ଖପ୍ରାଖୋଲ: ୩୦/୦୭ ( ତାପସ ରଞ୍ଜନ ବେହେରା) ଖପ୍ରାଖୋଲ ବ୍ଲକ କାର୍ଯ୍ୟlଲୟ ସଭଗ୍ରହ ଠାରେ ସରକାରୀ ଯୋଜନାର ସଫଳ ରୂପାୟନ ପାଇଁ ପାଟଣାଗଡ ଉପଜିଲ୍ଲାପାଳ ଡ଼ା . ବିଜୟାନନ୍ଦ ସେଠି ସମୀକ୍ଷା କରିଥିଲେ । ସମୀକ୍ଷା ବୈଠକ ରେ ଗୋଷ୍ଟି ଉନ୍ନୟନ ଅଧିକାରୀ ଭୀମସେନ କହଁର, ତହସିଲଦାର ଆଦିତ୍ୟ ପ୍ରସାଦ ମିଶ୍ର ଉପଖଣ୍ଡ ଯୋଗାଣ ଅଧିକାରୀ ମାୟାଧର ସାହୁ , ଉପଖଣ୍ଡ ମଙ୍ଗଳ ଅଧିକାରୀ ଦୀପ୍ତି ମନ୍ତ ଭୋଇ , ସହକାରୀ ଯନ୍ତ୍ରୀ ସୌମ୍ୟ କିଶୋର ଜୟପୁରିଆ ଉପସ୍ଥିତିରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା।
ଏହି ଅବସର ରେ ବ୍ଲକ ର ଉନ୍ନୟନ କାମ, ପିଡିଏସ ଚାଉଳ ଯୋଗାଣ , ବିଭିନ୍ନ ଭତ୍ତା ଯୋଗାଣ , ଶିଶୁ ଖାଦ୍ୟ , ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଶ୍ରମିକ ମାନଙ୍କୁ କାମ ଓ ମଜୁରୀ ପ୍ରଦାନ ସମେତ ଗ୍ରାମୀଣ ଆବାସ ଯୋଜନା ଉପରେ ସମୀକ୍ଷା ହୋଇଥିଲା । ସରକାରଙ୍କ ଲୋକାଭିମୁଖୀ ଯୋଜନା କିଭଳି ଠିକ ସମୟରେ ଠିକ ଭାବରେ ପହଞ୍ଚିବ ସେନେଇ ସମସ୍ତ କର୍ମଚାରୀ ଙ୍କୁ ଉପଜିଲ୍ଲାପାଳ କହିଥିଲେ ।
ବୈଠକରେ ସିଡ଼ିପିଓ ସୁଜାତା ଦୋରା , ଜିପିଓ ସୁଶାନ୍ତ କୁମାର ପାଣି , ଯୋଗାଣ ଅଧିକାରୀ ବିକାଶ କୁମାର ବାର୍ଲା, ପିଏ ଅଶୋକ ପାଣିଗ୍ରାହୀ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ କନିଷ୍କ ବିଭାର ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ପିଇଓ, ଜି ଆର ଏସ, ଯୋଗାଣ ସହାୟକ ପ୍ରମୁଖ ଉପସ୍ଥିତ ଥିଲେ।