ଲୋକଙ୍କ ବିଭିନ୍ନ ସମସ୍ୟାକୁ ନେଇ ଅଧିକାରୀ ମାନଙ୍କ ସହ ଆଲୋଚନ। କଲେ ବିଧାୟକ ସରୋଜ ମେହେର

240 0

ପାଟଣାଗଡ଼:(ତାପସ ରଞ୍ଜନ ବେହେରା) ସ୍ଥାନୀୟ ପାଟଣାଗଡ ଏନ ଏସ ସି ଠାରେ ବିଧାୟକ ସରୋଜ ମେହେର ଏସ ଏସ ଜି ମହିଳା ଗ୍ରୁପ ମାନଙ୍କୁ ଆର.ଡବ୍ଲୁ. ଏସ .ଏଚ କାମର କାର୍ଯ୍ୟାଦେଶ ବଣ୍ଟନ , ବ୍ରହ୍ମପୁରା ୟୁପି ସ୍କୁଲ, ବଥରଲା ଛକ ,କାଦୋପଡା,ବ୍ଲକ, ବିଦ୍ୟୁତ ବିଭାଗ ଅଫିସ, ଉପଖଣ୍ଡ ଡାକ୍ତରଖାନା, ଉପ ନିୟୋଜନ କାର୍ଯ୍ୟାଳୟ ମାନଙ୍କ ବିଭିନ୍ନ ରହିଥିବା ସମସ୍ୟା ଦେଖିବା ପାଇଁ ପରିଦର୍ଶନ କରିଥିଲେ । ପରିଦର୍ଶନ ସମୟ ରେ ସହରରେ ଲୋକଙ୍କ ରହିଥିବା ବିଭିନ୍ନ ସମସ୍ୟାକୁ ନେଇ ଅଧିକାରୀ ମାନଙ୍କ ସହ ଆଲୋଚନ। କରି ତୁରନ୍ତ ସମାଧାନ ପାଇଁ ପଦକ୍ଷେପ ନେବା ପାଇଁ ତାଗିଦ୍ କରିଥିଲେ । ଏହାସହ ବିଧାୟକ ଶ୍ରୀ ମେହେର ପ୍ରଥମେ ବ୍ରହ୍ମପୁରା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ପାଟଣାଗଡ଼ ଉପଖଣ୍ଡ ଡ଼ାକ୍ତରଖାନାକୁ ଯାଇ ରୋଗୀମାନଙ୍କ ସ୍ଵାସ୍ଥ୍ୟସେବା କିପରି ମିଳୁଛି ୱାର୍ଡକୁ ୱାର୍ଡ ବୁଲି ପଚାରି ବୁଝୁଥିଲେ ।

ଡାକ୍ତରଖାନାର ସମସ୍ୟା ଉପରେ ଏସ୍‌ସିଏମ୍‌ଙ୍କ ସହ ଆଲୋଚନା କରିଥିଲେ । ପାଟଣାଗଡ ଇଲେକ୍ଟ୍ରିକ ଅଫିସରେ ପହଁଚି ଏ ଅଂଚଳର ଇଲେକ୍ଟ୍ରିକ ବିଭ୍ରାଟକୁ ନେଇ ବିଭାଗୀୟ ଅଧିକାରୀ ସହିତ ଆଲୋଚନା କରିଥିଲେ ଏବଂ କିପରି ଏହି ସମସ୍ୟାର ଶୀଘ୍ର ସମାଧାନ ହେବ ସେ ଉପରେ ବିଧାୟକ ଏସ୍‌ଡିଓଙ୍କୁ ତାଗିତ କରିଥିଲେ । ସହରର ବିଭିନ୍ନ ସ୍ଥାନର ନୂତନ ଇଲେକ୍ଟ୍ରିକ ସଂଯୋଗ କରିବା ପାଇଁ ପରାମର୍ଶ ଦେଇଥିଲେ ଏବଂ ଲୋକଙ୍କ କିପରି ସୁବିଧା ହେବ ସେ ଉପରେ କାର୍ଯ୍ୟ କରିବାକୁ କହିଥିଲେ । ପରେ ପାଟଣାଗଡ଼ ବଥର୍ଲା ଛକଠାରେ ଏକ ବୌଦ୍ଧ ମୂର୍ତ୍ତି ସ୍ଥାପନ କରିବା ଓ ଏଥିରେ ପାଟଣାଗଡ ଏନ୍‌ଏସି ଅଧ୍ୟକ୍ଷା ମାନସୀ ବିଶ୍ୱାଳ, ଉପାଧ୍ୟକ୍ଷ ପ୍ରଫୁଲ୍ଲ ମେହେର, କାଉନସିଲର ସୁଜିତ ମେହେର ସହ ସୁକୁମାର ବାରିକ, ପରେଶ ସାହୁ, ପ୍ରଦୀପ ମେହେର, ପ୍ରମୋଦ ମେହେର ସହ ବହୁ ବିଜେଡି କର୍ମୀ ଉପସ୍ଥିତ ଥିଲେ ।

Related Post

କଥାକାର ହାଡ଼ିବନ୍ଧୁ ପାଢ଼ୀଙ୍କର ଗଳ୍ପ ସଂକଳନ ‘ତିନି ଅକଥା’ ଲୋକାର୍ପିତ

Posted by - December 12, 2021 0
ଭୁବନେଶ୍ୱର:୧୧ା୧୨ : ପୁରୀ ଜିଲ୍ଲାର କଣାସ ଅଞ୍ଚଳର ବିଶିଷ୍ଟ କଥାକାର ହାଡ଼ିବନ୍ଧୁ ପାଢ଼ୀଙ୍କର ଗଳ୍ପ ସଂକଳନ ‘ତିନି ଅକଥା’ର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ…

ଚିରନ୍ତନୀ କାର୍ଯ୍ୟାଳୟରେ କରୋନା ସଚେତନତାର ଦ୍ଵିଶତତମ ଦିବସ ପାଳନ

Posted by - October 10, 2020 0
ଯାଜପୁର ଅଫିସ :ସମଗ୍ର ବିଶ୍ୱ ମହାମାରୀ କରୋନାର କବଳରେ ପଡି ତ୍ରାହି ତ୍ରାହି ଡାକୁଥିବା ବେଳେ ନିଜ ଜୀବନକୁ ବାଜି ଲଗାଇ ନିରସ୍ତ୍ର ସୈନିକ ଭାବେ ମାର୍ଚ୍ଚ…

ଜେ.ଏସ୍.ଡବ୍ଲୁ କମ୍ପାନୀ ଦ୍ୱାରା ବାସୁଦେବପୁର ସ୍ୱାସ୍ଥ୍ୟ କେନ୍ଦ୍ର ସମ୍ପ୍ରସାରଣର ଭିତ୍ତି ପ୍ରସ୍ତର ସ୍ଥାପନ,

Posted by - October 13, 2019 0
କେନ୍ଦୁଝର,୧୨/୧୦ଶନିବାର ଦିନ ଅପରାହ୍ନରେ ବାସୁଦେବପୁରସ୍ଥିତ ସ୍ୱାସ୍ଥ୍ୟ କେନ୍ଦ୍ର ସହିତ ଏକ ୨୦ ସଜ୍ୟା ବିଶିଷ୍ଟ ନୂତନ ଗୃହ ସମ୍ପ୍ରସାରଣ ନିମନ୍ତେ ଜେଏସଡବ୍ଲୁ ଉକ୍ରଳ ଷ୍ଟିଲ କମ୍ପାନୀ ଦ୍ୱାରା…