Breaking News
10:57 pmଜାତୀୟ ସେବା ଯୋଜନା ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି; ବିଭିନ୍ନ ବର୍ଗରେ ଓଡ଼ିଶାରୁ ୩ ଜଣ ସାମିଲ 10:56 pmଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା କୃଷି ବିଭାଗ କାର୍ଯ୍ୟାଳୟ ନିକଟରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ,୨ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ମହିଳା ଗିରଫ 10:54 pmପୁରୀ ଜିଲ୍ଲା ପରିଷଦ ଜୋନ ୧୧ର ସଦସ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣା,ଖୋଲିବ ଗୁମର, ହଜିଲା ମୋବାଇଲ ଫୋନ୍‌ ମିଳିଲା 10:53 pmକୋରାପୁଟ: କୋଟିଆ ସୀମାନ୍ତ ଆନ୍ଧ୍ରପ୍ରଦେଶର ଜଙ୍ଗଲରେ ବୁଲୁଛି ବାଘ। ବନ ବିଭାଗ ପକ୍ଷରୁ ନିଆଯାଇଛି ଆବଶ୍ୟକ ପଦକ୍ଷେପ। କୋରାପୁଟ ଜିଲ୍ଲାପାଳଙ୍କ ସୂଚନା 10:52 pmକୋରାପୁଟ: କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଜଲାପୁଟ ଗାଁ ନିକଟ ମାହାରାଗାଁ ଓ ପଲାମୁଗାଁ ନିକଟ ଜଙ୍ଗଲରେ ବିସ୍ଫୋରକ ସାମଗ୍ରୀ ଠାବ କରି ନିଷ୍କ୍ରିୟ କଲା ବିଏସଏଫ୍‌

ଲଗାଣ ବର୍ଷା ଯୋଗୁଁ ଶଗଡ଼ିଆ ସେତୁ ଉପରେ ୪ ଫୁଟ ବନ୍ୟାଜଳ ପ୍ରବାହିତ, ଯୋଗାଯୋଗ ବିଛିନ୍ନ

136 0

ବୌଦ୍ଧ:(ଚିତ୍ତ ରଂଜନ ସିଂ)ଲଘୁଚାପ ଜନିତ ବର୍ଷା ଯୋଗୁଁ ହରଭଙ୍ଗା ଅଂଚଳରେ ବନ୍ୟା ପରିସ୍ଥିତି ଉପୁଜିଛି।ପ୍ରକାଶ ଥାଉକି ଗତକାଲି ବିଳମ୍ବିତ ରାତ୍ରରୁ ଆଜି ଦିନ ୧୦ଟା ପଯ୍ୟନ୍ତ ହରଭଙ୍ଗା ଅଂଚଳରେ ବାଦଲ ଫଟା ପ୍ରବଳ ଧାରରେ ବର୍ଷା ହେବା ଫଳରେ ସମଗ୍ର ଅଂଚଳ ଜଳମଗ୍ନ ହେବା ସହ, ବୌଦ୍ଧ ପୂର୍ତ୍ତ ବିଭାଗର ହରଭଙ୍ଗା -ଛତ୍ରଙ୍ଗ ରାସ୍ତାରେ ଥିବା ‘ଶଗଡ଼ିଆ ସେତୁ’ ଉପରେ ୪ଫୁଟ ଉଚ୍ଚତାରେ ବନ୍ୟାଜଳ ପ୍ରଭାବିତ ହେଉଥିବା ଯୋଗୁ ଯୋଗାଯୋଗ ବିଛିନ୍ନ ହୋଇପଡିଛି।

ଫଳରେ ବହୁ ଗାଡି ମଟର ଯାଇ ନପାରି ଅଟକି ରହିଛି। ସେହିପରି ଫୁଲବାଣୀ -ଟିକରପଡା ରାସ୍ତାର କୁଶଙ୍ଗ ଠାରେ ଥିବା ‘ବଡ଼ଝୋର ସେତୁ ‘ଉପରେ ୫ଫୁଟ ବନ୍ୟାଜଳ ପ୍ରଭାବିତ ହେଉଛି ଫଳରେ ଯୋଗାଯୋଗ ବିଛିନ୍ନ ହୋଇପଡିଛି।ବନ୍ୟାଜଳ ପ୍ରବଳ ବେଗରେ ସେତୁ ଉପରେ ପ୍ରଭାବିତ ହେବା ଫଳରେ ଲୋକମାନେ ଯାଇନପାରି ଅଟକି ରହିଛନ୍ତି। ସୂଚନା ମତେ ଆଜି ବହୁ ଛାତ୍ରଛାତ୍ରି ମାନେ ଫୁଲବାଣୀ ଠାରେ ଏମ.ବି.ବି.ଏସ ନିଟ ପରୀକ୍ଷା ଦେବାପାଇଁ ଯାଉଥିବା ଛାତ୍ରଛାତ୍ରି ମାନେ ସେତୁ ଉପରେ ବନ୍ୟାଜଳ ପ୍ରଭାହିତ ହେଉଥିବା ଯୋଗୁଁ ପରୀକ୍ଷା ଦେଇ ଯାଇପାରିନଥିବା ଅଭିଯୋଗ କରିଛନ୍ତି।

ଏଣୁ ଏହି ସେତୁ ଗୁଡ଼ିକ ଉଚ୍ଚ ଲେବୁଲ ସେତୁ କରିବାକୁ ଅଂଚଳବାସୀ ଦାବୀ କରିଛନ୍ତି। କାରଣ ଏହି ସେତୁ ଗୁଡିକ ପୂର୍ବରୁ ଲୋ ଲେବୁଲ ସେତୁ ଯୋଗୁଁ ବନ୍ୟାଜଳ ପ୍ରଭାହିତ ହେଉଛି ଏଣୁ ଏହି ସେତୁ ଗୁଡ଼ିକ ଉଚ୍ଚ ଲେବୁଲ ସେତୁ କରିବାକୁ ଅଞ୍ଚଳ ବାସୀ ଦାବୀ କରିଛନ୍ତି।ଏବାବଦରେ ବୌଦ୍ଧ ପୂର୍ତ୍ତ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ଇଂ ପ୍ରଭାତ ଦାସ ଓ ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ ନିରଞ୍ଜନ ଧଳ ଙ୍କୁ ପଚାରିବାରୁ ସେ କହିଲେ ଶଗଡ଼ିଆ ସେତୁକୁ ଉଚ୍ଚ ଲେବୁଲ ସେତୁ କରିବା ପାଇଁ ସର୍ଭେ କରାଯାଇ ରାଜ୍ୟ ପୂର୍ତ୍ତ ବିଭାଗ କୁ ପ୍ରସ୍ତାବ ଦିଆଯାଇଛି ଏହା ଅନୁମୋଦନ ହେଲେ ଅକ୍ଟୋମ୍ବର ସୁଦ୍ଧା ଟେଣ୍ଡର ପ୍ରକ୍ରିୟା ହେବ ବୋଲି ଯନ୍ତ୍ରୀ ପ୍ରକାଶ କରିଛନ୍ତି।

Related Post

ସରକାର କରୁଥିବା ଯୋଜନା ଗୁଡ଼ିକ ପ୍ରକୃତ ହିତାଧିକାରୀ ଙ୍କୁ ମିଳୁଛି ତ ?

Posted by - September 6, 2021 0
ବରୀ: :(ସ୍ନେହାଂଶୁ ଶେଖର ମହାନ୍ତି)ସରକାର ସାଧାରଣ ଲୋକଙ୍କ ପାଇଁ ସରକାର କରୁଥିବା ଯୋଜନା ଗୁଡ଼ିକ ପ୍ରକୃତ ହିତାଧିକାରୀ ଙ୍କୁ ମିଳୁଛି ତ ? ଏହି ପ୍ରଶ୍ନ ଆମ୍ଭେ…

ବୀର ସୁରେନ୍ଦ୍ର ସାଏଙ୍କ ୨୩୧ତମ ଜୟନ୍ତୀ ପାଳିତ

Posted by - January 24, 2021 0
ରେଙ୍ଗାଲି: ସ୍ୱାଧୀନତା ସଂଗ୍ରାମୀ ବିପ୍ଲବୀ ବୀର ସୁରେନ୍ଦ୍ର ସାଏ ଏ ମାଟିର ଗର୍ବ ଏବଂ ଗୌରବ ତଥା ଅଞ୍ଚଳର ସ୍ୱାଭିମାନ। ତାଙ୍କ ବୀରତ୍ୱର ତୁଳନା ନାହିଁ। ବିଶ୍ୱ…

ସାବଧାନ :କୋରୋନା ପବନ ରେ ଭି ବ୍ୟାପେ,ଜାଣନ୍ତୁ କେମିତି

Posted by - July 9, 2020 0
ଭୁବନେଶ୍ବର :ମଙ୍ଗଳବାର ଦିନ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମହାମାରୀ କରୋନାଭାଇରସର ବାୟୁ ଦ୍ୱାରା ବିସ୍ତାର ହେବାର ପ୍ରମାଣକୁ ସ୍ୱୀକାର କରିଛି, ଏକ ବୈଜ୍ଞାନିକ ଦଳ କିପରି  ଶରୀରର…

ବରୀରେ ବୁଲିଲା ନିଧି ସମର୍ପଣ ରଥ

Posted by - January 23, 2021 0
ବରୀ:(ସ୍ନେହଂଶୁ ଶେଖର ମହାନ୍ତି )ଶହ ଶହ ବର୍ଷର ସ୍ୱପ୍ନ ସାକାର ହେବାର ଅଲୈାକିିକ ମୁହୂର୍ତ ୨୦୨୦ ମସିହା ଅଗଷ୍ଟ ୫ ତାରିଖରେ ଆସି ଉପସ୍ଥିତ ହେଲା ।…

ଶିକ୍ଷା ଓ ଦକ୍ଷତା ବିକାଶକୁ ଚଳିତ ବଜେଟରେ ପ୍ରାଧାନ୍ୟ

Posted by - February 18, 2020 20
ଭୁବନେଶ୍ବର:୨୦୨୦-୨୧ ଆର୍ଥିକବର୍ଷ ପାଇଁ ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ମଙ୍ଗଳବାର ବଜେଟ ଉପସ୍ଥାପନ କରୁଛନ୍ତି। ଚଳିତ ବଜେଟକୁ ବିନା କାଗଜପତ୍ରରେ କରାଯାଉଥିବା ବେଳେ ଆଇପ୍ୟାଡ୍‌ ମାଧ୍ୟମରେ ଉପସ୍ଥାପନା…