ସଇଁତଲାରେ ପ୍ରଥମ ପଞ୍ଚାୟତ ସମିତି  ବୈଠକ , ପାନୀୟ ଜଳଯୋଗାଣ , କୃଷି ଓ ସ୍ୱାସ୍ଥ୍ୟ  ଉପରେ  ଉଦବେଗ 

72 0

ଟିଟିଲାଗଡ:(ସଞ୍ଜୟ କୁମାର ନାୟକ) ବଲାଙ୍ଗୀର ଜିଲ୍ଲା ସଇଁତଲା ବ୍ଳକ ପରିସରର ରାଜୀବଗାନ୍ଧୀ ସେବା କେନ୍ଦ୍ରଠାରେ ପ୍ରଥମ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବ୍ଳକ ଅଧ୍ୟକ୍ଷା ମୋନିକା ସିଂ ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଓଡ଼ିଶା ସରକାରଙ୍କ ମହିଳା, ଶିଶୁ ବିକାଶଓ ମିଶନ ଶକ୍ତି ମନ୍ତ୍ରୀ ତଥା ଟିଟିଲାଗଡ଼ର ବିଧାୟିକା ଶ୍ରୀମତି ଟୁକୁନି ସାହୁ ,ବ୍ଳକ ଉପାଧ୍ୟକ୍ଷ ଗୁଣ ସାଗର ମାଝୀ , ଜିଲ୍ଲାପରିଷଦ ସଭ୍ୟା ରିତାରାଣୀ  ଥପା , ପ୍ରମୋଦ ଭୋଇ  ଓ ନେହେରୁ ବୁଡ଼େକ ପ୍ରମୁଖ ଉପସ୍ଥିତ ଥିଲେ l ସଭାରେ ସାରା ବ୍ଲକରେ ଗ୍ରୀଷ୍ମ ପ୍ରବାହ ଯୋଗୁଁ ପାଣି ସମସ୍ୟାର ଘୋର ଅଭାବ ଦେଖାଦେଇଥିବା ବେଳେ କିଭଳି ଭାବେ ଲୋକଙ୍କ ନିମନ୍ତେ ଜଳଯୋଗାଣ ସୁବିଧା କରାଯାଇପାରିବ ତାହାକୁ ନେଇ ଆଲୋଚନା ହୋଇଥିଲା  l

ସରକାର କୃଷକଙ୍କ ପାଇଁ  କୋଟି କୋଟି ଟଙ୍କା ଯୋଜନା ପ୍ରଣୟନ କରୁଥିବା ବେଳେ ତାହା ଲୋକମାନଙ୍କ ପାଖରେ ପହଞ୍ଚି ପାରୁନାହିଁ ,ଏପରିକି ଆତ୍ମା ଅଧ୍ୟକ୍ଷକୁ ଅଣଦେଖା କରିବା ସହ ବିଭିନ୍ନ ପ୍ରକାରର ଯୋଜନା ଗୁଡିକୁ କାଯ୍ୟକାରୀ କରାଯାଉନାହିଁ ,ଯାହା ଫଳରେ ଚାଷୀ ମହଲରେ ନିରାଶା ଦେଖାଦେଇଛି । ଏହାକୁ ନେଇ ବ୍ଳକ କୃଷି ଅଧିକାରୀ ଚିତ୍ତରଞ୍ଜନ ଶତପଥି ଓ ଆତ୍ମା ଅଧ୍ୟକ୍ଷା ହେମନ୍ତ ସାହୁ ବୈଠକରେ ମୁହାଁମୁହିଁ ହୋଇ କଥା କଟାକଟି ଦେଖିବାକୁ ମିଳିଥିଲା। ସଇଁତଲା ସରପଞ୍ଚ ସୁବ୍ରତ ନାଗ ଡ଼ୁମାଳପଡାରୁ ନବୀନ ଛକ ପର୍ଯ୍ୟନ୍ତ ସୋଲାର ଲାଇଟର ବ୍ୟବସ୍ଥା କରିବା ପାଇଁ ମନ୍ତ୍ରୀ ଟୁକୁନି ସାହୁଙ୍କୁ ଅନୁରୋଧ  କରିବା ସହ ଏହା ସହିତ ସଇଁତଲା ଡାକ୍ତରଖାନାର  ଚିକିତ୍ସାଧିକାରୀକୁ ବଦଳି ଦାଵୀ ,ସଇଁତଲାରେ ଷ୍ଟାଡିୟମ ନିର୍ମାଣ, ସଇଁତଲାକୁ ଏନଏସି ମାନ୍ୟତା, କର୍ଲlବାହାଲି ଗାଁକୁ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ସାମିଲ କରିବା  , ସ୍ଥାନୀୟ ଡାକ୍ତରଖାନାରେ ଆହାର କେନ୍ଦ୍ର ଖୋଲିବା ,ସଇଁତଲା ସହରକୁ ପାନୀୟ ଜଳ ଯୋଗାଣ ପାଇଁ ଲାନ୍ଥ ନଦୀ ଏବଂ ଏକ କୂଅ ଖନନ କରିବା  ସହ ନୂତନ ପାଇପ ବିଛାଇବା ସହ ଅନେକ ଗୁରୁତ୍ୱପୂର୍ଣ୍ଣ ଦାବୀ ଉପସ୍ଥାପନା କରିଥିଲେ।

ଅନ୍ୟପଟେ ଦୀର୍ଘ ୨୦୧୬ ମସିହାରୁ ବାଦୀପଡା ଓ ସଇଁତଲାକୁ ସଂଯୋଗ କରୁଥିବା  ବ୍ରିଜ ଦୀର୍ଘ ବର୍ଷ ହେଲାଣି ଅଧାପନ୍ତରିଆ ଭାବରେ ପଡିରହିଛି, ଯାହା ଫଳରେ ଲୋକଙ୍କ ଯିବା ଆସିବା ପାଇଁ ଅନେକ ଅସୁବିଧା ହେଉଛି। ଅଞ୍ଚଳବାସୀ ଅନେକ ଥର ଜାତୀୟ ରାଜପଥ ଅବରୋଧ ଓ ନଦୀ ଭିତରେ ଜଳ ସତ୍ୟାଗ୍ରହ ଆନ୍ଦୋଳନ ମଧ୍ୟ କରାଯାଇଛି ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ପ୍ରକାର ପଦକ୍ଷେପ ଗ୍ରହଣ କରିନାହାଁନ୍ତି, ଯାହା ଫଳରେ ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି  l ତେବେ ଏହି ବ୍ରିଜଟି କେବେ ସମ୍ପୂର୍ଣ୍ଣ ହେବ ବୋଲି ସଇଁନ୍ତଲା ଜିଲ୍ଲା ପରିଷଦ ପ୍ରମୋଦ ଭୋଇ  ପ୍ରଶ୍ନ କରିଥିଲେ l

ସଇଁତଲା ଡାକ୍ତରଖାନାର ଚିକିତ୍ସାଧିକାରୀ ଡ଼ ସମରେନ୍ଦ୍ର ମହାପାତ୍ର ଏହି ବୈଠକରେ ଯୋଗଦେଇ ନ ଥିବାବେଳେ ଅସନ୍ତୋଷ ବୃଦ୍ଧି ସହ ତାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି ହୋଇଛି ଏବଂ ତୁରନ୍ତ ବଦଳି କରି ନୂତନ ଅଧିକାରୀଙ୍କୁ ନିଯୁକ୍ତି କରିବା ପାଇଁ ମନ୍ତ୍ରୀ ଶ୍ରୀମତୀ ସାହୁଙ୍କୁ ସରପଞ୍ଚ ମାନେ ଅଭିଯୋଗ କରିଛନ୍ତି। ବର୍ତ୍ତମାନ  ଗୁଣାତ୍ମକ ଶିକ୍ଷା ବ୍ୟବସ୍ଥା କରାଯାଉ ନାହିଁ, ଅଙ୍ଗନବାଡି କେନ୍ଦ୍ରରେ ନିମ୍ନ ମାନର ଛତୁଆ ବଣ୍ଟନ ,ପାନୀୟ ଜଳ ଯୋଗାଣ ଠିକ ଭାବେ ହେଉନ ଥିବା ଭଳି ଅନେକ ଅଭିଯୋଗ କରିଥିଲେ  l

ଶିଷକେଲା ସମିତି ସଭ୍ୟ ଉମାକାନ୍ତ ରଣା , ଲୋତମା ବାଘ, ନରେନ୍ଦ୍ର କଲେତ , ନନ୍ଦିକିଶୋର ବଗର୍ତି , ଅନୁରାଧା ସେଠ ଏହି ସବୁ ଘଟଣା ସମ୍ପର୍କରେ ଆଲୋଚନା କରି ତୁରନ୍ତ ପଦକ୍ଷେପ ନେବା ପାଇଁ ବ୍ଳକ ପ୍ରଶାସନକୁ ଦାବୀ କରିଥିଲେ। ଏଥିସହ ପଞ୍ଚାୟତ ଅଞ୍ଚଳର ବିଭିନ୍ନ ସମସ୍ୟା ସମ୍ପର୍କରେ ବିଭିନ୍ନ କାର୍ଯ୍ୟଳୟର ଅଧିକାରୀଙ୍କ ଉପସ୍ଥିତରେ ସରପଞ୍ଚ  ଓ ସମିତି ସଭ୍ୟ ମାନେ ଆଲୋଚନା କରିଥିଲେ l ଉକ୍ତ ସଭାକୁ ସଇଁତଲା ବିଡ଼ିଓ ଚନ୍ଦ୍ରମଣି ନାଗ ପରିଚାଳନା କରିଥିବା ବେଳେ  ଜିପିଇଓ ଲକ୍ଷଣ ପଧାନ ଧନ୍ୟବାଦ ପ୍ରଦାନ ଦେଇଥିଲେ ।

Related Post

ଯାଜପୁର ରେ ଡ଼େଙ୍ଗୁ ମ୍ୟାଲେରିଆ ରୋଗର ସଚେତନତା କାର୍ଯ୍ୟକ୍ରମ

Posted by - July 10, 2019 39
ଯାଜପୁରରେ ଡେଂଗୁ ଓ ମ୍ୟାଲେରୀଆ ରୋଗ ନିରାକରଣ ପାଇଁ ଏକ ସଚେତନତା କାର୍ଯ୍ୟକ୍ରମ ଜିଲାସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ସଚେତନତା କାର୍ଯ୍ୟକ୍ରମକୁ ଜିଲା ସୂଚନା…

ପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

Posted by - September 24, 2019 0
ରିପୋଟ -ସ୍ନେହାଂଶୁ ଶେଖର ମହାନ୍ତି ବରୀ:୨୪/୯ ବ୍ଲକ ର ବାଇଶିରିଆ ରେ ପଞ୍ଚାୟତ ସ୍ତରୀୟ ଆଭିଯୋଗ ଶୁଣିଣି ଶିବିର ଅନୁଷ୍ଠିତ ହୋଇଯାଇଛି ।ଏହି ଶିବିରରେ ବାଇଶିରିଆ ,…

ଯାଜପୁର ସଂସ୍କୃତି ଭବନ ପରିସର ରେ ବିରଜା ନର୍ସିଂ ସ୍କୁଲ ର ବାର୍ଷିକ ଉତ୍ସବ ଅନୁଷ୍ଠିତ 

Posted by - May 23, 2022 0
ଯାଜପୁର ସଂସ୍କୃତି ଭବନ ପରିସର ରେ ବିରଜା ନର୍ସିଂ ସ୍କୁଲ ର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛିIଏଥିରେ ଅତିରିକ୍ତ ଜିଲ୍ଲାପାଳ ଅକ୍ଷୟ କୁମାର ମଲ୍ଲିକ,ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ବିରଞ୍ଚି ନାରାୟଣ ବାରିକ ଯୋଗ ଦେଇ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ନର୍ସିଂ ଛାତ୍ର ଛାତ୍ରୀ ଙ୍କ ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ  ଅନ୍ୟମାନଙ୍କ ମଧ୍ୟରେ ଯାଜପୁର ପୌରପାଳିକା ର ଉପାଧ୍ୟକ୍ଷ ସନ୍ତୋଷ କୁମାର ମଲ୍ଲିକ ଯୋଗ ଦେଇ ମାନବ ସେବା କୁ ମାଧବ ସେବା ସମ୍ପର୍କରେ ଉଦାହରଣ ଦେଇ ଛାତ୍ର ଛାତ୍ରୀଙ୍କୁ ଉତ୍ସାହିତ କରିଥିଲେI ଏହି ଅବସରରେ ବିଭିନ୍ନ ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ପରିଶେଷରେ ସାଂସ୍କୃତିକ କାର‌୍ୟ୍ୟକ୍ରମ ପରିବେଷଣ କରାଯାଇଥିଲା ।

ନୀଳ ଆକାଶ ନିମନ୍ତେ ସ୍ଵଚ୍ଛ ବାୟୁ ଦିବସ ପାଳିତ

Posted by - September 8, 2022 0
ସୋନପୁର: (ଅଜିତ କୁମାର ପୂଜାହାରୀ) ସୁବର୍ଣ୍ଣପୁର ଜିଲ୍ଲା ସ୍ଵାସ୍ଥ୍ୟ ସମିତି ତରଫରୁ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ଵାସ୍ଥ୍ୟ ଅଧିକାରୀ ଡାକ୍ତର ବିଶ୍ଵରଂଜନ ପତିଙ୍କ ଅଧ୍ୟକ୍ଷତାରେ ତାଙ୍କ…

ରାଜ୍ୟସ୍ତରୀୟ ସାରସ୍ୱତ ସମାରୋହ ଅନୁଷ୍ଠିତ

Posted by - October 28, 2021 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଜିଲା ଦଶରଥପୁର ବ୍ଲକ ମଙ୍ଗଳପୁର ଠାରେ ବିଶିଷ୍ଟ ଗାଳ୍ପିକ ଡ. ରମେଶ ଚନ୍ଦ୍ର ବିଶ୍ଵାଳଙ୍କ  ପ୍ରଥମ ଶ୍ରାଦ୍ଧ ବାର୍ଷିକ ପାଳିତ ହୋଇଯାଇଛି।…