ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର

134 0

ସୋନପୁର :(ଅଜିତ କୁମାର ପୂଜାହାରି) ଆଜି ସୁବର୍ଣ୍ଣପୁର ଜିଲ୍ଲା ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଜିଲ୍ଲା ସଦର ମହକୁମାସ୍ଥିତ ଡିଆରଡିଏ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି l ସୁବର୍ଣ୍ଣପୁର ଜିଲ୍ଲପାଳ ଶ୍ରୀମତୀ ଅବୋଲୀ ସୁନିଲ ନରୱଣେ ଓ ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ଅମରେନ୍ଦ୍ର କୁମାର ପଣ୍ଡା ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଯୋଗଦାନ କରି ଜନସାଧାରଣ ଙ୍କ ବିଭିନ୍ନ ଆପତ୍ତି ଓ ସମସ୍ୟା ଜନିତ ୩୨ ଗୋଟି ପଞ୍ଜିକୃତ ଅଭିଯୋଗ ଦରଖାସ୍ତ ଗ୍ରହଣ କରିଥିଲେ l ତନ୍ମଧ୍ୟରେ ବ୍ୟକ୍ତିଗତ ଦରଖାସ୍ତ ୨୯ ଗୋଟି,ସାମୁହିକ ଦରଖାସ୍ତ ୨ଗୋଟି ରହିଥିବା ବେଳେ, ୧ଗୋଟି ଦରଖାସ୍ତ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡ ରୁ ସାହାଯ୍ୟ ନିମନ୍ତେ ଗ୍ରହଣ କରାଯାଇଛି l

ଗ୍ରହଣ କରାଯାଇଥିବା ୩୨ ଦରଖାସ୍ତ ମଧ୍ୟରୁ ଶିବିରରେ ବିଭିନ୍ନ ମାମଲାର 0୭ ଗୋଟି ଅଭିଯୋଗ ଦରଖାସ୍ତ ର ତୁରନ୍ତ ସମାଧାନ କରାଯାଇଥିବା ବେଳେ ଅନ୍ୟାନ୍ୟ ୨୫ ଟି ଆପତ୍ତି ଅଭିଯୋଗ ଦରଖାସ୍ତ କୁ ନିର୍ଦ୍ଧିଷ୍ଟ ସମୟ ମଧ୍ୟରେ ତୁରନ୍ତ ସମାଧାନ ପାଇଁ ସମ୍ପୃକ୍ତ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କୁ ପ୍ରଦାନ କରାଯାଇଛି l ଅଦ୍ୟ ଅନୁଷ୍ଠିତ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ରେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ବ )ଶ୍ରୀ ସୂର୍ଯ୍ୟ ନାରାୟଣ ଦାଶ, ପିଡି ଡିଆରଡିଏ ଶ୍ରୀ ଡୋଳାମଣି ପଟେଲ, ଉପ- ଜିଲ୍ଲାପାଳ, ସୋନପୁର ଶ୍ରୀ ନିହାର ରଞ୍ଜନ କଁହର ଙ୍କ ସହିତ ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତି ରହିଥିଲେ l

 

Related Post

ଝୁମ୍ପୁରୀ ବଜାରରେ ଦୁଇଟି ଦୋକାନ ସିଲ୍ କଲା ପ୍ରଶାସନ

Posted by - April 18, 2020 0
ଭୁବନେଶ୍ୱର: ତା ୧୮/୪ : ଦଶରଥପୁର ବ୍ଲକ ଝୁମ୍ଫୁରୀ ବଜାରଠାରେ ଦୁଇଟି ଦୋକାନକୁ ଜିଲ୍ଲାଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଧେଶକ ଇନ୍ଦ୍ରମଣି ନାୟକ ଓ ଉପଜିଲ୍ଲାପାଳ ନାରାୟଣ…

ଲକ ଡାଉନ କୁ ନେଇ ବରୀ ପ୍ରଶାସନ ର କଠୋର ପଦକ୍ଷେପ

Posted by - July 18, 2020 14
ବରୀ :(ସ୍ନେହଂଶୁ ଶେଖର ମହାନ୍ତି )ବର୍ତ୍ତମାନର କରୋନା ସଂକ୍ରମଣକୁ ଦୃଷ୍ଠିରେ ରଖି ରାଜ୍ୟସରକାର ୪ ଜିଲ୍ଲା ଓ ୧ ମୁଂଶିପାଲ୍ଟି କୁ ସମ୍ପୃଣ ବନ୍ଦ କରିଥିବା ବେଳେ…

ସ୍ବାମୀ ବିବେକାନନ୍ଦ ଶିଶୁ ମନ୍ଦିର ର ମାର୍ଗଦର୍ଶକ ଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ଛାତ୍ର ଛାତ୍ରୀ

Posted by - October 5, 2021 0
ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା)ସ୍ବାମୀ ବିବେକାନନ୍ଦ ଶିଶୁ ମନ୍ଦିର ବେଲଗୁଣ୍ଠା ର ମାର୍ଗଦର୍ଶକ ଗତ କିଛି ଦିନ ହେଲା ଏମ୍ସ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ବ୍ରଜବନ୍ଧୁ ମହାପାତ୍ର…

ବାଇକ ଦୁର୍ଘଟଣା ଜଣେ ଗୁରୁତର

Posted by - February 26, 2022 0
ବୌଦ୍ଧ:(ଚିତରଞ୍ଜନ ସିଂ) ବୌଦ୍ଧ ଜିଲା ପୁରୁଣା କଟକ ଥାନା ଲଇଗାଁ ଛକ ନିକଟରେ  ଶୁକ୍ରବାର ଅପରାହ୍ନ ରେ ଜଣେ ବାଇକ ଆରୋହି ଭାରସାମ୍ୟ ହରାଇ ଦୁର୍ଘଟଣା ହୋଇଥିବା ଜଣାପଡିଛି…