ରାୟଗଡ଼ା:(ଅଞ୍ଜନ କୁମାର ନାଏକ )ଗୋଟିଏ ଛାତ ତଳେ ଏକାଠିହେଲେ ଜିଲ୍ଲା ଅନ୍ତର୍ଗତ ୧୧ ଟି ବ୍ଲକ ର ଶତାଧିକ ଗଣ ମାଧ୍ୟମ ପ୍ରତିନିଧି । ସାମ୍ବାଦିକଙ୍କ ପ୍ରତି ଅସମ୍ମାନ ଦେଲେ ଆଇନ ର ଆଶ୍ରୟ ପାଇଁ ନିଷ୍ପତ୍ତି । ରାୟଗଡା ।ଗଣମାଧ୍ୟମ ଚତୁର୍ଥସ୍ତମ୍ବ ଭାବେ ସାମ୍ବିଧାନିକ ସ୍ପିକୃତି ପାଇଛି କିନ୍ତୁ ସର୍ବଦା କୌଣସି ନା କୌଣସି କାରଣ ରୁ ପ୍ରତିନିଧିମାନଙ୍କୁ ଅବହେଳିତ କରାଯାଉଥିବା ବେଳେ କ୍ରମାଗତ ଭାବେ ପ୍ରଶାସନ ର ଦୁର୍ବ୍ୟବହାର ଶିକାର ହେଉଥିବା ନେଇ ବର୍ତ୍ତମାନ ହାଟରେ ପଡି ଦାଣ୍ଡ ରେ ଗଡ଼ିଚାଲିଛି ।
ଏଭଳି କିଛି ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା ସଦର ମହକୁମା ସମେତ କାଶୀପୁର ,କୋଲନରା ଏବଂ ଆମ୍ବାଦଳା ବ୍ଲକ ଗ୍ରାମରେ । ଯାହା ରାୟଗଡା ଠାରେ ଖୋଦ ଜିଲ୍ଲାପାଳ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଦୁର୍ବ୍ୟବହାର କରିଥିବାବେଳେ କାଶୀପୁର ଓ ଆମ୍ବାଦଳା ରେ ପୋଲିସ ଅଧିକାରୀ ଙ୍କର ଆକ୍ରଶ ର ଶିକାର ହେଇଥିଲେ ପ୍ରତିନିଧି ମାନେ ସେହିପରି ବିଦ୍ୟୁତ ବିଭାଗର ନାଲି ଆଖି ର ଶିକାର ହେଇଛନ୍ତି କୋଲନରା ଗ୍ରାମର ଜଣେ ଗଣ ମାଧ୍ୟମ ପ୍ରତିନିଧି ।ଏହାକୁ ନେଇ ସାରା ଜିଲ୍ଲା ରେ କିଛିଦିନ ଧରି ଚର୍ଚ୍ଚା ର ବିଷୟ ପାଲୋଟିଥିବାବେଳେ ଘଟଣା କୁ ନେଇ ଅନେକ ଦିନ ପରେ ମଧ୍ୟ ପ୍ରଶାସନ ଉଭୟ ଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରିବା ପାଇଁ ଆଗ୍ରହ ପ୍ରକାଶ କରୁନାହିଁ ।
ଏଭଳି ସ୍ଥିତିରେ ଗଣମାଧ୍ୟମ ପ୍ରତିନିଧି ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିବାବେଳେ ମଙ୍ଗଳବାର ଦିନ ରାୟଗଡା ମିଡିଆ କେୟାର ଅନୁକୂଲ୍ୟ ରେ ସଭାପତି ବାଦଲ ତାହ ସମ୍ପାଦକ ରଞ୍ଜନ ରଥ ଙ୍କର ନେତୃତ୍ଵ ଜିଲ୍ଲା ଅନ୍ତର୍ଗତ ୧୧ଟି ବ୍ଲକ ର ବିଭିନ୍ନ ଗଣମାଧ୍ୟମ ର ୧୭୦ ଜଣ ପ୍ରତିନିଧି ଏକତ୍ରିତ ହେଇଥିଲେ ।ବୈଠକରେ ପ୍ରଶାସନ ପକ୍ଷରୁ ଗଣମାଧ୍ୟମ ପ୍ରତିନିଧିମାନଙ୍କ ପ୍ରତି ହେଉଥିବା ଅସମ୍ମାନ ଉପରେ ଉପସ୍ଥିତ ୧୧ଟି ବ୍ଲକ ର ମିଡିଆ କେର ସଭ୍ୟଙ୍କ ମତାମତ କୁ ନେଇ ଜୋରଚର୍ଚ୍ଚା ହେଇଥିଲା । ଉକ୍ତ ଅଭିଯୋଗ ସବୁ ରାଜ୍ୟ ସ୍ତରର ବିଭିନ୍ନ ବିଭାଗ ର ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଙ୍କ ସଂଜ୍ଞାନ ରେ ନିଆଯିବ ।
ସେଭଳି ଆଗାମୀ ଦିନରେ ପ୍ରଶାସନ ଜିଲ୍ଲା ର ଗଣମାଧ୍ୟମ ପ୍ରତିନିଧିମାନଙ୍କ ପ୍ରତି ସମ୍ମନୟ ରକ୍ଷା କି ଅସମ୍ମାନ ହେଲେ ଆଇନ ର ଆଶ୍ରୟ ନିମନ୍ତେ ନିଷ୍ପତି ନିଆଯାଇଛି ।ବୈଠକର ଅନ୍ୟ ବିଷୟ ମଧ୍ୟରୁ ସାମ୍ବାଦିକ ଙ୍କୁ ରେଳଯାତ୍ରା ରେ ରିହାତି , ଏକ୍ରେଡିଏସନ, ସାମ୍ବାଦିକ ଙ୍କୁ ସୁରକ୍ଷା ,ସାମ୍ବାଦିକ ଙ୍କର ସ୍ୱାସ୍ଥ୍ୟ ବୀମା ରାଶି କୁ ୨ ଲକ୍ଷ ରୁ ୫ଲକ୍ଷ କୁ ବୃଦ୍ଧି ଆଲୋଚନା କରାଯାଇ ଥିବାବେଳେ କରନା ସଂକଟ ସମୟରେ ନିଜର ଜୀବନ କୁ ଭ୍ରୁକ୍ଷେପ ନ କରି ଶତାଧିକ ପିଡିତା ଙ୍କୁ ସେବା ଯୋଗାଇ ଦେଇଥିବା ୧୦ ଜଣ ପ୍ରତିନିଧିଙ୍କ ସମ୍ମାନୀତ କରାଯାଇଥିବା ପରେ ମିଡିଆ କେର ସମସ୍ତ ପଧାରୀ ଙ୍କୁ ପୁଂନଃ ଏକବର୍ଷ ର କାର୍ଯ୍ୟକାଳ ଅବଧି ପାଇଁ ସର୍ବସମ୍ମତି କ୍ରମେ ସହମତି ପ୍ରକାଶ ପାଇଥିଲା ।
ଶେଷରେ ଜିଲା ର ପ୍ରତ୍ୟେକ ବ୍ଲକ ରେ ଜଣେ ଜଣେ ସାମ୍ବାଦିକଙ୍କୁ ନିଜ ବ୍ଲକ ରେ ସାମ୍ବାଦିକଙ୍କ ପ୍ରତି ,ବ୍ଲକ ପ୍ରଶାସନ ଏବଂ ପୋଲିସ ଦ୍ୱାରା ଅପମାନ ଓ ଖବର ସଂଗ୍ରହ କାର୍ଯ୍ୟରତ ବେଳେ ଦେଖାଦେଉଥିବା ସମସ୍ୟା କୁ ଏହି ବୈଠକରେ ଉପସ୍ଥାପନା କରିବାକୁ ସୁଯଗ ଦିଆ ଯାଇଥିବା ବେଳେ କାଶୀପୁର ବ୍ଲକ ଗଣମାଧ୍ୟମ ପ୍ରତିନିଧି ଭାବେ ଗଲୋକ ବିହାରୀ ସାମନ୍ତରାୟ କାଶୀପୁର ବ୍ଲକ ସାମ୍ବାଦିକଙ୍କ ପକ୍ଷ ରଖି ଥିଲେ ।