ଝରିଗୁଡା ଗ୍ରାମରେ ମହିଳାଙ୍କ ହତ୍ୟା ଅଭିଯୋଗରେ ସ୍ୱାମୀଙ୍କୁ ଗିରଫ କରି ନେବା ସମୟରେ ପୋଲିସ ହତସନ୍ତ

155 0

ନବରଙ୍ଗପୁର:(ବେଣୁ ଗୋପାଳ ରାଓ )ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ ଝରିଗୁଡା ଗାଁରେ ସ୍ୱାମୀ ସୁଶୀଲ ନାଗ ତା ସ୍ତ୍ରୀ ବଦ୍ରିକା ପନକା କୁ ହତ୍ୟା କରିବା ପରେ ବେଜରେ ଶାଢ଼ୀ ଦେଇ ଆତ୍ମହତ୍ୟା କଲା ଭଳି ଦର୍ଶାଇଥିବା ନେଇ ଡାବୁଗାଁ ଥାନାରେ ମୃତ ମହିଳାଙ୍କ ପରିବାର ଲୋକଙ୍କ ଅଭିଯୋଗ ହେବାପରେ ଡାବୁଗାଁ ଥାନା ଅଧିକାରୀ ତାଙ୍କ ଟିମ ସହ ଘଟଣା ସ୍ଥଳରେ ପହଞ୍ଚିଥିଲେ,ମୃତ ମହିଳାଙ୍କ ସମ୍ପର୍କୀୟ ମାନେ ଅଭିଯୁକ୍ତ ସ୍ୱାମୀକୁ ଗିରଫ ନକରିବା ପର୍ଯ୍ୟନ୍ତ ଶବକୁ ଛାଡ଼ିବୁ ନାହିଁ ବୋଲି ଜିଦ ଧରିଥିଲେ।

ଅଭିଯୁକ୍ତକୁ ପୋଲିସ ଗୋଟିଏ ସ୍ଥାନରେ ପୋଲିସ ରଖିଛି, ଶବ ଉଠିଲା ପରେ ତାକୁ ଆମେ ଥାନାକୁ ନେବୁ ବୋଲି ପୋଲିସ ଓ ଝରୀଗାଁ ତହସିଲଦାର ସମ୍ପର୍କୀୟଙ୍କୁ ବୁଝାଇବା ପରେ ଶବ ବ୍ୟବଛେଦ ନିମନ୍ତେ ନେବାପାଇଁ ରାଜି ହୋଇଥିଲେ,। ଇତି ମଧ୍ୟରେ ଅଭିଯୁକ୍ତ ସୁଶୀଲ ରୋଷେଇ ଘର ଭିତରେ ଲୁଚି ରହିଥିବା ଉତ୍ୟକ୍ତ ଲୋକେ ଦେଖିଥିଲେ ଏହାପରେ ପୋଲିସ ଅଭିଯୁକ୍ତକୁ ଖସାଇବା ପାଇଁ ଚେଷ୍ଟା କରୁଛି,ପୋଲିସ ମିଛ କହୁଛି କହି ପୋଲିସ ସହ ପାଟିତୁଣ୍ଡ ଓ ଝଗଡା ଲାଗିଥିଲେ ଉତ୍ୟକ୍ତ ସମ୍ପର୍କୀୟ।

ପରିସ୍ଥିତି ଅନାୟତ୍ତ ହେବା ଦେଖି ଅଭିଯୁକ୍ତକୁ ଘଟଣା ସ୍ଥଳରୁ ଉଦ୍ଧାର କରି ପୋଲିସ ନେବା ସମୟରେ ମୃତ ମହିଳାଙ୍କ ସମ୍ପର୍କୀୟ ମାନେ ପୋଲିସ ଗାଡି ସାମନାରେ ଶୋଇ ପଡ଼ିଥିଲେ ଏବଂ ଅଭିଯୁକ୍ତକୁ ମାଡ଼ ମାରିବା ପାଇଁ ଗୋଡ଼ାଇ ଥିଲେ, ପୋଲିସ ତୁରନ୍ତ ଅଭିଯୁକ୍ତ କୁ ପୋଲିସ ଗାଡ଼ିରେ ବସାଇ ନେଇ ଯାଇଥିଲେ, ଏହି ସମୟରେ ଉତ୍ୟକ୍ତ ଲୋକଙ୍କୁ ଅଟକାଉ ଥିବା ଡାବୁଗାଁ ଥାନା ଅଧିକାରୀ ପୋଲିସ କର୍ମଚାରୀ ମାନଙ୍କୁ ଗୋଡ଼ାଇ ଗୋଡାଇ ମାଡ଼ ମରିଥିଲେ।

Related Post

ପବିତ୍ର ମକର ସଂକ୍ରାନ୍ତିରେ ବାବା ବରୁଣେଶ୍ୱରଙ୍କ ପୀଠ ହୋଇ ଉଠିଛି ଚଳଚଂଚଳ

Posted by - January 15, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଆଜି ହେଉଛି ପବିତ୍ର ମକର ସଂକ୍ରାନ୍ତି । ଏଥିପାଇଁ ଯାଜପୁର ଜିଲା ବିଂଝାରପୁର ବ୍ଲକ ଅରେଇ ଠାରେ ଥିବା ବାବା ବରୁଣେଶ୍ୱରଙ୍କ ପୀଠ ହୋଇ…

ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ର ପ୍ରାଥମିକ ବର୍ଗ ଉଦଘାଟିତ

Posted by - December 25, 2021 0
ବୌଦ୍ଧ (ଚିତ୍ତ ରଂଜନ ସିଂ)ବୌଦ୍ଧ: ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ପ୍ରାଥମିକ ବର୍ଗ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ମନମୁଣ୍ଡା ପରିସରରେ ଉଦଘାଟିତ ହୋଇଯାଇଛି। ଜିଲ୍ଲା ସଂଘଚାଳକ ସୂର୍ଯ୍ୟକାନ୍ତ…

କ୍ରୀଡା ଶିକ୍ଷକ ପ୍ରମୋଦ ରାଉତ ଙ୍କୁ ବୀଣାପାଣି ସମ୍ମାନ

Posted by - August 26, 2019 0
ଭୁବନେଶ୍ୱର:୨୫-0୮ ଭୁବନେଶ୍ୱର ଉପକଣ୍ଠ ରଘୁନାଥପୁର ଦଧି ବାବନ ଉଚ୍ଚ ବିଦ୍ୟାଳୟ ର କ୍ରୀଡା ଶିକ୍ଷକ ଶ୍ରୀଯୁକ୍ତ ପ୍ରମୋଦ ରାଉତ ଙ୍କୁ ବୀଣାପାଣି ସମ୍ମାନ ରେ ସମ୍ମାନିତ କରାଯାଇଛି।ଆଜି…

ବାରଙ୍ଗରେ ନୂତନ ଥାନା ଉଦଘାଟନ 

Posted by - April 29, 2022 0
ବାରଙ୍ଗ : ( ସନ୍ତେ।ଷ ର।ଉତ) ବାରଙ୍ଗ ଥାନାର ନୂତନ ଗୃହ ଉଦ୍ଘାଟନ ହୋଇଛି, ଓଡିଶା ପୋଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲ ଉଦଘାଟନ କରିଛନ୍ତି , ଏହି …

ବରିଷ୍ଠ ନାଗରିକ ସଂଘ ବୈଠକ

Posted by - August 8, 2022 0
ସୋନପୁର :(ଅଜିତ କୁମାର ପୂଜାହାରୀ) ସୁବର୍ଣ୍ଣପୁର ଜିଲ୍ଲା ବରିଷ୍ଠ ନାଗରିକ ସଂଘ ର ଏକ ଜରରୀକାଳୀନ ବୈଠକ ସ୍ଥାନୀୟ ଅଣ ଗେଜେଟେଡ କର୍ମଚାରୀ ସମ୍ମନୱ ସମିତି ସଭାଗୃହ…