ସମ୍ବଲପୁର:(ରାମାକାନ୍ତ ବିଶ୍ଵାଳ) ଜଣେ ନାବାଳିକା ସ୍କୁଲ ଛାତ୍ରୀଙ୍କୁ ବର୍ଷାଧିକ କାଳ ଗଣ ବଳାତ୍କାର କରାଯାଇଥିବା ଘଟଣା ସମ୍ବଲପୁର ଜିଲ୍ଲା ରେ ଚାଂଚଲ୍ୟ ସୃଷ୍ଟି କରିଛି ।ଏଭଳି ନାରକୀୟ ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଥାନା ଅଞ୍ଚଳରେ । ଗତ ୨୦୨୦ ମସିହା ଲକ ଡାଉନ ସମୟରେ ଜଣେ ନାବାଳିକା ଛାତ୍ରୀ ରାତି ପ୍ରାୟ ଆଠ ଟା ସମୟରେ ଟ୍ୟୁସନ ରୁ ଫେରୁଥିବା ସମୟରେ ସେହି ଅଂଚଳର ଦୁଇ ଜଣ ଯୁବକ ତାଙ୍କୁ ବଳପୂର୍ବକ ଏକ ନିଛାଟିଆ ସ୍ଥାନକୁ ନେଇଯିବା ସହ ବଳାତ୍କାର କରିଥିଲେ । ବଳାତ୍କାର ଶିକାର ହୋଇଥିବା ନାବାଳିକା ଜଣକ ଭୟରେ ଆଉ ଘରକୁ ନ ଆସି ନିକଟରେ ରହୁଥିବା ଜଣେ ସମ୍ପର୍କୀୟ ଙ୍କ ଘରକୁ ଚାଲିଯାଇଥିଲେ ।
ସେହି ଦିନ ଠାରୁ ସେ ଆଉ ନିଜ ଘରକୁ ଆସିବାକୁ ସାହାସ ଜୁଟାଇ ପାରିନଥିଲେ। ମଝିରେ ମଝିରେ ଭିଡିଓ ଭାଇରାଲ କରିବା ଧମକ ଦେଇ ଅଭିଯୁକ୍ତ ମାନେ ନାବାଳିକା ଙ୍କୁ ଡକାଇ ବାରମ୍ବାର ବଳାତ୍କାର କରି ଚାଲିଥିଲେ । ଭିଡିଓ ଭାଇରାଲ ହେଲେ ନିନ୍ଦା, ଅପବାଦ ଭୟରେ ଯେତେବେଳେ ଅଭିଯୁକ୍ତ ମାନେ ଡାକନ୍ତି ନାବାଳିକା ଜଣଙ୍କ ଆସିବାକୁ ବାଧ୍ୟ ହୋଇଥାନ୍ତି ।ନାବାଳିକା ର ସାଙ୍ଗ ମାନଙ୍କ ପାଖରୁ ଏହି ଘଟଣା ସମ୍ପର୍କରେ ଜାଣିବା ପରେ ସ୍କୁଲ ର ପ୍ରଧାନ ସେବିକା ନାବାଳିକା ସହିତ ତାର ବାପା – ମା ଙ୍କୁ ବିଦ୍ୟାଳୟ କୁ ଡକାଇ ସବୁକଥା ପଚାରି ବୁଝିଥିଲେ ।
ଏହି ଘଟଣା ସମ୍ପର୍କରେ କାହାକୁ କହିଲେ ଜୀବନରୁ ମାରିଦେବା ସହ ବଳାତ୍କାର ର ଭିଡିଓ ଭାଇରାଲ କରିଦେବାକୁ ସେମାନେ ଧମକ ଦେଇଥିବା ଛାତ୍ରୀ ଜଣକ କହିଥିଲେ । ଏହି ଘଟଣା ଜାଣିବା ପରେ ନାବାଳିକା ର ବାପା କୁଚିଣ୍ଡା ଥାନା ରେ ଲିଖିତ ଅଭିଯୋଗ କରିଥିଲେ । ନାବାଳିକା ର ବୟାନ କୁ ଆଧାର କରି ପୋଲିସ ଏହି ଘଟଣା ର ତଦନ୍ତ ଆରମ୍ଭ କରିଥିଲା ।ଘଟଣା ଘଟାଇଥିବା ସେହି ଅଂଚଳର ଦୁଇ ଜଣ ଯୁବକ ଙ୍କୁ ପୋଲିସ ଗିରଫ କରି ଜେରା କରିଥିଲା । ଦୁହି ଅଭିଯୁକ୍ତ ଙ୍କୁ ପୋକସୋ ଆକ୍ଟରେ ଗିରଫ କରାଯାଇ କୋର୍ଟ ଚାଲାଣ କରିଛି କୁଚିଣ୍ଡା ପୋଲିସ । ନାବାଳିକା ଝିଅ କୁ ସମସ୍ତ ପ୍ରକାର ସରକାରୀ ସାହାଯ୍ୟ ଦିଆଯିବ ବୋଲି କୁହାଯାଇଛି।