ହତ୍ୟାକାଣ୍ଡର ରହସ୍ୟ ଉନ୍ମୋଚନ କରିଛି ଜିଲ୍ଲା ପୋଲିସ

121 0

ସୋନପୁର :(ଅଜିତ କୁମାର ପୂଜାହାରି) ଗତ ଦୁଇ ଦିନ ତଳେ ସୁବର୍ଣ୍ଣପୁର ଜିଲ୍ଲା ତରଭା ସହରର ୧୦ ନମ୍ବର ଓ୍ବାର୍ଡର କାଉନସିଲର ନଳିନୀ ନାଏକଙ୍କ ବର ସଂଜୀବ ଗୁରୁ ଓରଫ ରାଜାଙ୍କ ହତ୍ୟାକାଣ୍ଡର ରହସ୍ୟ ଉନ୍ମୋଚନ କରିଛି ଜିଲ୍ଲା ପୋଲିସ ।  ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ।ଗତ ଦୁଇ ଦିନ ତଳେ ତରଭା ୧୦ନମ୍ବର ଓ୍ବାର୍ଡର ବିଜେଡି କାଉନସିଲଙ୍କ ସ୍ବାମୀଙ୍କୁ ଅତି ନିର୍ମମ ଭାବରେ ହତ୍ୟା କରାଯାଇଥିଲା । ପୋଲିସ ପାଇଁ ଏହି ହତ୍ୟାକାଣ୍ଡ ରହସ୍ୟ ତଥା ହତ୍ୟାକାରୀକୁ ଧରିବା ଏକ ବଡ ଚେଲେଞ୍ଜ ହୋଇଥିବା ବେଳେ ପୋଲିସ ବି ଏହି ଘଟଣାକୁ ଗୁରୁତର ଭାବେ ନେଇ ଖୋଲତାଡ ଆରମ୍ଭ କରିଥିଲା ।

ପ୍ରଥମ ଦିନରେ ପୋଲିସ ରାଜାର ପତ୍ନୀ, ରାଜାର ଭାଇ ତଥା ଅନ୍ୟ ପରିବାର ଲୋକଙ୍କ ବୟାନ ରେକର୍ଡ କରିଥିଲା ।ପରେ ପରେ କିଛି ସନ୍ଦେହୀଙ୍କୁ ଥାନାକୁ ଆଣି ପଚରା ଉଚୁରା କରିଥିଲା ।ତବେ ସେଦିନ ରାତିରେ ରାଜା ସହିତ ତାର କକା ପୁଅ ଭାଇ ଶ୍ରୀତମ ଭୂଷଣ ଗୁରୁ ତଥା ଅନ୍ୟ ଚାରି ପାଂଚଜଣ ସାଙ୍ଗ ଭୋଜି ଭାତ କରି ପ୍ରବଳ ମଦ୍ୟପାନ କରିଥିଲେ । ନିଶାରେ ରାଜା ଓ ଶ୍ରୀତମ ଭିତରେ ଝଗଡା ହୋଇଥିଲା । ଶ୍ରୀତମ ରାଜାକୁ ଠେଲି ଦେଇ ଏକ ଲୁହା ରଡରେ ତାର ମୁଣ୍ଡକୁ ଆଘାତ କରିଥିଲା । ଫଳରେ ରାଜାର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇ ଯାଇଥିଲା ।ପରେ ପରେ ଶ୍ରୀତମ ରାଜାର ଅନ୍ୟ ଦୁଇ ସାଙ୍ଗକୁ ତାଙ୍କ ଘରମାନଙ୍କୁ ଛାଡିଦେଇ ନିଜେ ରକ୍ତଲଗା ଲୁଗାପଟା ଧୋଇ ଚୁପ୍ ରହିଯାଇଥିଲା ବୋଲି ପୋଲିସ ଅନୁସନ୍ଧାନରୁ ଜାଣି ରାଜାର କକାପୁଅ ଭାଇ ଶ୍ରୀତମ ଭୁଷଣ ଗୁରୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରି ଅଧିକ ଅନୁସନ୍ଧାନ ଜାରୀ ରଖିଛି ।

Related Post

ପୂର୍ବତନ ମୁଖ୍ୟମନ୍ତ୍ରୀ ଙ୍କ ପରଲୋକ

Posted by - February 26, 2022 0
ଭୁବନେଶ୍ବର:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ଓଡ଼ିଶା ର ବିଶିଷ୍ଟ ଜନନାୟକ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳ ଙ୍କ ଚିକିତ୍ସାଧିନ ଅବସ୍ଥାରେ…

ରାଜ୍ୟରେ ୧୮ରୁ ୪୪ ବର୍ଷ ବୟସ୍କଙ୍କୁ ମାଗଣା ଟିକା :-ମୁଖ୍ୟମନ୍ତ୍ରୀ

Posted by - April 25, 2021 0
ଭୁବନେଶ୍ବର:ନବୀନ ରାଜ୍ୟବାସୀଙ୍କୁ ସମ୍ବୋଧିତ କରି କିଛି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି।ରାଜ୍ୟରେ ୧୮ରୁ ୪୪ ବର୍ଷ ବୟସ୍କଙ୍କୁ ମାଗଣା ଟିକା ଦିଆଯିବ। ମାଗଣା କରୋନା ଟିକା ନେଇ ଘୋଷଣା…

ନନ୍ଦନକାନନରେ ପାଳିତ ହେଲା ବିଶ୍ୱ ବ୍ୟାଘ୍ର ଦିବସ

Posted by - July 29, 2022 0
ଭୁବନେଶ୍ବର:(ସନ୍ତୋଷ ରାଉତ) ଆଜି ଅନ୍ତର୍ଜାତୀୟ ବ୍ୟାଘ୍ର ଦିବସ ।ଏହି ଅବସରରେ ନନ୍ଦନକାନନ ପାଳୁଛି ଅନ୍ତର୍ଜାତୀୟ ବ୍ୟାଘ୍ର ଦିବସ । ନନ୍ଦନକାନନର ବାଘ ଖୁଆଡ଼ ପାଖ କାନନ ଛକ…

ମମିତା ମେହେର ମୃତ୍ୟୁ ଘଟଣାର ପ୍ରତିବାଦ ରେ ବି ଜେ ପି ପକ୍ଷରୁ ଧାରଣା

Posted by - November 8, 2021 0
ଖପ୍ରାଖୋଳ:( ତାପସ ରଂଜନ ବେହେରା) ବଲାଙ୍ଗିର ଜିଳ୍ଳା ଖପ୍ରାଖୋଳ ବ୍ଳକ ବି ଜେ ପି ଦଳ ପକ୍ଷରୁ ମମିତା ମେହେର ଙ୍କୁ ନୃସଂଶ ଭାବେ ହତ୍ୟା କରି…

ନନ୍ଦନକାନନ ଅନୁଧ୍ୟାନ କଲେ କେନ୍ଦ୍ରୀୟ ଚିଡ଼ିଆଖାନା ପ୍ରତିନିଧି ଦଳ

Posted by - August 31, 2021 0
ଭୁବନେଶ୍ୱର ଉତ୍ତର:(ସନ୍ତୋଷ ରାଉତ)ପ୍ରତ୍ୟେକ ବର୍ଷଭଳି ଚଳିତବର୍ଷ ନନ୍ଦନକାନନ ଅନୁଧ୍ୟାନ କରିଛନ୍ତି କେନ୍ଦ୍ରିୟ ଚିଡ଼ିଆଖାନା ର ପ୍ରତିନିଧି ।ଆଜି କେନ୍ଦ୍ରୀୟ ଚିଡ଼ିଆଖାନାର ଜଣିକିଆ ପ୍ରତିନିଧି ଭାବରେ ଶ୍ରୀ ଇଉ…