ଭବାନୀପାଟଣାଠାରେ ଉଜ୍ଜ୍ୱଳ ଭାରତ ଉଜ୍ଜ୍ୱଳ ଭବିଷ୍ୟତ @୨୦୪୭ ପାଳିତ

97 0

ଭବାନୀପାଟଣା :(ସୂରଜ ପ୍ରକାଶ ଜୈନ) ଆଜି ସ୍ଥାନୀୟ ବିଜୁ କଲ୍ୟାଣ ମଣ୍ଡପ ଠାରେ ଭାରତ ସରକାରଙ୍କ ଶକ୍ତି ମନ୍ତ୍ରଣାଳୟ ଓ ଓଡ଼ିଶା ସରକାରଙ୍କ ମିଳିତ ଉଦ୍ୟମରେ ପାୱାରଗ୍ରିଡ , ଓ ପି ଟି ସି ଏଲ୍ ଓ ଟିପୀଡ ବ୍ଲୁ ଏଲ ର ମିଳିତ ସହଯୋଗରେ ବିଦ୍ୟୁତ ମହୋତ୍ସବ ପାଳିତ ହୋଇଯାଇଛି ।ଉଲ୍ଲେଖଯୋଗ୍ୟ ଯେ ଆଜାଦି କା ଅମୃତ ମହୋତ୍ସବ ପରିପେକ୍ଷିରେ ସାରା ଭାରତବର୍ଷ ରେ ପ୍ରତ୍ୟେକ ଜିଲ୍ଲାରେ ଦୁଇଟି ସ୍ଥାନରେ ୨୫.୭.୨୦୨୨ ରୁ ୩୧.୭.୨୦୨୨ପର୍ଯ୍ୟନ୍ତ ଏହି ମହୋତ୍ସବ ପାଳନ କରାଯାଉଛି ।ଆଜି ଦିବା ୧୧.୦୦ ଘ ସମୟରେ ଆୟୋଜିତ ବିଦ୍ୟୁତ୍ ମହୋତ୍ସବ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶରତ ଚନ୍ଦ୍ର ଶ୍ରୀଚନ୍ଦନ ଯୋଗ ଦେଇଥିଲେ। ଅନ୍ୟତମ ସମ୍ମାନିତ ଅତିଥି ରୂପେ ପାୱାରଗ୍ରିଡ ସିନିୟର୍ ଜି ଏମ ଶ୍ରୀ ଏସ କେ ଚାଖି, ଓ ପି ଟି ସି ଏଲ୍ ଜି ଏମ ଶ୍ରୀ ଅଶୋକ କୁମାର ନନ୍ଦ ,ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ଦୟାନିଧି ନାୟକ, ଭବାନୀପାଟଣା ବ୍ଲକ ଅଧ୍ୟକ୍ଷ ଶ୍ରୀ ପ୍ରଫୁଲ୍ଲ କୁମାର ସାହୁ, ଭବାନୀପାଟଣା ବି ଡି ଓ ଶ୍ରୀ ବିନୟ ଭୋଇ,ଡେପୁଟି ଇଲେକ୍ଟ୍ରିକାଲ ଇନସ୍ପେକ୍ଟର ଇଂ ସୁଧାକର ବେହେରା ପ୍ରମୁଖ ମଞ୍ଚାସିନ ଥିଲେ ।

ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସହଭାଗିତା ରେ ବିଦ୍ୟୁତ ଉତ୍ପାଦନ ଓ ବିତରଣ କ୍ଷେତ୍ରରେ ପ୍ରମୁଖ ସଫଳତାକୁ ପ୍ରଦର୍ଶିତ କରିବାପାଇଁ ବିଜୁଳି ମହୋତ୍ସବ ଏକ ମାଧ୍ୟମ ଓ ଏହାଦ୍ବାରା ଅଧିକରୁ ଅଧିକ ଜନସାଧାରଣ ବିଦ୍ୟୁତ୍ କ୍ଷେତ୍ରରେ ବିକାଶକୁ ହୃଦୟଙ୍ଗମ କରିବାସହ ତୃଣମୂଳ ସ୍ତରରେ ଏହାର ଉପଯୋଗୀତା ପହଞ୍ଚିବ।ମୁଖ୍ୟ ଅତିଥି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଚନ୍ଦନ ରାଜ୍ୟର ପ୍ରତ୍ୟେକ ଉପଭୋକ୍ତା ଗୁଣାତ୍ମକ ଓ ନିରବିଛିନ୍ନ ବିଦ୍ୟୁତ୍ ସେବା ପାଆନ୍ତୁ ତଥା ଏହି ବିଦ୍ୟୁତ ଉତ୍ପାଦନ ବ୍ୟତୀତ ସୌରଶକ୍ତି, ପବନଚାଳିତ ଶକ୍ତି ଉପରେ ଧ୍ୟାନ ଦେଲେ ଓଡ଼ିଶା ତଥା ଦେଶର ବିକାଶ ଓ ଶିଳ୍ପୀକରଣ ରେ ସାହାଯ୍ୟ ହେବ ବୋଲି କହିଥିଲେ ।ଜିଲ୍ଲା ପରିଷଦ ସଦସ୍ୟ ତଥା ବ୍ଲକ ଅଧ୍ୟକ୍ଷ ବିଦ୍ୟୁତ୍ ସେବାକୁ ଏକ ଜରୁରୀ ସେବା ରୂପେ ଗ୍ରହଣ କରି ବିଭାଗୀୟ ଅଧିକାରୀ ନିରବିଚ୍ଛିନ୍ନ ବିଦ୍ୟୁତ୍ ସରବରାହ ଦେବା ସହ ହିତାଧିକାରୀଙ୍କୁ ସଠିକ୍ ବିଲ ପ୍ରଦାନ କୁ ଗୁରୁତ୍ୱ ଦେବାକୁ କହିଥିଲେ।ପାୱାରଗ୍ରିଡ ଜି ଏମ ଶ୍ରୀ ସଞ୍ଜୟ ଚାଖି ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ଵାରା ହାତକୁ ନିଆଯାଉଥିବା ବିଭିନ୍ନ ଲୋକାଭିମୁଖି କାର୍ଯ ବିଷୟରେ ସଂକ୍ଷିପ୍ତ ବିବରଣୀ ଦେଇଥିଲେ।କାର୍ଯ୍ୟକ୍ରମରେ ଉପସ୍ଥିତ ଅନେକ ବିଦ୍ୟୁତ୍ ଉପଭୋକ୍ତା ନିଜର ଅସୁବିଧା ଓ ଅନୁଭୂତିକୁ ପ୍ରକଟ କରିଥିଲେ।

ସଭାପରେ ବିଦ୍ୟୁତ ସେବା,ଗ୍ରାହକଙ୍କ ଅଧିକାର, ଅକ୍ଷୟ ଶକ୍ତି,ଗ୍ରାମ୍ୟ ବିଦ୍ୟୁତକରଣ,ପାୱାରଗ୍ରିଡ ,ବିଦ୍ୟୁତ୍ ସଞ୍ଚୟ ଓ ଅପଚୟ ଉପରେ ୧୦ ମିନିଟ ର ଭିଡ଼ିଓ କ୍ଲିପ୍ ପ୍ରଦର୍ଶିତ ହୋଇଥିଲା।ପରିବର୍ତ୍ତନ ଓ ବିଜୁଳି ଶୀର୍ଷକ ଦୁଇଟି କ୍ଷୁଦ୍ର ନାଟକ କଳାକାରମାନେ ପରିବେଷଣ କରିଥିଲେ ।ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଘୁମୁରା ନୃତ୍ୟ ପ୍ରଦର୍ଶନ ହୋଇଥିଲା। ସଭାଟିକୁ ସଞ୍ଚାଳନ କରିଥିଲେ କର ଆଇନଜୀବୀ ଶ୍ରୀ ସଂଜୀବ କୁମାର ସିଂ।ସଭାରେ ଅନ୍ୟମାନଙ୍କ ମଧ୍ୟରେ ଡିଜିଏମ ଓପିଟିସିଏଲ୍ ଶ୍ରୀ ଅଜୟ କୁମାର ନନ୍ଦ,ଟିପିଡବ୍ଲୁଏଲ୍ ନିର୍ବାହୀ ଯନ୍ତ୍ରୀ ଶ୍ରୀ ମାନସ ରଞ୍ଜନ ମାଟି, ଡି ଆଇ ପି ଆର୍ ଓ ଶ୍ରୀ ମନୋଜ ବେହେରା,ତହସିଲଦାର ଶ୍ରୀ ଉପେନ୍ଦ୍ର ଲୁହା, ନିଜାରତ ଅଧିକାରୀ ଶ୍ରୀଶଙ୍କର ନାଗ,ଜିଲ୍ଲା ପରିଷଦ ସଦସ୍ୟ,ବିରୋଧୀ ଦଳ ନେତା ପ୍ରତିନିଧି ,ସରପଞ୍ଚ,ସମିତି ସଭ୍ୟ, ବିଦ୍ୟୁତ୍ ଉପଭୋକ୍ତା ଓ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ । ସଭା ପରିଚାଳନା ରେ ପାୱାର ଗ୍ରିଡ ଜି ଏମ ଶ୍ରୀ ଉମାକାନ୍ତ ଶୁକ୍ଳ,ପାୱାର ଗ୍ରିଡ ମ୍ୟାନେଜର ଶ୍ରୀ ଆଶୁତୋଷ ଦଳ ବେହେରା, ଏସ୍ ଡି ଓ ,ଓପିଟିସିଏଲ୍ ଶ୍ରୀ ରଞ୍ଜନ କୁମାର ସାହୁ, ପାୱାର ଗ୍ରିଡ କର୍ମଚାରୀ ଡି ବେହେରା ପ୍ରମୁଖ ସହଯୋଗ କରିଥିଲେ ।

Related Post

ଅବସର କାଳିନ ବିଦାୟୀ ସମ୍ବଦ୍ଧନା

Posted by - June 30, 2021 0
ବୌଦ୍ଧ:(ଚିତ୍ତ ରଞ୍ଜନ ସିଁ ))ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ କରଂଜକଟା ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ଦେବରାଜ ସାହୁ ଙ୍କୁ ଆଜି ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା…

ଜିଲା ସଂସ୍କୃତି ପରିଷଦର ଏକ ବୈଠକ ଅନୁଷ୍ଠିତ 

Posted by - March 11, 2021 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ ) ଜିଲାପାଳ ସମ୍ମିଳନୀ କକ୍ଷରେ ଜିଲା ସଂସ୍କୃତି ପରିଷଦର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି I ଜିଲାପାଳ ଚକ୍ରବର୍ତି ସିଂ ରାଠୋରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜିଲାର ସଂସ୍କୃତି ସଂପର୍କରେ ଆଲୋଚନା କରାଯାଇଥିଲା ,ବିଶେଷକରି ଚଳିତ ବର୍ଷ ମହାତ୍ମାଗାନ୍ଧୀ ଓଡିଶା ଆଗମନର ୧୫୦ ତମ ବର୍ଷ ପାଳନ କରାଯିବ ଏଥିପାଇଁ ଆସନ୍ତା ୨୩ ତାରିଖରୁ ସାରା ଜିଲାରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ମହାତ୍ମାଗାନ୍ଧୀଙ୍କ ଉପରେ ନାଟ୍ୟ ନିର୍ଦ୍ଦେଶକ ନରୋତମ ପରିଡାଙ୍କ ନିର୍ଦ୍ଧେଶନାରେ ଏକ ନାଟକ ପରିବେଶଣ ହେବାକୁ ନିଷ୍ପତି ହୋଇଥିଲା । ଜିଲାର ବିଭିନ୍ନ ସ୍ଥାନରେ ରହିଥିବା ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତି ଅଂଚଳରେ ବିଶେଷ ଆୟୋଜନ କରାଯିବ ବୋଲି ଜିଲାପାଳ ସୂଚନା ଦେଇଥିଲେ,ସେହିପରି ୧୯୩୪ ମସିହା ମେ ୨୧ ତାରିଖ ଦିନ ଗାନ୍ଧୀ ଯାଜପୁର ଜିଲାର ବୈରୀ ରେଳଷ୍ଟେସନରେ ଓହ୍ଲାଇଥିଲେ । ସେହି ଦିନ ମଧ୍ୟ ସଂସ୍କୃତି ପରିଷଦ ପକ୍ଷରୁ ଗାନ୍ଧୀଙ୍କ ସ୍ୱୃତିଚାରଣ କରାଯିବନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ ତମ ଜନ୍ମଜୟନ୍ତୀ ବର୍ଷ ଅବସରରେ ବିଭିନ୍ନ ଆୟୋଜନ କରାଯିବ ବୋଲି ସଂସ୍କୃତି ପରିଷଦ ବୈଠକରେ ଆଲୋଚନା କରାଯାଇଥିଲା,ଏହି ବୈଠକରେ ଜିଲା ସଂସ୍କୃତି ଅଧିକାରୀ ସନ୍ତୋଷ କୁମାର ସେଠୀଙ୍କ ସହିତ ଅନ୍ୟାନ୍ୟ ଅଧିକାରୀ ଏବଂ ସଦସ୍ୟ ମାନେ ଉପସ୍ଥିତ ଥିଲେ ।

ସ୍ୱେଚ୍ଛାସେବୀ ସଂଗଠନ ସୂର୍ଯ୍ୟାଲୋକ ସମାଜ ସେବା ତରଫରୁ କମ୍ବଳ ,ବସ୍ତ୍ର ଓ ମିଷ୍ଟାନ୍ନ ବଣ୍ଟନ

Posted by - December 22, 2019 0
ଯାଜପୁର: ତା୨୨/୧୨/୧୮ ରିଖ ରବିବାର ଯାଜପୁର ଜିଲ୍ଲାରେ ଥିବା ଏକ ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ସୂର୍ଯ୍ୟାଲୋକ ସମାଜ ସେବା ତରଫରୁ ଯାଜପୁର ତ୍ରିଲୋଚନଶ୍ୱର ମନ୍ଦିର ନିକଟରେ ଥିବା…

ନୀଳାଚଳ ଇସ୍ପାତ କାରଖାନାକୁ ଘରୋଇ କରଣ ପ୍ରତିବାଦରେ ଆନ୍ଦୋଳନ

Posted by - March 14, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ) ଯାଜପୁର ଜିଲ୍ଲାର କଳିଂଗନଗର ଶିଳ୍ପାଳରେ ଥିବା ନୀଳାଚଳ ଇସ୍ପାତ କାରଖାନାକୁ କେନ୍ଦ୍ର ଓ ରାଜ୍ୟ ସରକାର ଘରୋଇ କରଣ ନିଷ୍ପି ନେଇଛନ୍ତି ।…