ଜିଲ୍ଲା ଅବକାରୀ ଅଧିକ୍ଷକଙ୍କ ଅକାଳ ବିୟୋଗରେ ନିରବ ପ୍ରାର୍ଥନା

191 0

ସୋନପୁର :(ଅଜିତ କୁମାର ପୂଜାହାରୀ) ସୁବର୍ଣ୍ଣପୁର ଜିଲ୍ଲାପାଳ ଶ୍ରୀମତୀ ଅବୋଲୀ ସୁନିଲ ନରୱଣେ ଙ୍କ ଅଧ୍ୟକ୍ଷତାରେ ଜିଲ୍ଲପାଳ ଙ୍କ କାର୍ଯ୍ୟାଳୟ ପରିସରରେ ଜିଲ୍ଲା ଅବକାରୀ ଅଧିକ୍ଷକ ସାମୁଏଲ ଏକ୍କାଙ୍କ ଅକାଳ ବିୟୋଗରେ ଏକ ସ୍ମୃତି ଚାରଣ ସଭା ସହିତ ତାଙ୍କର ଅମର ଆତ୍ମାର ସତଗତି ନିମନ୍ତେ ୨ ମିନିଟ ନିରବ ପ୍ରାର୍ଥନା କରାଯାଇଛି l ସ୍ବର୍ଗତ ସାମୁଏଲ ଏକ୍କା ସୁବର୍ଣ୍ଣପୁର ଜିଲ୍ଲରେ ପ୍ରାୟ ୩ ବର୍ଷ ହେବ ଅବକାରୀ ଅଧିକ୍ଷକ ଭାବେ ନିଷ୍ଠାର ସହିତ କାର୍ଯ୍ୟ ନିର୍ବାହ କରୁଥିଲେ, ସେ ଯକୃତ ରୋଗ ରେ ପୀଡିତ ହେତୁ ହାଇଦ୍ରାବାଦ ର ଏକ ଘରୋଇ ଚିକିତ୍ସାଳୟ ରେ ଚିକିତ୍ସା ହେଉଥିବା ସମୟରେ ଗତ 0୫ ତାରିଖ ରାତ୍ରିରେ ମୃତ୍ୟୁ ଘଟିଥିବା ସୂଚନା ମିଳିଛି l

ମର ଶରୀର ର ଅନ୍ତିମ ସଂସ୍କାର ପୈତୃକ ଗ୍ରାମ ସୁନ୍ଦରଗଡ ଜିଲ୍ଲା ଅନ୍ତର୍ଗତ ଭାଲୁଲତା ଠାରେ କରାଯାଇଥିବା ସୂଚନା ମିଳିଛି l ଆଜିର ଏହି ଦୁଃଖଦ କାର୍ଯ୍ୟକ୍ରମ ରେ ଅତିରିକ୍ତ ଜିଲ୍ଲପାଳ ସୂର୍ଯ୍ୟନାରାୟଣ ଦାଶ, ତଥା ଜିଲ୍ଲପାଳ ଙ୍କ କାର୍ଯ୍ୟାଳୟ ର ସମସ୍ତ ବିଭାଗୀୟ ଅଧିକାରୀ ଓ କର୍ମଚାରୀ ଯୋଗଦାନ କରି ନିରବ ପ୍ରାର୍ଥନା ସହ ତାଙ୍କ କର୍ମମୟ ଜୀବନର ସ୍ମୃତି ଚାରଣ ପୂର୍ବକ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ l

 

Related Post

ନବ ନିର୍ମାଣ କୃଷକ ସଙ୍ଗଠନ ବିଂଝାରପୁର ଶାଖା ପକ୍ଷରୁ ଗଣଧାରଣା 

Posted by - May 8, 2022 0
ଯାଜପୁର ବିଂଝାରପୁର ତହସିଲ କାର‌୍ୟ୍ୟାଳୟ ସମ୍ମୁଖରେ ନବ ନିର୍ମାଣ କୃଷକ ସଙ୍ଗଠନ ବିଂଝାରପୁର ଶାଖା ପକ୍ଷରୁ ଗଣଧାରଣା ଦିଆଯାଇଛି I କୃଷକ ନେତା ସନାତନ ସାହୁଙ୍କ ନେତୃତ୍ୱରେ ଶତାଧିକ ଚାଷୀ ସେମାନଙ୍କର ୫ଦଫା ସମ୍ମିଳିତ ଦାବି ପୂରଣ କରିବା ପାଇଁ ବିଭିନ୍ନ ନରବାଜି ଦେବା ସହ ଧାରଣା ରେ ବସିଥିଲେI  ବନ୍ୟା ଓ ଲଗାଣ ବର୍ଷା ଯୋଗୁ କ୍ଷତିଗ୍ରସ୍ତ ଚାଷୀଙ୍କ କ୍ଷତିପୂରଣ ରାଶିପ୍ରଦାନ, ଚାଷଜମିକୁ ଜଳସେଚନର ସୁବିଧା, ଷଣ୍ଢ ଓ ମାଙ୍କଡ଼ ଦୌରାତ୍ମାରୁ ଫସଲର ସୁରକ୍ଷା, ସରକାରୀ ମଣ୍ଡିରେ ଧାନ ବିକ୍ରିରେ ସ୍ୱଚ୍ଛତା, ଚାଷୀ ଓ ଭାଗଚାଷୀଙ୍କୁ କୃଷି ଋଣ ଅବିଳମ୍ବେ ପ୍ରଦାନ ପ୍ରଭୁତି ଦାବି ନେଇ ସଙ୍ଗଠନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିଞ୍ଝାରପୁର ତହସିଲଦାରଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲାI ଏଥିରେ କୃଷକ ନେତା ଗୋବିନ୍ଦ ଚନ୍ଦ୍ର ପରିଡା, ବଳରାମ ବଳଙ୍କ ସମେତ ବହୁ କୃଷକ ନେତା ଉପସ୍ଥିତ ଥିଲେ ।

ରେଙ୍ଗାଲି କାନାଡ଼ା ବ୍ୟାଙ୍କ ତରଫ ରୁ କାନାଡ଼ା ବିଦ୍ୟା ଜ୍ୟୋତି ଛାତ୍ରବୃତ୍ତି ପ୍ରଦାନ

Posted by - August 19, 2022 0
ସମ୍ବଲପୁର/ରେଙ୍ଗାଲି ୧୯/୦୮(ରମାକାନ୍ତ ବିଶ୍ବାଳ) ସମ୍ବଲପୁର ଜିଲ୍ଲା ରେଙ୍ଗାଲି ସ୍ଥିତ କାନାଡ଼ା ବ୍ୟାଙ୍କ ଠାରେ କାନାଡ଼ା ବିଦ୍ୟାଜ୍ୟୋତି ଛାତ୍ରବୃତ୍ତି ପ୍ରଦାନ କରାଯାଇଛି ।ଏହି ଛାତ୍ର ବୃତ୍ତି ଯୋଜନା ସାଧାରଣତଃ…

ସମ୍ବଲପୁରି ହପ୍‌ତା ୨୦୨୧ ଉଦ୍‌ଯାପିତ

Posted by - December 31, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ )ଆଜି ସମ୍ବଲପୁର ଜିଲ୍ଲା ବିଶାଳଖିଣ୍ଡାଠାରେ ସମ୍ବଲପୁରି ଭାସା ଏକାଡ଼େମି ପକ୍ଷରୁ ଚାଲିଥିବା ସପ୍ତାହ ବ୍ୟାପୀ ସମ୍ବଲପୁରି ଲିପି ଶିକ୍ଷା କାର୍ଯ୍ୟକ୍ରମ ଗୁରୁ ସତ୍ୟନାରାୟଣ ବହିଦାର୍‌ଙ୍କ…

ମାଓ ଗଡ଼ ରେ ୧୬୦ ବି. ଏସ. ଏଫ. ଯବାନ ଙ୍କ ଦ୍ୱାରା ଜନସମ୍ପର୍କ ଶିବୀର

Posted by - February 12, 2022 0
ମାଥିଲି: (ଅବଦୁଲ ଗନି)ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଅନ୍ତର୍ଗତ ଛତିଶଗଡ ସୀମା ଟେମୁରପଲ୍ଲୀ ଗ୍ରାମପଞ୍ଚାୟତ କିରିମିଟି ଗ୍ରାମ ଠାରେ 160 ବି ଏସ ଏଫ ଯବାନ ଙ୍କ…