Breaking News
10:57 pmଜାତୀୟ ସେବା ଯୋଜନା ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି; ବିଭିନ୍ନ ବର୍ଗରେ ଓଡ଼ିଶାରୁ ୩ ଜଣ ସାମିଲ 10:56 pmଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା କୃଷି ବିଭାଗ କାର୍ଯ୍ୟାଳୟ ନିକଟରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ,୨ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ମହିଳା ଗିରଫ 10:54 pmପୁରୀ ଜିଲ୍ଲା ପରିଷଦ ଜୋନ ୧୧ର ସଦସ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣା,ଖୋଲିବ ଗୁମର, ହଜିଲା ମୋବାଇଲ ଫୋନ୍‌ ମିଳିଲା 10:53 pmକୋରାପୁଟ: କୋଟିଆ ସୀମାନ୍ତ ଆନ୍ଧ୍ରପ୍ରଦେଶର ଜଙ୍ଗଲରେ ବୁଲୁଛି ବାଘ। ବନ ବିଭାଗ ପକ୍ଷରୁ ନିଆଯାଇଛି ଆବଶ୍ୟକ ପଦକ୍ଷେପ। କୋରାପୁଟ ଜିଲ୍ଲାପାଳଙ୍କ ସୂଚନା 10:52 pmକୋରାପୁଟ: କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଜଲାପୁଟ ଗାଁ ନିକଟ ମାହାରାଗାଁ ଓ ପଲାମୁଗାଁ ନିକଟ ଜଙ୍ଗଲରେ ବିସ୍ଫୋରକ ସାମଗ୍ରୀ ଠାବ କରି ନିଷ୍କ୍ରିୟ କଲା ବିଏସଏଫ୍‌

ନବ ବିବାହିତାଙ୍କ ଶବ ଉଦ୍ଧାର , ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ

98 0

ଭବାନୀପାଟଣା :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) କଳାହାଣ୍ଡି ଜିଲ୍ଲା କୋକସରା ଥାନା ମୋଟେର ଫାଣ୍ଡି ଅନ୍ତର୍ଗତ ଘୁମେରଗୁଡା ଗାଁରେ ଶୁକ୍ରବାର ଜଣେ ମହିଳାଙ୍କ ସନ୍ଦେହଜନକ ଅବସ୍ଥାରେ ରେ ମୃତଦେହ ଉଦ୍ଧାର କରିଛି ପୋଲିସ। ଗତ ୧ ମାସ ତଳେ ପ୍ରେମ ବିବାହ କରି ଯୁବକଙ୍କ ଘରେ ରହୁଥିବା ବେଳେ ମହିଳାଙ୍କ ଅସ୍ୱାଭାବିକ ମୃତ୍ୟୁକୁ ନେଇ ବାପା ଘର ଲୋକ ଝିଅ କୁ ହତ୍ୟା କରିଥିବା ନେଇ କୋକସରା ଥାନା ରେ ଅଭିଯୋଗ ଆଣିଛନ୍ତି। ସୂଚନା ମତେ ଚାରବାହାଲ ପଞ୍ଚାୟତ ଘୁମେରଗୁଡା ଗ୍ରାମର ଯୁବକ ଧନଞ୍ଜୟ ଲହଜଳ (୨୮) ପୂର୍ବରୁ ଏକ ହତ୍ୟା ଘଟଣାରେ ଜେଲରୁ ପାରୋଲ ରେ ଆସିଥିବା ବେଳେ ଧର୍ମଗଡ ବ୍ଲକ ପର୍ଲା ଗାଁ ର ମଛିନ୍ଦ୍ର ଗୋପାଳ ଙ୍କ ଝିଅ ଲତା ଗୋପାଲ ସାଙ୍ଗରେ ପ୍ରେମ ସମ୍ପର୍କ ହୋଇଥିଲା।

ମାସେ ତଳେ ପ୍ରେମ ବିବାହ କରି ଲତା କୁ ନିଜ ଘରକୁ ନେଇ ଆସିଥିଲେ ପ୍ରେମିକ ଧନଞ୍ଜୟ। ତେବେ ଶୁକ୍ରବାର ମଧ୍ୟାହ୍ନରେ ଧନଞ୍ଜୟ ଲହଜଳ ଲତା ର ବାପା ଘର କୁ ଫୋନ କରି ତମ ଝିଅ ଆତ୍ମହତ୍ୟା କରିଛି ଓ ତାର ମୃତ୍ୟୁ ହୋଇଛି ବୋଳି କହିଥିବା ବେଳେ ଖବର ଶୁଣି ଲତା ର ବାପଘର ଲୋକେ ଆସି ଘଟଣା ସମ୍ପର୍କରେ ମୋଟେର ଫାଣ୍ଡି ରେ ଝିଅ କୁ ହତ୍ୟା କରାଯାଇଛି ବୋଳି ଅଭିଯୋଗ କରିଥିଲେ। ଅଭିଯୋଗ ପରେ ପୋଲିସ ପଦକ୍ଷେପ ନେଇ ଘଟଣାସ୍ଥଳରେ ପହଞ୍ଚି ପାରିପାର୍ଶ୍ବିକ ଅବସ୍ଥା ଅନୁଧ୍ୟାନ ସହ ଉଭୟ ପକ୍ଷ ଙ୍କ ବୟାନ ନେବାପରେ ଧନଞ୍ଜୟ ଲହଜଳ କୁ ଘଟଣା ରେ ପଚରାଉଚୁରା ପାଇଁ କୋକସରା ଥାନା ରେ ଆଣି ଅଟକ ରଖିଛନ୍ତି।

ଶନିବାର ସକାଳୁ ଧର୍ମଗଡ ଉପଖଣ୍ଡ ପୋଲିସ ଅଧିକାରୀ ଧିରଜ କୁମାର ଚୋପଦାର ଙ୍କ ନେତୃତ୍ୱରେ ସାଇଣ୍ଟିଫିକ ଟିମ ସହ ଆମପାଣି ପୋଲିସ ଆଇଆଇସି ଚତୁର୍ଭୁଜ ନାଏକ, ତଦନ୍ତକାରୀ ସବ ଇନିସ୍ପେକ୍ଟର ଗୋପବନ୍ଧୁ ନାଏକ, ମୋଟେର ଫାଣ୍ଡି ଅଧିକାରୀ ମନୋରଞ୍ଜନ ଆଚାର୍ଯ୍ୟ ଶବ ଜବତ କରିବା ସହ ସାଇଣ୍ଟିଫିକ ଟିମ ର ତଦନ୍ତ ପରେ ଶବ କୁ ବ୍ୟବଚ୍ଛେଦ ପାଇଁ କୋକସରା ହସ୍ପିଟାଲ କୁ ଆଣି ବ୍ୟବଚ୍ଛେଦ ପରେ ପରିବାର କୁ ଶବ ହସ୍ତାନ୍ତର କରିଛନ୍ତି। ଏନେଇ କୋକସରା ଥାନା ରେ ଏକ ଅପମୃତ୍ୟ ମାମଲା ୧୬୪/୨୨ ରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିବା ସହ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଏହା ହତ୍ୟା ନା ଆତ୍ମହତ୍ୟା ତାହା ସ୍ପଷ୍ଟ ହେବ ବୋଳି ତଦନ୍ତକାରୀ ପୋଲିସ ଅଧିକାରୀ ସୁଚନା ଦେଇଛନ୍ତି ।

Related Post

ଅଖିଳ ଭାରତୀୟ ଶ୍ରୀ ଶ୍ରୀ  ଅଭିରାମ ଆଶ୍ରିତ ପରିବାର  ର ପ୍ରଥମ ବାର୍ଷିକ ଉତ୍ସବ ପାଇଁ ଏକ ପ୍ରସ୍ତୁତି ବୈଠକ

Posted by - June 4, 2022 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ବିବିସରାଇ ଠାରେ ଅଖିଳ ଭାରତୀୟ ଶ୍ରୀ ଶ୍ରୀ  ଅଭିରାମ ଆଶ୍ରିତ ପରିବାର  ର ପ୍ରଥମ ବାର୍ଷିକ ଉତ୍ସବ ପାଇଁ ଏକ…

ସ୍ୱାଧୀନତାର ୭୫ବର୍ଷ ପୁର୍ତ୍ତି ଅବସରରେ ରାଜ୍ୟ ପରିକ୍ରମା କରୁଥିବା ଅହିଂସା ରଥକୁ ବୌଦ୍ଧ ଜିଲାରେ ଭବ୍ୟ ସମ୍ବର୍ଦ୍ଧନା

Posted by - August 26, 2022 0
ବୌଦ୍ଧ::୨୬/୦୮ :(ଚିତ୍ତରଂଜନସିଂ)ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତି ଅବସରରେ ରାଜ୍ୟ ପରିକ୍ରମା କରୁଥିବା ଅହିଂସା ରଥଦ୍ବୟକୁ ଦ୍ଵିତୀୟ ଦିବସରେ ଉଭୟ ଅହିଂସା ରଥ୧ ଓ ୨ ବୌଦ୍ଧ ପଂଚାୟତ ସମିତି…

ଗାନ୍ଧୀ ଜୟନ୍ତୀ ରେ ‘ବିଶ୍ଵ ପରିବାର’ ଓ ‘ମାନବ ଧର୍ମ’ ନାମରେ ଦୁଇ ସାମାଜିକ ସଂଗଠନ ଗଠିତ

Posted by - October 4, 2021 0
ନୀଳଗିରି:(ସୌମ୍ୟା ସାଇ ବାରିକ) ସମଗ୍ର ବିଶ୍ବ କୁ ଏକ ପରିବାର ଓ ବିଶ୍ୱ ରେ ଅବସ୍ଥାନ କରୁଥିବା ସମସ୍ତ ମଣିଷ ଙ୍କ ର ଗୋଟିଏ ଧର୍ମ ମାନବ ଧର୍ମ…

ଅଲ ଓଡିଶା ଇପିଂଏପଂ ପେଂନସନ ଭୋଗୀ ମାନଙ୍କର ବିଭିନ୍ନ ସମସ୍ୟାର ସମାଧାନ ଦାବି

Posted by - November 17, 2021 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )ଅଲ ଓଡିଶା ଇପିଂଏପଂ ପେଂନସନ ଭୋଗୀ ମାନଙ୍କର ବିଭିନ୍ନ ସମସ୍ୟାର ସମାଧାନ ଦାବୀରେ ଯାଜପୁର ଜିଲା ପ୍ରଶାସନକୁ ଏକ ଦାବୀ ପତ୍ର ପ୍ରଦାନ…