ପଲିଥିନ ମୁକ୍ତ ଅଭିଯାନ – ସ୍ବାଗତ ଯୋଗ୍ୟ ପଦକ୍ଷେପ କିନ୍ତୁ ଚାଲିଛି ଧର୍ମକୁ ଆଖି ଠାର ସଦୃଶ

287 0

ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ପଲିଥିନ ଲୋକଙ୍କ ପାଇଁ ବହୁତ ସୁବିଧାରେ ଜିନିଷ ନେବା ଆଣିବା ପାଇଁ ସହାୟକ ହୋଇଥାଏ କିନ୍ତୁ ଅପର ପକ୍ଷରେ ତାହାର ବ୍ୟବହାର ଯୋଗୁଁ ବହୁତ ମାରାତ୍ମକ ପରିଣାମ ଭୋଗିବାକୁ ପଡ଼ିବ, ସେଥିପାଇଁ କୋକଙ୍କୁ ସଚେତନ କରାଇବା ସହ ପଲିଥିନ ବ୍ୟବହାର ବନ୍ଦ କରିବାକୁ ମଙ୍ଗଳବାର ସକାଳୁ ଟିଟିଲାଗଡ ପୌରପରିଷଦର ସ୍ୱଚ୍ଛ ସାଥୀ, ସ୍ୱଚ୍ଛ ସୁପରଭାଇଯର ଏବଂ ସାନିଟେଶନ ଏକ୍ସପର୍ଟ ସୁଭାସ୍ମିତା ଧଳ ହାଟପଦା ପଡ଼ା ଦୈନିକ ବାଜାରରେ ଥିବା ରାସନ ସାମଗ୍ରୀ ଦୋକାନ, ଉଠା ପନିପରିବା ଦୋକାନ ଏବଂ ଅନ୍ୟ ସମସ୍ତ ଦୋକାନୀଙ୍କୁ ପଲିଥିନ ନ ରଖିବା ପାଇଁ କହିବା ସହିତ ଅଗଷ୍ଟ ୧୫ ତାରିଖ ପରେ ଯଦି ଦୋକାନୀଙ୍କ ପାଖରେ ପୋଲିଥିନ ବାହାରିଲେ ଜରିମାନା ଆଦାୟ କରାଯିବ ବୋଲି ତାଗିଦ କରିଛନ୍ତି।

ପଲିଥିନ ବ୍ୟବହାର ଲୋକଙ୍କୁ ଜିନିଷ ନେବା ଆଣିବା କରିବା ପାଇଁ ଯେତିକି ସହଜ ଫିଙ୍ଗିବା ପରେ ମାଟିରେ ନ ମିଶି ମାଟିର ଉର୍ବରତା ବିଗାଡି ଦେଉଛି, ବର୍ଷ ବର୍ଷ ପରେ ବି ମାଟି ଭିତରେ ସେ ସେମିତି ଅବସ୍ଥାରେ ବାହାରୁଛି, ନ ମିଶିବା ଯୋଗୁଁ ସମସ୍ୟାର ସୃଷ୍ଟି, ଯାହାକି ଆଗମୀ ଭବିଷ୍ୟତ ପାଇଁ ଖରାପ ହେବ, ସେଥିପାଇଁ ପଲିଥିନ ବ୍ୟବହାର ବନ୍ଦ କରିବାକୁ ସରକାର ନିଷ୍ପତି ନେଇଛନ୍ତି ଯାହାକି ସ୍ବାଗତ ତଥା ଜରୁରୀ ପଦକ୍ଷେପ ଅଟେ।

ଏଠାରେ ମୁଖ୍ୟତଃ କେତୋଟି ଜିନିଷ ଅଛି ଯାହା କଲେ ଅତି ସୁବିଧାରେ ଏହି ସମସ୍ୟାରୁ ମୁକ୍ତି ପାଇ ପାରିବା। ସେ ଗୁଡିକ ହେଲା ପ୍ରଥମେ ଯେଉଁଠାରୁ ଏହି ପଲିଥିନ ଉତ୍ପାଦନ ହେଉଛି ସେ କାରଖାନାକୁ ବନ୍ଦ କରାଯାଉ, ସେଠାରୁ ଯଦି ତିଆରି ହେବନି ବଜାରକୁ ଆସିବ କେଉଁଠୁ ? ଦ୍ଵିତୀୟରେ ସମସ୍ତ ଲୋକଙ୍କୁ ନିଜେ ସଚେତନ ହେବା ସହ କିଣିଯିବା ସମୟରେ ପୂର୍ବ ଭଳି କପଡା ତିଆରି ମୁଣା ବା ବ୍ୟାଗ, ତରଳ ପଦାର୍ଥ ପାଇଁ ଷ୍ଟିଲ ଟିଫିନ ନେଇକି ଯାଆନ୍ତୁ। ଏହି ଦୁଇଟି ଜିନିଷ ମୁଖ୍ୟତଃ କଲେ ଏହି ସମସ୍ୟାରୁ ମୁକ୍ତି ପାଇ ପାରନ୍ତେ।

ସରକାର ଯେଉଁ ପଲିଥିନ ବନ୍ଦ କରିବାକୁ କହୁଛନ୍ତି ପ୍ୟାକେଟ ଯୁକ୍ତ କୁର କୁରେ, ମଦ ପାଉଚ, ତେଲ ପ୍ୟାକେଟ, ମସଲା ପ୍ୟାକେଟ ତଥା ବହୁତ ଗୁଡ଼ିଏ ଖାଦ୍ୟ ପଦାର୍ଥ ସାମଗ୍ରୀ ପଲିଥିନରେ ପ୍ୟାକ ହୋଇ ବଜାରରେ ବିକ୍ରୀ ହେଉଛି, ସେମାନଙ୍କ ଉପରେ ଅଙ୍କୁଶ କେବେ ଲଗାଇବେ ବୋଲି ସାଧାରଣରେ ପ୍ରଶ୍ନବାଚି ସୃଷ୍ଟି ହେଉଛି। ସେଥିପାଇଁ ଆଗ ପ୍ରସ୍ତୁତ କରୁଥିବା ପଲିଥିନ କମ୍ପାନୀ, ହୋଲ ସେଲର, ତାପରେ ପଲିଥିନ ବିକ୍ରୀ କରୁଥିବା ଦୋକାନୀଙ୍କ ଉପରେ ଚଢାଉ କରି ସବୁ ସଂଗ୍ରହ କରିଦେଲେ ବଜାରକୁ ଆସିବ କେଉଁଠୁ ବୋଲି ବୁଦ୍ଧିଜୀବି ମାନେ ଚର୍ଚ୍ଚା କରୁଛନ୍ତି। ଛୋଟ ଦୋକାନୀ ତ ଏମାନଙ୍କ ଠାରୁ ହିଁ ଆଣୁଛନ୍ତି, ଯଦି ବଜାରରେ ବିକ୍ରି ହେବନି ଛୋଟ ଦୋକାନୀଙ୍କ ପାଖକୁ ପଲିଥିନ ଆସିବ କିପରି ? ମୁଳୁ ମାଇଲେ ଯିବ ସରି ଦେବଙ୍କ ସହ କିମ୍ପା କଳୀ ବୋଲି ମଧ୍ୟ ଚା ଦୋକାନ ମାନଙ୍କରେ ଖଟି ଶୁଣିବାକୁ ମିଳୁଛି।

Related Post

ଅରୁଣୋଦୟ ଭିନ୍ନକ୍ଷମ ବିଦ୍ୟାଳୟ ଠାରେ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ

Posted by - December 4, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)କୁଚିଣ୍ଡା ସହର ସ୍ଥିତ ଅରୁଣୋଦୟ ମାନସିକ ଭିନ୍ନକ୍ଷମ ବିଦ୍ୟାଳୟ ଠାରେ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ ହୋଇଯାଇଅଛି।ଏହି ଅବସରରେ ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟର ବରିଷ୍ଠ…

ସାମାଜିକ ଓ ମାନବିକତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ରାଜ୍ୟପାଳ ଙ୍କ ଦ୍ଵାରା ସମ୍ମାନିତ ହେଲେ ଅଶ୍ବିନୀ କୁମାର ପରିଡା

Posted by - May 11, 2022 0
ଭୁବନେଶ୍ବର: (ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) କଳାହାଣ୍ଡି ର ସୁଯୋଗ୍ୟ ସନ୍ତାନ ତଥା ବରିଷ୍ଠ ଅବସର ପ୍ରାପ୍ତ ପ୍ରଶାସନିକ ଅଧିକାରୀ ଅଶ୍ବିନୀ କୁମାର ପରିଡା,…

ଜୁନାନିବାହାଲ ଗାଁରେ ପୋଲିସ ମାଓବାଦୀ ମୁହାଁ ମୁହିଁ ,ଜଣେ ମାଓବାଦୀ ନିହତ

Posted by - November 29, 2021 0
ଖପ୍ରାଖୋଲ :(ତାପସ ରଞ୍ଜନ ବେହେରା)ଖପ୍ରାଖୋଲ ଥାନା ଗନ୍ଧମାର୍ଦ୍ଦନ ପାହାଡ଼ ତଳି ଜୁନାନିବାହାଲ ଗାଁରେ ଶନିବାର ସନ୍ଧ୍ୟାରେ ପୋଲିସ ମାଓବାଦୀ ମୁହାଁ ମୁହିଁ ହୋଇଥିବା ବେଳେ ଜଣେ ମାଓବାଦୀ…

ଉତ୍ତରାଧିକାରୀ କିଏ ହେବ ତାହା ଓଡ଼ିଶାବାସୀ ଚୟନ କରିବେ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Posted by - September 23, 2019 0
ଭୁବନେଶ୍ୱର : ୨୦୧୯ ସାଧାରଣ ନିର୍ବାଚନ ପରେ ବିଜେଡିର ଉତ୍ତରାଧିକାରୀ କିଏ ହେବ ତାକୁ ନେଇ ନାନାଦି ଚର୍ଚ୍ଚା ଲାଗି ରହିଥିବାବେଳେ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ…

ଭଉଣୀ ଗୀତାଙ୍କର ପଦ୍ମଶ୍ରୀ ସମ୍ମାନ ଗ୍ରହଣ ନ କରିବା ନିଷ୍ପତ୍ତି ରେ ପ୍ରତିକ୍ରିୟା ରଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Posted by - January 29, 2019 0
‘ମୋ ଭଉଣୀ ଯାହା ଚାହିଁବ ତାହା କରିବ, ଏଥିରେ ତା’ର ସଂପୂର୍ଣ୍ଣ ଅଧିକାର ରହିଛି।’ ଏହା କହିଲେ ଭାଇ ନବୀନ ପଟ୍ଟନାୟକ।ନ୍ୟୁୟର୍କରେ ରହୁଥିବା ଗୀତା ଏକ‌ ପ୍ରେସ୍…