ଶ୍ରୀଗୁରୁ ପୂର୍ଣିମା ଉତ୍ତସବ୍ ପାଳନ

67 0

କଳାହାଣ୍ଡି(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ବୁଧବାର ବ୍ୟାସ ପୂର୍ଣ୍ଣିମା ଦିନ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ବାଲାଜୀ ବିହାର ଭବାନୀପାଟଣା ଠାରେ ଗୁରୁ ପୂର୍ଣ୍ଣିମା ଉତ୍ସବ ବିଦ୍ୟାଳୟର ଛାତ୍ର ଛାତ୍ରୀ ତଥା ଗୁରୁଜୀ ଗୁରୂମା ଙ୍କ ଗହଣରେ ପାଳିତ ହୋଇ ଯାଇଛି। ବିଦ୍ୟାଳୟ ପରିସରରେ ଥିବା ଭାରତୀୟ ଶିକ୍ଷା, ସଂସ୍କୃତି ତଥା ଗୁରୁକୁଳ ପରମ୍ପରା ର ଆଦ୍ୟ ଗୁରୁ ବ୍ୟାସଦେବ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ ଓ ପୂଜାର୍ଚ୍ଚନା କରାଯାଇଥିଲା ।

ଏହି ଉତ୍ସବରେ ଗ୍ରାମ ବିକାଶ ସଂଯୋଜକ ପୂର୍ବକ୍ଷେତ୍ର ର ଅଶୋକ ପାଢ଼ୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଭାରତୀୟ ସଂସ୍କୃତି ସମ୍ପର୍କିତ ଗୁରୁ ମାନଙ୍କ ମହତ୍ତ୍ଵ ସଂପର୍କରେ ଭାଇ ଭଉଣୀ ମାନଙ୍କୁ ସୁନ୍ଦର ମାର୍ଗ ଦର୍ଶନ କରିଥିଲେ। ଉତ୍ସବ ଶେଷରେ ଶିଶୁ ବିଦ୍ୟା ମନ୍ଦିର ପରିଚାଳନା କମିଟି ସମ୍ପାଦକ ଅଶୋକ ସିଂ ଧନ୍ୟବାଦ ଅର୍ପଣ କରିଥିଲେ।

Related Post

ସରକାରୀ ସଂଗରୋଧ କେନ୍ଦ୍ରରେ ଯୁବତୀ ଙ୍କୁ ଦୁଷ୍କର୍ମ ଉଦ୍ୟମ ଘଟଣା, ପୀଡିତା ନ୍ୟାୟ ଭିକ୍ଷା କଲେ

Posted by - June 8, 2020 50
ନୀଳଗିରି:୦୮/୦୬(ସୌମ୍ୟାସାଇ ବାରିକ୍)ମାନବିକତା ର ମୃତ୍ୟୁ ଘଟିଲେ ପାଶବିକତା ଓ ରାକ୍ଷସ ପ୍ରକୃତି ର ଜନ୍ମ ଘଟେ। ସେହି ଭଲି ଏକ ଘଟଣା ବାଲେଶ୍ଵର ଜିଲ୍ଲା ନୀଳଗିରି ବ୍ଲକ…

ଜୟପାଟଣାରେ ଅନ୍ୟାନ୍ୟ ପଛୁଆବର୍ଗର ଭାରତ ବନ୍ଦ୍ ଡାକରା ଶାନ୍ତିପୂର୍ଣ୍ଣ ଭାବେ ସମାପ୍ତ

Posted by - May 26, 2022 0
ଭବାନୀପାଟଣା:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) ରାଷ୍ଟ୍ରୀୟ ପଛୁଆବର୍ଗ ମୋର୍ଚ୍ଚା ଦ୍ୱାରା ୨୫ ମଇ ୨୦୨୨ ଭାରତ ବନ୍ଦ୍ ଡାକରାକୁ ଜୟପାଟଣା ଅନୁସୂଚିତ ଜାତି, ଅନୁସୂଚିତ…

ସୂଚନା ଅଧିକାର ଆଇନ ସଂପର୍କରେ ସଚେତନତା କାର୍ଯ୍ୟକ୍ରମ 

Posted by - October 2, 2021 0
ଯାଜପୁର:ରାଜ୍ୟରେ ସୂଚନା ଅଧିକାର ଆଇନ ସଂପର୍କରେ ଲୋକଙ୍କୁ ସଚେତନ କରିବା ପାଇଁ ସାରା ରାଜ୍ୟରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି Iଏହି ଅବସରରେ ଆଜି ଯାଜପୁର ଜିଲାପାଳ ଙ୍କ କାର୍ଯ୍ୟାଳୟ ପରିସରରେ ସୂଚନା ଅଧିକାର ଅଭିଯାନ ଜିଲା ଶାଖା ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସରକାରୀ ଅର୍ଥର ହିସାବ ରଖିବା ପ୍ରତ୍ୟେକ ନାଗରିକର ଦାୟିତ୍ୱ ହୋଇଥିବା ବେଳେ ଅଧିକରୁ ଅଧିକ ସୂଚନା ଅଧିକାରର ବ୍ୟବହାର କରିବା ପାଇଁ ଲୋକଙ୍କୁ ପରାମର୍ଶ ଦିଆଯାଇଥିଲା । ଏଥିସହିତ ରାଜ୍ୟରେ ସୂଚନା ଅଧିକାର କର୍ମୀଙ୍କ ଉପରେ ହେଉଥିବା ଆକ୍ରମଣ ଘଟଣାର ତଦନ୍ତ କରି ଆକ୍ରମଣକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦାବୀରେ ଯାଜପୁର ଅତିରିକ୍ତ ଜିଲାପାଳଙ୍କ ମାଧ୍ୟମରେ ଏକ ଦାବୀ ପତ୍ର ପ୍ରଦାନ କରାଯାଇଥିଲା ।

ଭାରତୀୟ ସ୍ପ୍ରିଣ୍ଟର ଦୁତୀ ଚାନ୍ଦଙ୍କୁ ଅର୍ଜୁନ ପୁରସ୍କାର ପ୍ରଦାନ

Posted by - August 29, 2020 0
ଭୁବନେଶ୍ୱର: ଭାରତ ସ୍ପ୍ରିଣ୍ଟର ଦୁତୀ ଚାନ୍ଦ ଙ୍କୁ  ଆଜି ୨୦୨୦ ବର୍ଷ ପାଇଁ ସମ୍ମାନଜନକ ଅର୍ଜୁନ ପୁରସ୍କାର ପ୍ରଦାନ କରାଯାଇଥିଲା।ଜାତୀୟ କ୍ରୀଡା ଦିବସ ଅବସରରେ ସେ ଏକ…

ରଙ୍ଗଶାଳା ପାଇଁ ବଳି ପଡିଲେ ଆରୁହା ଆରଆଇ ।ଅତିରିକ୍ତ ତହସିଲଦାରଙ୍କୁ କାରଣ ଦର୍ଶାଅ ନୋଟିସ

Posted by - November 23, 2019 0
ଯାଜପୁର (ଆନନ୍ଦ ଚନ୍ଦ୍ର ସାହୁ) : ହରିଦାସପୁର ପିଇଓ ସ୍ମିତାରାଣୀ ମୃତ୍ୟୁ ଘଟଣା ତଦନ୍ତ ବେଳେ ଏବେ ଅନେକ ରହସ୍ୟ ଖୋଲିବାରେ ଲାଗିଛି । କିଭଳି ଘଟଣାର…