ଖପ୍ରାଖୋଲ ରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଙ୍କ ଯୁଗ୍ମ ଜନ ଶୁଣାଣି ଓ ସମାଧାନ ଶିବିର

167 0

ଖପ୍ରାଖୋଲ:(ତାପସ ରଞ୍ଜନ ବେହେରା) ସ୍ଥାନୀୟ ବ୍ଲକ କାର୍ଯ୍ୟଳୟ ପରିସରରେ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା ଓ ଆରକ୍ଷୀ ଅଧିକ୍ଷକ ନିତିନ କୁସଲକର ଙ୍କ ଯୁଗ୍ମ ଜନଶୁଣାଣୀ ଏବଂ ସମାଧାନ ଶିବିର ସୋମବାର ଅନୁଷ୍ଠିତ ହୋଇଯାଉଛି। ଏହି ଅବସରରେ ବ୍ଲକ ର ବିଭିନ୍ନ ଗ୍ରାମରୁ ୧୦୨ ଟି ଅଭିଯୋଗ ର ଶୁଣାଣି ହୋଇଥିଲା । ଏଥି ମଧ୍ୟରୁ ୯୦ ଟି ବ୍ୟକ୍ତିଗତ ଅଭିଯୋଗ ହୋଇଥିବା ବେଳେ ୧୨ ଟି ଶୁଣାଣି ର ତତ୍କାଲ ସମାଧାନ ହୋଇଥିବା ଜଣାଯାଇଛି ।

ଏହି ଅବସରରେ ଜିଲ୍ଲା ଶିକ୍ଷା ଅଧିକାରୀ ଧ୍ରୁବ ଚରଣ ବେହେରା , ଡି ଆର ଡି ପ୍ରକଳ୍ପ ନିର୍ଦ୍ଦେଶକ ସୁଶାନ୍ତ ସିଂ , ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ନବକିଶୋର ସାହୁ , ଜି ଏମ ଡି ଆଇ ସି ବି ପି ଦାସ , ଜିଲ୍ଲା ମସ୍ୟ ଅଧିକାରୀ ଗଜେନ୍ଦ୍ର ପ୍ରଧାନ , ବଲାଙ୍ଗିର ମୂଖ୍ୟ ଜିଲ୍ଲା କୃଷି ଅଧିକାରୀ ସାରଦା ପ୍ରସାଦ ମିଶ୍ର , ଜଙ୍ଗଲ ବିଭାଗ ଏ ସି ଏଫ୍ ବାବାଜୀ ଚରଣ ରାଉଳ , ପୂର୍ତ୍ତ ବିଭାଗ ଏ ସି ଶୁକଦେବ ମାହାଲି , ଅବକାରୀ ଅଧିକ୍ଷକ ନାରାୟଣ ମେହେର , ଡିପିଇଓ ପ୍ରଶାନ୍ତ ଶତପଥୀ , ପାଟଣାଗଡ ଉପଜିଲ୍ଲପାଳ ବିଜୟା ନନ୍ଦ ସେଠି , ଏସଡିପିଓ ଜୋତିର୍ମୟ ଭୁକ୍ତା , ବିଡ଼ିଓ ରଶ୍ମି ରଞ୍ଜନ ରାଉତ , ବ୍ଲକ ଶିକ୍ଷା ଅଧିକାରୀ ସୁରେନ୍ଦ୍ର ପୁରୋହି , ବ୍ଲକ କୃଷି ଅଧିକାରୀ ଡମ୍ବରୁଧର ମେହେର , ଜଙ୍ଗଲ ବିଭାଗ ରେଞ୍ଜ ଅଧିକାରୀ ଗିରିଧାରୀ ନାଗ , ଥାନା ଅଧିକାରୀ ରମାକାନ୍ତ ସାହୁ ,ତହସିଲଦାର ଆଦିତ୍ୟ ପ୍ରସାଦ ମିଶ୍ର ସମେତ ଜିଲ୍ଲା ,ଉପଖଣ୍ଡ, ଓ ବ୍ଲକସ୍ତର ର ବିଭିନ୍ନ ବିଭାଗ ର ଅଧିକାରୀ ଉପସ୍ଥିତ ଥିଲେ । କୋଭିଡ କଟକଣା ଯୋଗଁ ଦୀର୍ଘ ଅଢେଇ ବର୍ଷ ଧରି ଜିଲ୍ଲାପାଳ ଙ୍କ ମିଳିତ ଜନଶୁଣାଣୀ ବନ୍ଦ ରହିଥିବା ବେଳେ ଏହା ସୋମବାର ଆରମ୍ଭ ହୋଇଛି , ପ୍ରବଳ ଖରାରେ ମଧ୍ୟ ଶହ ଶହ ଲୋକ ଅଭିଯୋଗ ପାଇଁ ବ୍ଲକ କାର୍ଯ୍ୟଳୟ କୁ ଆସିଥିଲେ ।

Related Post

ବୌଦ୍ଧ ଜିଲ୍ଲା ସ୍ତରୀୟ ୭୬ ତମ ସ୍ଵାଧୀନତା ଦିବସ ପାଳିତ

Posted by - August 18, 2022 0
ବୌଦ୍ଧ :(ଚିତ୍ତ ରଂଜନ ସିଂ) ବୌଦ୍ଧ ଜିଲ୍ଲା ପ୍ରଶାସନ ତରଫରୁ ସ୍ଥାନୀୟ କଚେରୀ ପଡିଆଠାରେ ଜିଲ୍ଲାସ୍ତରୀୟ ୭୬ ତମ ସ୍ଵାଧୀନତା ଦିବସ କରୋନା କଟକଣାକୁ ଦୃଷ୍ଟିରେ ରଖି…

ନୂତନ ଆଡ-ହକ୍ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

Posted by - December 20, 2021 0
ନବରଙ୍ଗପୁର:(ବେଣୁ ଗୋପାଳ ରାଓ )ଶୁକ୍ରବାର ଦିନ ଯୋଗଦେଇଥିବା ନବରଙ୍ଗପୁର ର ନୂତନ ଆଡ-ହକ୍ ଅତିରିକ୍ତ ଜିଲ୍ଲା ଜଜ୍ ଶ୍ରୀ ନିରଞ୍ଜନ ସାହୁ, ସ୍ୱତନ୍ତ୍ର ଫାଷ୍ଟ ଟ୍ରାକ ଅଦାଲତ…

ଲୁହସିଂହା ଧାନ ମଣ୍ଡିକୁ ଉପଖଣ୍ଡ ଯୋଗାଣ ଅଧିକାରୀଙ୍କ ଗସ୍ତ

Posted by - December 25, 2021 0
ଖପ୍ରାଖୋଲ ;(ତାପସ ରଞ୍ଜନ ବେହେରା) ଖପ୍ରାଖୋଲ ବ୍ଲକ ଲୁହସିଂହା ଧାନ ମଣ୍ଡିକୁ ପାଟଣାଗଡ଼ ଉପଖଣ୍ଡ ଯୋଗାଣ ଅଧିକାରୀ ମାୟାଧର ସାହୁ ଶନିବାର ଗସ୍ତ କରିଥିଲେ । ଗସ୍ତ…

ବିଶିଷ୍ଟ ପ୍ରବଚକ ଚିତ୍ତରଞ୍ଜନ ତ୍ରିପାଠୀ ଙ୍କ କରୋନାରେ ପରଲୋକ

Posted by - June 6, 2021 0
ଛତିଆ:(ପ୍ରମୋଦ ନାୟକ )ରାଜ୍ୟର ଜଣେ ସୁନାମଧନ୍ୟ ପ୍ରବଚକ ଚିତ୍ତରଞ୍ଜନ ତ୍ରିପାଠୀଙ୍କର କରୋନାରେ ପରଲୋକ ହୋଇଯାଇଛି। ତିନି ଦିନ ହେଲା ସେ କରୋନାରେ ସଂକ୍ରମିତ ହୋଇ କଟକ କୋଭିଡ…

ଖରିଫ ଧାନ ସଂଗ୍ରହ ପାଇଁ ଚାଷୀ ପଞ୍ଜିକରଣ ଉପରେ ସଚେତନତା ବୈଠକ

Posted by - August 1, 2022 0
ଖପ୍ରାଖୋଲ: ୧/୮( ତାପସ ରଞ୍ଜନ ବେହେରା) ଖପ୍ରାଖୋଲ ବ୍ଲକ ହରିଶଙ୍କର ଠାରେ ଯୋଗାଣ ବିଭାଗ ତରଫରୁ ଖରିଫ ଧାନ ସଂଗ୍ରହ ଓ ଚାଷୀ ପଞ୍ଜିକରଣ ସମ୍ପର୍କିତ ସଚେତନତା…