ନିର୍ମାଣର ବର୍ଷକ ମଧ୍ୟରେ ବିଜୁ ଏକ୍ସପ୍ରେସ ୱେରେ ସୃଷ୍ଟି ହେଲା ଘାଇ

243 0

ଧର୍ମଗଡ଼:(ହେମନ୍ତ କୁମାର ମାଝୀ)ମାତ୍ର ଦୁଇ ଦିନର ଲଗାଣ ବର୍ଷାକୁ ସମ୍ଭାଳି ପାରିଲାନି କୋଟି କୋଟି ଟଙ୍କା ବ୍ୟୟରେ ନିର୍ମିତ ରାସ୍ତା। ରାସ୍ତାରୁ ମାଟି ଅତଡା ଖସି ଭାଙ୍ଗି ଗଲା ରାସ୍ତା । ନିର୍ମାଣକୁ ମାତ୍ର ବର୍ଷକ ପୁରିଛି।‌‌‌‌ ରାସ୍ତାରେ କିନ୍ତୁ ମାଟି ଆସି ଘାଇ ସୃଷ୍ଟି ହେଲାଣି । କୋଟିକୋଟି ଟଙ୍କା ବ୍ୟୟରେ ନିର୍ମିତ ବିଜୁ ଏକ୍ସପ୍ରେସ ୱେରେ ଏହି ଘାଇ ଦେଖିବାକୁ ମିଳିଛି। ଧର୍ମଗଡରୁ ଆମପାଣିକୁ ସଂଯୋଗ କରୁଥିବା ବିଜୁ ଏକ୍ସପ୍ରେସ ୱେର ଘଣ୍ଟିଗୁଡା ପୋଲ ଠାରେ ମାଟି ଆସି ରାସ୍ତା ଭାଙ୍ଗିଯିବା ଫଳରେ ଘାଇ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି।‌ ଶିଳ୍ପ କରିଡ଼ର ପ୍ରତିଷ୍ଠା ନିମନ୍ତେ ରାଉରକେଲା ସହ ଚାନ୍ଦଲିକୁ ସଂଯୋଗ କରି ସରକାର ବିଜୁ ଏକ୍ସପ୍ରେସ ୱେର ପରିକଳ୍ପନା କରିଥିଲେ।

ପର୍ଯ୍ୟାୟ କ୍ରମେ ସରକାର ଏଥିପାଇଁ ଅର୍ଥ ମଞ୍ଜୁରୀ ବ୍ୟବସ୍ଥା ବି କରିଥିଲେ। କିନ୍ତୁ ନିମ୍ନ ମାନର କାମ ଯୋଗୁଁ ଏହିର ସ୍ଥାୟୀତ୍ବ ନେଇ ପ୍ରଶ୍ନ ଉଠିଛି। ପ୍ରତିକ୍ଷିତ ବିଜୁ ଏକ୍ସପ୍ରେସ ୱେର ଦୁଇ ଲେନ‌ ରାସ୍ତା ନିର୍ମାଣ ସରିଥିବା ବେଳେ ଆଇ ଦୁଇ ଲେନ ରାସ୍ତା ନିର୍ମାଣଧୀନ ରହିଛି। କିନ୍ତୁ ମୋଟା ବଜେଟରେ ନିର୍ମାଣ ସରିଥିବା ପ୍ରଥମ ଦୁଇ ଲେନ ରାସ୍ତାର ଅନେକ ସ୍ଥାନରେ ଗର୍ତ୍ତ ଓ ଘାଇ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି । ଏପରିକି କିଛି ସ୍ଥାନରେ ରାସ୍ତା ଦବି ଯାଉଥିବା ଖବର ମଧ୍ୟ ରହିଛି। ସୁଚନା ଅନୁଯାୟୀ ପ୍ରଥମ ପର୍ଯ୍ୟାୟ କାମରେ ଧର୍ମଗଡରୁ ଆମପାଣି ୪୫କିମି ରାସ୍ତାକୁ ତିନି ଭାଗ‌‌ କରି ଧର୍ମଗଡରୁ ପର୍ଲା,ପର୍ଲାରୁ ଘଣ୍ଟିଗୁଡା ଓ ଘଣ୍ଟିଗୁଡାରୁ ଆମପାଣି ତିନୋଟି ରିଚ୍ କରାଯାଇଥିଲା।

ଘଣ୍ଟିଗୁଡାରୁ ଆମପାଣି ୧୨ କିମି ରାସ୍ତା ପାଇଁ ୩୪କୋଟି ୪୮ଲକ୍ଷ ୭୯ହଜାର ଟଙ୍କା ମଂଜୁର ହୋଇଥିଲା। ପ୍ରାଥମିକ ପର୍ଯ୍ୟାୟରେ ୟୁଏମଏସଏଲ ନାମକ ଏକ କମ୍ପାନୀ ଏହି ୧୨କିମି ରାସ୍ତାର ନିର୍ମାଣ କାର୍ଯ୍ୟ ହାତେଇଥିଲେ ହେଁ ପରେ ପେଟିରେ ଏଠାକାର ଜଣେ ଠିକାଦାର ଏହି କାମ କରିଥିଲେ। ସେହି ସମୟରେ ହିଁ ଏହି କାମର‌ ମାନ ଓ ସ୍ଥାୟୀତ୍ବ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ଯାହା ଆଶଙ୍କା କରାଯାଉଥିଲା ତାହା ଏବେ ଦେଖିବାକୁ ମିଳିଛି। ଗତ ଦୁଇ ଦିନର ଲଗାଣ ବର୍ଷାକୁ ସମ୍ଭାଳି ପାରିଲାନି ରାସ୍ତା ।‌‌ ବେସମେଣ୍ଟ ସହ ଭାଙ୍ଗି ଗଲା ରାସ୍ତା । ବିଭାଗ ତରଫରୁ ଏବେ ତାହାର ମରାମତି ଚାଲିଛି । ଏନେଇ ଦାୟିତ୍ଵରେ ଥିବା କନିଷ୍ଠ ଯନ୍ତ୍ରୀ ନବକୁମାର ବେହେରାଙ୍କୁ ପଚାରିବାରୁ ପ୍ରବଳ ବର୍ଷା ଯୋଗୁଁ ମାଟି ଧସି ଯିବାରୁ ଘାଇ ହୋଇଛି । ବିଭାଗ ତରଫରୁ ତା’ର ମରାମତି କରାଯାଉଛି ବୋଲି ହାଲୁକା ଉତ୍ତର ଦେଇଥିଲେ।

Related Post

ତୃତୀୟ ଶ୍ରୀକ୍ଷେତ୍ର ରେ ସ୍ନାନ ବେଦୀ କୁ ଆସିଲେ ଚତୁର୍ଦ୍ଧା ମୂର୍ତ୍ତି,ଭକ୍ତଙ୍କ ମଧ୍ୟରେ ଆନନ୍ଦ ର ଲହରୀ

Posted by - June 24, 2021 0
ନୀଳଗିରି:(ସୌମ୍ୟାସାଇ ବାରିକ)ତୃତୀୟ ଶ୍ରୀକ୍ଷେତ୍ର, ନୀଳଗିରି ରେ, ସ୍ନାନ ଯାତ୍ରା ଅନୁଷ୍ଠିତ ହେଉଛି। ଯାହା, ନୀଳଗିରି ର ଜଗନ୍ନାଥ ପ୍ରେମୀ ଶ୍ରଦ୍ଧାଳୁ ଙ୍କ ମଧ୍ୟରେ, ଆନନ୍ଦ ଉଲ୍ଲାସ ଖେଳାଇ…

ପ୍ରକାଶ ପାଇଲା ମାଟ୍ରିକ୍‌ ପରୀକ୍ଷା ଫଳାଫଳ , ପୁଣି ବାଜି ମାରିଲେ ଛାତ୍ରୀ , ପାସ୍‌ ହାର ୮୮.୭୭

Posted by - July 6, 2022 0
ଭୁବନେଶ୍ୱର (ବ୍ୟୁରୋ): ପ୍ରକାଶ ପାଇଲା ଚଳିତ ବର୍ଷର ମାଟ୍ରିକ୍‌ ପରୀକ୍ଷା ଫଳାଫଳ ।  ଚଳିତ ବର୍ଷ ୯୦.୫୫% ଛାତ୍ର ଛାତ୍ରୀ ମାଟ୍ରିକ୍‌ ପାସ୍‌ କରିଥିବା ବେଳେ ଏଥର…

ଅମ୍ଫାନ ର ଉପଗ୍ରହ ଚିତ୍ର ଜାରିକଳା ଭାରତୀୟ ପାଣିପାଗ ବିଭାଗ,ପ୍ରବଳ ବର୍ଷା ପାଇଁ ୧୨ଟି ଜିଲ୍ଲାକୁ ଆଲର୍ଟ

Posted by - May 17, 2020 75
ଭୁବନେଶ୍ବର :ଭାରତୀୟ ପାଣିପାଗ ବିଭାଗ ବାତ୍ୟା ଅମ୍ଫାନ ର ଉପଗ୍ରହ ଚିତ୍ର ଜାରିକରିଛି ।ଅମ୍ଫାନ ଏବେ ପାରାଦୀପ ଠାରୁ ଦକ୍ଷିଣ ଦିଗରେ ପ୍ରାୟ ୯୯୦ କିଲୋମିଟର ଦୂରରେ ରହିଛି…

ଖପ୍ରାଖୋଲ ବ୍ଲକରେ ଶେଷ ହେଲା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ

Posted by - February 16, 2022 0
ଖପ୍ରାଖୋଲ: (ତାପସ ରଞ୍ଜନ ବେହେରା) ସାରା ଓଡିଶାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ର ପ୍ରଥମ ପର୍ଯ୍ୟାୟ ଭୋଟ ଦାନ ବୁଧବାର ଅନୁଷ୍ଠିତ ହୋଇଥିବା ବେଳେ ବଲାଙ୍ଗୀର ଜିଲ୍ଲାର…

ଓଡ଼ିଶାରେ କାଳବୈଶାଖୀ ବର୍ଷା ସମ୍ଭାବନା । ପାଣିପାଗ ବିଭାଗ ପକ୍ଷରୁ ୯ ଜିଲ୍ଲା କୁ ୟେଲୋ ୱାର୍ଣ୍ଣିଂ ଜାରି*

Posted by - April 8, 2022 0
ଭୁବନେଶ୍ବର:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ରାଜ୍ୟରେ କାଳବୈଶାଖୀ ବର୍ଷା ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ଗତକାଲି…