ସିନ୍ଧେକେଲା ଅନ୍ତର୍ଗତ ଝଲପ ଗ୍ରାମର ମେଧାବୀ ଛାତ୍ର ବିନୟ କୁମାର ନବୋଦୟ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷାରେ ହେଲେ ଚୟନ

387 0

ଟିଟିଲାଗଡ଼:(ସଞ୍ଜୟ କୁମାର ନାୟକଙ୍କ)  ସିନ୍ଧେ କେଲା ଅନ୍ତର୍ଗତ ଝଲପ ଗ୍ରାମର ବିନୟ ସାହୁ ସଫଳତାର ସହିତ ନବୋଦୟ ବିଦ୍ୟାଳୟର ପ୍ରବେଶିକା ପରୀକ୍ଷା ଦେଇ ସଫଳତାର ସହ ନବୋଦୟ ପ୍ରବେଶିକା ପରୀକ୍ଷାରେ ରାୟଗଡା ନବୋଦୟ ବିଦ୍ୟାଳୟ ପାଇଁ ଚୟନ ହୋଇଛନ୍ତି ଏବଂ ଅଞ୍ଚଳ ପାଇଁ ଖୁସିର ଖବର ଆଣିଛନ୍ତି । ସୂଚନା ଯୋଗ୍ୟ ଯେ ,ସେ ହେଉଛନ୍ତି ଝଲପ ଗ୍ରାମର ପ୍ରଥମ ମେଧାବୀ ଛାତ୍ର ଯିଏକି ଛୋଟ ବୟସ ରେ ଗାଁ ତଥା ଅଞ୍ଚଳ ପାଇଁ ସୁନାମ ଆଣିଛନ୍ତି ।ଲାଞ୍ଜିଗଡ ସ୍ଥିତ ବେଦାନ୍ତ କମ୍ପାନୀରେ ସିଏନଆଇ ଟେକ୍ନିସିୟନ ତଥା ଜଣାଶୁଣା ଚିତ୍ରକାର ପିତା ଶ୍ରୀ ଜୟକୃଷ୍ଣ ସାହୁ ଓ ମାତା ଶ୍ରୀମତୀ ନେପୁର ସାହୁଙ୍କ ସାନ ପୁଅ । ପ୍ରଥମ ରୁ ପଞ୍ଚମ ପର୍ଯ୍ୟନ୍ତ ବିବେକାନନ୍ଦ ଶିକ୍ଷାକେନ୍ଦ୍ର,ମୁନିଗୁଡାରେ ପଢୁଥିଲେ।ତାଙ୍କ ବାପାଙ୍କ ଭଳି ସେ ଏକାଧାରରେ ଗୋଟିଏ ଭଲ ଚିତ୍ରକାର ଏବଂ ଫୁଟବଲ ଖେଳାଳୀ ମଧ୍ୟ ଅଟନ୍ତି ।

ତାଙ୍କ ମାତା ପିତା,ସ୍କୁଲ ର ପ୍ରଧାନ ଶିକ୍ଷକ ଶ୍ରୀ ମାତୃ ପ୍ରସାଦ ଦାଶ ତଥା ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ , ଟ୍ୟୁସନ ଶିକ୍ଷକ ଶ୍ରୀ ଶ୍ୟାମ ଏବଂ ସୁଦର୍ଶନ ସାର ଏବଂ ଝଲପ ଗ୍ରାମର ଶିକ୍ଷକ ଶ୍ରୀ ସୁଧୀର ସାହୁ , ତାଙ୍କ ମାମୁଁ ଶ୍ରୀ ଦୁଷ୍ମନ୍ତ ସାହୁ ଙ୍କ ଅବଦାନ ରହିଥିବା ବିନୟ କହିଛନ୍ତି। ଝଲପ ପ୍ରଗତି ପାଠାଗାର ର ଯୁବ ନେତା ଓ ସଭାପତି ଶ୍ରୀ ଝସକେତନ ବାରିକ ଓ ସମ୍ପାଦକ ଏବଂ ଯୁବ ସମାଜ ସେବକ ଶ୍ରୀ ଯୋଗେଶ ସାହୁ ସାହୁ ତଥା ସମାଜସେବୀ, ମାଗଣା ନବୋଦୟ ପ୍ରବେଶିକା ପରୀକ୍ଷା ଟିଟିଲାଗଡର ଆବାହକ ତଥା ପୂର୍ବତନ ନବୋଦୟ ଛାତ୍ର ଶ୍ରୀ ରମେଶ ଚନ୍ଦ୍ର ସାହୁ ଏହି ଉପଲବ୍ଧି ପାଇଁ ତାଙ୍କ ବାପାମାଙ୍କ ସତଚେଷ୍ଟା ଏବଂ ତ୍ୟାଗ ପାଇଁ ଭୁୟଶୀ ପ୍ରଶଂସା କରିଥିବା ବେଳେ ବିନୟ କୁ ଶୁଭେଚ୍ଛା ଜଣାଇଛନ୍ତି । ଟିଟିଲାଗଡ଼ରୁ ସଞ୍ଜୟ କୁମାର ନାୟକଙ୍କ ରିପୋର୍ଟ।

Related Post

ବ୍ରାହ୍ମଣ ସମାଜ ଦ୍ୱାରା ଟିଟିଲାଗଡରେ ଭାଗବତ ଜନ୍ମ ପାଳିତ

Posted by - September 11, 2022 0
ଟିଟିଲାଗଡ଼ : (ସଞ୍ଜୟ କୁମାର ନାୟକ) ଟିଟିଲାଗଡ ବ୍ରାହ୍ମଣ ସମାଜର ଆନୁକୂଲ୍ଯରେ ସ୍ଥାନୀୟ ଶ୍ରୀ ଜଗନ୍ନାଥ ମନ୍ଦିର ପରିସରରେ ସଭାପତି ଶ୍ରୀଯୁକ୍ତ ବିଶ୍ବରାମଠାକୁରଙ୍କ ନେତୃତ୍ବରେ ଭାଦ୍ରବ ପୂର୍ଣ୍ଣିମା…

ତୁରେକେଲା, ମମିଆଁ ଉନ୍ଦେର ନଦୀଘାଟରେ ଖରାଦିନିଆ ରାସ୍ତା ନିର୍ମାଣ ଦାବି

Posted by - December 28, 2021 0
ବଙ୍ଗୋମୁଣ୍ଡା:(ଅଭିମନ୍ୟୁ ବହିଦାର) ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ତୁରେକେଲା ମମିଆଁ ଉନ୍ଦେରନଦୀ ଘାଟରେ ଖରାଦିନିଆ ଅସ୍ଥାୟୀ ରାସ୍ତା ନିର୍ମାଣ ସ୍ଥାନୀୟ ରେ ଦାବୀ ହେଉଛି।ପ୍ରତିବର୍ଷ ନଦୀରେ…

ମଦ ଗଞ୍ଜେଇ ଓ ଦେହ ବେପାର କୁ ବିରୋଧ କରି ଆଜି ସ୍ଥାନୀୟବିଭିନ୍ନ ମହିଳା ସଂଘ ଏକ ଜୁଟ

Posted by - October 24, 2021 0
ବାଲିଆପାଳ:(ପ୍ରଭାକର ମଲ୍ଲିକ)ବାଲେଶ୍ଵର ଜିଲ୍ଲା ବାଲିଆପାଳ ଥାନା ଜାମକୁଣ୍ଡା ଲକ ପାଖରେ ଏକ ସରକାରୀ ଜାଗାରେ ବେଆଇନ ଭାବରେ ହେଉଥିବା ମଦ ଗଞ୍ଜେଇ ଓ ଦେହ ବେପାର କୁ…

ବିଶିଷ୍ଟ ଶିକ୍ଷାବିତ୍ ତଥା ସମାଜସେବୀ ଅକ୍ଷୟ ନନ୍ଦଙ୍କ ପରଲୋକ

Posted by - August 8, 2022 0
ଭବାନୀପାଟଣା :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) କଳାହାଣ୍ଡି ର ବିଶିଷ୍ଟ ଶିକ୍ଷାବିତ୍ ତଥା ଲଢ଼ୁଆ ସମାଜସେବୀ ଅକ୍ଷୟ ନନ୍ଦ ଙ୍କ ପରଲୋକ ହୋଇଯାଇଛି। ମୃତ୍ୟୁ…

ରାୟଗଡା ଜିଲ୍ଲା ବିଷମ କଟକ ମା ମାର୍କମା କଲେଜ ନୂତନ ହଷ୍ଟେଲ ଉଦଘାଟିତ

Posted by - August 29, 2022 0
ରାୟଗଡା;(ରମାକାନ୍ତ ପଡାଲ)ଆଜି ରାୟଗଡା ଜିଲ୍ଲା ବିଷମ କଟକ ମା ମାର୍କମା କଲେଜ ନୂତନ ହଷ୍ଟେଲ ଉଦଘାଟିତ କରିବା ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ କେବିନେଟ…