ଯୁବ ଅନୁଷ୍ଠାନ ଵିକାଶ କାର୍ଯ୍ୟକ୍ରମ ଓ ସ୍ୱଚ୍ଛତା ପଖୱାଡା କାର୍ଯ୍ୟକ୍ରମ

137 0

ଧର୍ମଗଡ଼: (ହେମନ୍ତ କୁମାର ମାଝୀ)ନେହେରୁ ଯୁଵ କେନ୍ଦ୍ର କଳାହାଣ୍ଡି , ଜିଳ୍ଲା ଯୁବ ସଂଯୋଜକ ପ୍ରସନ୍ନ ମେହେର ଓ ଲେଖାପାଲ ଦୁତିଆ ବନଚ୍ଛୋର ଙ୍କ ନେତୃତ୍ୱ ରେ ହୋଇଥିବା ଧର୍ମଗଡ ବ୍ଲକ ର ଯୁବ ଅନୁଷ୍ଠାନ ବିକାଶ କାର୍ଯ୍ୟକ୍ରମ ଅଭିଯାନ ଆଜି ଶେଷ ହୋଇଛି । ଆଜି ଗ୍ରାମ୍ୟ ପରିବେଶ ସୁରକ୍ଷା କିମିଟି ଛିଲିପା ର ନେତୃତ୍ୱ ରେ ଛିଲିପା ପଞ୍ଚାୟତ ରାଜିବ ଗାନ୍ଧୀ ସେବା କେନ୍ଦ୍ର ଠାରେ ଯୁବ ଅନୁଷ୍ଠାନ ବିକାଶ କାର୍ଯ୍ୟକ୍ରମ ଅଭିଯାନ ଶେଷ ହୋଇଥିବା ବେଲେ ସ୍ୱଚ୍ଛତା ପଖୱାଡା କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି ।

ଏହି ସ୍ୱଚ୍ଛତା ପଖୱାଡା ମିସନ ଜରିଆରେ ବର୍ଷ କୁ ଶହେ ଘଣ୍ଟା ଓ ସପ୍ତାହକୁ ମାତ୍ର ଦୁଇ ଘଣ୍ଟା ସ୍ୱଚ୍ଛତା ପାଇଁ ଶ୍ରମଦାନ ଦେବାକୁ ଉପସ୍ଥିତ ସମସ୍ତ ଯୁବ ଅନୁଷ୍ଠାନ ସମସ୍ତ ଅତିଥି ତଥା ଉପସ୍ଥିତ ଥିବା ସମସ୍ତ ସ୍ୱେଚ୍ଛାସେଵୀ ସପଥ ପାଠ ଗ୍ରହଣ କରିଥିଲେ ।ଏବଂ ଉକ୍ତ ବୈଠକ ରେ ନେହେରୁ ଯୁଵ କେନ୍ଦ୍ର କଳାହାଣ୍ଡି ଜିଲ୍ଲା ଯୁବ ସଂଯୋଜକ ଶୀ ପ୍ରସନ୍ନ ମେହେର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ନୂତନ ବର୍ଷ ର ବାର୍ଷିକ କାର୍ଯ୍ୟକ୍ରମ ବୀବରଣୀ ସମସ୍ତ ଯୁବ ଅନୁଷ୍ଠାନ ପାଖରେ ଉପସ୍ଥାପନା କରିଥିଲେ ତଥା ସମାଜ କୁ ବା ଯୁବ ଗୋଷ୍ଠି କୁ ଆଗକୁ ନେବା ଦିଗରେ କାର୍ଯ୍ୟ କରିବାକୁ ଆହ୍ୱାନ କରିଥିଲେ ।

ଏଥିରେ ସମ୍ମାନିତ ଅତିଥି ଭାବରେ ଛିଲିପା ଗ୍ରାମ ପଞ୍ଚାୟତ ସରପଞ୍ଚ୍ ଶ୍ରୀ ଭିବୁଦତ୍ତ ପ୍ରଧାନୀ ଓ ଛିଲିପା ପ୍ରାଥମିକ ବିଦ୍ୟାଲୟ ପ୍ରଧାନ ଶିକ୍ଷକ ଶୀ ଗଗନ ବିହାରୀ ସା ଉପସ୍ଥିତ ରହି ଯୁବ ଅନୁଷ୍ଠାନ ମାନଙ୍କୁ ଉତ୍ସାହିତ କରିବା ସହ ବିକାଶ ର ମାର୍ଗଦର୍ଶନ ଦେଇଥିଲେ । ଏହି ବୈଠକରେ ଧର୍ମଗଡ ବ୍ଲକ ର ପ୍ରାୟ ୭୫ ଟି ଯୁବ ଅନୁଷ୍ଠାନ ଭାଗନେଇଥିବା ବେଲେ ଜାତୀୟ ସ୍ୱଚ୍ଛାସେବୀ ସମ୍ଭୁଭିସି , କୋପନେଶ୍ୱର ବେମାଲ , ରୁଦ୍ର ମହାରଣା ,ରଶ୍ମି ମାଝି ,ଦିନେଶ ପ୍ରଧାନ, ଚିନ୍ମୟ ବାଗ, ସାହାର୍ଯ୍ୟ ସହଯୋଗ କରିଥିବା ବେଲେ ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡି ଧର୍ମଗଡ ବ୍ଲକ ଜାତୀୟ ସ୍ୱେଚ୍ଛାସେବୀ ମହେଶ୍ୱର ସୁନାନୀ ସମ୍ପାଦନ କରିଥିଲେ ।

Related Post

ଭାରତୀୟ ଜନ ଔଷଧି ପରିଯୋଜନା ପକ୍ଷରୁ ଆୟୋଜିତ ହେଲା ସଚେତନତା ଶୋଭାଯାତ୍ରା

Posted by - March 1, 2022 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)କେନ୍ଦ୍ର ସରକାରଙ୍କ ଦ୍ୱାରା ଗରିବ ଜନସାଧାରଣଙ୍କ ହିତ ଉଦେଶ୍ୟରେ ଦେଶରେ ଭାରତୀୟ ଜନଓøଷଧି ପରିୟୋଜନା ମାଧ୍ୟମରେ ଶସ୍ତା ଦରରେ ଉଚ୍ଚମାନର ଓøଷଧ ଯୋଗାଇ ଦିଆଯାଉଅଛି…

ଡାଟା ଅଟୋମେସନ ସିଷ୍ଟମ ବା ଡ୍ୟାସ(ଊଇଝ) ବୋର୍ଡ ବୈଠକ ଅନୁଷ୍ଠିତ

Posted by - June 2, 2020 16
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ ) ଯାଜପୁର ଜିଲାପାଳ ଙ୍କ  ସମ୍ମିଳନୀ କକ୍ଷରେ ଡାଟା ଅଟୋମେସନ ସିଷ୍ଟମ ବା ଡ୍ୟାସ(ଊଇଝ) ବୋର୍ଡ ବୈଠକ ଅନୁଷ୍ଠିତ ହୋଇଥିଲା ।…

ଭୋଇପାଲି କେନ୍ଦୁପତ୍ର ଜବତ ଘଟଣାରେ ସମିତି ସଭ୍ୟ ଙ୍କୁ ଦୁଃବ୍ୟବହାର ପଦର୍ଶନ ନେଇ ଏସପି ଓ ଜିଲ୍ଲାପାଳ ଠାରେ ଲିଖିତ ଅଭିଯୋଗ

Posted by - July 29, 2022 0
ସମ୍ବଲପୁର :(ରମାକାନ୍ତ ବିଶ୍ବାଳ) ସମ୍ବଲପୁର ଜିଲ୍ଲା ଜୁଯୋମୁରା ବ୍ଳକର ଭୋଇପାଲି ଠାରେ କେନ୍ଦୁପତ୍ର ଜବତ ସମୟରେ ସ୍ଥାନୀୟ ସମିତି ସଭ୍ୟ ଙ୍କୁ ଦୁଃବ୍ୟବହାର ପଦର୍ଶନ ଘଟଣା କୁ…

ବେଳପଡା ରେ ବ୍ଲକ ସ୍ତରୀୟ ଜନଶୁଣାଣୀ ତିନି ଶହ ଦିନ ପୁରଣ କରିଥିବା ଶ୍ରମିକଙ୍କୁ ସମ୍ବର୍ଦ୍ଧିନା

Posted by - April 8, 2022 0
ପାଟଣାଗଡ଼: (ତାପସ ରଞ୍ଜନ ବେହେରା)ବଲାଙ୍ଗିର ଜିଲ୍ଲା ପାଟଣାଗଡ ଉପଖଣ୍ଡ ବେଳପଡା ବ୍ଲକ କାର୍ଯ୍ୟାଳୟ ସଭା ଗୃହ ଠାରେ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା, ଜାତୀୟ…

ଭାରତୀୟ ଜନତା ପାର୍ଟିର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

Posted by - July 12, 2022 0
ଟିଟିଲାଗଡ :(ସଞ୍ଜୟ କୁମାର ନାୟକ) ବଲାଙ୍ଗିର ଜିଲ୍ଲା ଭାରତୀୟ ଜନତା ପାର୍ଟିର ସଭାପତି ଶ୍ରୀ ଶିବାଜି ମହାନ୍ତିଙ୍କ ସଭାପତିତ୍ବରେ ଟିଟିଲାଗଡ ନିକଟସ୍ଥ ପିପଲପଦର ଠାରେ ଥିବା ଶୁଭ…