Breaking News
10:57 pmଜାତୀୟ ସେବା ଯୋଜନା ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି; ବିଭିନ୍ନ ବର୍ଗରେ ଓଡ଼ିଶାରୁ ୩ ଜଣ ସାମିଲ 10:56 pmଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା କୃଷି ବିଭାଗ କାର୍ଯ୍ୟାଳୟ ନିକଟରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ,୨ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ମହିଳା ଗିରଫ 10:54 pmପୁରୀ ଜିଲ୍ଲା ପରିଷଦ ଜୋନ ୧୧ର ସଦସ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣା,ଖୋଲିବ ଗୁମର, ହଜିଲା ମୋବାଇଲ ଫୋନ୍‌ ମିଳିଲା 10:53 pmକୋରାପୁଟ: କୋଟିଆ ସୀମାନ୍ତ ଆନ୍ଧ୍ରପ୍ରଦେଶର ଜଙ୍ଗଲରେ ବୁଲୁଛି ବାଘ। ବନ ବିଭାଗ ପକ୍ଷରୁ ନିଆଯାଇଛି ଆବଶ୍ୟକ ପଦକ୍ଷେପ। କୋରାପୁଟ ଜିଲ୍ଲାପାଳଙ୍କ ସୂଚନା 10:52 pmକୋରାପୁଟ: କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଜଲାପୁଟ ଗାଁ ନିକଟ ମାହାରାଗାଁ ଓ ପଲାମୁଗାଁ ନିକଟ ଜଙ୍ଗଲରେ ବିସ୍ଫୋରକ ସାମଗ୍ରୀ ଠାବ କରି ନିଷ୍କ୍ରିୟ କଲା ବିଏସଏଫ୍‌

ସମ୍ବଲପୁରୀ HUB ପକ୍ଷରୁ ସମ୍ବଲପୁରୀ ଦିନ ପାଳନ

27 0

ସମ୍ବଲପୁର:(ରାମାକାନ୍ତ ବିଶ୍ଵାଳ )ସମ୍ବଲପୁରୀ ଡିଜାଇନ କୁ ରାଜ୍ୟ ତଥା ରାଜ୍ୟ ବାହାରେ ଅଧିକ ପ୍ରଚାର ପ୍ରସାର ପାଇଁ କାର୍ଯ୍ୟ କରୁଥିବା ସମ୍ବଲପୁରି HUB ଅନୁଷ୍ଠାନ ତରଫରୁ ସମ୍ବଲପୁରୀ ଦିନ ଆଜି ପାଳନ କରାଯାଇଥିଲା । ଏଥିରେ କୁନି କୁନି ପିଳାଙ୍କ ସମ୍ବଲପୁରି ପୋଷାକ ପିନ୍ଧି ଫେସନ ସୋ ମୁଖ୍ୟ ଆକର୍ଷଣ ଥିବା ବେଳେ ଉପସ୍ଥିତ ଲୋକଙ୍କ ମଧ୍ୟରେ ଏହା ବେଶ ପ୍ରଶଂସିତ ହୋଇଥିଲା ।

ସମ୍ବଲପୁରୀ ଡିଜାଇନ ର ସୁନ୍ଦର ସୁନ୍ଦର ପୋଷାକ ପରିଧାନ କରି ମଞ୍ଚରେ ନିଜର ଶ୍ରେଷ୍ଠତା ପଦର୍ଶନ କରୁଛନ୍ତି କୁନିକୁନି ପ୍ରତିଯୋଗୀ । ଏହା ହେଉଛି ସମ୍ବଲପୁର ଠାରେ ସମ୍ବଲପୁରି ଡିଜାଇନ କ୍ଷେତ୍ରରେ କାର୍ଯ୍ୟ କରି ରାଜ୍ୟ ତଥା ଦେଶରେ ନିଜର ସ୍ୱତନ୍ତ୍ର ପରିଚୟ ସୄଷ୍ଠି କରି ପାରିଥିବା ସମ୍ବଲପୁରୀ HUB ଅନୁଷ୍ଠାନ ର ସମ୍ବଲପୁରୀ ଦିନ କାର୍ଯ୍ୟକ୍ରମ ର ଦୄଶ୍ୟ । ସବୁଠି ସମ୍ବଲପୁରି ଦିନ କୁ ଅଗଷ୍ଟ ୧ ତାରିଖରେ ପାଳନ କରାଯାଇଥିବା ବେଳେ ସମ୍ବଲପୁରି HUB ପକ୍ଷରୁ କୁନି କୁନି ପିଲାଙ୍କୁ ନିଜର ପ୍ରତିଭା ପଦର୍ଶନ କରିବା ପାଇଁ ଉପଯୁକ୍ତ ମଞ୍ଚ ପ୍ରଦାନ ପାଇଁ ଏଭଲି ପଦକ୍ଷେପ ନିଆଯାଇଥିଲା ।

ଆଜିର କାର୍ଯ୍ୟକ୍ରମ ରେ ସମ୍ବଲପୁର ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ କୁନି କୁନି ପୁଅ ଝିଅ ମାନେ ଭାଗ ନେବାସହ ସମ୍ବଲପୁରୀ ଦିନ କାର୍ଯ୍ୟକ୍ରମ କୁ ମିଳିତ ଭାବରେ ସେଲିବ୍ରେସନ କରିଥିଲେ । ତେବେ ଏଥିରେ ଜଣେ ସାଢ଼େ ତିନି ବର୍ଷ ର କୁନି ଝିଅ ଦ୍ୱାରା କରାଯାଇଥିବା ସମ୍ବଳପୁରୀ ନୃତ୍ଯକୁ ଲୋକେ ବେଶ ପସନ୍ଦ କରିବା ସହ କୁନି ଝିଅ ର ପ୍ରତିଭା କୁ ଦେଖି ବିମୋହିତ ହୋଇଯାଇଥିଲେ। ଏଥିସହ ଆଜି ର ଏହି କାର୍ଯ୍ୟକ୍ରମ ରେ।ସମ୍ବଲପୁରି ଗୀତ, ନୄତ୍ୟ, ଫେସନ ଓ ରାମ୍ପ ସୋ କୁ ଉପସ୍ଥିତ ଲୋକ ଉପଭୋଗ କରିଥିଲେ ।

ଆୟୋଜକ ମାନଙ୍କ ତରଫରୁ ସମ୍ବଲପୁରୀ ଡିଜାଇନର ତଥା ସମ୍ବଲପୁରୀ କୁ ଜାତୀୟ ସ୍ତରରେ ପ୍ରଚାର ପ୍ରସାର କରିଥିବା ପ୍ରତିଭା ମାନଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା । ସମ୍ବଲପୁରୀ HUB ଅନୁଷ୍ଠାନ ସମ୍ବଲପୁରୀ ଡିଜାଇନର ପ୍ରଚାର କାର୍ଯ୍ୟ ପାଇଁ ଉଦ୍ୟମ ବହୁବର୍ଷ ହେଲା ଆରମ୍ଭ କରିଥିବା ବେଳେ ଏଥର କୁନି କୁନି ପିଲାଙ୍କୁ ତାଙ୍କର କଳା ପ୍ରତିଭା ର ପଦର୍ଶନ ପାଇଁ ଉପଯୁକ୍ତ ମଞ୍ଚ ପ୍ରଦାନ ପାଇଁ ଏଭଳି କାର୍ଯ୍ୟକ୍ରମ କରାଯାଇଥିଲା ।

Related Post

ଅପରାଜିତାଙ୍କ କାର୍ଯ୍ୟାଳୟ ସିଲ୍‌କଲା ବିଏମ୍‌ସି:,କୋଠା ସିଲ୍ ନିଷ୍ପତ୍ତି ପ୍ରଶାସନର: ବିଜେଡି

Posted by - October 10, 2020 0
ଭୁବନେଶ୍ୱର:ଭୁବନେଶ୍ୱର ଏମପି ଅପରାଜିତା ଷଡଙ୍ଗୀଙ୍କ କାର୍ଯ୍ୟାଳୟକୁ ବିଏମସି ପକ୍ଷରୁ ଶନିବାରଦିନ ୧୫ଦିନପାଇଁ ସିଲ୍ କରାଯିବା ସହ ନୋଟିସ ଜାରି କରାଯାଇଛି ।ଏମପି ତାଙ୍କ ଜନ୍ମଦିନରେ ସାମାଜିକ ଦୁରତା…

ସୀମାରେ ସହୀଦ ଯବାନଙ୍କ ସ୍ମୃତି ଉଦ୍ଧେଶ୍ୟରେ କ୍ୟାଣ୍ଡେଲ ରାଲି

Posted by - June 21, 2020 0
ଯାଜପୁର :(ଆନନ୍ଦ ଚନ୍ଦ୍ରା ସହୁ )ଯାଜପୁର କୋଦଣ୍ଡପୁର ଗାଁରେ ସମାଜସେବୀ ଅନୁଷ୍ଠାନ ସୂର୍ଯ୍ୟାଲୋକ ଅନୁଷ୍ଠାନ ପକ୍ଷରୁ ସୀମାରେ ସହୀଦ ଯବାନଙ୍କ ସ୍ମୃତି ଉଦ୍ଧେଶ୍ୟରେ ଏକ କ୍ୟାଣ୍ଡେଲ ରାଲି…

ସ୍କୁଲରେ ଅଲିମ୍ପିକ ଶିକ୍ଷା ପ୍ରଦାନ ବ୍ୟବସ୍ଥା, ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

Posted by - May 25, 2022 0
ଭୁବନେଶ୍ବର (ବ୍ୟୁରେ।) :ଆଗାମୀ ଦିନରେ ସ୍କୁଲ ସ୍ତରରୁ ଅଲିମ୍ପିକ କ୍ରିଡ଼ା ପାଇଁ ପ୍ରସ୍ତୁତ ହେବେ ଛାତ୍ରଛାତ୍ରୀ। ଏଥିପାଇଁ ସ୍କୁଲ ରେ ଅଲିମ୍ପିକ ଶିକ୍ଷାଦାନ ବ୍ୟବସ୍ଥା ଯୋଜନାର ଶୁଭାରମ୍ଭ…

ଓଡ଼ିଶା ରସଗୋଲାକୁ ଜିଆଇ ଟ୍ୟାଗ୍‌

Posted by - July 30, 2019 0
ପୁରୀ ୨୯ା୭: ଓଡ଼ିଶା ରସଗୋଲାକୁ ମିଳିଛି ଜିଆଇ ଟ୍ୟାଗ୍‌। ଓଡ଼ିଶା ରସଗୋଲା ପାଇଛି ଭୌଗଳିକ ପରିଚୟ। ମାଡ୍ରାସ ଜିଆଇ କାର୍ଯ୍ୟାଳୟରୁ ଏହି ମାନ୍ୟତା ମିଳିବା ପରେ ସମଗ୍ର…

ମାଣିକ୍ୟ ବିହାର” ନାମରେ ନାମିତ ହେଲା କଳାହାଣ୍ଡି ବିଶ୍ୱବିଦ୍ୟାଳୟ

Posted by - December 25, 2021 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ବିଶ୍ଵବିଦ୍ୟାଳୟର ପ୍ରଥମ ସିଣ୍ଡିକେଟ ବୈଠକ ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର୍ ଡ଼.ସଞ୍ଜୟ ଶତପଥୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଯାଇଅଛି।କଳାହାଣ୍ଡି ବିଶ୍ଵବିଦ୍ୟାଳୟ…