ସରଧାପାଲି ଗ୍ରାମରେ ବନ୍ଧ ଖନନ ବେଳେ ମିଳୁଛି ରତ୍ନ ପଥର ଲାଗିଛି ପ୍ରବଳ ଭିଡ

200 0

ବୌଦ୍ଧ:(ଚିତ୍ତରଞ୍ଜନ ସିଂ) ବୌଦ୍ଧ ବ୍ଲକ ଶଗଡା ପଂଚାୟତ ସରଧାପାଲି ଗ୍ରାମରେ ବ୍ଲକ ତରଫରୁ ମନରେଗା ଯୋଜନାରେ ବନ୍ଧ ଖନନ ହେଉଥିବା ପଂଚାୟତ ନିର୍ବାହୀ ଅଧିକାରୀ ରିଲିପି ନାଏକ ଙ୍କ ସୂତ୍ରରୁ ଜାଣିବାକୁ ମିଳିଛି।ତେବେ ବନ୍ଧ ଖନନ ବେଳେ ବିଭିନ୍ନ ପ୍ରକାର ର କେତେକ ରତ୍ନ ପଥର ମିଲିଥିଲା।ଏହା ପ୍ରଚାର ହୋଇଯିବା ପରେ ଅନେକ ଲୋକ (ଶ୍ରମିକ ନୁହନ୍ତି) ସେଠାକୁ ଯାଇ ମାଟି ଖୋଲିବାରେ ଲାଗି ପଡିଥିବା ଜାଣିବାକୁ ମିଳିଛି।

ଏଥିପାଇଁ ଦୁଇ ଦିନ ହେବ ସେଠାରେ ପ୍ରବଳ ଭିଡ ଲାଗିଥିବା ଜାଣିବାକୁ ମିଳିଛି।ଅନେକ ଲୋକ ବିଭିନ୍ନ ପ୍ରକାରର ରତ୍ନ ପଥର ପାଇ ଲକ୍ଷାଧିକ ଟଙ୍କାରେ ବିକ୍ରିକରି ଲାଭବାନ ହୋଇଥିବା ଶୁଣିବାକୁ ମିଳିଛି।ତେବେ ଉକ୍ତ ସ୍ଥାନ କୁ କେତେକ ବ୍ୟକ୍ତି ନିଜ କବ୍ଜାରେ ରଖି କେବଳ ନିଜ ବିଶ୍ୱସ୍ଥ ଲୋକଙ୍କୁ ସେଠାକୁ ଛାଡୁଥିବା ଜାଣିବାକୁ ମିଳିଛି।

ଦୁଇଦିନ ହେବ ସେଠାରେ ଉକ୍ତ ରତ୍ନ ପଥର ପାଇଁ ଭିଡ଼ ଲାଗିଥିବାବେଳେ ଅଦ୍ୟାବଧି ପୁଲିସ କିମ୍ବା ପ୍ରଶାସନ ସେଠାକୁ ଯାଇ ନ ଥିବା ଜାଣିବାକୁ ମିଳିଛି।ଘଟଣା ର ସତ୍ୟାସତ୍ୟ ଅନୁସନ୍ଧାନ ପାଇଁ ପ୍ରଶାସନ ତୁରନ୍ତ ସେଠାକୁ ପହଂଚି ତଦନ୍ତ ପାଇଁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି।

Related Post

ଟିକା ପ୍ରମାଣପତ୍ର ଦୋକନରେ ନ ଲଗେଇଲେ ଖୋଲିପାରିବେନି ଦୋକାନ

Posted by - June 22, 2021 0
ଗଞ୍ଜାମ:କୋଭିଡର ତୃତୀୟ ଲହର ରୁ ବଞ୍ଚିବା ପାଇଁ ଟିକାକରଣ ଜରୁରୀ ଅଟେ । ଏବେ ବ୍ୟବସାୟୀ ଏବଂ ଦୋକାନୀମାନଙ୍କୁ ଟିକାକରଣ ଉପରେ ଗୁରୁତ୍ବ ଦିଆଯାଇଛି । ଦୋକାନୀମାନେ…

ପ୍ରତିବର୍ଷ ହଜାର ହଜାର କୋଟି ଟଙ୍କା ବ୍ୟୟ କିନ୍ତୁ ଉପାନ୍ତ ରେ ଜନନୀ ଯନ୍ତ୍ରଣା

Posted by - December 1, 2021 0
ମାଲକାନଗିରି :(ଅବଦୁଲ ଗନି)ଜନନୀ ସୁରକ୍ଷା ଉପରେ ସରକାରୀ ତାହାବିଲରୁ ପ୍ରତିବର୍ଷ ହଜାର ହଜାର କୋଟି ଟଙ୍କା ବ୍ୟୟ ହେଉଛି।କିନ୍ତୁ ଆଜିବି ଉପାନ୍ତ ଅଂଚଳରେ ଜନନୀ ଯନ୍ତ୍ରଣା ର…

ଶିକ୍ଷା ଓ ଦକ୍ଷତା ବିକାଶକୁ ଚଳିତ ବଜେଟରେ ପ୍ରାଧାନ୍ୟ

Posted by - February 18, 2020 24
ଭୁବନେଶ୍ବର:୨୦୨୦-୨୧ ଆର୍ଥିକବର୍ଷ ପାଇଁ ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ମଙ୍ଗଳବାର ବଜେଟ ଉପସ୍ଥାପନ କରୁଛନ୍ତି। ଚଳିତ ବଜେଟକୁ ବିନା କାଗଜପତ୍ରରେ କରାଯାଉଥିବା ବେଳେ ଆଇପ୍ୟାଡ୍‌ ମାଧ୍ୟମରେ ଉପସ୍ଥାପନା…

ଲଇଡାରେ ଚାଷି ଆନ୍ଦୋଲନ କୃଷି ରୁଣଛାଡ,ମରୁଡି ଅଂଚଲ ଘୋଷଣା ଆଦି ଦାବୀରେ ବିଶାଲ ଶୋଭାଯାତ୍ରା

Posted by - October 5, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ୱାଳ)ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକର ଲଇଡା ରେଙ୍ଗଲୋଇ ଏବଂ କିନାଲୋଇ ଗ୍ରାମ ପଂଚାୟତ ଅଂଚଲରେ ଚଲିତବର୍ଷ ଖରିଫ୍ ରୁତୁରେ ବର୍ଷାର ଘୋର ଅଭାବ ଯେଗୁଁ ଉତ୍କଟ…

ନିମ୍ନ ମାନର ରାସ୍ତା କାମକୁ ବିରୋଧ କରି ରାସ୍ତା ଅବରୋଧ କଲେ ଗ୍ରାମବାସି

Posted by - March 9, 2022 0
ମାଲକାନଗିରି:(ଅବଦୁଲ ଗନି)ମାଲକାନଗିରି ଜିଲ୍ଲା ପେଦାବାଡା ପଞ୍ଚାୟତ ବରଜା ଗ୍ରାମ ଛକ ନିକଟରେ ନିମ୍ନ ମାନର ରାସ୍ତା କାମକୁ ବିରୋଧ କରି ରାସ୍ତା ଅବରୋଧ କରିଛନ୍ତି । ଦୀର୍ଘ…