କଳାହାଣ୍ଡି ର ପୁର୍ବତନ ସାଂସଦ ସୁବାସ ନାୟକଙ୍କ ପରଲୋକ

204 0

ଭବାନୀପାଟଣା :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା ର ପୁର୍ବତନ ସାଂସଦ ତଥା ବିଶିଷ୍ଟ ଜନନାୟକ ସୁବାସ ଚନ୍ଦ୍ର ନାୟକ ଙ୍କ ୭୫ ବର୍ଷ ବୟସରେ ପରଲୋକ ହୋଇଯାଇଛି। ଆଜି ସକାଳ ପ୍ରାୟ ୮.୪୫ ମି ସମୟରେ ଭବାନୀପାଟଣା ଡାକ୍ତରଖାନା ରେ ତାଙ୍କର ମୃତ୍ଯୁ ହୋଇଛି। ୧୯୪୭ ମସିହା ଅଗଷ୍ଟ ୧୫ ତାରିଖ ରେ ଜନ୍ମ ଗ୍ରହଣ କରିଥିବା ଶ୍ରୀ ନାୟକ କିଛିଦିନ ସ୍ୱାସ୍ଥ୍ୟ ବିଭାଗ ରେ ଚାକିରି କରିବା ପରେ ଧରିତ୍ରୀ ଖବରକାଗଜ ର ସ୍ୱୀକୃତି ପ୍ରାପ୍ତ ଜିଲ୍ଲା ପ୍ରତିନିଧି ଭାବରେ ସାମ୍ବାଦିକତା କରିଥିଲେ।

ପରେ କଂଗ୍ରେସ ଦଳ ରୁ ଟିକେଟ ପାଇ ୧୯୯୧ ରୁ ୧୯୯୫ ମସିହା ପର୍ଯ୍ଯନ୍ତ କଳାହାଣ୍ଡି ର ସାଂସଦ ରହିଥିଲେ।ପରବର୍ତ୍ତୀ ସମୟରେ ବିଜୁ ଜନତା ଦଳ ପକ୍ଷରୁ ମଧ୍ଯ ସାଂସଦ ଭାବେ ନିର୍ବାଚନ ଲଢି ଥିଲେ। ସେ ଭାରତର ପ୍ରଥମ ସାଂସଦ ଯିଏ କି ସଂସଦ ଭବନ ପାହାଚରେ ମୁଣ୍ଡ ନୁଆଁଇ ପ୍ରଣାମ କରି ସଂସଦ ଭବନ କୁ ପ୍ରବେଶ କରିଥିଲେ। ବିଶେଷକରି ଜଣେ ସରଲ ନିଷ୍କପଟ ଜନନାୟକ ଭାବେ ସୁପରିଚିତ ଥିଲେ ଶ୍ରୀ ନାୟକ, ତାଙ୍କ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇ ଥିବା ବେଳେ ବିଭିନ୍ନ ମହଲରୁ ଶୋକ ବାର୍ତ୍ତା ଆସିବାରେ ଲାଗିଛି।

ଶ୍ରୀ ନାୟକଙ୍କ ବିୟୋଗରେ ଓଡିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ, ପୂର୍ବତନ ମନ୍ତ୍ରୀ ରାସ ବିହାରୀ ବେହେରା, ବରିଷ୍ଠ ନେତା ତଥା ସମାଜସେବୀ ପ୍ରମୋଦ ପଟ୍ଟନାୟକ, ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ, ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତ ଚରଣ ଦାସ,ରାଜ୍ଯ ଅଲିମ୍ପିକ ସଂଘ ସଭାପତି ଜଗମୋହନ ପଟ୍ଟନାୟକ,ଏଇ ଓଡିଶା ନିର୍ବାହୀ ସମ୍ପାଦକ ନରେନ୍ଦ୍ର ନେଗୀ, ସହ ସମ୍ପାଦକ ତଥା ରାଜ୍ଯ ପ୍ରତିନିଧି ଅର୍ଜୁନ ପଟ୍ଟନାୟକ, ବିଶିଷ୍ଟ ସାମ୍ବାଦିକ ରଜନୀକାନ୍ତ ମିଶ୍ର, ପ୍ରମୁଖ ଗଭୀର ଶୋକ ପ୍ରକାଶ କରିବା ସହ ଅମର ଆତ୍ମାର ସଦ୍ ଗତି କାମନା କରିଛନ୍ତି।

Related Post

ନେହେରୁ ଯୁବ କେନ୍ଦ୍ର ତରଫରୁ ଗାନ୍ଧୀ ଜୟନ୍ତି ଅବସର ରେ କ୍ଲିନ୍ ଇଣ୍ଡିଆ କାର୍ଯ୍ୟକ୍ରମ

Posted by - October 2, 2022 0
ଧର୍ମଗଡ଼: ( ହେମନ୍ତ କୁମାର ମାଝୀ)ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡି (ଯୁବ ବ୍ୟାପର ଏବଂ କ୍ରୀଡା ମନ୍ତ୍ରଣାଳୟ ଭାରତ ସରକାର ) ଏବଂ ଏନ.ଏ.ସି ଧର୍ମଗଡ ର…

ବିଜୁ ପକ୍କାଘର ମରାମତି ପାଇଁ ସହାୟତା ଘୋଷଣା

Posted by - December 22, 2021 0
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ସ୍ଥିର ହୋଇଛି ଯେ ରାଜ୍ୟ ସରକାରଙ୍କ ବିଭିନ୍ନ ପକ୍କା ଘର ଯୋଜନାର ହିତାଧିକାରୀ ଏବଂ କେନ୍ଦ୍ର ଯୋଜନାରେ ଘର…

ପ୍ରଶାସନ ଓ ପୋଲିସ ବିରୋଧ ରେ ରାୟଗଡା ଜିଲ୍ଲା ସାମ୍ବାଦିକଙ୍କ ପ୍ରତିବାଦ ସଭା

Posted by - June 1, 2022 0
ରାୟଗଡ଼ା:(ଅଞ୍ଜନ କୁମାର ନାଏକ )ଗୋଟିଏ ଛାତ ତଳେ ଏକାଠିହେଲେ ଜିଲ୍ଲା ଅନ୍ତର୍ଗତ ୧୧ ଟି ବ୍ଲକ ର ଶତାଧିକ ଗଣ ମାଧ୍ୟମ ପ୍ରତିନିଧି । ସାମ୍ବାଦିକଙ୍କ ପ୍ରତି…