ଓଜେଇଇ ପରୀକ୍ଷାରେ ସମ୍ବଲପୁର ର ୨ ଜଣ ହେଲେ ଟପ୍ପର

86 0

ସମ୍ବଲପୁର :(ରମାକାନ୍ତ ବିଶ୍ବାଳ)ପ୍ରକାଶିତ ଓଜେଇଇ ପରୀକ୍ଷାର ଫଳାଫଳ ରେ ସମ୍ବଲପୁର ରେ ରହୁଥିବା ୨ ଜଣ ଛାତ୍ରଛାତ୍ରୀ ହେଲେ ରାଜ୍ୟ ରେ ଟପ୍ପର । ଜଣେ ଛାତ୍ରୀ କେମିକାଲ ଇଂଜିନିୟରିଂ ଜେନେରାଲ୍ କେଟାଗୋରୀରେ ସାରା ରାଜ୍ଯରେ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଛାତ୍ର ଜଣକ ଏମ.ଫାର୍ମା ଜେନେରାଲ୍ କେଟାଗୋରୀରେ ସାରା ରାଜ୍ଯରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ଆଜି ସଦ୍ଯପ୍ରକାଶିତ ଓଜେଇଇ ପରୀକ୍ଷାରେ ସମ୍ବଲପୁରରେ ରହୁଥିବା ଛତିଶଗଡ ଝିଅ ତଥା ସମ୍ବଲପୁର ଛାତ୍ରୀଙ୍କ ସଫଳତା । କେମିକାଲ ଇଂଜିନିୟରିଂ ଜେନେରାଲ୍ କେଟାଗୋରୀରେ ସାରା ରାଜ୍ଯରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ହରିୟାଲି ବେହେରା ।

ସେ ପରିବାର ସହିତ ସମ୍ବଲପୁର ସହରର ମୋଦିପଡାରେ ରହୁଥିବାବେଳେ ତାଙ୍କ ପରିବାର ଛତିଶଗଡ ମହାସମୁନ୍ଦ ବାସିନ୍ଦା । ଏହି ସଫଳତା ପରେ ପରିବାର ତଥା ନିଜ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଏହି ସଫଳତାର ଶ୍ରେୟ ଦେଇଛନ୍ତି । ସେହିପରି ସଦ୍ଯପ୍ରକାଶିତ ଓଜେଇଇ ପରୀକ୍ଷାରେ ସମ୍ବଲପୁର ସହରର ଆଉ ଜଣେ ଛାତ୍ର ମଧ୍ୟ ପାଇଛନ୍ତି ସଫଳତା । ଏମ.ଫାର୍ମା ଜେନେରାଲ୍ କେଟାଗୋରୀରେ ସାରା ରାଜ୍ଯରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ସମ୍ବଲପୁର ର ଛାତ୍ର ସଚ୍ଚିନ ନାୟକ । ଡୁମେରପାଲି ବାସିନ୍ଦା ସଚ୍ଚିନ ଏହି ସଫଳତା ପରେ ପରିବାର ତଥା ନିଜ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଏହି ସଫଳତାର ଶ୍ରେୟ ଦେଇଛନ୍ତି । ଏହା ସହ କରୋନା ସମୟ ତାଙ୍କୁ ବେଶ ସହାୟକ ହୋଇଥିବା ସେ କହିଛନ୍ତି । ଏହି ସମୟରେ ପାଠ ପଢିବାର ସୁଯୋଗ ପାଇଥିବା ସେ କହିଛନ୍ତି ।

Related Post

ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି,ଆସନ୍ତା କାଲି ଠାରୁ ରଥ ନିର୍ମାଣ

Posted by - May 4, 2020 0
ପୁରୀ:(ସମିର ରଞ୍ଜନ ନାୟକ)ଆସନ୍ତାକାଲି ଠାରୁ ଆରମ୍ଭ ହେବ ରଥନିର୍ମାଣ। ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଲା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ। ରଥ ତିଆରି ଏକ ନିର୍ମାଣ କାମ ହୋଇଥିବାରୁ…

ଟିଟିଲାଗଡ଼ ନାଗରିକ ମଞ୍ଚ ତରଫରୁ ପୁଲୱାମାରେ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳୀ,ରକ୍ତଦାନ ଶିବିର ଆୟୋଜିତ

Posted by - February 14, 2022 0
ଟିଟିଲାଗଡ଼:( ଫେବୃଆରୀ ୧୪ କୁ ପ୍ରେମୀ ଯୁଗଳ ନିଜର ଭେଲେନଟାଇନ ଦିବସ ଯାହାକି ପ୍ରେମ ଦିବସ ରୁପେ ପାଳନ କରୁଛନ୍ତି, ଆଜିର ଦିନରେ ପୂଲୱାମା ଆତଙ୍କି ଆକ୍ରମଣରେ…

କେସିଙ୍ଗା ଆର୍ ଓ ବି ପ୍ରକଳ୍ପର ବର୍ଦ୍ଧିତ ବ୍ୟୟ ଅଟକଳ କୁ କେନ୍ଦ୍ର ସରକାରଙ୍କ ମଞ୍ଜୁରୀ

Posted by - December 17, 2021 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ଜନସାଧାରଣଙ୍କ ଦିର୍ଘ ଦିନର ଦାବି ଓ ବହୁ ବାଦ ବିବାଦ ପରେ କେନ୍ଦ୍ର ସରକାର କଳାହାଣ୍ଡି ଜିଲ୍ଲା କେସିଙ୍ଗା ଠାରେ…

୨୦୨୪ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେଡି ଓ ବିଜେପି ପାଇଁ ପଞ୍ଚାୟତ ନିର୍ବାଚନ ହେବ ଅଗ୍ନି ପରୀକ୍ଷା , କଂଗ୍ରେସ ର ତାଳିପକା ଉଦ୍ୟମ।

Posted by - January 3, 2022 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ଭବାନୀପାଟଣା,ଆଗାମୀ ତ୍ରି ସ୍ତରୀୟ ପଞ୍ଚାୟତ ନିର୍ବାଚନ ପୂର୍ବରୁ କଳାହାଣ୍ଡି ଜିଲ୍ଲା ରାଜନୀତି ବେଶ ସରଗରମ ହେବାରେ ଲାଗିଛି। ଯଦି ଓ…

ମାନସିକ ରୋଗଗ୍ରସ୍ତ ଯୁବତୀ ନିଖୋଜ,ଥାନାରେ ଏତଲା ଦେଲେ ପରିବାର ଲୋକେ

Posted by - October 29, 2021 0
ଟିଟିଲାଗଡ:(ସଞ୍ଜୟ କୁମାର ନାୟକ) ଟିଟିଲାଗଡ ପୌରପରିଷଦ ଅନ୍ତର୍ଗତ ସ୍ଵାଧୀନ ପଡ଼ା ନିବାସୀ ହିତ ସାହୁ ଓ ହେମଲତା ସାହୁଙ୍କ କନିଷ୍ଠ ଝିଅ ବବିତା ସାହୁ (ରୂପା) ନିଖୋଜ…