ଅଗଷ୍ଟ ୧ ସମ୍ବଲପୁରୀ ଦିନ ଧୁମଧାମ ରେ ପାଲନ ପାଇଁ ଅତାବିରାରେ ପ୍ରସ୍ତୁତି ପର୍ବ ଆରମ୍ଭ

137 0

ବରଗଡ/ଅତାବିରା:ଛତ୍ରଛାୟା ତଲେ ନିଜ ପୁଅକୁ ସଦାସର୍ବଦା ଘୋଡାଇ ରଖି ସମସ୍ତଙ୍କୁ କରୁଣା ପ୍ରଦାନ କରି ଆସୁଥିବା ମହାଦେବୀ ମାଁ ସମଲେଇ ହେଉଛନ୍ତି ଆମ ପଶ୍ଚିମ ଓଡିଶା ସମ୍ବଲମାଟିର ଅଧିଷ୍ଠାତ୍ରୀ କୁଲଦେବୀ ।ପଶ୍ଚିମ ଓଡିଶାର ଗର୍ବ ଗୌରବର ଦିନ ଅଗଷ୍ଟ ମାସର ୧ ତାରିଖରେ ଗୁରୁ ସତ୍ ନାରେନ ବହିଦାର ଏବଂ କବି ଶ୍ରୀଧର ପଧାନ ଙ୍କ ପବିତ୍ର ଜନ୍ମ ଜୟନ୍ତି ଉତ୍ସବରେ ପାଲିତ ହେଉଥିବା “ସମ୍ବଲପୁରୀ ଦିନ୍” କୁ ଖୁବ ଯାକଜମକରେ ସମଗ୍ର ପଶ୍ଚିମ ଓଡିଶାରେ ପାଲିତ ହେଉଛି ।

ପଶ୍ଚିମ ଓଡିଶାର କଲା ସଂସ୍କୃତି,ରିତି ନିତି,ପରମ୍ପରା,ଐତିହ୍ୟ ଧରୋହର କୁ ସ୍ମରଣ କରି ସମ୍ମାନ ଦେଇ ଏଠାକାର ଜାନି ଯାତରା ଉତ୍ସବ କୁ ଖୁବ ଯାକ ଜମକରେ ପାଲନ କରିଥାନ୍ତି ଜନସାଧାରଣ ।ଏଠାକାର କଲା ସଂସ୍କୃତି ତଥା କଲାକାର ମାନଙ୍କ ଅବଦାନ ଅବିସ୍ମରଣିୟ ଏବଂ କାଲଜୟୀ ।ସ୍ୱଭାବ କବି ଗଙ୍ଗାଧର ମେହେର,ସନ୍ଥ କବି ଭିମ ଭୋଇ,କବି ଖଗେଶ୍ୱର,ଗୁରୁ ସତ୍ ନାରେନ ବହିଦାର,ଶ୍ରୀଧର ପଧାନ,କବି ହଲଧର ନାଗ ପରି ମହାନ ମହାନ ସମାଜ ସସ୍କାରକ କବି ସ୍ରଷ୍ଟାଙ୍କର ପରିତ୍ର ପୂଣ୍ୟ ଜନ୍ମସ୍ଥଲି ଅଟେ ଆମ ପଶ୍ଚିମ ଓଡିଶା ।

ଏହି ପରିପ୍ରେକ୍ଷୀରେ ପ୍ରାୟ ସବୁ ସ୍ଥାନ ପରି ବରଗଡ ଜିଲ୍ଲା ଅତାବିରା ଠାରେ ଅଗଷ୍ଟ ମାସ ୧ ତାରିଖ ସମ୍ବଲପୁରୀ ଦିନକୁ ଖୁବ ଯାକ ଜମକରେ ପାଲନ କରିବାକୁ ପ୍ରସ୍ତୁତି ଜୋରସୋର ରେ ଚାଲିଛି ।ରାମଚଣ୍ଡୀ ମନ୍ଦିର କମିଟି ତରଫରୁ ରାମଚଣ୍ଡୀ କଲ୍ୟାଣ ମଣ୍ଡପଠାରେ ଏକ ଲେଥା ପ୍ରତିଯୋଗିତା ସହ ସମ୍ବଲପୁରୀ ଦିନ ସକାଲ ୧୦ ଟାରୁ ୧ ଟା ପର୍ଯ୍ୟନ୍ତ ପାଲନ କରାଯିବାକୁ ପ୍ରସ୍ତାବ ଥିବା ବେଲେ ଏହିପରି ଅନ୍ୟ ପଟେ ନୁତନ ଗଠିତ ସାମାଜିକ ସଂଗଠନ ଆମ ପରିବାର ତରଫରୁ ମଧ୍ୟ ସମ୍ବଲପୁରୀ ଦିନ ଖୁବ ଯାକଜମକରେ ଅତାବିରା ର ଅଗ୍ରସେନ ଭବନ ଠାରେ ଦିନ ୨ ଟା ପରେ ପାଲନ କରାଯିବାକୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ।ଏବଂ ଆଶା କରାଯାଉଛି ଏ ଦିନ ଟି ଖୁବ ସଫଲତା ର ସହିତ ପାଲିତ ହେବ

Related Post

ଭୁବନେଶ୍ବରରେ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ,

Posted by - June 23, 2022 0
ଭୁବନେଶ୍ବର:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ଏନ୍‌ଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଆଜି ବିଳମ୍ବିତ ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି। ସେ ଆଜି ଅପରାହ୍ନରେ ମୟୂରଭଂଜ ଜିଲ୍ଲା…

ଜିଲ୍ଲା ପରିବର୍ତ୍ତନ ଅନୁଷ୍ଠାନ ପକ୍ଷରୁ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ଘେରାଉ

Posted by - October 21, 2021 0
ସୋନପୁର:(ଅଜିତ୍ କୁମାର୍ ପୁଝାରି)କଳାହାଣ୍ଡି ଜିଲ୍ଲାର ଗୋଲାମୁଣ୍ଡା ବ୍ଲକର ମହାଲିଙ୍ଗି ସ୍ଥିତ ସନସାଇନ ପବ୍ଲିକ ସ୍କୁଲର ଅଧ୍ୟକ୍ଷା ମମିତା ମେହେରଙ୍କ ହତ୍ୟା, ସ୍କୁଲ ଏବଂ ମହାଲିଙ୍ଗି କଲେଜରେ ଚାଲିଥିବା…

ଓଡ଼ିଶାରେ ୩ୟ କରୋନା ପଜିଟିଭ୍‌ ଚିହ୍ନଟ: ସୂଚନା ଦେଲା ସ୍ୱାସ୍ଥ୍ୟ ବିଭାଗ

Posted by - March 26, 2020 6
ଭୁବନେଶ୍ୱର: ଓଡ଼ିଶାରେ ପୁଣି ଜଣେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଗୁରୁବାର ସନ୍ଧ୍ୟାରେ ସ୍ବାସ୍ଥ୍ୟ ବିଭାଗ ଏହି ସୂଚନା ଦେଇଛି। କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ବ୍ୟକ୍ତି…

ଏମଜିଏନଆରଇଜିଏସ କାମରେ ନିୟୋଜିତ ଜେସିବି ଟ୍ରାକ୍ଟର କରୁଛି ବର୍ଷକୁ ୧କୋଟିରୁ ଉର୍ଦ୍ଧ୍ବ ଟଂକା ର ପ୍ରକଳ୍ପ 

Posted by - June 21, 2021 0
ବୌଦ୍ଧ:(ଚିତରଂଜନ ସିଂ) କରୋନା ମହାମାରୀର ଲକଡାଉନର ଫାଇଦା ନେଉଛନ୍ତି କୁଜିନେତା  ପେଟିଠିକାଦାର  । କାରଣ ଏହି ଲକଡାଉନର ସମୟରେ ଗରିବ ଶ୍ରମିକମାନେ କୌଣସିପ୍ରକାର କାମଧନ୍ଦା ନପାଇ ଘରେ…

ପ୍ରଶାସନ ଶୁଣିଲେନି ଗ୍ରାମର ଦୁର୍ଦଶା, ଶେଷରେ ଗୌତିଆ କଲେ ସମ୍ପୂର୍ଣ ସ୍ଵଚ୍ଛ

Posted by - September 10, 2021 0
ବରଗଡ:ବରଗଡ ଜ଼ିଲ୍ଲା ର ବିଜେପୁର ନିର୍ବାଚନ ମଣ୍ଡଳୀ ଅଧୀନରେ ଥିବା ଗାଇସିଲାଟ ବ୍ଲକ ଅନ୍ତର୍ଗତ ଗୁଦେରପାଲି ଗାଁର ୭ନମ୍ବର ୱାର୍ଡରେ ଡ୍ରେନ ପୋତି ହୋଇ ଯାଇଥିବାରୁ ଦୀର୍ଘ…