ନୂଆଦିଲ୍ଲୀ/ଭୁବନେଶ୍ଵର : (ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କାଶ୍ମୀର ଘାଟି ସ୍ଥିତ ସୋପିଆନ୍ ରେ ଭାରତିୟ ସେନାର ଏନକାଉଣ୍ଟରରେ ରେ ଲସ୍କର୍ – ଇ- ତୋଏବା ର ଦୁଇ ଆତଙ୍କବାଦୀ ନିହତ ହୋଇଥିବା ସୁଚନା ମିଲିଛି l କିଛିଦିନ ପୁର୍ବରୁ ଟାର୍ଗେଟ କିଲିଙ୍ଗ୍ ବେଳେ ବ୍ୟାଙ୍କ୍ ମ୍ୟାନେଜର ବିଜୟ ଙ୍କ ହତ୍ୟାକାଣ୍ଡରେ ସାମିଲ ଥିବା ଆତଙ୍କବାଦୀ ମହମ୍ମଦ ଲୋନ ଏଥିରେ ନିହତ ହୋଇଥିବା ଜାମ୍ମୁ – କାଶ୍ମୀର ପୋଲିସ ସୁଚନା ଦେଇଛନ୍ତି l
କାଶ୍ମୀର ଜୋନ୍ ର ପୋଲିସ୍ ଟ୍ୱିଟ଼ କରି ଜଣାଇଛନ୍ତି ଯେ ନିହତ ହୋଇଥିବା ଦୁଇଜଣ ଆତଙ୍କବାଦୀ ଆତଙ୍କି ସଙ୍ଗଠନ ଲସ୍କର ସହ ଜଡିତ ଥିଲେ l ଜାମ୍ମୁ – କାଶ୍ମୀର ପୋଲିସ ଓ ସେନା ର ମିଲିତ ସର୍ଚ୍ ଅପରେଶନ୍ ସମୟରେ ଏହି ଦୁଇ ଆତଙ୍କବାଦୀ ଙ୍କ ମ୍ରୁତ୍ୟୁ ହୋଇଥିଲା l ଏଥିସହ କାଶ୍ମୀର ଘାଟିର କୁଲ୍ ଗ୍ରାମ୍ ରେ ମଧ୍ଯ ସୁରକ୍ଷା ବଳ ଓ ଆତଙ୍କବାଦୀ ଙ୍କ ମଧ୍ୟରେ ସଙ୍ଘର୍ଷ ହୋଇଥିବା ଜଣା ପଡିଛି l କୁଲ ଗ୍ରାମ ଠାରେ ତିନି ଜଣ ଆତଙ୍କବାଦୀ ଲୁଚି ରହିଥିବା ସନ୍ଦେହରେ ସୁରକ୍ଷା ବଳ ପକ୍ଷରୁ ସର୍ଚ୍ ଅପରେଶନ୍ ଜାରି ରହିଛି।