ତେଲେଙ୍ଗାନା ରୁ ଉଦ୍ଧାର ହୋଇ ଫେରିଲେ ବନ୍ଧକ ଦାଦନ ଶ୍ରମିକ

87 0

ଭବାନୀପାଟଣା :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) ତେଲେଙ୍ଗାନା ରାଜ୍ୟରେ କଳାହାଣ୍ଡି,ବଲାଙ୍ଗୀର ଜିଲ୍ଲା ର କେତେକ ଦାଦନ ଶ୍ରମିକ ବନ୍ଧକ ଘଟଣାର ଭିଡ଼ିଓ ଭାଇରାଲ ସହ ଗଣମାଧ୍ୟମରେ ଖବର ପ୍ରକାଶିତ ହେବା ପରେ ଜିଲ୍ଲା ପ୍ରଶାସନର ଉଦ୍ୟମ କ୍ରମେ ବୁଧବାର ନିଜ ଭିଟାମାଟି କୁ ଫେରିଛନ୍ତି ବନ୍ଧକ ଦାଦନ ଶ୍ରମିକ। ସୂଚନା ଅନୁସାରେ କଳାହାଣ୍ଡି କୋକସରା ଓ ଧର୍ମଗଡ ବ୍ଲକ ର ୨ ଦାଦନ ଶ୍ରମିକ ସମେତ ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ ଅଞ୍ଚଳର ଦାଦନ ଶ୍ରମିକ ପରିବାରଙ୍କୁ ବଲାଙ୍ଗୀର ଜିଲ୍ଲାର ଜଣେ ଦାଦନ ସର୍ଦ୍ଦାର ତେଲେଙ୍ଗାନା ରାଜ୍ୟର ରଙ୍ଗାରେଡି ଜିଲ୍ଲା କବାଡିପଲ୍ଲୀ ଗ୍ରାମର କେ. ଭେଙ୍କଟେଶ୍ୱର ନାମକ ଏକ ଇଟାଭାଟି ଠିକାଦାର ନିକଟରେ ବନ୍ଧକ ଭାବେ ଛାଡି ଦେଇଥିଲେ। ଦୀର୍ଘ ୭ ମାସ କାମ କରିବା ପରେ ମଧ୍ୟ କୌଣସି ପାରିଶ୍ରମିକ ଦେଲେ ନାହିଁ କିମ୍ବା ଘରକୁ ମଧ୍ୟ ଛାଡିଲେ ନାହିଁ ।

ପାରିଶ୍ରମିକ ଦାବି କଲେ କିମ୍ବା ଘରକୁ ଯିବାକୁ କହିଲେ ନିର୍ଯ୍ୟାତନା ଦେଉଥିଲା ଇଟାଭାଟି ମାଲିକ । ଏପରି ସ୍ଥିତିରେ ବନ୍ଧକ ପଡିଥିବା ଧର୍ମଗଡ ବ୍ଲକ ବେହେରାଗୁଡା ଗ୍ରାମର ଶ୍ରମିକ ସୁରେନ୍ଦ୍ର ନାଏକ ଓ କୋକସରା ବ୍ଲକ ର ଅନାଥ ପରାଭୋଇ ନିର୍ଯ୍ୟାତନା ଓ ବନ୍ଧକ ପଡିଥିବା ସମ୍ପର୍କରେ ଏକ ଭିଡ଼ିଓ ନିଜ ଅଞ୍ଚଳ ର ଗଣମାଧ୍ୟମ ପ୍ରତିନିଧି ଙ୍କୁ ପଠାଇବା ପରେ ଘଟଣା ଟି ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇ ଥିଲା। ଧର୍ମଗଡ ଉପଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ଜିଲ୍ଲା ଶ୍ରମ ବିଭାଗ ଅଧିକାରୀ ଙ୍କୁ ବନ୍ଧକ ଦାଦନ ଶ୍ରମିକ ଙ୍କୁ ଉଦ୍ଧାର କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲା ଶ୍ରମ ବିଭାଗ ତେଲେଙ୍ଗାନା ପ୍ରଶାସନ ଙ୍କ ସହ ଯୋଗାଯୋଗ କରି ସ୍ଥାନୀୟ ପୋଲିସ ସହାୟତା ରେ ଦାଦନ ଶ୍ରମିକ ଙ୍କୁ ଉଦ୍ଧାର କରି ଏକ ଯାତ୍ରୀବାହୀ ବସ ରେ ନିଜ ଭିଟାମାଟିକୁ ପଠାଇଛି। ବୁଧବାର ନିଜ ଭିଟାମାଟି କୁ ଫେରିବା ପରେ ଗଣମାଧ୍ୟମ ଓ ପ୍ରଶାସନ କୁ କୃତଜ୍ଞତା ଜଣାଇଛନ୍ତି ଉଦ୍ଧାର ହୋଇଥିବା ଶ୍ରମିକ।

Related Post

ଯାଜପୁର ଦାନଗଦୀ ଅଞ୍ଚଳରେ ବଢୁଛି ହାତୀ ଉପଦ୍ରବ । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା

Posted by - January 27, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ଦାନଗଦୀ ଅଞ୍ଚଳରେ ବଢୁଛି ହାତୀ ଉପଦ୍ରବ । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି । ହାତୀ ଘଉଡାଇବା ଏବଂ ଧନଜୀବନ…

ଭଙ୍ଗା ଦଦରା ପଲିଥିନ ପକା ଯାଇଥିବା ଘରେ ବିତୁଛି ୭ ପ୍ରାଣୀଙ୍କ ଜୀବନ

Posted by - August 1, 2021 0
ଉତ୍ତରଭୁବନେଶ୍ୱର:(ସନ୍ତୋଷ ରାଉତ)ଭଙ୍ଗା ଦଦରା ପଲିଥିନ୍ ପକା ଯାଇଥିବା ଘରେ ବିତୁଛି ୭ପ୍ରାଣୀଙ୍କ ଜୀବନ । ଭୁବନେଶ୍ୱର ସ୍ମାର୍ଟ୍ ସିଟି ଉପକଣ୍ଠରେ ଥିବା ବରିମୁଣ୍ଡ ପଂଚାୟତ ବରିମୁଣ୍ଡ ଗ୍ରାମର…

ଚାକିରୀ ପଛରେ ନ ଦୌଡି ଏବେ ରାଜନୀତି ରେ ପାଦ ଦେଉଛନ୍ତି ଉଚ୍ଚ ଶିକ୍ଷିତ

Posted by - January 20, 2022 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଉଚ୍ଚ ଶିକ୍ଷିତ ଏବେ ଚାକିରୀ ପଛରେ ନ ଦୌଡି ରାଜନୀତି ରେ ପାଦ ଦେଉଛନ୍ତି। ଯାଜପୁର ଜିଲ୍ଲା 4 ନମ୍ବର ଜିଲା…

ଦୌଡ଼ରାଣୀ ଦୂତୀ ଚାନ୍ଦଙ୍କୁ ଅର୍ଜୁନ ପୁରସ୍କର ନିମନ୍ତେ ଶୁଭେଚ୍ଛା

Posted by - August 22, 2020 0
ଭୁବନେଶ୍ବର/ଯାଜପୁର :ଓଡ଼ିଆ ଆଥଲେଟ ଦୂତି ଚାନ୍ଦ ଏ ବର୍ଷର ସମ୍ମାନଜନକ ଅର୍ଜୁନ ପୁରସ୍କାର ପାଇବେ । ଆଜି କେନ୍ଦ୍ର କ୍ରୀଡ଼ା ମନ୍ତ୍ରାଳୟପକ୍ଷରୁ ପୁରସ୍କାର ଲାଗି ମନୋନୀତ ସଫଳ…

୨୪ରୁ ସପ୍ତାହାନ୍ତ ସଟ ଡାଉନ, ସବୁ ସହରାଞ୍ଚଳରେ ରାତ୍ରିକାଳୀନ କର୍ଫ୍ୟୁ

Posted by - April 19, 2021 0
ଭୁବନେଶ୍ଵର:ଆଜି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା କହିଛନ୍ତି ଯେ ପୂର୍ବ ନିର୍ଦ୍ଦେଶ ମୁତାବକ ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, ବରଗଡ, ବଲାଙ୍ଗୀର, ନୁଆପଡା, କଳାହାଣ୍ଡି, ନବରଙ୍ଗପୁର,…