ବରମୁଣ୍ଡା ବସଷ୍ଟାଣ୍ଡରେ ଜଳିଗଲା ଶ୍ରୀଚକାଡୋଳା ବସ୍

1488 0

ଭୁବନେଶ୍ୱର: ଭୁବନେଶ୍ୱର ବରମୁଣ୍ଡାରେ ବସ୍‌ଷ୍ଟାଣ୍ଡରେ ଜଳି ଯାଇଛି ଏକ ଯାତ୍ରୀବାହୀ ବସ୍। ବସ୍‌ଟି  ହୁତୁହୁତୁ ହୋଇ ଜଳୁଥିବା ଦେଖିବାକୁ ମିଳିଛି। ବସ୍‌ଟିର ନାଁ ଚକାଡୋଳା । ଏହି ଘରୋଇ ଯାତ୍ରୀବାହୀ କଳାହାଣ୍ଡିରୁ ଆସି ଭୁବନେଶ୍ୱର ବସ୍‌ଷ୍ଟାଣ୍ଡରେ ଛିଡ଼ା ହୋଇଥିଲା।କିଛି ସମୟ ପାଇଁ ଆତଙ୍କିତ ହୋଇପଡ଼ିଥିଲେ ଯାତ୍ରୀ, ଓ ପାଖରେ ଥିବା ବସ୍‌ କର୍ମଚାରୀ । ବସ୍‌ ଭିତରେ ଶୋଇଥିବା କିଛି ବସ୍‌ କର୍ମଚାରୀ ଦଉଡ଼ି ପଦାକୁ ପଳାଇଆସିଥିଲେ । ନିଆଁ ଲାଗିବାର ପ୍ରାୟ ଦେଢ଼ ଘଣ୍ଟା ପରେ ଫାୟାର ବ୍ରିଗେଡ୍‌ର ଦୁଇ ଗାଡ଼ି ପହଞ୍ଚି ନିଆଁ ଲିଭାଇଥିଲେ । ସର୍ଟ ସର୍କିଟ୍‌ ଯୋଗୁଁ ବସ୍‌ରେ ନିଆଁ ଲାଗିଥିବା କୁହାଯାଉଛି ।

ସୂଚନା ଅନଯାୟୀ, ଚକାଡୋଳା ନାମକ ଏକ ଘରୋଇ ବସରେ ହଠାତ ନିଆଁ ଲାଗିଯାଇଥିଲା । ବସ୍ ଜଳୁଥିବା ଦେଖି ଆଖପାଖରେ ଥିବା ସମସ୍ତ ବସ୍ ଗୁଡ଼ିକୁ ସଙ୍ଗେସଙ୍ଗେ ଷ୍ଟାଣ୍ଡରୁ କଢ଼ାଯାଇଥିଲା । ତେବେ କେଉଁ କାରାଣରୁ ବସ୍‌ରେ ନିଆଁ ଲାଗିଳା ତାହା ଏଯାବତ୍ ସ୍ପଷ୍ଟ ହୋଇ ନଥିବାବେଳେ ସଟସର୍କିଟ ଯୋଗୁଁ ଏଭଳି ଘଟିଛି ବୋଲି ଅଗ୍ନିଶମ ବିଭାଗ ଅନୁମାନ କରୁଛି । ବସରେ ଲାଗିଥିବା ନିଆଁକୁ ଆୟତ୍ତ କରିବା ପାଇଁ ୨ଟି ଦମକଳ ବାହିନୀ ନିୟୋଜିତ ହୋଇଥିଲେ। ବସରେ କୌଣସି ଯାତ୍ରୀ ନଥିବା ଜଣାପଡ଼ିଛି ।

Related Post

ପାନୀୟ ଜଳଯୋଗାଣ ପ୍ରକଳ୍ପ ହସ୍ତାନ୍ତରରେ ବିଳମ୍ବ,ଶୀତଳ ଭଣ୍ଡାର ରେ ‘ବସୁଧା ଯୋଜନା’

Posted by - April 7, 2022 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ସରକାର ଗ୍ରାମାଞ୍ଚଳ ଠାରୁ ସହରାଞ୍ଚଳ ଜନସାଧାରଣଙ୍କ ପାନୀୟଜଳର ବ୍ୟବସ୍ଥା ପାଇଁ ବିଭିନ୍ନ ଯୋଜନା ମାଧ୍ୟମରେ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି।ହେଲେ…

ଦୁବାଇରେ ଶେଷହେଲା ଓଡିଶା ଇନଭେଷ୍ଟର ମିଟ : ମୁଖ୍ୟମନ୍ତ୍ରୀ ଙ୍କ ନିମନ୍ତ୍ରଣ ରେ ଓଡିଶା ଆସିବେ ବଡ ବଡ କମ୍ପାନି :ବିଭିନ୍ନ କ୍ଷେତ୍ରରେ ନିବେଶ ହେବ ୨୧ହଜାର କୋଟି ଓ ସୃଷ୍ଟି ହେବ ୧୯ ହଜାରରୁ ଉର୍ଦ୍ଧ୍ଵ ନିଯୁକ୍ତି ସୁଯୋଗ

Posted by - June 30, 2022 0
ଭୁବନେଶ୍ଵର: (ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) ଦୁବାଇରେ ଜୁନ୍ ୨୯ ତାରିଖରେ ଶେଷ ହୋଇଛି ଓଡିଶା ଇନଭେଷ୍ଟଟର ମିଟ-୨୦୨୨ l ରାଜ୍ୟର ବିଭିନ୍ନ କ୍ଷେତ୍ରରେ…

କରୋନା ଭୟ,ଛୁଇଁବାକୁ ଦିଆଯାଇନଥିଲା ମୃତଦେହ

Posted by - February 10, 2020 131
ବାଲେଶ୍ୱର :କମର୍ଦ୍ଦା ଥାନା ଆରୁହାବୃତ୍ତି ଗାଁର ସେକ୍‌ ମନ୍ତାଜ ଓ ଯାଜପୁର ବଡ଼ଚଣା ବ୍ଲକ ବାଲିଚନ୍ଦ୍ରପୁର ଅଞ୍ଚଳର ସେକ୍‌ ବେହେରୁଦ୍ଦିନ୍‌ ଜାପାନ ଯାଇଥିଲେ। ଟୋକିଓରେ ଏକ ହୋଟେଲ୍‌ରେ…

ବାରଙ୍ଗରେ ଫଳ ବ୍ୟବସାୟୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟ,ପୋଲିସର ତଦନ୍ତ ଆରମ୍ଭ

Posted by - September 11, 2021 0
ବାରଙ୍ଗ:(ସନ୍ତୋଷ ରାଉତ )କିଛି ଦିନ ବ୍ୟବଧାନ ପରେ ବାରଙ୍ଗ ରେ ଦୁର୍ବୁର୍ତ୍ତ ଙ୍କ ଉତ୍ପାତ ଦେଖିବାକୁ ମିଳିଛି।ଆଜି ରାତିରେ ଦୋକାନ ବନ୍ଦକରି ଘରକୁ ଫେରୁଥିବା ଜଣେ ହୋଲସେଲ…

ଦୁଷ୍ମମ ଅଭିଯୁକ୍ତକୁ ୨୦ ବର୍ଷ ଜେଲ

Posted by - July 28, 2022 0
ସମ୍ବଲପୁର :(ରମାକାନ୍ତ ବିଶ୍ବାଳ) ମହୁଲପାଲି ଥାନା ଜୟପୁରଗଡର ୧୬ ବର୍ଷିୟା ନାବାଳିକା କୁ ଦୁଷ୍କମ ଘଟଣାରେ ଅଭିଯୁକ୍ତ ସମିର କାଲୋ କୁ ୨୦ ବର୍ଷ ଜେଲ କାରା…

Leave a comment

Your email address will not be published.