ରେ ଅବକାରୀ ବିଭାଗର ଚଢ଼ାଉ ମଦ ଜବତ ୩ ଜଣ ଗିରଫ

Posted by - August 18, 2022 0
ଖପ୍ରାଖୋଲ:୧୮/୮(ତାପସ ରଞ୍ଜନ ବେହେରା) ଖପ୍ରାଖୋଲ ବ୍ଲକ୍ ଭାନପୁର୍ ପଞ୍ଚାୟତ ତୁର୍ଲା ଗାଁରେ ପାଟଣାଗଡ଼ ଅବକାରୀ ବିଭାଗ ଚଢ଼ଉ କରି ବୁଧବାର ୨୫୫ ଲିଟର ଦେଶୀ ମହୁଲି ମଦ…

ରାସ୍ତାକାମକୁ ନେଇ ସଙ୍ଘର୍ଷ,ରକ୍ତ ମୁଖା ହେଲେ ଦୁଇ ଗୋଷ୍ଠୀ

Posted by - August 4, 2020 0
ଅନୁଗୋଳ:(ମହେଶ ଭୋମରାଜ)ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା ବରମଳିହା ଗ୍ରାମରେ ରାସ୍ତାକାମକୁ ନେଇ ଦୁଇଗୋଷ୍ଠୀ ମଧ୍ୟରେ ସଙ୍ଘର୍ଷ ହୋଇ ଉଭୟ ଗୋଷ୍ଠୀର ୫ଜଣ ଆହାତ ହୋଇଛନ୍ତି । କିଛି…

ଜିଲ୍ଲାରେ ବଢୁଛି ବେଆଇନ ରନ୍ଧା ମଦ କାରବାର, ବିଭାଗୀୟ କାର୍ଯ୍ୟନୁଷ୍ଠାନ ଧର୍ମକୁ ଆଖିଠାର

Posted by - November 30, 2021 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ/ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲାରେ ଦିନକୁ ଦିନ ବେଆଇନ ଦେଶୀମଦ ରନ୍ଧା କାରବାର ବୃଦ୍ଧି ପାଉଥିଲେ ହେଁ ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ଅଭାବରୁ ଏହା କୁଟୀର ଶିଳ୍ପ…