ଧର୍ମଗଡ଼ ରେ ବିଜୁଳି ବିଭାଗ ତଥା ଜିଲ୍ଲା ପ୍ରଶାସନର ମିଳିତ ଆନୁକୁଲ୍ୟରେ ଆଜାଦି କା ଅମୃତ ମହାତ୍ସଵ

222 0

ଧର୍ମଗଡ଼:( ପାୱାର ଗ୍ରୀଡ଼,ଓପିଟିସିଏଲ ଓ ଟିପିଡବ୍ଲୁଓଡିଏଲ ପକ୍ଷରୁ ଆଜି ଧର୍ମଗଡ ଵିଜୁକଲ୍ଯାଣମଣ୍ଡପ ଠାରେ ‘ଆଜାଦି କି ଅମୄତ ମହୋତ୍ସବ’ ଆୟୋଜିତ ହୋଇଥିଲା।ଧର୍ମଗଡ ଉପଜିଲ୍ଲାପାଳ ପାଓ୍ବାର ସଚିନ ପ୍ରକାଶ,ଆଇଏଏସ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ମୂଖ୍ୟଅତିଥି ଭାବରେ କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂଦେଓ,ସମ୍ମାନୀତ ଅତିଥି ଭାବେ ଶ୍ରୀଯୁକ୍ତ ମୌଷଧି ବାଗ,ମାନ୍ୟବର ବିଧାୟକ ଧର୍ମଗଡ, ଏନ୍ଏସି ଅଧ୍ୟକ୍ଷ ଅଶୋକ କୁମାର ମହାନ୍ତି,ଧର୍ମଗଡ ବ୍ଲକ ଅଧ୍ୟକ୍ଷା ବବିତା ପଟ୍ଟଯୋଷୀ ଓ ମୁଖ୍ୟ ବକ୍ତା ଭାବେ ପାୱାରଗ୍ରୀଡ଼ ର ମହାପ୍ରବନ୍ଧକ ଏସ୍.କେ.ଚକ୍କି,ଜି,,ପ୍ରମୁଖ ଯୋଗ ଦେଇଥିଲେ। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା କରାଯାଉଥିବା ବିଦ୍ୟୁତ ସମ୍ପର୍କୀୟ ଲୋକାଭିମୁଖୀ ଯୋଜନା ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବାର ଆଭିମୁଖ୍ୟ ନେଇ ଏହି ଅମୃତ ଉତ୍ସବ ପାଳନ କରାଯାଉଥିବା ଅତିଥିମାନେ ପ୍ରକାଶ କରିଥିଲେ।

ସୂଚନାଯୋଗ୍ୟ ଯେ, ଭାରତ ସରକାର ଓ ରାଜ୍ୟ ସରକାରଙ୍କ ବିଦ୍ୟୁତ ମନ୍ତ୍ରାଳୟଙ୍କ ନିର୍ଦେଶ କ୍ରମେ ରାଜ୍ୟସରକାର ଙ୍କ ସଂସ୍ଥା ଓପିଟିସିଏଲ,ବିଦ୍ୟୁତ ବଣ୍ଟନ ସଂସ୍ଥା ଟିପିଡବ୍ଲୁଓଡିଏଲ ଏବଂ କେନ୍ଦ୍ରୀୟ ସଂସ୍ଥା ପାୱାର ଗ୍ରୀଡ଼ ର ମିଳିତ ଉଦ୍ୟମରେ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ପାଳନ କରାଯାଉଥିବା ଆଜାଦି କା ଅମୃତ ମହାତ୍ସଵ ଅନ୍ତର୍ଗତ ‘ଉଜ୍ଜଳ ଭାରତ ଉଜ୍ଜଳ ଭବିଷ୍ୟତ’ ଉତ୍ସବ ଭାରତର ୭୭୩ ଗୋଟି ଜିଲ୍ଲାରେ ପାଳନ କରାଯାଇଛି।

ଉଜ୍ଜଳ ଭାରତ ଉଜ୍ଜ୍ୱଳ ଭବିଷ୍ୟତ ପାୱାର@୨୪୭ ସଶକ୍ତ ଶକ୍ତି ବ୍ୟବସ୍ଥା ଅନ୍ତର୍ଗତ ଶକ୍ତି କ୍ଷେତ୍ରରେ ଦେଶର ପ୍ରଗତିକୁ ଦୃଷ୍ଟିରେ ରଖି ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ସମୁଦାୟ ୨.୦୧.୭୨୨ କୋଟି ଖର୍ଚ୍ଚ କରାଯାଇ ଦେଶରେ ୨.୯୨୧ ଗୋଟି ସବ୍ ଷ୍ଟେସନ ନୂତନ ଭାବେ ନିର୍ମାଣ କରାଯାଇଥିବା ବେଳେ ୩.୯୨୬ ସବ୍ ଷ୍ଟେସନର ପୁନରୁଦ୍ଧାର ଓ ଆଧୁନିକକରଣ,୬.୦୪.୪୬୫ ସର୍କିଟ କିଲୋମିଟର ଏଲଟି ଲାଇନ ବିଛାଇବା

Related Post

ବିଦ୍ୟୁତ ଏସଡିଓ ବିନାୟକ ରାଉତଙ୍କ ଯୋଗଦାନର ଏକ ମାସ ଭିତରେ ୪.୫ ଲକ୍ଷ ଟଙ୍କାର ଜୋରିମାନା ଆଦାୟ

Posted by - July 16, 2022 0
ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ଟିଟିଲାଗଡ ସବଡିଭିଜନକୁ ନୂତନ ଭାବେ ଦାୟିତ୍ଵ ଗ୍ରହଣ କରିଥିଲେ ଏସଡିଓ ବିନାୟକ ରାଉତ। ସେ ଆସିବା ଦିନଠାରୁ ଚୋରାରେ ବିଦ୍ୟୁତ ଯାଳୁଥବା ଲୋକଙ୍କ ବିରୁଦ୍ଧରେ…

ଜିଲ୍ଲା ଶିଶୁସୁରକ୍ଷା ୟୁନିଟି ଆନୁକୁଲ୍ୟରେ ଜିଲ୍ଲାସ୍ତରୀୟ ଦକ୍ଷତା ବିକାଶ ତାଲିମ

Posted by - July 16, 2021 0
ନବରଙ୍ଗପୁର:(ବେଣୁ ଗୋପାଳ ରାଓ) ଜିଲ୍ଲା ଶିଶୁସୁରକ୍ଷା ୟୁନିଟି ଆନୁକୁଲ୍ଯରେ ଆଜି ଶିଶୁ ଯତ୍ନ କେନ୍ଦ୍ରରେ ରହୁଥିବା ଦଶମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ର ଛାତ୍ରୀ ଓ ବାଲ୍ୟ…

ଡ୍ରାଇଭର ସଂଘପକ୍ଷ ରୁଖୋଲିଲା ଜଳଛତ୍ର

Posted by - April 13, 2022 0
ବଙ୍ଗୋମୁଣ୍ଡା:(ଅଭିମନ୍ୟୁ ବହିଦାର)ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ଭାଲୁମୁଣ୍ଡା ଠାରେ ଚାଲିଥିବା ଷୋହଳ ପହରୀ ନାମ ଯଜ୍ଞରେ ଭାଲୁମୁଣ୍ଡା ମା ସମଲେଶ୍ୱରୀ ଡ୍ରାଇଭର ସଂଘ ପକ୍ଷରୁ ଏକ…

ବାଲ୍ୟ ବିବାହ ନିଷେଧ ଉପରେ ଜାତି ମୁଖିଆ ମାନଙ୍କ ଏକ ଦିନିକିଆ କର୍ମଶାଳା ଅନୁଷ୍ଠିତ

Posted by - April 23, 2022 0
ବୌଦ୍ଧ:(ଚିତ୍ତରଞ୍ଜନ ସିଂ)  ବୌଦ୍ଧ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ର ସମ୍ବିଳନୀ କକ୍ଷ ଠାରେ ପାରମ୍ପାରିକ ଜାତି ମୁଖିଆ, ମନ୍ଦିର କମିଟି ସଦସ୍ୟ ମାନଙ୍କର ଦିନିକିଆ ବାଲ୍ୟ…