ଭୁର୍ସାଗୁଡା ପଞ୍ଚାୟତରେ ଚାପା ଉତ୍ତେଜନା

162 0

ବଙ୍ଗୋମୁଣ୍ଡା:(ଅଭିମନ୍ୟୁ ବହିଦାର) ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ଭୁର୍ସାଗୁଡା ନୁତନ ପଞ୍ଚାୟତ ଗୃହ ସ୍ଥାନ ନିରୁପଣକୁ ନେଇ ବିବାଦ ଥମିବାର ନାଁ ନଉନାହିଁ। ଗୋଟିଏ ମାସ ତଳେ ମନରେଗା କାମ ବନ୍ଦ କରିବା , ପଞ୍ଚାୟତ ରେ ଥିବା ଜିଆରଏସ ଓ ଗାଁ ସାଥି ଙ୍କୁ ବଦଲାଇବା ନେଇ ଦୁଇଗୋଷ୍ଠି ମଧ୍ଯରେ ଗଣ୍ଡଗୋଳ ହୋଇ ଥାନାରେ ଏତଲା ଦେଇଥିଲେ । କିନ୍ତୁ ରବିବାର ପୋଲିସ ଏକ ପାଖିଆ ଭାବେ ଗୋଟିଏ ପକ୍ଷର ୧୩ ଜଣ ଲୋକଙ୍କୁ ଥାନାକୁ ଡାକି କୋର୍ଟ ଚାଲାଣ କରୁଥିବା ସନ୍ଦେହ ରେ ଥାନା ଗେଟ ସାମ୍ନାରେ ଗାଁ ଲୋକେ ବସି ପଡିଥିଲେ ଫଳରେ ବହୁ ସମୟ ପର୍ଯ୍ୟନ୍ତ ଚାପା ଉତ୍ତେଜନା ଦେଖା ଯାଇଥିଲା।

ଏହା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ସମୟରେ ନିର୍ବାଚନି ପ୍ରସଙ୍ଗ ବି ହୋଇଥିଲା। ଏବଂ ନିର୍ବାଚନ ସରିବା ପରେ ପ୍ରଥମେ ପଞ୍ଚାୟତ ଗୃହ ନିର୍ମାଣ ସ୍ଥାନ ନିରୁପଣ ହେବାପରେ ଯାଇ କୌଣସି ଉନ୍ନୟନ ମୂଳକ କାମ ଆରମ୍ଭ କରାଯିବ ବୋଲି ଆଗରୁ ସ୍ଥିର ହୋଇଥିଲା। ତେବେ ନବ ନିର୍ବାଚିତ ସରପଞ୍ଚ ଏକ ମନରେଗା କାମ କରାଉଥିବା ଜାଣିପାରି ଦୁଇଟି ଗାଁର ଲୋକେ ଆସି କାମ ବନ୍ଦ କରିବାକୁ କହିଥିଲେ। ଫଳରେ ଉଭୟ ପକ୍ଷରୁ କଥା କଟାକଟି ହୋଇ ଉତ୍ତେଜନା ପ୍ରକାଶ ପାଇଥିଲା। ପରେ ଉଭୟ ପକ୍ଷରୁ ଥାନାରେ ଏତଲା ଦିଆଯାଇଥିଲା । ଏତଲା ଏବଂ ପାରିପାର୍ଶ୍ବିକ ସ୍ଥିତି କୁ ଦେଖି ଗତମାସ ଏପ୍ରିଲ ୧୫ ତାରିଖ ଶୁକ୍ରବାର ଟିଟିଲାଗଡ ଏସଡିପିଓ ସୁରେନ୍ଦ୍ର ନାଥ ସତପଥି ନିଜେ ଭୁର୍ସାଗୁଡା ପହଞ୍ଚି ବୁଝାସୁଝା କରିବାସହ ଦୁଇ ପକ୍ଷର ବୁଝାମଣାରେ ସ୍ଥାନ ନିରୁପଣ କରିବା ପାଇଁ ବୁଝାଇଥିଲେ।

କିନ୍ତୁ ରବିବାର ହଠାତ ଥାନାକୁ ଡକାଇ ସରପଞ୍ଚ ଙ୍କ ବିପକ୍ଷ ରେ ଥିବା ଲୋକଙ୍କୁ ବସେଇ ଦେଇଥିବା ଏବଂ କୋର୍ଟ ଭ୍ୟାନ ବି ସିନ୍ଧେକେଲା ଥାନାକୁ ପହଞ୍ଚି ଥିବା ଲୋକେ ଦେଖିବାକୁ ପାଇଥିଲେ। ଏବଂ ପୋଲିସ ଏକ ପାଖିଆ ତାଙ୍କ ଲୋକଙ୍କୁ କୋର୍ଟ ଚାଲାଣ କରୁଛି ବୋଳି ସନ୍ଦେହ ରେ ପୋଲିସ ଥାନାର ଗେଟ ପାଖରେ ବସିଦେଇଥିଲେ। ପରେ ଏସଡିପିଓ ଶ୍ରୀ ସତପଥି ଗେଟ ପାଖକୁ ଆସି ଗେଟ ପାଖରେ ନ ବସିବାକୁ ବୁଝାସୁଝା କରିବାସହ ପୋଲିସ ପାଇଁ ଉଭୟ ପକ୍ଷ ସମାନ ଓ ଦୁଇପକ୍ଷ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହୁଥିବା ଦେଖା ଯାଇଥିଲା। କିନ୍ତୁ ଲୋକେ ଗେଟ ସାମ୍ନାରୁ ଉଠି ପାର୍ଶ୍ବରେ ବସି ଅପେକ୍ଷା କରୁଥିବା ଦେଖା ଯାଇଥିଲା। ଦିର୍ଘ ୫ ଘଣ୍ଟା ପରେ ସମସ୍ତଙ୍କୁ ପୋଲିସ ଛାଡି ଦେବାରୁ ପରିସ୍ଥିତି ସ୍ବାଭାବିକ ହୋଇଥିଲା। ଏହି ସମୟରେ ବହୁ ପୋଲିସ ଫୋର୍ସ, ବଲାଙ୍ଗୀର ଅତିରିକ୍ତ ଏସପି ଦିଲ୍ଲିପ ପଟେଲ, ଏସଡିପିଓ ସୁରେନ୍ଦ୍ର ନାଥ ସତପଥି , ଟିଟିଲାଗଡ ଥାନାଧିକାରି ରଞ୍ଜନ ବରିହା ପ୍ରମୁଖ ଉପସ୍ଥିତ ଥିଲେ।

Related Post

ମାଥିଲି ଉତ୍କଳ ମଣି ଗୋପବନ୍ଧୁ ମହାବିଦ୍ୟାଳୟରେ କୋଭିଡ ଟେଷ୍ଟ

Posted by - January 7, 2022 0
ମାଥିଲି:(ଅବଦୁଲ ଗନି)ଶୁକ୍ରବାର ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ସଦର ମହୁକୁମା ସ୍ଥିତ ଉତ୍କଳ ମଣି ଗୋପବନ୍ଧୁ ମହାବିଦ୍ୟାଳୟ ଠାରେ ସମସ୍ତ ଅଧ୍ୟାପକ ଅଧ୍ୟାପିକା ଛାତ୍ର ଛାତ୍ରୀ ଓ…

ମା’ ଭୈରବୀଙ୍କ ନୂତନ ଭଜନ ଉନ୍ମୋଚିତ

Posted by - May 9, 2022 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)ବୌଦ୍ଧ ଜିଲ୍ଲାର ଇଷ୍ଟଦେବୀ ଓ ପୁରୁଣାକଟକର ଅଧିଷ୍ଠାତ୍ରୀ ଦେବୀ ଅପାର କରୁଣାମୟୀ , କୃପାମୟୀ ମାଁ ଭୈରବୀଙ୍କ ନୂତନ ଭବ୍ୟ ମନ୍ଦିର ନିର୍ମାଣ ଓ…

ସର୍ବଭାରତୀୟ ସୈନିକ ସ୍କୁଲ ପ୍ରବେଶିକା ପରୀକ୍ଷା ପାଇଁ ପ୍ରଶିକ୍ଷଣ ଶିବିର ଉଦଯାପିତ

Posted by - January 4, 2022 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ମହକୁମା ଠାରେ ସର୍ବଭାରତୀୟ ସୈନିକ ସ୍କୁଲ ପ୍ରବେଶିକା ପରିକ୍ଷା ପାଇଁ ଦେୟ ମୁକ୍ତ ପ୍ରଶିକ୍ଷଣ…

ଡମ୍ବରୁଗଡ଼ ସୀତାରାମ ମଠର ମହନ୍ତ ଟ୍ୟାଗୀ ଗିରିବର ଦାସ ଙ୍କ ପରଲୋକ

Posted by - December 22, 2021 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)ବୌଦ୍ଧ ସଦର ବ୍ଲକ ତାଳସରଡ଼ା ପଂଚାୟତ ଡମ୍ବରୁଗଡ଼ ମଠର ମହନ୍ତ ଟ୍ୟାଗୀ ଗିରିବର ଦାସ ଆଜି ଭୋର ସମୟରେ ମୋକ୍ଷ ପ୍ରାପ୍ତି ହୋଇଥିଲେ l…