Breaking News
10:57 pmଜାତୀୟ ସେବା ଯୋଜନା ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି; ବିଭିନ୍ନ ବର୍ଗରେ ଓଡ଼ିଶାରୁ ୩ ଜଣ ସାମିଲ 10:56 pmଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା କୃଷି ବିଭାଗ କାର୍ଯ୍ୟାଳୟ ନିକଟରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ,୨ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ମହିଳା ଗିରଫ 10:54 pmପୁରୀ ଜିଲ୍ଲା ପରିଷଦ ଜୋନ ୧୧ର ସଦସ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣା,ଖୋଲିବ ଗୁମର, ହଜିଲା ମୋବାଇଲ ଫୋନ୍‌ ମିଳିଲା 10:53 pmକୋରାପୁଟ: କୋଟିଆ ସୀମାନ୍ତ ଆନ୍ଧ୍ରପ୍ରଦେଶର ଜଙ୍ଗଲରେ ବୁଲୁଛି ବାଘ। ବନ ବିଭାଗ ପକ୍ଷରୁ ନିଆଯାଇଛି ଆବଶ୍ୟକ ପଦକ୍ଷେପ। କୋରାପୁଟ ଜିଲ୍ଲାପାଳଙ୍କ ସୂଚନା 10:52 pmକୋରାପୁଟ: କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଜଲାପୁଟ ଗାଁ ନିକଟ ମାହାରାଗାଁ ଓ ପଲାମୁଗାଁ ନିକଟ ଜଙ୍ଗଲରେ ବିସ୍ଫୋରକ ସାମଗ୍ରୀ ଠାବ କରି ନିଷ୍କ୍ରିୟ କଲା ବିଏସଏଫ୍‌

ମଣ୍ଡିରେ କାର୍ଯ୍ୟ କରିଥିବା ଶ୍ରମିକ ପାଉଣା ପାଇବେ କେବେ ?

81 0

ଭବାନୀପାଟଣା:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ସରକାର ଶ୍ରମିକଙ୍କ ପାଇଁ ବ୍ୟାପକ ବ୍ୟବସ୍ଥା କରିବା ସହ ଠିକ୍ ସମୟରେ ମଜୁରୀ ପ୍ରଦାନ କୁ ଗୁରୁତ୍ଵ ଦେଉଥିଲେ ହେଁ ଚଳିତ ରବି ଋତୁରେ ଧାନ ମଣ୍ଡି ରେ କାର୍ଯ୍ୟ କରିଥିବା ଶ୍ରମିକ ମାନେ ବକେୟା ମଜୁରୀ ଦାବିରେ ସ୍ଵୟଂ ସହାୟକ ଗୋଷ୍ଠୀ ସଭାପତି ଙ୍କ ଦୁଆର ମୁହଁରେ ଧାରଣା ଦେବା ଘଟଣା ଚର୍ଚାର ବିଷୟ ହୋଇଛି। ଏହିଭଳି ଏକ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ କୋଟାଗାଁ ଠାରେ। କୋଟାଗାଁର ମାଁ ମଙ୍ଗଳା ସ୍ୱଂୟ ସହାୟକ ଗୋଷ୍ଠୀ ଦ୍ଵାରା ପରିଚାଳିତ ମଣ୍ଡିରେ କାମକରିଥିବା ମଣ୍ଡି ଶ୍ରମିକ ମାନେ ପାରିଶ୍ରମିକ ପାଇ ନ ଥିବା ହେତୁ ସ୍ୱଂୟସହାୟକ ଗୋଷ୍ଠୀର ସଭାନେତ୍ରୀଙ୍କ ଘର ସମ୍ମୁଖରେ ଧାରଣା ଦେଇଥିଲେ l

ଗତ ମଇ ମାସ ୨୮ ତାରିଖ ରୁ ଜୁନ ମାସ ୧୧ ତାରିଖ ପର୍ଯ୍ୟନ୍ତ ୬0 ଜଣ ଶ୍ରମିକ ବିଭିନ୍ନ ମିଲର ଟ୍ରକରେ ଧାନ ବୋଝେଇ କରିଥିଲେ , ଦୀର୍ଘ ୧୪ ଦିନ ମଧ୍ୟରେ ୩୫୦ ଜଣ ଚାଷୀଙ୍କ ୨୩୯୫୦ କୁଇଣ୍ଟାଲ ଧାନ ବୋଝେଇ କରିଥିଲେ l କୁଇଣ୍ଟାଲ ପ୍ରତି ୧୦ ଟଙ୍କା ହିସାବରେ ୨ଲକ୍ଷ୍ ୪୦ ହଜାର ଟଙ୍କା , ମଣ୍ଡି ବନ୍ଦ ହୋଇ ଦୀର୍ଘଦିନ ଦିନ ବିତିଯାଇଥିଲେ ସୁଦ୍ଧା ଶ୍ରମିକମାନେ ତାଙ୍କ ପlରିଶ୍ରମିକରୁ କିଛିବି ଟଙ୍କା ପାଇନଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି l ମଣ୍ଡି ଦାୟିତ୍ୱରେ ଥିବା ଏହି ସ୍ୱଂୟ ସହାୟକ ଗୋଷ୍ଠୀ କୁ ଶ୍ରମିକ ମାନେ ମଣ୍ଡି ସରିବା ଦିନଠାରୁ ନିଜ ପାରିଶ୍ରମିକ ପାଇଁ ବାରମ୍ବାର ଦାବୀ କରି ଆସୁଥିଲେ ମଧ୍ୟ ନିରାଶ ହୋଇଛନ୍ତି l ସ୍ୱଂୟ ସହାୟକ ଗୋଷ୍ଠୀ ସଭାନେତ୍ରୀ ରେମତୀ ଗହୀର କହିଛନ୍ତି ଯେ ଆମକୁ ଗତ ଖରିଫ ଋତୁ ମଣ୍ଡି ଠାରୁ କମିଶନ ଏବଂ କାମକରିଥିବା ଶ୍ରମିକ ବାବଦ ଟଙ୍କା ଏଯାଏ ମିଳିନାହିଁ । ସେହି ଟଙ୍କା ଆସିଲେ ହିଁ ଦେବୁ ।

ଏନେଇ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ଯୋଗାଯୋଗ କରିବାରୁ ହଁ ଆମେ ୨ ସିଜନର ଟଙ୍କା କାହାକୁ ପଠାଇ ନାହୁଁ, ଅନୁଦାନ ଆସିଲେ ପଠାଇବୁ l ଯେଉଁ ମହିଳା ଗୋଷ୍ଠୀ ମଣ୍ଡି ଦାୟିତ୍ୱରେ ଅଛନ୍ତି ସେମାନେ ତାଙ୍କ ନିଜ ସଂଚୟରୁ ଶ୍ରମିକଙ୍କୁ ଦେଇଥାନ୍ତୁ l ଅନ୍ୟ ସଂସ୍ଥା ମାନେ ସବୁତ ଏଭଳି କରି ଚାଲିଛନ୍ତି ବୋଲି କହିଥିଲେ l ଏଠି ପ୍ରଶ୍ନ ହେଉଛି ସରକାର ମହିଳା ଗୋଷ୍ଟିକୁ କମିଶନ ବାବଦକୁ କୁଇଣ୍ଟାଲ ପ୍ରତି ୩୦ଟଙ୍କା ଏବଂ ଶ୍ରମିକ ବାବଦକୁ ୧୦ ଟଙ୍କା ଦେଉଛନ୍ତି l ତେବେ ହଜାର ହଜାର କୁଇଣ୍ଟାଲ ଧାନ ଗୋଟିଏ ମଣ୍ଡିରେ କ୍ରୟ ହେଉଥିଲେ ମଧ୍ୟ ଲକ୍ଷ ଲକ୍ଷ ଟଙ୍କା କମିଶନ ବାବଦକୁ ସଂସ୍ଥାକୁ ଆସୁଛି l କିନ୍ତୁ ସେହି ସଂସ୍ଥା ଯଦି ବର୍ଷକର ଶ୍ରମିକ ଟଙ୍କା ଦେବାକୁ ଯଦି ସକ୍ଷମ ନୁହନ୍ତି ତାହେଲେ ସେହି ଅର୍ଥ କୁଆଡେ ଯାଉଛି ତାହା ତଦନ୍ତ ସାପେକ୍ଷ। ମହିଳା ଗୋଷ୍ଠୀ କାହା ଇଙ୍ଗିତ ରେ କାର୍ଯ୍ୟ କରୁଛନ୍ତି କିମ୍ବା କାହାଦ୍ୱାରା ପରିଚାଲିତ ହେଉଛନ୍ତି କି ବୋଲି ମଣ୍ଡି ଶ୍ରମିକମାନେ ପ୍ରଶ୍ନ କରିଛନ୍ତି l

ମଣ୍ଡି ମାନଙ୍କରେ ମହିଳା ଗୋଷ୍ଠୀକୁ ଅଗ୍ରାଧିକାର ଦିଆଯାଉ ଥିବାବେଳେ ସେମାନେ ନିଜେ ପରିଚାଳନା କରିପାରୁନଥିବା ଜଣାପଡ଼ିଛି । ଏ ସମସ୍ତ ବିଷୟରେ ଶ୍ରମିକ କର୍ଣ୍ଣ କାଣ୍ଡ, ଭୀଷ୍ମ ସୁରୁଜlଳ, ଅଶୋକ କାଣ୍ଡ, ସୁଶାନ୍ତ ବେହେରା, ଚୈତନ୍ୟ କାଣ୍ଡ, ପ୍ରେମଲାଲ ମାଝୀ, ପରମାନନ୍ଦ ମାଝୀ, ଡିଙ୍ଗର କାଣ୍ଡ, ଗୁପ୍ତେ କାଣ୍ଡ, ସଂଜୀବ କାଣ୍ଡ ସମେତ ପ୍ରାୟ ୩୦ରୁ ଅଧିକ ଶ୍ରମିକ ପାରିଶ୍ରମିକ ଟଙ୍କା ନ ପାଇ ନିରାଶ ହୋଇ ଫେରିଥିଲେ ଏବଂ ମଣ୍ଡି ପରିଚାଳନା କରୁଥିବା ଏକାଉଣ୍ଟକୁତଦନ୍ତ ପରିସରକୁ ନେବା ସହ ସ୍ଵୟଂ ସହାୟକ ଗୋଷ୍ଠୀ ଗୋଷ୍ଠୀ ର କାର୍ଯ୍ୟକଳାପ ଉପରେ ଅନୁସନ୍ଧାନ ସହ ଶ୍ରମିକମାନଙ୍କୁ ମଜୁରୀ ପ୍ରଦାନ ପାଇଁ ଦାବି କରିଛନ୍ତି।

Related Post

ବେଦାନ୍ତର ସ୍ଵତନ୍ତ୍ର ଗ୍ରାମସଭାକୁ ଲୋକଙ୍କ ବିରୋଧ ଖାଲି ହାତରେ ଫେରିଲେ କମ୍ପାନୀ କର୍ତ୍ତୃପକ୍ଷ

Posted by - May 18, 2022 0
ଅମ୍ବାଦଳା ୧୮/୫ (ରମାକାନ୍ତ ପଡାଲ)ବେଦାନ୍ତ ଆଲୁମିନା କମ୍ପାନୀ ଦ୍ଵାରା ହେଉଥିବା ଗ୍ରାମ ସଭାକୁ ଅଞ୍ଚଳ ବାସି ତଥା ଜମି ହରାଉଥିବା ଲୋକେ ବିରୋଧ କରୁଥିବା ଦେଖିବାକୁ ମିଳିଛି।…

ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତିଙ୍କ ବୌଦ୍ଧ ଗସ୍ତ,

Posted by - October 9, 2021 0
ବୌଦ୍ଧ:(ଚିତ୍ତରଂଜନସିଂ)ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମାନ୍ୟବର ମୁଖ୍ୟବିଚାରପତି ଡଃ. ଏସ.ମୁରଲିଧର ଶନିବାର ଦିନିକିଆ ବୌଦ୍ଧଜିଲା ଗସ୍ତ କରିଛନ୍ତି । ମୁଖ୍ୟବିଚାରପତି ଅପରାହ୍ନରେ ବୌଦ୍ଧରେ ପହଞ୍ôଚ ପ୍ରଥମେ ଜିଲା କୋର୍ଟ…

 କଳାହାଣ୍ଡି କୁ ପୁଣି ଫେରିଲା ଦାଦନଙ୍କ ଶବ

Posted by - October 14, 2021 0
କଳାହାଣ୍ଡି :(ନରେନ୍ଦ୍ର ନେଗୀ /ଅର୍ଜୁନ ପଟ୍ଟନାୟକ)ଶ୍ରମିକଙ୍କ ରୋଜଗାର ଓ ଥଇଥାନ ପାଇଁ ସରକାର ଙ୍କ ବ୍ୟାପକ ଯୋଜନା ସତ୍ତ୍ୱେ କଳାହାଣ୍ଡି ଜିଲ୍ଲାର ଦାଦନ ମାନଙ୍କ ସମସ୍ୟା ଦିନ…

ପୁଣି ଆରମ୍ଭ ହେଲା ଦଣ୍ଡଯାତ୍ରା, ମାନସିକଧାରି ଓ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଆନନ୍ଦ ଲହରୀ

Posted by - April 10, 2022 0
ବୌଦ୍ଧ: (ଚିତ୍ତରଞ୍ଜନ ସିଂ):- କରୋନା କଟକଣା ଯୋଗୁଁ ଗତ 2020 ଏବଂ 2021 ମସିହାରେ ବନ୍ଦ ଥିବା ଦଣ୍ଡ ଯାତ୍ରା ଚଳିତ ଥର ପୁଣି ଆରମ୍ଭ ହୋଇଛି…

ଅଧ୍ୟକ୍ଷ ପଦ ଛାଡିଲେ ସନ୍ତୋଷ ଭୋଇ

Posted by - August 17, 2021 0
ସୋନପୁର :(ଅଜିତ୍ କୁମାର ପୁଝାରୀ)  ଅଧ୍ୟକ୍ଷ ପଦ ଛାଡିଲେ ସୁବର୍ଣ୍ଣପୁର ଜିଲ୍ଳା ବିରମହାରାଜପୁର ବ୍ଲକ ଅଧ୍ୟକ୍ଷ ସନ୍ତୋଷ କୁମାର ଭୋଇ l ବ୍ୟକ୍ତିଗତ ତଥା ପାରିବାରିକ ସମସ୍ୟା…