Breaking News
2:05 pmତେଲ ରେଟ କମିବାରୁ କମିଲା ବସ ଭଡା ,ସାଧାରଣ ବସରେ କିଲୋମିଟର ପିଛା ୩ ପଇସା ହ୍ରାସ, 2:04 pmପାରାଦୀପ ରେ ଫାଟିଲା IOCL ତେଲ ପାଇପ ,ଘଟଣା ସ୍ଥଳ ରେ ପହଞ୍ଚିଲେ IOCL ଅଗ୍ନିଶମ ବାହିନୀ, ପ୍ରଚୁର ମାତ୍ର ରେ ତେଲ ବହି ପାଣି ରେ ମିଶୁଚି 1:58 pmଭୁବନେଶ୍ବର: ରାଜ୍ୟସଭା ଉପନିର୍ବାଚନ ଲାଗି ବିଧାନସଭା ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି, ଆଜିଠାରୁ ନାମାଙ୍କନ ପତ୍ର ଦାଖଲ ଆରମ୍ଭ 10:45 pmଭୁବନେଶ୍ୱର: ଜମିଜମା ବିବାଦକୁ ନେଇ ପୁରୁଣା ଭୁବନେଶ୍ୱର ରଥରୋଡରେ ପୁଲିସ ଉପସ୍ଥିତିରେ ବଡ଼ଭାଇକୁ ହାଣିଲା ସାନଭାଇ। ଖଣ୍ଡା ଆକ୍ରମଣରେ ବଡ଼ଭାଇ ଗୁରୁତର। ହସ୍ପିଟାଲରେ ଭର୍ତ୍ତି। 10:44 pmଭୁବନେଶ୍ବର: ବରିଷ୍ଠ ଅଭିନେତା ବିରାଜ ଦାସଙ୍କ ପରଲୋକ। ୬୩ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କଲେ ବିରାଜ ଦାସ। କଟକର ଏକ ଘରୋଇ ହସ୍ପିଟାଲରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି।

ଆରସେଟି ବୌଦ୍ଧ ପକ୍ଷରୁ ଦପଲା ଗ୍ରାମରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କୁ ନେଇ ପନିପରିବା ଚାଷ ତାଲିମ

75 0

ବୌଦ୍ଧ(ଚିତ୍ତରଞ୍ଜନ ସିଂ)ବୌଦ୍ଧ ଜିଲ୍ଲା ଲାଣ୍ଡିବନ୍ଧ ସ୍ଥିତ ଏସ. ବି. ଆଇ ଆରସେଟି ତରଫରୁ କଣ୍ଟାମାଳ ବ୍ଲକ ସ୍ତିତ ଦପଲା ଗ୍ରାମରେ 22 ଜଣ ମହିଳା ମାନଙ୍କୁ ନେଇ ଏକ ଦଶ ଦିନିଆ ପନିପରିବା ଚାଷ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି l ଏଥିରେ ସହକାରୀ ପ୍ରକଳ୍ପ ନିର୍ଦ୍ଧେଶକ (ଜୀବିକା ) ଜ୍ୟୋତ୍ସ୍ନା ରାଣୀ ପୁରୋହିତ ଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମ ଟିକୁ ଆରମ୍ଭ କରିଥିଲେ l

ତାଲିମ କାର୍ଯ୍ୟକ୍ରମରେ ଶ୍ରୀ ଜ୍ଞାନ କିଶୋର ପାଣିଗ୍ରାହୀ ମୁଖ୍ୟ ପ୍ରଶିକ୍ଷକ ଭାବରେ ଯୋଗ ଦେଇ ପନିପରିବା ଚାଷର ଲାଭ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ l ଆରସେଟି ନିର୍ଦ୍ଧେଶକ ଶ୍ରୀ ବିଚିତ୍ର ମହାପାତ୍ର ପ୍ରଶିକ୍ଷାର୍ଥୀ ମାନକୁ ବ୍ୟାଙ୍କ ର ବୀମା , ରୃଣ ଏବଂ ବିଭିନ୍ନ ସରକାରୀ ଯୋଜନା ବିଷୟରେ ବୁଝାଇଥିଲେ

ଉଦଯାପନ ଦିବସରେ ଜିଲ୍ଲା ପ୍ରକଳ୍ପ ଅଧିକାରୀ (ଓଡିଶା ଜୀବିକା ମିଶନ ) ଶ୍ରୀ ଫ୍ରାନସିସ ଵାଲା ସମସ୍ତ ପ୍ରଶିକ୍ଷାର୍ଥୀ ମାନଙ୍କୁ ତାଲିମ ପ୍ରମାଣ ପତ୍ର ଦେଇ ଉତ୍ସାହିତ କରିଥିଲେ l ଅନୁଷ୍ଠାନର ତାଲିମ ସଂଯୋଜକ କାନନ ଖମାରୀ କାର୍ଯ୍ୟକ୍ରମ ଟିକୁ ପରିଚାଳନା କରିବା ସହିତ ଅନୁଷ୍ଠାନର ସମସ୍ତ କର୍ମଚାରୀମାନେ ତାଙ୍କୁ ସହଯୋଗ କରିଥିଲେ l

Related Post

ବିଂଝାରପୁରରେ ମେଗା ପାନୀୟଜଳ ପ୍ରକଳ୍ପ ର ଭିତ୍ତିପ୍ରସ୍ତର ସ୍ଥାପନ

Posted by - November 1, 2021 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ କଏଣା -ରଘୁନାଥପୁର ପଂଚାୟତରେ ମେଗା ପାନୀୟଜଳ ପ୍ରକଳ୍ପ ର ଭିତ୍ତିପ୍ରସ୍ତର ସ୍ଥାପନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।…

ଶିକ୍ଷକଙ୍କ ବିୟୋଗରେ ଭେଟିଲେ ଏସ୍‌.ସି ଏବଂ ଏସ୍‌.ଟି. ଶିକ୍ଷକ ସଂଘ

Posted by - July 28, 2020 0
ଯାଜପୁର ଅଫିସ : ଯାଜପୁର ଜିଲ୍ଲାର ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ପ୍ରୀତିପୁରସ୍ଥିତି ବିନୋଦବିହାରୀ ହାଇସ୍କୁଲର ସହକାରୀ ଶିକ୍ଷକ ପ୍ରକାଶ ସେଠୀଙ୍କ ଅକାଳ ବିୟୋଗରେ ସ୍ତାନୀୟ ଅଞ୍ଚଳରେ ଶୋକର…

ଶିଶୁଙ୍କ ଲାଗି ଦିନଟିଏ କାର୍ଯ୍ୟକ୍ରମ

Posted by - September 23, 2021 0
ସୋନପୁର:(ଅଜିତ୍ କୁମାର ପୁଝାରୀ)ରାଜ୍ୟ ସରକାରଙ୍କ ମହିଳା, ଶିଶୁ ବିକାଶ ବିଭାଗ ଓ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଶିଶୁଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି…