ଯାଜପୁର:( ଆନନ୍ଦ ଚଦ୍ର ସାହୁ )ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକର ଜଣେ ଯୁବନେତା ସେହି ଅଂଚଳର ଜଣେ ଯୁବତୀଙ୍କୁ ବିବାହ ପ୍ରତିସୃତି ଦେଇ ଶାରିରୀକ ସମ୍ପର୍କ ରଖି ପରେ ବିବାହ ପାଇଁ ମନା କରିବା ନେଇ ପୀଡିତା ଥାନାର ଦ୍ୱାରସ୍ଥ ହୋଇଛନ୍ତି । ଏ ସମ୍ପର୍କରେ ବିଂଝାରପୁର ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିବା ବେଳେ ଆଜି ପୀଡିତାର ଡାକ୍ତରୀ ମାଇନା କରି ମାଜିଷ୍ଟ୍ରେଟ ନିକଟରେ ୧୬୪ ବୟାନ ରେକର୍ଡ କରାଇଛି । ବିଂଝାରପୁର ଥାନା ପଇରଖ ଗ୍ରାମର ଜିତେନ୍ଦ୍ର କୁମାର ପ୍ରଧାନ ତାଙ୍କର ଜଣେ ସମ୍ପର୍କୀୟ ଭାଣିଜି ସହିତ ପ୍ରେମ ସମ୍ପର୍କ ରଖିବା ସହିତ ବିବାହର ପ୍ରତିସୃତି ଦେଇ ଦୀର୍ଘ ସାତ ବର୍ଷ ହେଲା ଶାରିରୀକ ସମ୍ପର୍କ ରଖିଥିଲେ । ହେଲେ ଜିତେନ୍ଦ୍ର ଏବେ ଅନ୍ୟତ୍ର ବିବାହ କରିବାକୁ ସ୍ଥିର କରିଥିବାରୁ ପିଡୀତା ଜଣକ ନ୍ୟାୟ ପାଇଁ ବିଂଝାରପୁର ଥାନା ପୋଲିସର ଦ୍ୱାରସ୍ଥ ହୋଇଛନ୍ତି ।
ଏ ନେଇ ଅଭିଯୋଗ ହେବା ପରେ ଅଭିଯୁକ୍ତ ୍ର ପେଂରାର ହୋଇଯାଇଛି । ସେପଟେ ପିଡିତା ଯୁବତୀଙ୍କର ଡାକ୍ତରୀ ମାଇନା ସହିତ ମାଜିଷ୍ଟ୍ରେଟ୍ଙ୍କ ସମ୍ମୁଖରେ ୧୬୪ ବୟାନ ରେକର୍ଡ କରାଯାଇଛି । ତେବେ ଅଭିଯୁକ୍ତ ଖୁବ ଶିଘ୍ର ଧରାପଡିବ ବୋଲି ଯାଜପୁର ଏସଡିପିଓ ସୂଚନା ଦେଇଛନ୍ତି । ଘଟଣାର ସମାଧାନ କରି ପୀଡିତାକୁ ଅନ୍ୟତ୍ର ବିବାହ କରାଇଦେବାକୁ ଚାପ ପକାଯାଉଥିବା ତାଙ୍କ ବାପା ଅଭିଯୋଗ କରିଛନ୍ତି ।ଜିତେନ୍ଦ୍ର ବିଂଝାରପୁର ନିର୍ବାଚନ ମଣ୍ଡଳୀର ବିଜୁ ଛାତ୍ର ଜନତା ଦଳ ର ସଭାପତି ଭାବେ କାର୍ଯ୍ୟ କରୁଥିଲେ। ଅସାମାଜିକ କାର୍ଯ୍ୟକଳାପରେ ଲିପ୍ତ ଥିବା ଅଭିଯୋଗ ରେ କାର୍ଯ୍ୟାନୁଷ୍ଠାନ ହୋଇଥିବା ଯାଜପୁର ଜିଲ୍ଲା ବିଜୁ ଛାତ୍ର ଜନତା ଦଳର ସଭାପତି ତାରିଣୀ ସନ୍ଧିବିଗ୍ରହ ଙ୍କ ସୂଚନା।