ଧର୍ମଗଡ଼:(ହେମନ୍ତ କୁମାର ମାଝୀ)ଅଲ ଓଡିଶା ସିଡୁଲ୍ଡ କାଷ୍ଟ ଫେଡେରେସନ ତରଫରୁ ଉଦ୍ଧାର ହେଲେ ଜଣେ ମାନସିକ ଅନଗ୍ରସର ବୃଦ୍ଧା.ଗତକାଲି ବିଳମ୍ବିତ ରାତ୍ରିରେ କାସିବାହାଲ ଛକ ନିକଟରେ ଜଣେ ଅପରିଚିତ ମାନସିକ ଅନଗ୍ରସର ଅତି ଅସହାୟ ଅବସ୍ଥାରେ ରାସ୍ତା କଡରେ ପଡିରହିଥିବା ଖବର ପାଇ ଅଲ ଓଡିଶା ସିଡୁଲ୍ଡ କାଷ୍ଟ ଫେଡେରେସନ ର ଜିଲ୍ଲା ଛାତ୍ର ସଂଯୋଜକ ଢଗ ନାଏକ ଏବଂ ଫକୀର ନାରାୟଣ ଜାଲ ତୁରନ୍ତ ଘଟଣା ସ୍ଥଳ କୁ ପହଞ୍ଚି ସହକାରୀ ଜିଲ୍ଲା ଚିନ୍ମୟ କୁମାର ନାୟକ ଙ୍କୁ ଶ୍ରୀ ନାଏକ ଯୋଗାଯୋଗ କରିଥିବାରୁ ସମ୍ପୃକ୍ତ ବୃଦ୍ଧା କୁ ଉଦ୍ଧାର କରାଯାଇଛି
ବୃଦ୍ଧା ଜଣକ ଷାଠିଏ ବର୍ଷ ରୁ ଉର୍ଦ୍ଧ ହୋଇଥିବା ବେଳେ ବୃଦ୍ଧା ଙ୍କୁ ପଚାରିବାରୁ ବୃଦ୍ଧା ଜଣକ କିଛି ମନେପଡୁନଥିବା ପ୍ରକାଶ କରିଥିଲେ. ଧର୍ମଗଡ ଏନଏସି କର୍ମଚାରୀ ରବୀନ୍ଦ୍ରନାଥ ପରିଡା ସମେତ ସଂଗଠନ ର ବ୍ଲକ ସଭାପତି ବିରଞ୍ଚି ନାରାୟଣ ଜାଲ, ଏନଏସି ସଭାପତି ଭରତବନ୍ଧୁ ସୁନାନୀ,ତରୁଣୀ ଜାଲ, ମାଧୁରୀ ମହାନନ୍ଦ ପ୍ରମୁଖ ବୃଦ୍ଧାଙ୍କୁ ଉଦ୍ଧାର କରିବାରେ ସାହାଯ୍ୟ କରିଥିଲେ।
Facebook Notice for EU!
You need to login to view and post FB Comments!