ଭୁବନେଶ୍ୱର : ଗଣେଶ ପୂଜାରେ ସଭ୍ୟ ସଂଗ୍ରହ ଅଭିଯାନର ଶୁଭାରମ୍ଭ କଲା ବିଜେଡି । ସୁପ୍ରିମୋ ନବୀନ ପଟ୍ଟନାୟକ ଦଳର ପ୍ରଥମ ସଦସ୍ୟ ଭାବେ ନାଁ ପଞ୍ଜିକରଣ କଲେ। ହେଲେ ପ୍ରଥମ ଥର ପାଇଁ ଦଳର ୱେବପୋର୍ଟାଲ ସହ ନୂଆ ସଦସ୍ୟଙ୍କ ଆଧାର ଲିଙ୍କ ଯୋଜନାକୁ ନେଇ ଛିଡ଼ା ହୋଇଛି ବିବାଦ। ସରକାରୀ ସ୍ତରରେ ହିତାଧିକାରୀଙ୍କ ଆଧାର ଲିଙ୍କ ହେଉଥିବା ବେଳେ ରାଜନୈତିକ ଦଳ ଭାବେ ବିଜେଡିର ଆଧାର ଲିଙ୍କ କାର୍ଯ୍ୟକ୍ରମକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ ।ଦଳୀୟ ମୁଖ୍ୟାଳୟରେ ବିଜେଡ଼ି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଏହି ଅଭିଯାନ ପାଇଁ ଦଳ ପକ୍ଷରୁ ଏକ କମିଟି ମଧ୍ୟ ଗଠନ କରାଯାଇଛି। ଦେବୀ ମିଶ୍ରଙ୍କ ନେତୃତ୍ୱରେ କମିଟି ସଭ୍ୟ ସଂଗ୍ରହ ଅଭିଯାନକୁ ରାଜ୍ୟର ତୃଣମୂଳ ସ୍ତରକୁ ପହଞ୍ଚାଇବାର ଯୋଜନା ପ୍ରସ୍ତୁତ କରିଛି। ଗ୍ରାମାଞ୍ଚଳର ବିଭିନ୍ନ ୱାଡ଼ରେ ଲୋକଙ୍କୁ ଦଳ ସହ ଯୋଡ଼ିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଚଳିତ ବର୍ଷ ବିଜେଡ଼ି ଅଫ୍ ଲାଇନ ସହ ଅନ୍ ଲାଇନରେ ମଧ୍ୟ ସଭ୍ୟ ସଂଗ୍ରହ କରିବ। ପ୍ରାୟ ୧ କୋଟି ସଭ୍ୟ ସଂଗ୍ରହ ପାଇଁ ଦଳ ଲକ୍ଷ୍ୟ ରଖିଥିବା ଜଣାପଡ଼ିଛି। ପ୍ରତି ୱାର୍ଡ଼ରୁ ୪, ଏନଏସିରୁ ୫, ମ୍ୟୁନିସପାଲିଟିରୁ ୧୫ ଓ କର୍ପୋରେସନରୁ ୪୦ ଜଣ ସକ୍ରିୟ ସଦସ୍ୟ ରହିବେ। ପ୍ରତ୍ୟେକ ସକ୍ରିୟ ସଦସ୍ୟ ନିଜକୁ ମିଶାଇ ୨୫ ଜଣ ସଦସ୍ୟ ସଂଗ୍ରହ କରିବେ।

ବିଜେଡ଼ିର ସଭ୍ୟ ସଂଗ୍ରହ ଅଭିଯାନ ବିଧିବଦ୍ଧ ଭାବେ ଗଣେଶ ପୂଜାରୁ ଆରମ୍ଭ,ଆଧାର ଲିଙ୍କ୍କୁ ନେଇ ବିବାଦ
Facebook Notice for EU!
You need to login to view and post FB Comments!