୧୪ ଦଫା ଦାବି ନେଇ କୃଷକ ସାଥି ଙ୍କ ଖପ୍ରାଖୋଲ ବ୍ଲକ କୃଷି ଅଧିକାରୀ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

71 0

ଖପ୍ରାଖୋଲ: ୧୫/୦୭(ତାପସ ରଞ୍ଜନ ବେହେରା) ସ୍ଥାନୀୟ ବ୍ଲକ କୃଷି ଅଧିକାରୀ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ କୃଷକ ସାଥି ସଂଘ ତରଫରୁ ସର୍ବନିମ୍ନ ମଜୁରୀ ସହ ସାମାଜିକ ସୁରକ୍ଷା ପ୍ରଦାନ ଦାବିରେ ଶୁକ୍ରବାର ଧାରଣା ଦେଇଥିଲେ । ଓଡିଶା କୃଷକ ସାଥି ସଂଘ ର ଡ଼ାକରା ରେ ୧୪ ଦଫା ଦାବି ନେଇ କୃଷକ ସାଥି ମାନେ ଧାରଣା ଦେବା ସହ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ୧୪ ଦଫା ଦାବି ସମ୍ବଳିତ ଦାବିପତ୍ର ଖପ୍ରାଖୋଲ ବ୍ଲକ କୃଷି ଅଧିକାରୀ ଡମ୍ବରୁ ଧର ମେହେର ଙ୍କୁ ପ୍ରଦାନ କରିଥିଲେ । ଏହି ଅବସରରେ ପାଟଣାଗଡ଼ କୃଷି ଜିଲ୍ଲା ଅଧିକାରୀ ଗୋରେନ୍ଦ୍ର ନାଥ ସିଂ , ଖପ୍ରାଖୋଲ ସହକାରୀ କୃଷି ଅଧିକାରୀ ସୁଜିତ କୁମାର ଭୋଇ ଉପସ୍ଥିତ ଥିଲେ ।

ଦାବି ଗୁଡିକ ମଧ୍ୟରେ କୃଷକ ସାଥି ମାନେ ସରକାରଙ୍କ କୃଷି ବିଭାଗ ତରଫରୁ ଅନେକ କାମ କରୁଥିଲେ ବି ତାଙ୍କୁ ସରକାରୀ ମାନ୍ୟତା ପ୍ରଦାନ କରାଯାଇ ନ ଥିବାରୁ କୃଷକ ସାଥିଙ୍କୁ ତାଲିମ ପ୍ରଦାନ କରି ସାର୍ଟିଫିକେଟ ପ୍ରଦାନ , ପରିସଂଖ୍ୟାନ ବିଭାଗ ରେ ଅମିନ ଭାବରେ ନିୟୋଜିତ , ଅଗ୍ରଣୀ କୃଷକ ସାଥି ପରିବର୍ତ୍ତେ କୃଷି କର୍ମଚାରୀ ମାନ୍ୟତା ପ୍ରଦାନ , କୃଷି ଭିତ୍ତିକ କାର୍ଯ୍ୟକ୍ରମ ରେ ଏନ ଜି ଓ ବଦଳରେ କୃଷକ ସାଥି ଙ୍କୁ ନିଯୁକ୍ତି , ଡ୍ରେସ କୋର୍ଡ଼ ସହ ପରିଚୟପତ୍ର ପ୍ରଦାନ , ଇ ରୋଗ ପୋକ ସର୍ବେକ୍ଷଣ ରେ ସାମିଲ , କୃଷକ ସଶକ୍ତ କରଣ ଏବଂ ବିହନ ବିଶୋଧନ କାର୍ଯ୍ୟକ୍ରମରେ ଏସ.ଏଚ.ଜି ବଦଳରେ କୃଷକ ସାଥି ଙ୍କୁ ସାମିଲ, ସରକାର ଙ୍କ ନିର୍ଦେଶ ଅନୁସାରେ ମୃତ୍ତିକା ସଂରକ୍ଷଣ ଏବଂ ଉଦ୍ୟାନ କୃଷି କାର୍ଯ୍ୟ ରେ ନିୟୋଜନ , ଧାନ ସଂଗ୍ରହ ପାଇଁ ପରିଚୟ ପତ୍ର ଓ କ୍ଷେତ୍ର ପରିଦର୍ଶନ କାର୍ଯ୍ୟରେ ସାମିଲ , ମୃତ୍ତିକା ନମୁନା ସଂଗ୍ରହ ଓ ପରୀକ୍ଷା କାର୍ଯ୍ୟରେ ସାମିଲ ,କେନ୍ଦ୍ରୀୟ ଭୁମି ପୋଷଣ ଅଭିଯାନ କାର୍ଯ୍ୟକ୍ରମ ରେ ସାମିଲ କରି ପରି ଶ୍ରମିକ ପ୍ରଦାନ ।

ମାସିକ ଏକ ହଜାର ପରିବର୍ତ୍ତେ କୁଶଳୀ ଶ୍ରମିକ ହିସାବରେ ମାସିକ ସର୍ବ ନିମ୍ନ ମଜୁରୀ ପ୍ରଦାନ ଦାବି ରହିଛି । ଏହି ଅବସରରେ କୃଷକ ସାଥି ସଂଘ ସଭାପତି ନିଲମ୍ବର ବିଶ୍ବାଳ , ସମ୍ପାଦକ ସମ୍ପତି ଭୋଇ ,ଛାୟାକାନ୍ତ ବାରିକ, ବୀରେନ୍ଦ୍ର ବାରିକ , ସଞ୍ଜୟ ବୁଡ଼େକ, ବିଭିଷଣ ମାଝୀ , ଜଳନ୍ଧର ବେହେରା ,ଘନଶ୍ୟାମ ଭୋଇ ,ଲମ୍ବୋଦର ସୁନା , ବିନୋଦ ଠେଲା , ସୁନ୍ଦର ବରିହା ,ଆନନ୍ଦ ବାରିକ ପ୍ରମୁଖ ସମସ୍ତ କୃଷକ ସାଥି ଉପସ୍ଥିତ ଥିଲେ ।

Related Post

ସାବଧାନ :କୋରୋନା ପବନ ରେ ଭି ବ୍ୟାପେ,ଜାଣନ୍ତୁ କେମିତି

Posted by - July 9, 2020 0
ଭୁବନେଶ୍ବର :ମଙ୍ଗଳବାର ଦିନ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମହାମାରୀ କରୋନାଭାଇରସର ବାୟୁ ଦ୍ୱାରା ବିସ୍ତାର ହେବାର ପ୍ରମାଣକୁ ସ୍ୱୀକାର କରିଛି, ଏକ ବୈଜ୍ଞାନିକ ଦଳ କିପରି  ଶରୀରର…

ମହାରାଷ୍ଟ୍ରରୁ ୮ ଦିନ ସାଇକେଲ ଚଳାଇ ଯାଜପୁରରେ ପହଂଚିଛନ୍ତି ମହେଶର

Posted by - April 8, 2020 115
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )କୁହାଯାଏ ଇଚ୍ଛା ଥିଲେ ଉପାୟ ଆପେ ଆପେ ଆସେ । ଯାହାକୁ ପ୍ରମାଣ କରିଦେଖାଇଛନ୍ତି ଯାଜପୁର ବରୀ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଭଅଁରା…

ମାଲକାନଗିରି ଜିଲ୍ଲା ଛାତ୍ର ଛାତ୍ରୀ ଓ ଅଭିଵାଭକ ଙ୍କ ଦ୍ୱାରା ସ୍କୁଲ ଖୋଲାଯିବା ନିମନ୍ତେ ମୁଖ୍ୟମନ୍ତ୍ରୀ ଙ୍କୁ ଦାବୀ

Posted by - August 12, 2021 0
ମାଲକାନଗିରି: ଜିଲ୍ଲାର ସମସ୍ତ ଛାତ୍ର ଛାତ୍ରୀ ଓ ଅଭିଵାଭକ ମାନେ ଆଜି ମାଲକାନଗିରି ଜିଲ୍ଲାପାଳ ଙ୍କ ଜରିଆରେ ସମସ୍ତ ପ୍ରାଥମିକ ଓ ଉଚପ୍ରାଥମିକ ବିଧ୍ୟାଳୟ ଖୋଲାଯିବା ନିମନ୍ତେ…

ବିକ୍ରି କବଲା ଜାଲିୟାତି କରି ନିଜର ନାମରେ ପଟ୍ଟା କରିଥିବା ବ୍ୟକ୍ତିକୁ ଗିରଫ ଦାବି

Posted by - August 7, 2022 0
ଟିଟିଲାଗଡ :(ସଞ୍ଜୟ କୁମାର ନାୟକ) ଆଜିର ଯୁଗରେ ମଣିଷ ଯେତେ ସୁଖରେ ଥାଉ କି ଦୁଃଖରେ ଥାଉ ଜମି ଖଣ୍ଡିଏ କିଣିବା ହେଉଛି ସବୁ ମଣିଷ ଜୀବନର…

୨୦୨୧ ମସିହା ର କୃଷିବିମା ପ୍ରଦାନ ଦାବିରେ ଜିଲ୍ଲା କୃଷକ ସଂଗଠନ ତରଫରୁ ଆନ୍ଦୋଳନ

Posted by - September 27, 2022 0
ଖପ୍ରାଖୋଲ: ୨୬/୦୯( ତାପସ ରଞ୍ଜନ ବେହେରା) ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଲାଠୋର ର ହରିଶଙ୍କର ରେଳ ଷ୍ଟେସନ ଠାରେ ସୋମବାର ଦିନ ଜିଲ୍ଲା ଚାଷୀ ସଂଗଠନ…