Breaking News
10:57 pmଜାତୀୟ ସେବା ଯୋଜନା ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି; ବିଭିନ୍ନ ବର୍ଗରେ ଓଡ଼ିଶାରୁ ୩ ଜଣ ସାମିଲ 10:56 pmଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା କୃଷି ବିଭାଗ କାର୍ଯ୍ୟାଳୟ ନିକଟରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ,୨ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ମହିଳା ଗିରଫ 10:54 pmପୁରୀ ଜିଲ୍ଲା ପରିଷଦ ଜୋନ ୧୧ର ସଦସ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣା,ଖୋଲିବ ଗୁମର, ହଜିଲା ମୋବାଇଲ ଫୋନ୍‌ ମିଳିଲା 10:53 pmକୋରାପୁଟ: କୋଟିଆ ସୀମାନ୍ତ ଆନ୍ଧ୍ରପ୍ରଦେଶର ଜଙ୍ଗଲରେ ବୁଲୁଛି ବାଘ। ବନ ବିଭାଗ ପକ୍ଷରୁ ନିଆଯାଇଛି ଆବଶ୍ୟକ ପଦକ୍ଷେପ। କୋରାପୁଟ ଜିଲ୍ଲାପାଳଙ୍କ ସୂଚନା 10:52 pmକୋରାପୁଟ: କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଜଲାପୁଟ ଗାଁ ନିକଟ ମାହାରାଗାଁ ଓ ପଲାମୁଗାଁ ନିକଟ ଜଙ୍ଗଲରେ ବିସ୍ଫୋରକ ସାମଗ୍ରୀ ଠାବ କରି ନିଷ୍କ୍ରିୟ କଲା ବିଏସଏଫ୍‌

ଡଃ ଅରୁନ୍ଧତୀ ଦେବୀଙ୍କୁ ବୀର ବାଜି ରାଉତ ସମ୍ମାନ – ୨୦୨୨ ପ୍ରଦାନ

104 0

ନୂଆଦିଲ୍ଲୀ:ତା ୩୧.୦୭, ବିଶିଷ୍ଟ ସମାଜସେବୀ ଏବଂ ଶୋଭାନୀୟ ଆନ୍ଦୋଳନର ନିର୍ଦ୍ଦେଶିକା ଡଃ ଅରୁନ୍ଧତୀ ଦେବୀଙ୍କୁ ଚଳିତ ବର୍ଷର ବୀର ବାଜି ରାଉତ ସମ୍ମାନ ପ୍ରଦାନ କରାଯାଇଛି। ସମାଜର ସବୁକ୍ଷେତ୍ରରୁ ଅଶୋଭନୀୟତାର ଦୂରୀକରଣ ଏବଂ ଜନକଲ୍ୟାଣ ନେଇ ତାଙ୍କର ଜୀବନତମାମ ଅବଦାନ ସକାଶେ ଡଃ ଦେବୀଙ୍କୁ ଏହି ସମ୍ମାନନୀୟ ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ କରାଯାଇଥିବା ଜଣାଯାଇଛି। ଉତ୍କଳ ଭାରତୀ ପତ୍ରିକା ତରଫରୁ ଜାତୀୟସ୍ତରରେ ପ୍ରତିଷ୍ଠିତ ଏହି ସମ୍ମାନ, ବାଜିରାଉତଙ୍କର ସ୍ମୃତିରେ ଦିଲ୍ଲୀ ବିଶ୍ବବିଦ୍ୟାଳୟର ମୁକ୍ତ ଶିକ୍ଷା ବିଦ୍ୟାଳୟ ଠାରେ ଆୟୋଜିତ ଜାତୀୟ ଆଲୋଚନା ଚକ୍ର ଅବସରରେ ଡଃ ଦେବୀଙ୍କୁ ପ୍ରଦାନ କରାଯାଇଛି।

“ଜାତୀୟ ଶିକ୍ଷା ନୀତି ୨୦୨୦ : ଭାରତର ସର୍ବ କନିଷ୍ଠ ଶହୀଦ ବାଜି ରାଉତଙ୍କ ସମ୍ପର୍କରେ ଏକ ଶୈଖିକ ଅନୁଶୀଳନ” ଶୀର୍ଷକ ଏହି ବିଚାରଗୋଷ୍ଠୀରେ ଦେଶର ବହୁ ଲବ୍ଧପ୍ରତିଷ୍ଠ ଶିକ୍ଷାବିତ୍, ବୁଦ୍ଧିଜୀବି, ଛାତ୍ର ଛାତ୍ରୀ ଏବଂ ପ୍ରବାସୀ ଓଡ଼ିଆ ସମ୍ପ୍ରଦାୟର ନେତୃବୃନ୍ଦ ଯୋଗ ଦେଇଥିଲେ। ସମାବେଶକୁ ସମ୍ବୋଧନ କରି ଡଃ ଅରୁନ୍ଧତୀ ଦେବୀ, ବାର ବର୍ଷର ବାଳୁତ ବାଜି ରାଉତଙ୍କର ମହାନ ବଳିଦାନ ପ୍ରକୃତ ଦେଶପ୍ରେମ, ପ୍ରଗାଢ଼ ଦେଶଭକ୍ତି ଏବଂ ପ୍ରଶସ୍ତ ଦେଶସେବାର ନିଦର୍ଶନ ଥିଲା ବୋଲି ଉଲ୍ଲେଖ କରିଥିଲେ। ବାଜିଙ୍କର ଦେଶମାତୃକା ପାଇଁ ଚରମ ତ୍ୟାଗ, ଆମର ଯୁବପିଢିଙ୍କୁ ଯୁଗ ଯୁଗ ଧରି ତାଙ୍କର ଆଦର୍ଶରେ ଅନୁପ୍ରାଣିତ ହେବାକୁ ପ୍ରେରିତ ଓ ଉତ୍ସାହିତ କରୁଥିବ ବୋଲି ଡଃ ଦେବୀ ପ୍ରକାଶ କରିଥିଲେ। ସଭାରେ ଉଦବୋଧନ ଦେଇ ସମ୍ମାନିତ ଅତିଥି, ୱାର୍ଲଡ ଓଡ଼ିଶା ସୋସାଇଟିର ଅଧକ୍ଷ କିଶୋର ଦ୍ଵିବେଦୀ, ପ୍ରଦେଶ ରାଜଧାନୀ ଭୁବନେଶ୍ୱର ଏବଂ ଜାତୀୟ ରାଜଧାନୀ ଦିଲ୍ଲୀ ଠାରେ ବାଜି ରାଉତଙ୍କର ଭବ୍ୟ ସ୍ମାରକ ନିର୍ମାଣ କରାଯିବାକୁ ନିବେଦନ କରିଥିଲେ।

ସମ୍ମାନିତ ବକ୍ତା ପ୍ରଫେସର ଡି.କେ ଗିରି ସମାଜରୁ ଦ୍ଵନ୍ଦ ଓ ଦ୍ଵିବିଧାର ଦୂରୀକରଣ ନେଇ ଦୃଢ଼ ଯୁକ୍ତି ଉପସ୍ଥାପନ କରିଥିଲେ। ଆଲୋଚନା ଚକ୍ରର ଅଧକ୍ଷ ପ୍ରଫେସର ଜନ୍ମେଜୟ ଖୁଣ୍ଟିଆ , ବାଜି ରାଉତଙ୍କର ବାଳିଦାନକୁ ଇତିହାସରେ ଲିପିବଦ୍ଧ କରାଯିବା ଉଦ୍ଦେଶ୍ୟରେ ସରକାରଙ୍କୁ ପ୍ରସ୍ତାବ ଦେବାକୁ ପରାମର୍ଶ ଦେଇଥିଲେ। ବରେଣ୍ୟ ଅତିଥି ରାକେଶ ପାଣ୍ଡେ ଭାରତରେ ପ୍ରଚଳିତ ଧାର୍ମିକ ଗଣତନ୍ତ୍ରର ଉପାଦେୟତା ଉପରେ ଆଲୋକପାତ କରିଥିଲେ। ସହ ଆବାହକ ଡକ୍ଟର ଶିବନାଥ ମିଶ୍ର ବାଜି ରାଉତଙ୍କର ନାମରେ ଏକ ପାର୍କକୁ ନାମିତ କରିବାକୁ ମତପ୍ରକାଶ କରିଥିଲେ। ଅନ୍ୟତମ ଅତିଥି ଆଇନଜୀବୀ ଅନିତା ମହାପାତ୍ର ବାଜି ରାଉତଙ୍କର ଜୀବନ ଓ ଦର୍ଶନକୁ ବ୍ୟାପକ ଭାବେ ପ୍ରଚାର ଓ ପ୍ରସାର କରାଯିବା ଉପରେ ଜୋର ଦେଇଥିଲେ। ପ୍ରବାସୀ ଓଡ଼ିଆ ବିକାଶ ସମିତିର ସଭାପତି ସୂର୍ଯ୍ୟ ନାରାୟଣ ମିଶ୍ର, ସଚ୍ଚା ଜାତୀୟତା ଓ ସମର୍ପିତ ରାଷ୍ଟ୍ରପ୍ରେମ ଦ୍ଵାରା ଯୁବ ସମାଜ ଉଦବୁଦ୍ଧ ହେବାକୁ ଆହ୍ବାନ ଜଣାଇଥିଲେ। ଯୁବ ପ୍ରାଧ୍ୟାପକ କମଳାକାନ୍ତ ରାଉଳ ଦେଶର ଇତିହାସକୁ ସଂଶୋଧନ କରାଯାଇ ଏଥିରେ ବାଜିରାଉତଙ୍କର ଜୀବନୀକୁ ସନ୍ନିବେଶିତ କରିବାକୁ ଦାବି କରିଥଲେ।

ଅନ୍ୟମାନଙ୍କ ମଧ୍ୟରେ ନେହା ଆଲ୍ହାବାଦୀ, ପୁଷ୍ପାଞ୍ଜଳି ବାରିକ, ଅର୍ଚ୍ଚନା ପରିଡ଼ା, ଅନିଶ ପୂଜାପଣ୍ଡା, ଧର୍ମିତା ତଲୱାର, ଅଙ୍କିତ କୁମାର ଓ ଇନ୍ଦରଜିତ୍ ସୁକୁମାର ପ୍ରମୁଖ ବଜିରାଉତଙ୍କୁ ଭବ୍ୟ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଥିଲେ।ଅଧିବେଶନର ଶୁଭାରମ୍ଭ ମୀମାଂସା ପଟ୍ଟନାୟକଙ୍କ ଦ୍ବାରା ଏକ ସୁମଧୁର ଭଜନ ପରିବେଷଣରୁ ହୋଇଥିଲା। ଉତ୍କଳ ଭାରତୀ ତରଫରୁ ପୂର୍ବତନ ମିସେସ୍ ଇଣ୍ଡିଆ ଇଣ୍ଟରନ୍ୟାସନାଲ ସୁରଞ୍ଜିତା ରାଣା ଦାଶ ଏବଂ ଉତ୍ଥାନର ସଭାପତି କ୍ରିଶନ କୁମାରଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ବୈଠକରେ ଡଃ ରଚନା ପ୍ରସାଦଙ୍କ ଦ୍ଵାରା ହିନ୍ଦୀରେ ଲିଖିତ,’ ଆପକା କାନୁନ୍ ଆପକେ ଅଧିକାର ‘ ଶୀର୍ଷକ ପୁସ୍ତକକୁ ଅତିଥିମାନେ ଉନ୍ମୋଚନ କରିଥିଲେ।

ସଭା ଶେଷରେ ଧନ୍ୟବାଦ ଅର୍ପଣ କରି ମୁଖ୍ୟ ଆୟୋଜକ ଓ ଆଲୋଚନାଚକ୍ରର ଆବାହକ ଡଃ ନିର୍ମଳ ପଟ୍ଟନାୟକ ବାଜିରାଉତଙ୍କର ସ୍ମୃତି ରକ୍ଷା କରାଯିବା ଏବଂ ତାଙ୍କର ଜୀବନୀକୁ ପାଠ୍ୟକ୍ରମରେ ସାମିଲ କରାଯିବା ପାଇଁ ଭାରତ ସରକାରଙ୍କୁ ସ୍ମାରକପତ୍ର ଦିଆଯାଇଥିବାର ସୂଚନା ଦେଇଥିଲେ। ସମଗ୍ର ଅଧିବେଶନକୁ ଡଃ ଅଳ୍ପନା ପଟ୍ଟନାୟକ ସୁଚାରୁ ରୂପେ ଉପସ୍ଥାପନା ଓ ସଂଯୋଜନା କରିଥିଲେ। ଆଲୋଚନାଚକ୍ରକୁ ଆୟୋଜନ ଓ ପରିଚାଳନା କରିବାରେ ଉତ୍ତମ କୁମାର ଦେଓ, ସୁରେନ୍ଦ୍ର କୁମାର ନାୟକ ଏବଂ ସୁକାନ୍ତ କୁମାର ମହାପାତ୍ର ପ୍ରମୁଖ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ। ଉପସ୍ଥିତ ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କ ମଧ୍ୟରେ ଡଃ ତିଳୋମଣି ଭଟ୍ଟ, ବିଜୟଲକ୍ଷ୍ମୀ ପଟ୍ଟନାୟକ, ନିବେଦିତା ଗିରି, ଗୀତାଞ୍ଜଳି ସ୍ବାଇଁ, ଚକ୍ରପାଣି ପରିଡ଼ା, ଭୁବନାନନ୍ଦ ଓ ଜ୍ଞାନେନ୍ଦ୍ର ପଣ୍ଡା ପ୍ରମୁଖଙ୍କର ନାମ ଉଲ୍ଲେଖଯୋଗ୍ୟ।

Related Post

ପୃଥିବୀର ଶ୍ରେଷ୍ଠ ଦୁଇ ପ୍ରତିଶତ ବୈଜ୍ଞାନିକଙ୍କ ଭିତରେ କଳାହାଣ୍ଡିର କୃତି ସନ୍ତାନ ପ୍ରଫେସର୍ ଦିଗାମ୍ବର ପାତ୍ର

Posted by - November 24, 2021 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ/ ଅର୍ଜୁନ ପଟ୍ଟନାୟକ)ଷ୍ଟାନଫୋର୍ଡ଼ ୟୁନିଭର୍ଶିଟି ଦ୍ୱାରା ସଦ୍ୟ ପ୍ରକାଶିତ ପୃଥିବୀର ଶ୍ରେଷ୍ଠ ଦୁଇ ପ୍ରତିଶତ ବୈଜ୍ଞାନିକଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି ପ୍ରବାସୀ ଓଡିଆ ପ୍ରଫେସର ଦିଗାମ୍ବର…

ସାଧାରଣତନ୍ତ୍ର ଦିବସ ରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ନିଜ ଭାଷଣ ଠିକ୍‌ରେ ପଢ଼ିପାରିଲେ ନାହିଁ

Posted by - January 28, 2019 0
ମଧ୍ୟପ୍ରଦେଶ  :ଗ୍ୱାଲିଅରର ଏସ୍ଏଏଫ୍ ଗ୍ରାଉଣ୍ଡରେ ଆୟୋଜିତ ସମାରୋହରେ ମନ୍ତ୍ରୀ ଇମର୍ତ୍ତୀ ଦେବୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ।ଇମର୍ତ୍ତୀ ଦେବୀ ପତାକା ଉତ୍ତୋଳନ ପରେ ଅଭିଭାଷଣ ଦେବାର ଥିଲା।…

ଭାରତରେ ଗଡ଼ିଲା ପ୍ରଥମ ଇଞ୍ଜିନ୍‌ ବିହୀନ ରେଳଗାଡ଼ି

Posted by - December 5, 2018 3
ନୂଆଦିଲ୍ଲୀ : ଭାରତର ପ୍ରଥମ ପ୍ରଥମ ଇଞ୍ଜିନ୍ ବିହୀନ ରେଳ ଗାଡ଼ି ଟ୍ରେନ୍-୧୮ ଘଣ୍ଟାପ୍ରତି ୧୮୦କିମି ବେଗରେ ଗତି କରିଛି। ଗତକାଲି ଏନେଇ ପରୀକ୍ଷାମୂଳକ ଭାବେ ଟ୍ରେନ-୧୮…

ଭାରତକୁ ମିଳିଲା ଆକାଶର ଶକ୍ତିଶାଳୀ ଯୋଦ୍ଧା ରାଫେଲ, ରାଜନାଥ କଲେ ଶସ୍ତ୍ର ପୂଜା

Posted by - October 8, 2019 0
ପ୍ୟାରିସ୍,ଅକ୍ଟୋବର୦୮:ବିଜୟା ଦଶମୀ ଅବସରରେ ଆଜି ଯୁଦ୍ଧରେ ବିଜୟ ସୁନିଶ୍ଚିତ କରୁଥିବା  ଦୁନିଆର ଶକ୍ତିଶାଳୀ ଲଢୁଆ ବିମାନ ମଧ୍ୟରୁ ଗୋଟିଏ ରାଫେଲ ଭାରତକୁ ମିଳିଛି।  ରାଫେଲ ମିଳିବା ପରେ…

ଅଧାରାସ୍ତାରେ ଟ୍ରେନ ଅଟକାଇ ଟ୍ରାକ ଉପରେ ପରିସ୍ରା କଲେ ଡ୍ରାଇଭର, ଭିଡିଓ ଭାଇରାଲ

Posted by - July 18, 2019 0
ମୁମ୍ବାଇ: ଏକ ଟ୍ରେନ୍‌ର ଚାଳକ ଟ୍ରେନ ଅଟକାଇ ଟ୍ରାକ ଉପରେ ପରିସ୍ରା କରିବାର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏହାକୁ ନେଇ ଦେଶବ୍ୟାପୀ ଚର୍ଚ୍ଚା…