ଜିଲ୍ଲା ପ୍ରେସ କ୍ଳବ ର ସାଧାରଣ ବୈଠକ

108 0

ବୌଦ୍ଧ 🙁 ଚିତ୍ତରଂଜନସିଂ)ଜିଲ୍ଲା ପ୍ରେସ କ୍ଳବ ର ସାଧାରଣ ବୈଠକ ଆଜି ସାମ୍ବାଦିକ ଫୋରମ କାର୍ଯ୍ୟାଳୟ ଠାରେ ସଭାପତି ବରଜ କୁମାର ବେହେରା ଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି l ବୈଠକ ପ୍ରାରମ୍ଭରେ ସମ୍ପାଦକ ରଘୁନାଥ ଷଡ଼ଙ୍ଗୀ ଉଧେଶ୍ୟ ଜ୍ଞାପନ କରିଥିଲେ l

କ୍ଳବର ସଦସ୍ୟ ତଥା କଣ୍ଟାମଲ ବ୍ଲକ ର ବରିଷ୍ଠ ସାମ୍ବାଦିକ ଦୁର୍ବାକ୍ଷ୍ୟ ବସ୍ତିଆ ଙ୍କ କୋଭିଡ ଜନିତ ମୃତ୍ୟୁ ରେ ସରକାର ଚାରି ଲକ୍ଷ୍ୟ ଟଙ୍କା ସହାୟତା ରାଶି ପ୍ରଦାନ କରିଥିବାରୁ ବୈଠକ ରେ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ପ୍ରଦାନ କରିବା ସହ ଏହି ସହାୟତା କରାଇବାରେ ମୁଖ୍ୟତଃ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର, ବୌଦ୍ଧ ବିଧାୟକ ତଥା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଓ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂ ଙ୍କୁ ମଧ୍ୟ କ୍ଳବ ପକ୍ଷରୁ ଧନ୍ୟବାଦ ଅର୍ପଣ କରାଯାଇଥିଲା l

ଏହା ସହ ଆସନ୍ତା ଜୁଲାଇ 26 ତାରିଖ କ୍ଳବର ପ୍ରତିଷ୍ଠା ଦିବସ ପାଳନ ସମ୍ପର୍କରେ ଆଲୋଚନା କରାଯାଇ ସଦସ୍ୟ ମାନଂକୁ ଦାୟିତ୍ୱ ବଣ୍ଟନ କରାଯାଇଥିଲା l ପ୍ରତିଷ୍ଠା ଦିବସ ଅବସରରେ କ୍ଳବର ମୁଖପତ୍ର ସାକ୍ୟଶ୍ୱର ପ୍ରକାଶନ, ବାଲକ ଭୋଜନ କାର୍ଯ୍ୟକ୍ରମ, ରକ୍ତଦାନ ଶିବିର ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ଗ୍ରହଣ କରାଯାଇଥିଲା ବୈଠକରେ ଜିଲ୍ଲାର ବିଭିନ୍ନ ଅଂଚଳରେ ଥିବା ସଦସ୍ୟ ମାନେ ଯୋଗଦେଇ ସୁଚିନ୍ତିତ ମତାମତ ପୋଷଣ କରିଥିଲେ ଶେଷରେ କ୍ଳବର ଉପସଭାପତି ସତ୍ୟନାରାୟଣ ପାଣି ଧନ୍ୟବାଦ ଅର୍ପଣ କରିଥିଲେ l

Related Post

ମାହେଶ୍ୱରୀ ଗୋଶାଳାରେ କୁମାର ପୂର୍ଣ୍ଣିମା ଉତ୍ସବ ଓ ଗୋସୁରକ୍ଷା ଉପରେ କର୍ମଶାଳା ଆୟୋଜିତ

Posted by - October 22, 2021 0
ବୌଦ୍ଧ:(ଚିତ୍ତରଂଜନସିଂ)ରିଖ ଦିନ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ମଥୁରା ପଂଚାୟତ ର ଦନ୍ତା ପାଲି ମାହେଶ୍ୱରୀ ଗୋଶାଳା ପରିସରରେ କୁମାର ପୁର୍ଣିମା ଉତ୍ସବ ଓ ଗୋସୁରକ୍ଷା ଉପରେ…

କାଙ୍କୁବାଡି ପଞ୍ଚାୟତ ଘୋଷପଡି ଗ୍ରାମ ର ଅଙ୍ଗୱାଡ଼ି କେନ୍ଦ୍ର ଠାରେ ସ୍ଥନ୍ୟପାନ ଦିବସ ପାଳନ

Posted by - August 4, 2022 0
ରାୟଗଡ଼ା:(ରମାକାନ୍ତ ପଡାଲ)ରାୟଗଡ଼ା ଜିଲ୍ଲାର, ବିଷମକଟକ ବ୍ଲକ, କାଙ୍କୁବାଡି ପଞ୍ଚାୟତ ଘୋଷପଡି ଗ୍ରାମ ର ଅଙ୍ଗୱାଡ଼ି କେନ୍ଦ୍ର ଠାରେ ତା.୦୪/୦୮/୨୦୨୨ ରିଖ ବୁଧୁବାର ଦିନ ସ୍ଥନ୍ୟପାନ ଦିବସ ପାଳନ…

ଶ୍ରୀ ଦାଦିଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲ ତରଫରୁ ମୋବାଇଲ ସ୍କୁଲ ଏଟ ୟୋର ଲୋକାଲିଟି ଭ୍ୟାନ ଲୋକାର୍ପିତ

Posted by - February 8, 2022 0
ଟିଟିଲାଗଡ଼:(ସଞ୍ଜୟ କୁମାର ନାୟକ)ଗତ ତିନି ବର୍ଷ ଧରି ମହାମାରୀ କରୋନା ଯୋଗୁଁ ଶିକ୍ଷାନୁଷ୍ଠାନ ଗୁଡିକ ବନ୍ଦ ରହିଥିବା ଏହି ସମୟରେ ଶିକ୍ଷା ଗ୍ରହଣ ପାଇଁ ପିଲାମାନେ ମୋବାଇଲରେ…

ଵନ ବିଦ୍ଭାଗ ପକ୍ଷରୁ ଚାରା ରୋପଣ

Posted by - September 28, 2021 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)ପୁରୁଣା କଟକ ବନ ବିଦ୍ଭାଗ ପକ୍ଷରୁ ହରଭଙ୍ଗା ଫରେଷ୍ଟ ସେକସନର ବୁଲୁରା ବିଟ୍ ଅଧିନରେ ମଲ୍ଲିକ ପଡ଼ା ଠାରୁ ସଦଲଗଣ୍ଡା ପର୍ଯ୍ୟନ୍ତ ଜଗନ୍ନାଥ ସଡ଼କ…