କେନ୍ଦୁଝର,୨୪/୯ରୋଗ ଯନ୍ତ୍ରଣା ଓ ଅର୍ଥ ଅଭାବରେ ଛଟପଟ ହେଉଛନ୍ତି କେନ୍ଦୁଝର ଟିକରପଡା ଗାଁର ପ୍ରମିଳା ମୁଣ୍ଡା ।୨ନାବାଳକ ଶିଶୁକୁ ଧରି ଶଯ୍ୟାଶାୟୀ ପାଲଟିଛି ଥିବା ମହିଳାଙ୍କୁ ଏବେ କେବଳ ସରକାରୀ ସହୟତା ଆବଶ୍ୟକ।ସ୍ବାମୀଙ୍କ ମୃତ୍ୟୁ ପରେ ରୋଗରେ ଜର୍ଜରିତ ପ୍ରମିଳା ମୁଣ୍ଡା ।୨ମାସ ପୂର୍ବରୁ ରୋଗାଗ୍ରସ୍ତ ସ୍ବାମୀଙ୍କ ମୃତ୍ୟୁ ହେବା ପରେ ଅସହାୟ ହୋଇପଡିଛି ମହିଳା ଜଣକ । ଘରେ କେବଳ ନାବାଳକ ପୁଅ ଓ ଝିଅ । ଖାଇବାକୁ ଦାନା ପାଉନଥିବାବେଳେ ଏବେ ଦାଉ ସାଜିଛି ରୋଗ ।ସଦର ବ୍ଲକର ଟିକରପଡା ଗାଁର ପ୍ରମିଳା ମୁଣ୍ଡା ।
ଦୀର୍ଘ୨ମାସ ହେବ ଯନ୍ତ୍ରଣାର ଶଯ୍ୟାଶାୟୀରେ ପଡି ଛଟପଟ ହେଉଛନ୍ତି । ଚିକିତ୍ସା ପାଇଁ ପ୍ରଥମେ ତାଙ୍କୁ ଘଟଗାଁ ଚିକିତ୍ସାଳୟ ପରେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ହେଲେ ଅର୍ଥ ଅଭାବରୁ ଏବେ ସେ ଘରେ ଚିକିତ୍ସିତ ହେଉଛନ୍ତି ।ପ୍ରମିଳାଙ୍କ ଦେଖାଶୁଣା ତାଙ୍କ ବଡ ଯା’ କରୁଥିବାବେଳେ ସେ ମଧ୍ୟ ବିଧବା । ଆଉ ତାଙ୍କର ମଧ୍ୟ ୪ଟି ପିଲା ଥିବାବେଳେ ଚଳିବା ବଡ କଷ୍ଟକର ହୋଇପଡିଛି । ତେବେ କୌଣସି ସରକାରୀ ସହାୟତା ମିଳିଲେ ପ୍ରମିଳାଙ୍କ ଚିକିତ୍ସା ହୋଇପାରିବ ବୋଲି ପରିବାରଲୋକେ ଆଶା ବାନ୍ଧିଛନ୍ତି ।ଅନ୍ୟପଟେ, ପ୍ରମିଳାଙ୍କ ଖବର ପାଇବା ପରେ ପ୍ରଶାସନ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଚିକିତ୍ସାଳୟରେ ତାଙ୍କୁ ଭର୍ତ୍ତି କରିବା ସହ କଟକ ବଡ ମେଡିକାଲକୁ ପଠାଯିବ ବୋଲିପ୍ରଶାସନ ପକ୍ଷରୁ ସୂଚନା ମିଳିଛି।