Breaking News
7:32 amପୁରୀ: ଶ୍ରୀମନ୍ଦିରର ନୀଳଚକ୍ର ଯାଏଁ ଚଢ଼ିଗଲେ ପୂଜକ । ନୀଳଚକ୍ର ଯାଏଁ ଚଢ଼ିଯାଇଥିବା ପୂଜକ ଜଣକ ଅଗ୍ନିଶ୍ଚର ମହାଦେବ ମନ୍ଦିରର ହୋଇଥିବା ଜଣାପଡ଼ିଛି । ତାଙ୍କ ନାଁ ଚନ୍ଦ୍ରଶେଖର ପଣ୍ଡା 7:30 amନୟାଗଡ଼: ଦଶପଲ୍ଲାର ଗୋଡ଼ିବିଡା ଓ ଅଭୟପୁର ମଧ୍ୟରେ ଘରୋଇ ଯାତ୍ରୀବାହୀ ବସ୍‌ ଓଲଟିଲା। ବ୍ୟାଙ୍କ ମ୍ୟାନେଜର ମୃତ। ବ୍ରହ୍ମପୁରରୁ ଦଶପଲ୍ଲା ଆସୁଥିଲା କାଳେଶ୍ୱର ନାମକ ବସ୍‌ 7:29 amଭୁବନେଶ୍ବର: ଟ୍ରେନ୍‌ଲାଇନକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା। ବାପୁଜୀନଗର ଟ୍ରେନ୍‌ଲାଇନକୁ ଡେଇଁ ଆତ୍ମହତ୍ୟା କରିଥିବା ସୂଚନା। ଯୁବକ ଜଣକ ହେଉଛନ୍ତି କେଦାରପଲି ବସ୍ତି ଅଞ୍ଚଳର, ଘଟଣା ସ୍ଥଳରେ ଜିଆରପି ପୋଲିସ ପହଂଚି ମୃତ ଦେହ ଜବତ କରି ତଦନ୍ତ କରୁଛି 7:16 amସ୍ବାସ୍ଥ୍ୟ ବିଭାଗର ତଥ୍ୟ ଅନୁଯାୟୀ ମୟୂରଭଞ୍ଜ ଜିଲ୍ଲାରେ କମିବାରେ ଲାଗିଛି ଝିଅଙ୍କ ସଂଖ୍ୟା 8:34 amପୁରୀ: ଦଶହରାରେ ଖଣ୍ଡା ଦେଖାଇ ଦାଦାବଟି ଆକାରରେ ଦୁର୍ଗାପୂଜା ଖର୍ଚ୍ଚ ଦାବି କରିଥିବା ୪ ଅଭିଯୁକ୍ତ ବାସେଳିସାହି ଥାନା ପୁଲିସ ଦ୍ବାରା ଗିରଫ

ଯାଜପୁର ଜିଲ୍ଲା ରଗବି ଫୁଟବଲ ଆସୋସିଏସନ୍ ର ବାର୍ଷିକ ଅଧିବେଶନ ଓ ସମ୍ବର୍ଦ୍ଧନା ସଭା

108 0

ଯାଜପୁର: (ଆନନ୍ଦ ଚନ୍ଦ୍ର ସାହୁ) ଯାଜପୁର ଜିଲ୍ଲା ରଗବୀ ଫୁଟବଲ୍ ଆସୋସିଏସନ୍ ର ବାର୍ଷିକ ଅଧିବେଶନ ଓ ସମ୍ବର୍ଦ୍ଧନା ସଭା ସ୍ଥାନୀୟ ଦଶରଥପୁର ହାଇସ୍କୁଲ ସ୍ଥିତ ଦିଲୀପ ତିର୍କି ସ୍ପୋର୍ଟସ କମ୍ପ୍ଲେକ୍ସ ଠାରେ ସଭାପତି ନାରାୟଣ ଚନ୍ଦ୍ର ସାହୁ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାର ପ୍ରମୁଖ ବରିଷ୍ଠ କ୍ରିକେଟ୍ ଖେଳାଳୀ, ସମାଜସେବୀ ତଥା ନବନିର୍ବାଚିତ ଦଶରଥପୁର ବ୍ଲକ ଅଧ୍ୟକ୍ଷ ଦିଗାମ୍ବର ମଲ୍ଲିକ, ଜିଲ୍ଲା କ୍ରୀଡ଼ା ଅଧିକାରୀ ଫକୀରମୋହନ ଟୁଡୁ, ଜିଲ୍ଲା ହକି କୋଚ୍ ଅମୂଲ୍ୟ ବେହେରା ଙ୍କୁ ଅନୁଷ୍ଠାନ ତରଫରୁ ଉପଢୌକନ ସହ ସମ୍ବର୍ଦ୍ଧିତ କରାଯାଇଥିଲା। ଚଳିତ ବର୍ଷ ଓଡ଼ିଶା ତରଫରୁ ପ୍ରତିନିଧିତ୍ଵ କରିଥିବା ଲିଲୀରାଣି ବେହେରା , ସୌମ୍ୟରଞ୍ଜନ ସ୍ୱାଇଁ , ଆକାଶ ସାହୁଙ୍କୁ ମଧ୍ୟ ଚଳିତ ବର୍ଷ ର ଶ୍ରେଷ୍ଠ ଖେଳାଳୀ ଭାବେ ପୁରସ୍କୃତ କରାଯିବ ସହ ସମସ୍ତ ଜିଲ୍ଲା ତରଫରୁ ଭାଗନେଇଥିବା ଖେଳାଳିଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା।

ସମ୍ମାନିତ ଅତିଥି ଭାବେ ,୫ ନମ୍ବର ଜୋନ ଜିଲ୍ଲା ପରିଷଦ ସଭ୍ୟା ମନସ୍ଵିନୀ ଦାସ, ୪ ନମ୍ୱର୍ ଜୋନ ଜିଲ୍ଲା ପରିଷଦ ସଭ୍ୟ ପାର୍ଥସାରଥୀ ମହାପାତ୍ର, ଦଶରଥପୁର ହାଇସ୍କୁଲ ର ପ୍ରଧାନ ଶିକ୍ଷକ ଅକ୍ଷୟ କୁମାର ପଣ୍ଡା, ଦଶରଥପୁର ବ୍ଲକ ଅଲମ୍ପିକ୍ ଆସୋସିଏସନ୍ ର ଉପସଭାପତି ଶିଲଭଦ୍ର ପଣ୍ଡା , ବରିଷ୍ଠ ସାମ୍ବାଦିକ ଉମାକାନ୍ତ ଧଳ, ଚଂପେଇପାଳ ସରପଞ୍ଚ ହିମାଂଶୁ ନାୟକ, ଦଶରଥପୁର ସରପଞ୍ଚ ପ୍ରତିନିଧି ଧର୍ମରାଜ୍ ଧିର୍, ସମିତି ସଭ୍ୟ ପ୍ରଶାନ୍ତ କୁମାର ମଲ୍ଲିକ ପ୍ରମୁଖ ଯୋଗ ଦେଇଥିଲେ। ସମ୍ପାଦକ ଭରତ ସାହୁ କ୍ରୀଡ଼ା ବିବରଣୀ ପ୍ରଦାନ କରିଥିବା ବେଳେ ଉପସଭାପତି ପ୍ରମୋଦ ସାହୁ ଅତିଥିପରିଚୟ ଓ ବାସୁଦେବ ତରାଇ ଧନ୍ୟବାଦ୍ ଅର୍ପଣ କରିଥିଲେ। କାର୍ଯ୍ୟକାରୀ ସଭ୍ୟ ଇତି ରଞ୍ଜନ ଦାସ, ରମାକାନ୍ତ ସାହୁ, ଜିତନ୍ ସାହୁ , ସତ୍ୟ ରଞ୍ଜନ ପୃଷ୍ଟି, ବିଷ୍ଣୁ ଚରଣ ବେହେରା, ପ୍ରମୁଖ ଆଲୋଚନା ରେ ଭାଗନେଇଥିବା ବେଳେ ଅଜୟ ପ୍ରଧାନ, ଶିଖା ପଣ୍ଡା, ବିଗ୍ନେଶ୍ୱର୍ ମଲ୍ଲିକ, ଲୋକନାଥ ସାହୁ ପ୍ରମୁଖ ପରିଚାଳନା କରିଥିଲେ । ଆଗାମୀ ଦିନରେ ସମସ୍ତ ବୟସ ବିଭାଗରେ ଶିବିର ଅନୁଷ୍ଠିତ ହେବା ସହ ରଗବୀ ଖେଳର ପ୍ରସାର ପ୍ରଚାର ପାଇଁ ସବୁ ପ୍ରକାର ସହଯୋଗ କରାଯିବା କୁ ମୁଖ୍ୟ ଅତିଥି ପ୍ରତିଶ୍ରୁତି ଦେଇଥିଲେ।

Related Post

କୋଶଲ ରାଜ୍ୟ ଦାବିରେ ତେଜୁଛି ଆନ୍ଦୋଳନ , ଆସନ୍ତା ୨୯ରେ ଜାତୀୟ ରାଜପଥ ଅବରୋଧ

Posted by - July 26, 2022 0
ସୋନପୁର :(ଅଜିତ କୁମାର ପୂଜାହାରୀ) ସ୍ୱତନ୍ତ୍ର କୋଶଲ ରାଜ୍ୟ ଗଠନ ଦାବିରେ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି ଆନ୍ଦୋଳନ । ଏହାକୁ ଆହୁରି ତୀବ୍ରତର କରିବା…

ଓଡ଼ିଆପାଲି ଗାଁ ରେ ଜବର୍ ଦଖଲ ଗୋଚର ଜମି ଉଦ୍ଧାର ପାଇଁ ପ୍ରଶାସନର ସଚେତନତା ସଭା

Posted by - July 18, 2022 0
ଖପ୍ରାଖୋଲ: ୧୭/୭(ତାପସ ରଞ୍ଜନ ବେହେରା) ଖପ୍ରାଖୋଲ ବ୍ଲକ୍ ଓଡ଼ିଆପାଲି ଗାଁ ରେ ରଜସ୍ଵବିଭାଗ ଓ ପ୍ରାଣୀ ସମ୍ପଦ ବିଭାଗ ର ମିଳିତ ଉଦ୍ୟମରେ ଜବର ଦଖଲ ଗୋଚର…

ଅବସର ପ୍ରାପ୍ତ ଶିକ୍ଷକ ବାଙ୍କ ବିହାରୀ ଖମାରି ଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

Posted by - August 1, 2022 0
ଭବାନୀପାଟଣା:( ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଉଛୁଳା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ର ଶିକ୍ଷକ ବାଙ୍କ ବିହାରୀ ଖମାରି…

ରାଜ୍ୟବ୍ୟାପୀ ରାମନବମୀର ଧୂମ୍, ସବୁଠି ଭକ୍ତିମୟ ପରିବେଶ

Posted by - April 14, 2019 7
ପବିତ୍ର ରାମନବମୀରେ ରାଜ୍ୟ ର ବିଭିନ୍ନ ରାମ ମନ୍ଦିରରେ ଭକ୍ତିମୟ ପରିବେଶ। ମର୍ଯ୍ୟାଦା ପୁରୁଷଙ୍କ ଜନ୍ମତିଥିରେ ତାଙ୍କ ପୂଜା ଆରାଧନା ଲାଗି ସକାଳୁ ସକାଳୁ ଲାଗିଥିଲା ଭକ୍ତଙ୍କ…

ଲର୍ଡ ସ୍ବେଚ୍ଛାସେବୀ ସଙ୍ଗଠନ ତରଫରୁ ତୃତୀୟ ଲିଙ୍ଗ ମାନଙ୍କ ପାଇଁ କୋଭିଡ ସଚେତନତା କାଯ୍ୟକ୍ରମ

Posted by - April 28, 2020 72
ଭୁବନେଶ୍ବର:ଆଜି ଲର୍ଡ ସ୍ବେଚ୍ଛାସେବୀ ସଙ୍ଗଠନ, ଢେ଼ଙ୍କାନାଳ ତରଫରୁ ଢେଙ୍କାନାଳ ଜିଲ୍ଲା ରେ ଲକଡାଉନ ସମରେ ସ୍ଥାନୀୟ ସିନେର୍ଜି ମହାବିଦ୍ୟାଳୟ ନିକଟରେ ରହୁଥିବା ୩୦ ଜଣ ଉର୍ଦ୍ଧ  ତୃତୀୟ…