Breaking News
10:57 pmଜାତୀୟ ସେବା ଯୋଜନା ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି; ବିଭିନ୍ନ ବର୍ଗରେ ଓଡ଼ିଶାରୁ ୩ ଜଣ ସାମିଲ 10:56 pmଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା କୃଷି ବିଭାଗ କାର୍ଯ୍ୟାଳୟ ନିକଟରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ,୨ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ମହିଳା ଗିରଫ 10:54 pmପୁରୀ ଜିଲ୍ଲା ପରିଷଦ ଜୋନ ୧୧ର ସଦସ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣା,ଖୋଲିବ ଗୁମର, ହଜିଲା ମୋବାଇଲ ଫୋନ୍‌ ମିଳିଲା 10:53 pmକୋରାପୁଟ: କୋଟିଆ ସୀମାନ୍ତ ଆନ୍ଧ୍ରପ୍ରଦେଶର ଜଙ୍ଗଲରେ ବୁଲୁଛି ବାଘ। ବନ ବିଭାଗ ପକ୍ଷରୁ ନିଆଯାଇଛି ଆବଶ୍ୟକ ପଦକ୍ଷେପ। କୋରାପୁଟ ଜିଲ୍ଲାପାଳଙ୍କ ସୂଚନା 10:52 pmକୋରାପୁଟ: କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଜଲାପୁଟ ଗାଁ ନିକଟ ମାହାରାଗାଁ ଓ ପଲାମୁଗାଁ ନିକଟ ଜଙ୍ଗଲରେ ବିସ୍ଫୋରକ ସାମଗ୍ରୀ ଠାବ କରି ନିଷ୍କ୍ରିୟ କଲା ବିଏସଏଫ୍‌

ବେଆଇନ ଦେଶୀ ମଦ ଓ ପୋଚ ଜବତ,ଦୁଇ ଆସାମୀ ଗିରଫ

66 0

ପାଟଣାଗଡ଼ :୧୪/୦୭ ( ତାପସ ରଞ୍ଜନ ବେହେରା) ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ଥାନା ଅନ୍ତର୍ଗତ ଗମ୍ଭାରୀ ଗ୍ରାମରେ ଅବକାରୀ ବିଭାଗ ଶୁକ୍ରବାର ଦିନ ଚଢ଼ଉ କରି ବିପୁଳ ପରିମାଣରେ ଦେଶୀ ମଦ ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଥିବା ଜଣାପଡିଛି । ଗିରଫ ଅଭିଯୁକ୍ତଦ୍ୱୟ ହେଲେ ଗମ୍ଭାରୀ ଗ୍ରାମର ଡୋଳାମଣୀ ଧରୁଆ ଓ ଡୁଗୁରୁ କୁଅଁର ।

ପ୍ରାପ୍ତ ସୂଚନା ମୁତାବକ ଗମ୍ଭାରୀ ଗ୍ରାମର ଏକ ଚାଷ ଜମି ରେ ଦୀର୍ଘ ଦିନ ହେବା ବେଆଇନ ଭାବେ ଦେଶୀ ମଦ ରନ୍ଧା ଯାଇଥିବା ଖବର ଅବକାରୀ ବିଭାଗ କୌଣସି ବିଶ୍ବସ୍ତ ସୂତ୍ରରୁ ପାଇଥିଲା । ଏହାପରେ ପାଟଣାଗଡ଼ ଅବକାରୀ ଅଧିକାରୀ ସତ୍ୟ ନାରାୟଣ ଦାସ ଙ୍କ ନେତୃତ୍ୱ ରେ ଏକ ଦଳ ଗଠନ କରି ବିଭାଗର ଅଜିତ ସାହୁ ଓ ବୁଲୁ ସେଠୀଙ୍କ ସହ ଅନ୍ୟ କର୍ମଚାରୀମାନେ ସାମିଲ ହୋଇ ଗ୍ରାମର ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିଲେ

ଏହି ସମୟରେ ଦେଶୀ ମଦ ରନ୍ଧା ଯାଉଥିବା ଆବଶ୍ୟକ ଜିନିଷ ପତ୍ର ସହ ୩୫୦୦କେଜି ମହୁଲ ପୋଚ ଓ ୧୯୮ ଲିଟର ଦେଶୀ ମଦ ଜବତ କରି ନଷ୍ଟ କରିଥିଲେ । ଏଥିସହିତ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ନଷ୍ଟ କରାଯାଇଥିବା ପୋଚ ଓ ଦେଶୀ ମଦର ଆନୁମାନିକ ମୂଲ୍ୟ ୨ଲକ୍ଷ ଟଙ୍କା ହେବ ବୋଲି ଅବକାରୀ ଅଧିକାରୀ ସତ୍ୟ ନାରାୟଣ ଦାସ ପ୍ରକାଶ କରିଛନ୍ତି ।

Related Post

ଏଟିମ ଲୁଟ ଉଦ୍ୟମ ବିଫଳ ନବରଙ୍ଗପୁର ପୋଲିସ ହାତରେ ଧରାପଡିଲେ ୪ ଅନ୍ତରାଜ୍ୟ ଏଟିମ ଲୁଟେରା

Posted by - September 29, 2021 0
ନବରଙ୍ଗପୁର:(ବେଣୁ ଗୋପାଳ ରାଓ)ପ୍ରାଥମିକ ତଦନ୍ତ ଓ ଗିରଫ ଏଟିମ ଲୁଟେରାଙ୍କ ଜବତ କରାଯାଇଥିବା କାରର ନଂ ରୁ ଏହି ସମସ୍ତେ ଉତ୍ତର ପ୍ରଦେଶର ବୋଲି ଅନୁମାନ କରାଯାଉଛି।…

କୁଶାମୁରା ଛକରେ ହୋଇଛି ଜଘନ୍ୟ ହତ୍ୟାକାଣ୍ଡ

Posted by - December 25, 2021 0
ସମ୍ବଲପୁର: :(ରମାକାନ୍ତ ବିଶ୍ବାଳ)ଜୁଯୋମୁରା ଥାନା ଅନ୍ତର୍ଗତ ଛାମୁଣ୍ଡା ପଞ୍ଚାୟତ ର କୁଶାମୁରା ଛକରେ ହୋଇଛି ଜଘନ୍ୟ ହତ୍ୟାକାଣ୍ଡ । ଏହି ହତ୍ୟାକାଣ୍ଡ ରେ ମୄତବ୍ୟକ୍ତି ଙ୍କ ଚେହରା…

ସଂରକ୍ଷିତ ଜଙ୍ଗଲରୁ ବ୍ୟାପକ ଗଞ୍ଜେଇ ଗଛ ଜବତ କଲା ଛେଣ୍ଡିପଦା ପୋଲିସ

Posted by - November 2, 2019 0
ଅନୁଗୋଳ:(ମହେଶ ଭୋମରାଜ)ଜିଲା ଛେଣ୍ଡିପଦା ଥାନା କଣଲୋଇ ପଞ୍ଚାୟତ କର୍ଣ୍ଣପାଳ କଦମଘାଟ ନିକଟରେ ଶୁକ୍ରବାର ବନବିଭାଗ ଓ ଛେଣ୍ଡିପଦା ପୋଲିସ ମିଳିତ ଚଢ଼ାଉ କରି ବ୍ୟାପକ ଗଞ୍ଜେଇ ଗଛ…