କେସିଙ୍ଗା:(ପୀତେଶ ପଟେଲ )ମେ ମାସର 28 ତାରିଖ ବିଶ୍ବ କିଶୋର ଋତୁସ୍ରାବ ସ୍ବଚ୍ଛତା ଦିବସ ରୁପେ ପାଳିତ ହୋଇଥାଏ। ଆଜି କେସିଙ୍ଗା ଆଦର୍ଶ ବିଦ୍ଯାଳୟ ଠାରେ ସକାଳ 6ଟା ରୁ 9ଟା ପଯ୍ୟନ୍ତ କିଶୋର ଋତୁସ୍ରାବ ସ୍ବଚ୍ଛତା ଦିବସ ପାଳନ କରାଗଲା। ଏହି ଅବସରରେ ଏକ ପ୍ରତିଯୋଗିତାର ଆୟୋଜନ କରାଯାଇ 10ବର୍ଷ ରୁ 19ବର୍ଷ କିଶୋର ଓ କିଶୋରୀମାନଙ୍କ ଶାରୀରିକ ,ମାନସିକ ଓ ପରିବର୍ତ୍ତନ ବିଷୟ ସଚେତନ କରାଗଲା। କିଶୋରୀମାନଙ୍କ ଫ୍ରି ପେଡ ମଧ୍ଯ ବଣ୍ଟନ କରାଗଲା।
ଏହି କାର୍ଯ୍ୟକ୍ରମରେ ପ୍ରବକ୍ତା ଭାବରେ ଡଃ,ଜସକେତନ ସାହୁ (ଏମୋ,ଏମ ଏଚ ଟି,କେସିଙ୍ଗା-1) ଲିପସା ମେହର (ବାଉଲୋଜି ଶିକ୍ଷକ ଠ ଏ ଭି) ବିଭୁ ପ୍ରସାଦ ମହାପାତ୍ର ( କାଉନସିଲର ଶ୍ରଦ୍ଧା କ୍ଲିନିକ ସି ଏଚ ସି କେସିଙ୍ଗା) ସତ୍ୟବ୍ରତ ସାହୁ (ପ୍ରଧାନ ଶିକ୍ଷକ ଠ ଏ ଭି) ସନ୍ତୋଷ କୁମାର ସାହୁ (ଫାରମାଷିଟ ) ଭାବରେ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମ ର ଆୟୋଜନ କରିଥିଲେ ଏମ ଏଚ ଟି କେସିଙ୍ଗା -1 ( RBSK) କଳାହାଣ୍ଡି।